ଉପକୂଳ ଓଡିଶା

ଫସର ଫାଟିଛି ରାସ୍ତା ମରାମତି ପ୍ରତିଶ୍ରୁତି

ଫସର ଫାଟିଛି ରାସ୍ତା ମରାମତି ପ୍ରତିଶ୍ରୁତି

ଚଣ୍ଡିଖୋଲ,୨୦।୧୨(ଡି.ଏନ୍‌.ଏ)

ବଡ଼ଚଣା ବ୍ଲକ ଅନ୍ତର୍ଗତ ବେଣାପୁରଠାରୁ ଅରେଇକଣା ପର୍ଯ୍ୟନ୍ତ ଯାଇଥିବା ବଡ଼ଗେଙ୍ଗୁଟି ନଦୀବନ୍ଧର ବାମପାର୍ଶ୍ୱ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଉପରେ ବଡ଼ଚଣା ଓ ଧର୍ମଶାଳା ବ୍ଲକର ୫ଟି ପଞ୍ଚାୟତ ନିର୍ଭର କରନ୍ତି। ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କରୁଥିବା ଟିଟିଆଇପିଏଲ କମ୍ପାନୀ ସମ୍ପୃକ୍ତ ନଦୀବନ୍ଧ ରାସ୍ତାରେ ଓଭରଲୋଡ଼ ଭାରିଯାନ ନେବା ଦ୍ୱାରା ରାସ୍ତାଟି କେତେକ ସ୍ଥାନରେ ଦବିଯିବା ସହ ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତା ମରାମତି କରିବାକୁ ଠିକାସଂସ୍ଥା ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରି ଏବେବି ଭାରିଯାନ ଚଳାଚଳ କରୁଛି। ଏହି ରାସ୍ତା ଉପରେ ପଟୁଣିଆ, ଶାନ୍ତିପୁର, ଅରେଇକଣା, କଦମପାଳ ଓ କୋତପୁର ପଞ୍ଚାୟତବାସୀ ନିର୍ଭର କରନ୍ତି। ମାତ୍ର ଏହା ମରାମତି ହେଉ ନ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶ ଥାଉକି ଜଳସମ୍ପଦ ବିଭାଗ ଏହି ନଦୀବନ୍ଧ କାର୍ଯ୍ୟ ୨୦୧୩ ମାର୍ଚ୍ଚ ମାସରୁ ୪କୋଟି ୯୭ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ କରି ୨୦୧୫ଜୁନ ମାସରେ ଶେଷ କରିଥିଲା। ୮ କି.ମି ୫ ଶହ ମିଟର ଲମ୍ବ ଏହି ରାସ୍ତାରେ ୪.୫ କି.ମି ପିଚୁ କରାଯାଇଥିବା ବେଳେ ଅବଶିଷ୍ଟାଂଶ ମୋରମ ପକାଯାଇଥିଲା। ମାତ୍ର ରେଳପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକା କମ୍ପାନୀ ବାଲି, ମାଟି ଓ ମୋରମ ବୋଝେଇ ଗାଡ଼ି ଗୁଡ଼ିକ ସମ୍ପୃକ୍ତ ରାସ୍ତାରେ ନେବା ଦ୍ୱାରା ପୁନର୍ବାର ରାସ୍ତାଟି ଖରାପ ହୋଇଯାଇଛି ବୋଲି ବଡ଼ଗେଙ୍ଗୁଟି ଦ୍ୱିପାଞ୍ଚଳ କୃଷକ ମଞ୍ଚର ସାଧାରଣ ସମ୍ପାଦକ ଅଭିମନ୍ୟୁ ଧଳ ଅଭିଯୋଗ କରିଛନ୍ତି। ଅଭିଯୋଗ ସହ ସ୍ଥାନୀୟ ବେଣାପୁର, କୁସୁନପୁର, ନରସିଂହପୁର ଓ ନଛିପୁର ଗ୍ରାମବାସୀ ତୁରନ୍ତ ଭାରିଯାନ ଚଳାଚଳ ବନ୍ଦ କରିବାକୁ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି। ଅଭିଯୋଗ ଅନୁସାରେ ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କରୁଥିବା ଠିକା କମ୍ପାନୀ ସମ୍ପୃକ୍ତ ନଦୀବନ୍ଧ ରାସ୍ତାରେ ୨୫ ରୁ ୩୦ଟନ ବୋଝେଇ ବାଲି, ମାଟି ଓ ମୋରମ ଗାଡ଼ିଗୁଡ଼ିକ ରେଳପ୍ରକଳ୍ପ କାର୍ଯ୍ୟରେ ଲଗାଇବା ପାଇଁ ନେଉଛି। ବଡ଼ଗେଙ୍ଗୁଟି ନଦୀ ବନ୍ଧଟି ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ନିର୍ମାଣ କରାଯାଇଛି। ଏହା କେବଳ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଗମନାଗମନ ପାଇଁ ବ୍ୟବହାର କରିବା କଥା। କିନ୍ତୁ ଠିକା କମ୍ପାନୀ ଏଥିପ୍ରତି ଦୃଷ୍ଟି ନ ଦେଇ ଏହି ରାସ୍ତାରେ ଭାରିଯାନ ଚଳାଚଳ କରୁଛି। ଏସମ୍ପର୍କରେ ନଦୀବନ୍ଧ କାର୍ଯ୍ୟ କରୁଥିବା ଗୌରବ କନଷ୍ଟ୍ରକ୍ସନ କମ୍ପାନୀ ଜଳସମ୍ପଦ ବିଭାଗକୁ ଜଣାଇଥିଲେ। ପରେ ଜଳ ସମ୍ପଦ ବିଭାଗ ସମ୍ପୃକ୍ତ ରେଳପଥ ନିର୍ମାଣ କରୁଥିବା ଟିଟିଆଇପିଏଲ ଠିକା କମ୍ପାନୀକୁ ନୋଟିସ ପ୍ରଦାନ କରିଥିଲା। କମ୍ପାନୀ କର୍ତ୍ତୃପକ୍ଷ ରାସ୍ତା ଖରାପ ହେଲେ ମରାମତି କରିବେ ବୋଲି ବିଭାଗକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଅଦ୍ୟାବଧି ଏହି ପ୍ରତିଶ୍ରୁତି ରକ୍ଷା କରିବାରେ କମ୍ପାନୀ ସଫଳ ହୋଇ ନ ଥିବାବେଳେ ପୁନର୍ବାର ନଦୀବନ୍ଧ ଦେଇ ଭାରିଯାନ ଚଳାଚଳ କରୁଛି। ଅରେଇକଣା ପଟୁ ମୋରମ ପରିବହନ କରୁଥିବା ବେଳେ ବେଣାପୁର ପଟରୁ ବାଲି ପରିବହନ ହେଉଛି। ସେଥିପାଇଁ ଦିନକୁ ଦିନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହେବା ଦ୍ୱାରା ଯାତାୟତରେ ବାଧା ଉପୁଜିଛି। ତୁରନ୍ତ ଏହି ନଦୀବନ୍ଧ ମରାମତି କରିବା ପାଇଁ ଶାନ୍ତିପୁର, ପଟୁଣିଆ, କଦମପାଳ, ଅରେଇକଣା ଓ କୋତପୁର ପଞ୍ଚାୟତବାସୀ ଦାବୀ କରିଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସାଗର ମହାନ୍ତିଙ୍କୁ ପଚାରିବାରେ ସେ କୁହନ୍ତି ରେଳପଥ ନିର୍ମାଣ କରୁଥିବା ଠିକା କମ୍ପାନୀ ଯୋଗୁ ରାସ୍ତା ଖରାପ ହେଉଛି ଏବଂ ଏହାର ମରାମତି ପାଇଁ ଆମ୍ଭେ କମ୍ପାନୀକୁ ନିର୍ଦେଶ ଦେଇଛୁ।

All Right Reserved By

ଉପକୂଳ ଓଡିଶା

ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଚଢାଉ

ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଚଢାଉ

ଯାଜପୁର ଅଫିସ,୨୦ା୭-ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ମାଛ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ଫର୍ମାଲିନ ଅଛିକି ନାହିଁ ପରୀକ୍ଷା କରାଯିବ। ଏହି ଚଢାଉ ସମୟରେ ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତ, ଉପାଧ୍ୟକ୍ଷ ସୁବାସ ବଳ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟାସନଗର ସହର ଜଳମଗ୍ନ

ବ୍ୟାସନଗର ସହର ଜଳମଗ୍ନ

ଯାଜପୁର ରୋଡ,୨୦ା୭(ନି.ପ୍ର.)-ଲଘୁଚାପ ଜନିତ ବର୍ଷା ଫଳରେ ଶୁକ୍ରବାର ଯାଜପୁର ଜିଲା ବ୍ୟାସନଗର ଅଞ୍ଚଳରେ ବର୍ଷାଜଳ ନିଷ୍କାସିତ ହୋଇ ନପାରି ରାସ୍ତାରେ ଜମି ରହିଛି। ଫଳରେ ବ୍ୟାସନଗର ସହର ଜଳମଗ୍ନ ହୋଇଯାଇଛି।

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁର ଅଫିସ,୨୦ା୭-ଯାଜପୁର ଜିଲାରେ ଶୁକ୍ରବାର ପ୍ରବଳ ବର୍ଷା ହୋଇ ବନ୍ୟା ଆଶଙ୍କା ଦେଖା ଦେଇଛି। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ହାରାହାରି ୨୪.୩୦ମିମି ବର୍ଷା ରେକର୍ଡ କରାଯାଇଛି। ବୈତରଣୀ ନଦୀର ଜଳପତ୍ତନ ଆଖୁଆପଦା ଠାରେ ୧୬.୭୦ମିଟର ରହିଛି। ଏଠାରେ ବିପଦସଙ୍କୁଳ ୧୭.୮୩ମିଟର ପର୍ଯ୍ୟନ୍ତ ରଖାଯାଇଛି। ଫଳରେ ଯାଜପୁର,ବରୀ ଓ ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି।

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା

ଓଡ଼ଗାଁ, ୨୦।୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ମଶାବାରି ଗ୍ରାମର ଜିତେନ୍ଦ୍ର କୁମାର ସାହୁଙ୍କ ବିଦ୍ୟୁତ ସସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ପମ୍ପ ଘରେ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ସକାଳେ ସେ ବାରପୁରିକିଆଠାରେ ଥିବା ନିଜର ପମ୍ପ ହାଉସ୍‌ରେ କରେଣ୍ଟ ସଂସ୍ପର୍ଶରେ ଆସିଯାଇଥିଲେ। ଅଧଘଣ୍ଟାଯାଏ ପାଇପରେ ପାଣି ନ ଆସିବାରୁ ଅନ୍ୟମାନେ ପମ୍ପ ହାଉସକୁ ଯାଇଥିଲେ।

ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା

ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା

ଯାଜପୁର ରୋଡ, ୨୦।୭(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗରସ୍ଥିତ ପାଣିକୋଇଲିଠାରେ ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଗଣଧାରଣା ଦିଆଯାଇଛି।

ସ୍ବାସ୍ଥ୍ୟକେନ୍ଦ୍ର ନେବା ବାଟରେ ଜନ୍ମହେଲା ଶିଶୁ କନ୍ୟା

ସ୍ବାସ୍ଥ୍ୟକେନ୍ଦ୍ର ନେବା ବାଟରେ ଜନ୍ମହେଲା ଶିଶୁ କନ୍ୟା

ରାଜନଗର, ୨୦।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାଙ୍କୁଆଳ ଗ୍ରାମର ନିଗମାନନ୍ଦ ବେହେରାଙ୍କ ସ୍ତ୍ରୀ ସୌଦାମିନୀ ବେହେରାଙ୍କର ଶୁକ୍ରବାର ସକାଳେ ଗର୍ଭ ଯନ୍ତ୍ରଣା ହୋଇଥିଲା।

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ସୁକିନ୍ଦା, ୨୦।୭(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ବନ୍ଧଗାଁ ଗ୍ରାମରେ ହରିଣ ମାଂସ ବିକ୍ରି କରୁଥିବା ଅଭିଯୋଗରେ ସୁକିନ୍ଦା ବନାଞ୍ଚଳ ଅଧିକାରୀ ଶୁକ୍ରବାର ଜଣଙ୍କୁ ଗିରଫ କରିଛି।

ବଜ୍ରପାତରେ କୃଷକ ମୃତ

ବଜ୍ରପାତରେ କୃଷକ ମୃତ

ରାଜନଗର,୨୦।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୋପସାଗର ତଟବର୍ତ୍ତୀ ବ୍ରାହ୍ମଣସାହି ଗ୍ରାମର ଜଣେ ବ୍ୟକ୍ତି ଶୁକ୍ରବାର ସକାଳେ ହଳ କରିବାକୁ ଯାଉଥିବା ବେଳେ ବଜ୍ରପାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।

ମାନସିକତାର ପରିବର୍ତ୍ତନ ଲୋଡ଼ା

ଖଣ୍ଡପଡା,୨୦ା୭(ସ୍ବ.ପ୍ର.)-ସାମ୍ପ୍ରତିକ ସମାଜ ବିଷ ବଳୟ ମଧ୍ୟରେ ଗତି କରୁଛି। ସମସ୍ତ ପରିବେଶ ଆଜି ବର୍ଜ୍ୟବସ୍ତୁରେ ପରିପୂର୍ଣ୍ଣ। ବିଶେଷକରି ପଲିଥିନର ବହୁଳ ବ୍ୟବହାର ପରିବେଶକୁ ଅତ୍ୟଧିକ କ୍ଷତି ପହଞ୍ଚାଉଛି।

ରଣପୁରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ପ୍ରଦାନ ଦାବି

ରଣପୁର,୨୦ା୭ (ସ୍ବ.ପ୍ର.)- ରଣପୁର ସଂସ୍କୃତି ମଞ୍ଚ ତରଫରୁ ନୟାଗଡ ଜିଲାର ରଣପୁରକୁ ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି ବହୁଦିନ ଧରି ଦାବି ହୋଇଆସୁଛି।

ରଥଯାତ୍ରାରେ ହୋମିଓପାଥିକ୍‌ ଚିକିତ୍ସା ଶିବିର

ରଣପୁର,୨୦ା୭ (ସ୍ବ.ପ୍ର.)- ରଣପୁରଠାରେ ଶ୍ରୀଜୀଉମାନଙ୍କ ନଅ ଦିନ ବ୍ୟାପୀ ଘୋଷଯାତ୍ରା ପାଳନ ହେଉଥିବା ଅବସରରେ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ୩ ରଥର ଦକ୍ଷିଣ ମୋଡ଼ ହେଲା

ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ୩ ରଥର ଦକ୍ଷିଣ ମୋଡ଼ ହେଲା

ରଣପୁର, ୨୦ା୭ (ସ୍ବ.ପ୍ର.)- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଗୁରୁବାର ଷଷ୍ଠ ଦିବସରେ ରଣପୁର ବି.ସି. ହାଇସ୍କୁଲର ଛାତ୍ରମାନେ ରଥ ଖଳାରେ ଥିବା ତିନିରଥକୁ ଦକ୍ଷିଣ ମୋଡ କରିଛନ୍ତି।

Model This Week

ରୂପେଶ