ଉପକୂଳ ଓଡିଶା

ବଳାତ୍କାରୀଙ୍କୁ ୭ବର୍ଷ କାରାଦଣ୍ଡାଦେଶ

ବଳାତ୍କାରୀଙ୍କୁ ୭ବର୍ଷ କାରାଦଣ୍ଡାଦେଶ

ବିରଜାକ୍ଷେତ୍ର,୨୦।୧୨(ଡି.ଏନ୍‌.ଏ)

ଜଣେ ଯୁବତୀଙ୍କୁ ବଳାତ୍କାର କରି ଗ୍ରାମବାସୀଙ୍କ ଚାପରେ ବିବାହ କରିବା ଓ ବିବାହର କିଛି ଦିନ ପରେ ଘରୁ ବାହାର କରିଦେବା ଘଟଣାରେ ବିଚାର କରି ବୁଧବାର ଯାଜପୁରର ଫାଷ୍ଟଟ୍ରାକ୍‌ କୋର୍ଟ ଜଜ୍‌ ସୁଷମା ସ୍ବାଇଁ ଅଭିଯୁକ୍ତ ବଳାତ୍କାରୀଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରକାଶ ଯେ, ଜଣେ ଯୁବତୀ ଧର୍ମଶାଳା ଥାନା ବାରବାଟୀ ଗ୍ରାମସ୍ଥିତ ନିଜ ମାମୁଁଘରେ ରହି ପଢ଼ୁଥିଲେ। ୨୦୧୨ ମସିହା ଅଗଷ୍ଟ ୬ରେ ସେହି ଗ୍ରାମର ରଂଜନ ବେହେରା ଉକ୍ତ ଯୁବତୀଙ୍କୁ ଏକୁଟିଆ ପାଇ ବଳାତ୍କାର କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀଙ୍କ ମଧ୍ୟସ୍ତିରେ ରଞ୍ଜନ ପୀଡ଼ିତାଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ରଞ୍ଜନ ଉକ୍ତ ଯୁବତୀଙ୍କୁ ତାଙ୍କ ମାମୁଁ ଘରେ ଛାଡ଼ି ଦେଇଥିଲେ। ଏ ନେଇ ଉକ୍ତ ଯୁବତୀ ୨୦୧୩ ମସିହା ଜାନୁୟାରୀ ୩ରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି କରି ଧର୍ମଶାଳା ପୋଲିସ ଏକ ମାମଲା (ନଂ ୧/୧୩) ରୁଜୁ କରି ରଞ୍ଜନଙ୍କୁ କୋର୍ଟ ଚାଲାଣ କରିଥିଲେ। ମଙ୍ଗଳବାର ୧୭ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ଯାଜପୁର ଫାଷ୍ଟଟ୍ରାକ୍‌ କୋର୍ଟର ଜର୍ଜ ସୁଷମା ସ୍ବାଇଁ ରଞ୍ଜନଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଅନାଦେୟ ଅଧିକା ୨ମାସ କାରାଦଣ୍ଡରେ ଦଣ୍ଡିତ କରିବାକୁ ରାୟରେ ପ୍ରକାଶ କରିଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶୈଳେନ୍ଦ୍ର ସାମଲ ପରିଚାଳନା କରୁଥିଲେ।

All Right Reserved By

ଉପକୂଳ ଓଡିଶା

ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ନୀତିନିର୍ଘଣ୍ଟ ଚୂଡାନ୍ତ

କେନ୍ଦ୍ରାପଡା ଅଫିସ, ୧୯।୬-ଆସନ୍ତା ଜୁଲାଇ ୧୪ ତାରିଖ ଶନିବାର ଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉ ବିଶ୍ୱର ସର୍ବବୃହତ୍‌ ବ୍ରହ୍ମ ତାଳଧ୍ୱଜ ରଥରେ ରଥଯାତ୍ରା ପାଇଁ ବିଜେ କରିବେ । ଏଥିପାଇଁ ଶ୍ରୀଜୀଉଙ୍କ ଦୋବୋତ୍ତର ସଂସ୍ଥା ପକ୍ଷରୁ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି ।

୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ ସତ୍ତ୍ୱେ ରାସ୍ତା ନିର୍ମାଣ ହେଉନି

ଡେରାବିଶ, ୧୯।୬ (ସ୍ବ.ପ୍ର.) ଡେରାବିଶ ବ୍ଲକରେ ଲୁଣାନଦୀ ଉପରେ ନିର୍ମିତ ହୋଇଥିବା ଦାନପୁର-ପାଣିଓଳା ସେତୁ ୨୦୧୬ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ତରବରିଆ ଭାବେ ଏହାକୁ ଲୋକାର୍ପିତ କରାଯିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ମା ଶୁଳିଆ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ : ମା ଶୁଳିଆ ବୁଢୀ କ୍ରିକେଟ୍‌ କ୍ଳବ ବିଜୟୀ

ନୂଆଗାଁ, ୧୯।୬ (ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତ ସ୍କୁଲ ପଡିଆଠାରେ ଆୟୋଜିତ ମା ଶୂଳିଆ ବୁଢୀ କ୍ରିକେଟ ଟୁର୍ନାମେଣ୍ଟରେ ସୁରୁକାବାଡି କ୍ରିକେଟ କ୍ଳବକୁ ହରାଇ ମା ଶୁଳିଆ ବୁଢୀ କ୍ରିକେଟ କ୍ଳବ ବିଜୟୀ ହୋଇଛି । ସୋମବାର ଫାଇନାଲ ମ୍ୟାଚରେ ଶୁଳିଆ ବୁଢୀ ଦଳ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା।

ସମବାୟ ଆପଣଙ୍କ ଦ୍ୱାର ଦେଶରେ ସଚେତନତା ରଥ ଉଦ୍‌ଘାଟିତ

କେନ୍ଦ୍ରାପଡା ଅଫିସ,୧୯।୬-କେନ୍ଦ୍ରାପଡା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସମବାୟ ଆପଣଙ୍କ ଦ୍ୱାରଦେଶରେ ସମ୍ପର୍କିତ ସଚେତନତା ରଥ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି ।

ଜିଲାରେ ପ୍ରଥମ ଅଂଶୁଘାତ ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୧୯।୬- କେନ୍ଦ୍ରାପଡା ତହସିଲ ଅଧୀନ ଜଜାଙ୍ଗ ଗ୍ରାମର ଚନ୍ଦ୍ରମଣି ବେହେରା(୬୨)ଙ୍କର ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳବାର ସଦର ଥାନାରେ ଅଭିଯୋଗ ହୋଇଛି ।

ବାଇଜଙ୍ଗାଠାରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟଣା: ୨ ଗିରଫ, ୨ ରାଉଣ୍ଡ ଜୀବନ୍ତ ଗୁଳି ଜବତ

ବାଇଜଙ୍ଗାଠାରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟଣା: ୨ ଗିରଫ, ୨ ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଜଗତସିଂହପୁର ଅଫିସ, ୧୯।୬: ଗତ ୧୫ ତାରିଖରେ ସଦର ଥାନା ବାଇଜଙ୍ଗାଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୋନ୍ଦୁଅ ଜିତୁ ଓରଫ ଦିବ୍ୟ ସ୍ବରୂପ ସାହୁଙ୍କୁ ଗୁଳିକାଣ୍ଡ କରାଯାଇଥିଲା। ଏହି ଘଟଣାରେ ଜଗତସିଂହପୁର ପୋଲିସ ୨ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ ରାଉଣ୍ଡ ଜୀବନ୍ତ ଗୁଳି ଓ ୨ଟି ମୋବାଇଲ ଜବତ କରିଛି।

ବିପର୍ଯ୍ୟୟ ପରିଚାଳନା ନେଇ ମକ୍‌ ଡ୍ରିଲ

ବିପର୍ଯ୍ୟୟ ପରିଚାଳନା ନେଇ ମକ୍‌ ଡ୍ରିଲ

ମାର୍ଶାଘାଇ, ୧୯।୬ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକର ରତନପୁର ବାତ୍ୟା ଆଶ୍ରୟସ୍ଥଳରେ ମଙ୍ଗଳବାର ମକ୍‌ ଡ୍ରିଲ ଦିବସ ଅବସରରେ ମାର୍ଶାଘାଇ ଅଗ୍ନିଶମ କେନ୍ଦ୍ର କର୍ମଚାରୀଙ୍କ ଦ୍ୱାରା ମକ୍‌ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି।

୩୨ ବର୍ଷ ପରେ ଡଙ୍ଗାରେ ନଦୀ ପାରି ହେଲେ ଲୋକେ

୩୨ ବର୍ଷ ପରେ ଡଙ୍ଗାରେ ନଦୀ ପାରି ହେଲେ ଲୋକେ

ଆଳି, ୧୯।୬ (ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁରଠାରେ ବ୍ରାହ୍ମଣୀ ନଦୀ ଉପରେ ଥିବା ସେତୁ ମରାମତି କାର୍ଯ୍ୟ ଗତ ସୋମବାରଠାରୁ ଆରମ୍ଭ ହୋଇଛି। ତେଣୁ ସେତୁ ରାସ୍ତା ଉପରେ ଯାତୟତ ବନ୍ଦ ରହିଛି।

ମୋଟରସାଇକେଲ୍‌ ଦୁର୍ଘଟଣା: ଦୁଇ ଯୁବକ ଗୁରୁତର

ଯାଜପୁର ରୋଡ,୧୯।୬(ନି.ପ୍ର.): କୋରେଇ ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଆଲିଆ ଛକ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ବାତ୍ୟା ସମୟରେ ସୁରକ୍ଷା ପ୍ରଦାନ ନେଇ  ମକ୍‌ ଡ୍ରିଲ

ବାତ୍ୟା ସମୟରେ ସୁରକ୍ଷା ପ୍ରଦାନ ନେଇ ମକ୍‌ ଡ୍ରିଲ

ରାଜନଗର, ୧୯ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର ବ୍ଲକର ୪୬ଟି ଗାଁ ଲୋକଙ୍କୁ ବାତ୍ୟା ସମୟରେ କିଭଳି ସୁରକ୍ଷା ପ୍ରଦାନ କରାଯାଇ ପାରିବ ସେ ନେଇ ୩୫ଟି ଗାଁରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ମଙ୍ଗଳବାର ମକ୍‌ ଡ୍ରିଲ୍‌ କରାଯାଇଛି।

୨ ପୃଥକ ଦୁର୍ଘଟଣା: ୪ ଗୁରୁତର

୨ ପୃଥକ ଦୁର୍ଘଟଣା: ୪ ଗୁରୁତର

ଯାଜପୁର ଅଫିସ,୧୯।୬: ପାଣିକୋଇଲି-ରଜାମୁଣ୍ଡା ୨୦ ନମ୍ବର ଜାତୀୟ ରାଜପଥର ଆଲିଆ ଛକରେ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ୨ଟି ପୃଥକ ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଚିନିକଳରୁ ପାଇପ୍‌ ଚୋରି କରୁଥିବା ବେଳେ ଯୁବକ ଗିରଫ

ନୟାଗଡ଼ ଅଫିସ,୧୯ା୬- ନୟାଗଡ଼ ବ୍ଲକ ପାଣିପଇଲାସ୍ଥିତ ବନ୍ଦ ହୋଇପଡ଼ିଥିବା ଚିନିକଳରୁ ଅଚଳ ପାଇପ୍‌ ଚୋରି କରୁଥିବା ବେଳେ ଜଣେ ଯୁବକ ଧରାପଡି ଗିରଫ ହୋଇଛନ୍ତି। ସେ ହେଲେ ନୟାଗଡ଼ ବ୍ଲକ ଖେଡପଡ଼ା ଗ୍ରାମର କଣ୍ଡୁରୁ ଗୁରୁ।

Model This Week

ପ୍ରଭାତ