ଉପକୂଳ ଓଡିଶା

ପୋଖରୀ ଖନନ ନାମରେ ଚାଲିଛି ଦୁର୍ନୀତି

ପୋଖରୀ ଖନନ ନାମରେ ଚାଲିଛି ଦୁର୍ନୀତି

ରସୁଲପୁର,୨୦।୧୨(ଡି.ଏନ୍‌.ଏ.)-

ପୋଖରୀ ଖୋଳା ଓ ନାଳ ଖନନରେ ବ୍ୟାପକ ଦୁର୍ନୀତି ଚାଲିଛି। ଏହାକୁ ନେଇ ବିଭାଗୀୟ ଅଧିକାରୀ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇବା ପରେ ତଦନ୍ତ ଆରମ୍ଭ ହୋଇଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଅଭିଯୋଗ ରସୁଲପୁର ବ୍ଲକର ସୁଆଁସାହି ଗ୍ରାମରେ ପୋଖରୀ ଖୋଳା ଘଟଣାରେ ଦେଖିବାକୁ ମିଳିଛି । ବିନା ଅନୁମତିରେ ପୋଖରୀ ଖୋଳୁଥିବା ନେଇ ସୁଆଁସାହି ଗ୍ରାମବାସୀ ରସୁଲପୁର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରିବା ପରେ ପୋଖରୀ ଖନନକୁ ବନ୍ଦ କରିଦେଇଛନ୍ତି । ଏହି ବ୍ଲକ ଦାୟିତ୍ୱରେ ଥିବା ଜଳଛାୟା ପ୍ରକଳ୍ପ ଅଧିକାରୀ ଧ୍ରୁବ ଚରଣ ପଣ୍ଡାଙ୍କୁ ପୋଖରୀ ଖନନର ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିର୍ଦ୍ଦେଶ ଦେବାର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଡିସେମ୍ବର ପ୍ରଥମ ସପ୍ତାହରୁ ରସୁଲପୁର ଓ ଭୋଟକା ପଞ୍ଚାୟତର ସୀମାକୁ ଲାଗି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଖରୀ ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ଉକ୍ତ ସ୍ଥାନକୁ ୪ଟି ଗ୍ରାମର ପିଲାମାନେ ଖେଳପଡ଼ିଆ ଭାବେ ବ୍ୟବହାର କରୁଥିଲେ। ଉକ୍ତ ଖେଳ ପଡ଼ିଆଟିକୁ ଗ୍ରାମବାସୀଙ୍କ ବିନା ଅନୁମତିରେ ଖନନ କରାଯାଉଥିବା ନେଇ ସରପଞ୍ଚଙ୍କୁ ଅବଗତ କରାଯାଇଥିଲା। ମାତ୍ର ସରପଞ୍ଚ ମଧ୍ୟ ଉକ୍ତ ଖନନ ସମ୍ପର୍କରେ ଅବଗତ ନ ଥିବା ଗ୍ରାମବାସୀଙ୍କୁ ଜଣାଇଥିଲେ। ଜନଗହଳି ସ୍ଥାନରେ ବିନା ଅନୁମତିରେ ପୋଖରୀ ଖନନକୁ ବିରୋଧ କରି ୧୨ ତାରିଖରେ ଗ୍ରାମବାସୀ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ । ଏହାପରେ ତହସିଲଦାର ପ୍ରତାପ କୁମାର ରାଉତ, ରାଜସ୍ବ ନିରୀକ୍ଷକ ଦୁର୍ଯେୟ ଷଡ଼ଙ୍ଗୀ ଘଟଣାସ୍ଥଳ ପରିଦର୍ଶନ କରି ଜଳଛାୟା ବିଭାଗ ପକ୍ଷରୁ ଏହି ଖନନ କାର୍ଯ୍ୟ ହେଉଥିବା ଜଣାପଡ଼ିଥିଲା। ଜଳ ସଂରକ୍ଷଣ ଓ ଚାଷ ଜମିକୁ ଜଳଯୋଗାଣ ଆଳରେ ଏହି ପୋଖରୀ ଖୋଳାଯାଉଥିବା ଅନୁସନ୍ଧାନରୁ ଜଣାପଡିଛି । ମାତ୍ର ଗାଁ ମଝିରେ ପୋଖରୀ ଖୋଳି ଚାଷଜମିକୁ ଜଳ ଯୋଗାଣ କରିବା ଏହା ସମ୍ଭବପର ନୁହେଁ । ଏହା ପଛରେ ଅନ୍ୟ କିଛି କାରଣ ରହିଥିବା ଗ୍ରାମବାସୀ ଅଭିଯୋଗ ଆଣିଥିଲେ। ଏଥିସହ ଏହି ଜମିକୁ ଲାଗିଥିବା ଭୋଟକା ପଞ୍ଚାୟତ ସାନରମ୍ପେଇ ଗ୍ରାମରେ ଏକ ପୋଖରୀ ଥିଲା । ମାତ୍ର ଜନସାଧାରଣଙ୍କ ଚଳାଚଳରେ ବାଧା ଉପୁଜିବାରୁ କିଛି ବର୍ଷ ତଳେ ଉକ୍ତ ପୋଖରୀଟିକୁ ପୋତି ଦିଆଯାଇଥିଲା । ଏବେ ଉକ୍ତ ସ୍ଥାନରେ ଏକ କମ୍ୟୁନିଟି ସେଣ୍ଟର ରହିଛି । କିନ୍ତୁ ଏଠାରେ ଜନସାଧାରଣଙ୍କ ଅଗୋଚରରେ ରାତି ଅଧିଆ ପୋଖରୀ ଖନନକୁ ତୀବ୍ର ବିରୋଧ କରାଯାଉଛି। ପୋଖରୀ ଖୋଳା ଯାଉଥିବା ସ୍ଥାନଟି ଏକ ମୂଲ୍ୟବାନ ଜାଗା ବୋଲି ଖୋଦ୍‌ ତହସିଲ ପ୍ରଶାସନ ବି ଗ୍ରହଣ କରୁଛି । ଏଠାରେ ବିଭାଗ ତହସିଲର ବିନା ଅନୁମତିରେ ପୋଖରୀ ଖୋଳାଯାଉଛି । ଫଳରେ ତହସିଲଦାର ରାଉତ ପୋଖରୀ ଖୋଳାକୁ ଅଧାରୁ ବନ୍ଦ କରିଦେବା ସହ ଏ ଦିଗରେ ରିପୋର୍ଟ ତଲବ କରିଛନ୍ତି । ପ୍ରକାଶ ଥାଉ କି ବିଗତ ଦିନରେ ଏହି ବ୍ଲକରେ ବିଭାଗର ବହୁ ବେଆଇନ କାର୍ଯ୍ୟ କରାଯାଉଥିବା ନେଇ ଚର୍ଚ୍ଚା ଲାଗି ରହିଛି। ଭୋଟକା ପଞ୍ଚାୟତରେ ଛିଣ୍ଡା ଖରସ୍ରୋତା ନଦୀ ଭିତରେ ପୋଖରୀ ଖୋଳା ପ୍ରସଙ୍ଗକୁ ନେଇ ବିବାଦ ଉପୁଜିଥିଲା । ଏ ଦିଗରେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ତତ୍କାଳୀନ ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏଥି ସହ ଏହି ପଞ୍ଚାୟତର ଭୋଟାକ ପାଟ ବଡ ନାଳ ଓ ସାନନାଳ ଖନନ ଆଳରେ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଛି । ବଡକଇଁଚ ପଞ୍ଚାୟତରେ ଜଙ୍ଗଲ କିସମ ଜମିରେ ପୋଖରୀ ଖୋଳାକୁ ନେଇ ଅଭିଯୋଗ ହୋଇଥିଲା । ଓଡିଶୋ ପଞ୍ଚାୟତର ଦପାନାଳ ଖନନରେ ବ୍ୟାପକ ଅନିୟମିତତା ହୋଇଛି । ଏହିଭଳି ବିଭିନ୍ନ ପଞ୍ଚାୟତରେ ଜଳଛାୟା ପ୍ରକଳ୍ପ ନାଁରେ ବହୁ ଦୁର୍ନୀତି ହୋଇଛି । ବିଭାଗୀୟ ଅଧିକାରୀ କମିଟି ଆଳରେ ସ୍ଥାନୀୟ ଅଞ୍ଚଳର ମୁଷ୍ଟିମେୟ ଲୋକଙ୍କୁ ହାତକରି ପ୍ରକଳ୍ପ ଆଳରେ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପ୍ରକଳ୍ପ ଅଧିକାରୀ ଧ୍ରୁବ ଚରଣ ପଣ୍ଡାଙ୍କୁ ପଚାରିବାରେ ବ୍ଲକରେ ହେଉଥିବା କାର୍ଯ୍ୟ କମିଟି ଦ୍ୱାରା ସ୍ଥିର କରାଯାଉଛି । କୌଣସି ଅଭିଯୋଗ ମିଳିନାହିଁ। କାର୍ଯ୍ୟ ଆରମ୍ଭ ପୂର୍ବରୁ ସମସ୍ତ କାଗଜପତ୍ର ଯୋଗାଡ କରିବା ସମ୍ଭବ ନୁହେଁ। କର୍ମଚାରୀ ଅଭାବ ଯୋଗୁ ଆଇନତଃ ସବୁ ଠିକ୍‌ କରିହେଉ ନାହିଁ ବୋଲି କହିଛନ୍ତି। ବ୍ଲକ ଅଧୀନରେ ଜଳଛାୟା ବିଭାଗ ପକ୍ଷରୁ କରାଯାଇଥିବା କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

All Right Reserved By

ଉପକୂଳ ଓଡିଶା

ପୋଖରୀରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ

ବିରିଡ଼ି,୧୭।୬(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ବାସନ୍ତରା ଗ୍ରାମ ପୋଖରୀରେ ବୁଡ଼ି ରବିବାର ସକାଳେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ବର୍ଗତ ଶସାନନ୍ଦ ଜେନାଙ୍କ କନ୍ୟା ସୁଜାତା ଓରଫ ସସ୍ମିତା(୨୮)। ସକାଳେ ସେ ପୋଖରୀକୁ ବାସନ ମାଜିବାକୁ ଯାଇଥିଲେ।

ଭାଉଜଙ୍କୁ ହତ୍ୟା ଅଭିଯୋଗରେ ଦିଅର ଗିରଫ

ଭାଉଜଙ୍କୁ ହତ୍ୟା ଅଭିଯୋଗରେ ଦିଅର ଗିରଫ

ନାଉଗଁ।,୧୭।୬(ସ୍ବ.ପ୍ର.): ନାଉଗାଁ ଥାନା ନୂଆଗଁ। ପଞ୍ଚାୟତ ଗୋପାଳପୁର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ନିଜ ଭାଉଜଙ୍କୁ କଟୁରୀ ଚୋଟରେ ହତ୍ୟା କରିଥିବା ଅଭିଯୋଗରେ ରଞ୍ଜନ କୁମାର ରାୟଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଗତ ମେ ୨୫ରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ଅଭାବନୀୟ ଘଟଣା ଘଟିଥିଲା।

କଳା ବିକାଶ କେନ୍ଦ୍ର ଉଦ୍‌ଘାଟିତ

ନାଉଗଁ।,୧୭।୬(ସ୍ବ.ପ୍ର.): ନାଉଗଁ। ବ୍ଲକ ତିହୁଡ଼ାସ୍ଥିତ ମା’ଜାଗୁଳାଇ ମନ୍ଦିର ପରିସରରେ ରବିବାର ଉକତ୍ଳ ଭାରତୀ କଳା ବିକାଶ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ଆୟୋଜିତ ସଭାରେ ଗୋଠଦା ମଠାଧୀଶ ମହନ୍ତ ଚିନ୍ତାମଣୀ ପର୍ବତ ଗୋସ୍ବାମୀ, ଗୁରୁକୁପା କୁଟୀରର ବାବା ସତ୍ୟାନନ୍ଦ ଦାସ ମହାରାଜ

ବିଭିନ୍ନ ଶୈବ ପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ

ବିଞ୍ଝାପୁର,୧୭।୬(ଡି.ଏନ.ଏ)- ଶୀତଳ ଷଷ୍ଠୀ ଉପଲକ୍ଷେ ବିଞ୍ଝାରପୁର ବ୍ଲକର ବିଭିନ୍ନ ଶୈବ ପୀଠରେ ରବିବାର ବୁ ଯାକଜମକରେ ଶିବ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅନ୍ତର୍ଗତ ମାସଁଡା ପଞ୍ଚାୟତ ଗୌଡସାହିସ୍ଥିତ ବାବା କଲ୍ୟାଣେଶ୍ୱର ମନ୍ଦିର ପରିସରରେ ରବିବାର ସନ୍ଧ୍ୟାରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ବିଜେଡିରେ ଯୋଗଦେଲେ ଭାଜପା ସମର୍ଥିତ ସରପଞ୍ଚ

ବିଞ୍ଝାରପୁର,୧୭।୬(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ଶାସନ୍ଦା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚ ରଶ୍ମିରେଖା ନାୟକ ଓ ତାଙ୍କ ସମର୍ଥକ ରବିବାର ବିଜେଡିରେ ଯୋଗ ଦେଇଛନ୍ତି । ପ୍ରକାଶ ଯେ, ସରପଞ୍ଚ ନାୟକ ଶୁକ୍ରବାର ପୂର୍ବାହ୍ନରେ ସମର୍ଥକଙ୍କ ସହ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବାସଭବନରେ ପହଞ୍ଚି ବିଜେଡିରେ ଯୋଗ ଦେଇଛନ୍ତି ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ ।

ନିଆରା ଢଙ୍ଗରେ ବିଶ୍ୱ ପିତୃ ଦିବସ ପାଳିତ

ଦଶରଥପୁର,୧୭।୬(ଡିଏନ୍‌ଏ)- ଜୁନ୍‌ ୧୭କୁ ବିଶ୍ୱ ପିତୃ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଦଶରଥପୁର ବ୍ଲକ ଥାଲକୁଡି ପଞ୍ଚାୟତ ଥାଲକୁଡି ପାଟଣାଠାରେ ଅବସ୍ଥିତ ବଳଦେବଜୀଉ ପୀଠରେ ରବିବାର ଏକ ନିଆରା ଢଙ୍ଗରେ ପୂଜ୍ୟପୂଜା ଅନୁଷ୍ଠିତ ହୋଇଥିଲା ।

ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା: ଅଭିଯୁକ୍ତ ଗିରଫ

ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା: ଅଭିଯୁକ୍ତ ଗିରଫ

ଧର୍ମଶାଳା,୧୭।୬(ଡି.ଏନ.ଏ.)- ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ଫୁଲାଡି ଗ୍ରାମର ସୁଦର୍ଶନ ଦାସଙ୍କୁ ରବିବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସୁଦର୍ଶନ କୋରେଇ ଥାନା ଅଧୀନ ତରକା ଗ୍ରାମର ଶତ୍ରୁଘ୍ନଙ୍କ ଝିଅ ରୁବିନା(୨୫)ଙ୍କୁ ୩ ବର୍ଷ ପୂର୍ବେ ବିବାହ କରିଥିଲେ।

ଶିବ ପାର୍ବତୀଙ୍କ ବିବାହ ଉତ୍ସବ

ଛେଣ୍ଡିପଦା,୧୭।୬(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଜରପଡା ଥାନା ଜେରେଙ୍ଗ ଦେହୁରୀ ସାହି ଗ୍ରାମ ସ୍ଥିତ ସ୍ବପ୍ନେଶ୍ୱର ମହାଦେବ ମନ୍ଦିର ପରିସରରେ ରବିବାର ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ପ୍ରଭୁ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପାଳିତ ହୋଇଯାଇଛି।

ଭାଷାର କୁହୁଶବ୍ଦ ଲେଖକ ସୃଷ୍ଟି କରିବାରେ ସହାୟକ ହୋଇଥାଏ

ଆଳି,୧୭।୬(ଡି.ଏନ୍‌.ଏ.)- ଭାଷାର କୁହୁଶବ୍ଦ ଲେଖକ ସୃଷ୍ଟି କରିବାରେ ସହାୟକ ହୋଇଥାଏ ବୋଲି ନମୈାଜାର ଉନ୍ମେଶ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ପତ୍ରିକା ‘ନବପର୍ବ’ ଉନ୍ମୋଚନ ଅବସରରେ କଥାଶିଳ୍ପି ଡା. ରାମଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। ଶନିବାର ପୂର୍ବାହ୍ନରେ ଆଳିର ନମୈାଜା ଉଚ୍ଚ ବିଦ୍ୟାଳୟ ପରିସରରେ ନବପର୍ବ ପତ୍ରିକାର ରଜ ବିଶେଷାଙ୍କ ଉନ୍ମୋଚନ ହୋଇଥିଲା।

ପ୍ରତିଭା ସମ୍ମାନ ସମାରୋହ-୨୦୧୮

ମହାକାଳପଡ଼ା,୧୭।୬(ଡି.ଏନ୍‌.ଏ.)- ଓଡ଼ିଶାର ଗଣପର୍ବ ରଜ ଉତ୍ସବ ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକର ଜମ୍ବୁ ପଞ୍ଚାୟତର ରମଣୀ ମୋହନ ଉପ୍ରା ବିଦ୍ୟାଳୟ ପରିସରରେ ରଜ ମହୋତ୍ସବ ଉପଲକ୍ଷେ ପ୍ରତିଭା ସମ୍ମାନ ସମାରୋହ-୨୦୧୮ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀଶ୍ରୀ ଗର୍ତ୍ତେଶ୍ୱର ମହାଦେବଙ୍କ ଓ୍ବେବ ପୋର୍ଟାଲ ଉନ୍ମୋଚନ

ଶ୍ରୀଶ୍ରୀ ଗର୍ତ୍ତେଶ୍ୱର ମହାଦେବଙ୍କ ଓ୍ବେବ ପୋର୍ଟାଲ ଉନ୍ମୋଚନ

ରାଜନଗର,୧୭।୬(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଗୋସିଗଁ।ସ୍ଥିତ ପ୍ରସିଦ୍ଧ ଶୈବପୀଠରେ ଶ୍ରୀଶ୍ରୀ ଗର୍ତ୍ତେଶ୍ୱର ମହାଦେବଙ୍କ ଶୀତଳଷଷ୍ଠୀ ଉତ୍ସବ ପାଳିତ ହେଉଛି। ଏହି ଅବସରରେ ଗର୍ତ୍ତେଶ୍ୱର ମହାଦେବଙ୍କ ଐତିହ୍ୟ, କିମ୍ବଦନ୍ତୀ ଓ ପୂଜାପାର୍ବଣ ସମ୍ବନ୍ଧୀୟ ଏକ ଓ୍ବେବ ପୋର୍ଟାଲ www.garteswar.com ଉନ୍ମୋଚିତ ହୋଇଯାଇଛି। ଏଥିଲାଗି ଆୟୋଜିତ ଉତ୍ସବରେ ଜିଲା ବିଜେଡି ସଭାପତି ଧ୍ରୁବ ସାହୁ ଯୋଗଦେଇ ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି।

ଦୂତିକେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଲା

ଦୂତିକେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଲା

ଓଡ଼ଗାଁ,୧୭।୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ଦୂତିକେଶ୍ୱର ମନ୍ଦିର ନିକଟରେ ଶନିବାର ହୋଇଥିବା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ଏହି ଦୁର୍ଘଟଣାରେ ଗଞ୍ଜାମ ଜିଲା ପୋଲସରା ଥାନା ହାତୀଓଟ ଗ୍ରାମର ସମୀର କୁମାର ମହାରଣା(୩୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Model This Week

ପ୍ରଭାତ