ଉପକୂଳ ଓଡିଶା

ସିକ୍ୟୁରିଟି ଗାର୍ଡ ମୃତ: କ୍ଷତିପୂରଣ ଦାବିରେ ଧାରଣା

ସିକ୍ୟୁରିଟି ଗାର୍ଡ ମୃତ: କ୍ଷତିପୂରଣ ଦାବିରେ ଧାରଣା

ପାରାଦୀପ, ୨୦।୧୨(ସ୍ବ.ପ୍ର.): ପାରାଦୀପ ତୈଳବିଶୋଧନାଗାର ନିଷିଦ୍ଧାଞ୍ଚଳର ୪ ନମ୍ବର ଗେଟ ପାଖରେ ମଙ୍ଗଳବାର ମଧ୍ୟରାତ୍ରରେ ଜଣେ ଘରୋଇ ସୁରକ୍ଷାକର୍ମୀଙ୍କ ଅସ୍ବଭାବିକ ମୃତ୍ୟୁ ଘଟିଛି। ସେ ହେଲେ କୁଜଙ୍ଗ ଥାନା ଅନ୍ତର୍ଗତ ସମାଗୋଳର ନିତ୍ୟାନନ୍ଦ ପରିଡା(୫୫)। କ୍ଷତିପୂରଣ ଦାବିରେ ବୁଧବାର ସକାଳୁ ସମାଗୋଳ ଗ୍ରାମବାସୀ ବିଶୋଧନାଗାର ୪ ନମ୍ବର ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ନିତ୍ୟାନନ୍ଦ ରାତି ଡ୍ୟୁଟିରେ ଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସହକର୍ମୀମାନେ ତାଙ୍କୁ ଆଇଏସିଏଲ୍‌ ଟାଉନ୍‌ସିପ୍‌ରେ ଥିବା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପରିବାର ଲୋକେ ମୃତଦେହ ନେବାକୁ ମନା କରିଦେଇଛନ୍ତି। ଘଟଣାସ୍ଥଳରେ ଅଭୟଚାନ୍ଦପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

All Right Reserved By

Model This Week

Model This Week

ଉପକୂଳ ଓଡିଶା

ସଡ଼କ ଦୁର୍ଘଟଣାରେ ଯାଜପୁର ବିଜେଡି ଜିଲା ପରିଷଦ ସଦସ୍ୟ ମୃତ

ସଡ଼କ ଦୁର୍ଘଟଣାରେ ଯାଜପୁର ବିଜେଡି ଜିଲା ପରିଷଦ ସଦସ୍ୟ ମୃତ

ଯାଜପୁର ରୋଡ,୨୬।୪: ଯାଜପୁର ରୋଡ ଚୋରଦା କଣ୍ଟଗଡିଆ ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁରର ବିଜେଡି ଜିଲା ପରିଷଦ ସଦସ୍ୟ ଭାଗବତ ପ୍ରସାଦ ମିଶ୍ର। ଭାଗବତ ଜିଲାର ୩୦ନଂ ଜୋନର ଜିଲା ପରିଷଦ ସଦସ୍ୟ ଥିଲେ।

ଅଗ୍ନିକାଣ୍ଡରେ ୪ ପରିବାରର ୬ ବଖରା ଧ୍ୱଂସ

ଅଗ୍ନିକାଣ୍ଡରେ ୪ ପରିବାରର ୬ ବଖରା ଧ୍ୱଂସ

ନୟାଗଡ ଅଫିସ, ୨୬।୪: ନୟାଗଡ ଏନ୍‌ଏସି ପୁରୁଣା ସହରଠାରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୬ ବଖରା ଘର ଧ୍ୱଂସ ହୋଇଯାଇଛି। ବିପନ୍ନ କିଷାନ ଓ ଅଶୋକଙ୍କ ଦୁଇ ବଖରା ଲେଖାଏ ପୋଡି ଯାଇଥିବା ବେଳେ ଲକ୍ଷ୍ମୀ ନାରାୟଣ ଓ ଚୈତନ୍ୟଙ୍କ ଗୋଟିଏ ଲେଖାଏ ଘର ପୋଡି ଯାଇଛି।

ସାମନ୍ତରାପୁର-ରାଉତରାପୁର ପୋଲ ନିର୍ମାଣ ନେଇ ଅନିଶ୍ଚିତତା

ସାମନ୍ତରାପୁର-ରାଉତରାପୁର ପୋଲ ନିର୍ମାଣ ନେଇ ଅନିଶ୍ଚିତତା

ରସୁଲପୁର,୨୬।୪(ଡି.ଏନ୍‌.ଏ.) ରସୁଲପୁର ବ୍ଲକ ଅଧିନସ୍ଥ ବ୍ରାହ୍ମଣୀ ନଦୀ ଉପରେ ସାମନ୍ତରାପୁର-ରାଉତରାପୁର ପଞ୍ଚାୟତକୁ ପୋଲ ସଂଯୋଗ ହେବା ନେଇ ଅନିଶ୍ଚିତତା ଜାରି ରହିଛି। କେବେ ଏହି ପୋଲି ନିର୍ମାଣ ହେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଗଡ଼ଜିତ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା

ଗଡ଼ଜିତ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା

ବାଲିଚନ୍ଦ୍ରପୁର,୨୬।୪(ସ୍ବ.ପ୍ର.) ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଅଚ୍ୟୁତ ବସନ୍ତ ଗ୍ରାମପଞ୍ଚାୟତରେ ଥିବା ଗଡ଼ଜିତ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଓ ଅର୍ଥ ହଡ଼ପ ଅଭିଯୋଗ ହୋଇଛି। ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟ ସମ୍ମୁଖରେ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ: ୮୦ବର୍ଷ ବୟସରେ ନଡିଆ ଗଛରେ ଚଢି ଆଣୁଛନ୍ତି ପାରିଶ୍ରମିକ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ: ୮୦ବର୍ଷ ବୟସରେ ନଡିଆ ଗଛରେ ଚଢି ଆଣୁଛନ୍ତି ପାରିଶ୍ରମିକ

ନିରାକାରପୁର,୨୫ା୪(ଡି.ଏନ.ଏ.)-ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟ ଆଉ ବୟସ। ୮୦ବର୍ଷ ବୟସରେ ଉଚ୍ଚା ଉଚ୍ଚା ନଡିଆ, ତାଳ ଗଛରେ ଚଢି ତାଳ,ନଡିଆ ତୋଳି ଯାହା ପାରିଶ୍ରମିକ ପାଆନ୍ତି ସେଥିରେ ତାଙ୍କର ପାଞ୍ଚ ପ୍ରାଣୀ କୁଟୁମ୍ଭ ଚଳାନ୍ତି। ଏପରି ଦୃଢମନୋବଳ ରଖିଥିବା ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଡ଼ିଆ ପଞ୍ଚାୟତ ଡ଼ିଆ ଗ୍ରାମର ବୈରାଗୀ ସାହୁ।

ସିଲାବସ୍‌ ବାହାରୁ ପ୍ରଶ୍ନ ପଡିବା ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ସିଲାବସ୍‌ ବାହାରୁ ପ୍ରଶ୍ନ ପଡିବା ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ନୟାଗଡ ଅଫିସ,୨୫ା୪- ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ଯୁକ୍ତ ୩ ଅର୍ଥନୀତି ଅନର୍ସ ପରୀକ୍ଷା ଥିଲା। ଏଥିରେ ସିଲାବସ୍‌ ବାହାରୁ ପ୍ରଶ୍ନ ପଡିଥିବାରୁ ଏହାର ପ୍ରତିବାଦରେ ଛାତ୍ରୀଛାତ୍ର କଲେଜ ଆଗରେ ଧାରଣା ଦେଇଥିଲେ।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

କେନ୍ଦ୍ରାପଡ଼ା ଅଫିସ, ୨୫।୪- ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ଏକ ସଚେତନତା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ର ଚିକିତ୍ସାଧିକାରୀ ଡା. ବୈଷ୍ଣବ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନଚଷ୍ଠିତ ଏହି ସଭାରେ ଜିଲାରେ ମ୍ୟାଲେରିଆ ରୋଗର ପ୍ରଭାବ, କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଥିଲା।

ଜିଲା କଂଗ୍ରେସର ପ୍ରତିବାଦ ସଭା

ଜିଲା କଂଗ୍ରେସର ପ୍ରତିବାଦ ସଭା

କେନ୍ଦ୍ରାପଡ଼ା ଅଫିସ, ୨୫।୪- ତେଲ ଦର ବୃଦ୍ଧି ଓ ଦେଶର ସାମ୍ବିଧାନିକ ବ୍ୟବସ୍ଥା ଭୁଷୁଡ଼ି ଥିବା ଅଭିଯୋଗରେ ଜିଲା କଂଗେସ ପକ୍ଷରୁ ଏକ ପ୍ରତିବାଦ ସଭା ଜିଳାପାଳଙ୍କ କାର୍ଯ୍ୟାଳୟ ଆଗରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ସୈମେନ୍ଦ୍ର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଏହି ସଭାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦଳୀୟ ନେତା ଓ କର୍ମୀ ସମାଲୋଚନା କରିଥିଲେ।

ଡେରାବିଶ: ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଡେରାବିଶ: ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଡେରାବିଶ,୨୫।୪(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାପାଳ ରେଘୁଜୀଙ୍କ ନିର୍ଦ୍ଦେଶ କ୍ରମେ ଡେରାବିଶ ତହସିଲ ଅଧୀନ ଛତାଠାରେ ଥିବା ସରକାରୀ ଜମିରୁ ବୁଧବାର ଜବରଦଖଲ ଉଚ୍ଛେଦ କରାଯାଇଛି। ତହସିଲଦାର କାହ୍ନୁଚରଣ ଲେଙ୍କାଙ୍କ ଉପସ୍ଥିତିରେ ଉକ୍ତ ଜମିରେ ନିର୍ମିତ ଘରଗୁଡିକୁ ଭଙ୍ଗାଯାଇଛି।

ସାଲେପୁର ମହୋତ୍ସବ, ଉତ୍କଳ ଦିବସ ପାଳିତ

ସାଲେପୁର ମହୋତ୍ସବ, ଉତ୍କଳ ଦିବସ ପାଳିତ

ସାଲେପୁର,୨୫।୪(ଡି.ଏନ୍‌.ଏ.): ସ୍ଥାନୀୟ ହାଇସ୍କୁଲ ପଡିଆରେ ବୁଧବାର ୪ ଦିନ ବ୍ୟାପି ସାଲେପୁର ମହୋତ୍ସବ ଓ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସାଲେପୁର ମଧୁଜୟନ୍ତୀ କମିଟିର ସଭାପତି ତଥା ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଜଗତ୍‌ସିଂହପୁର ଅଫିସ,୨୫।୪: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତ ବୁଧବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପଞ୍ଚାୟତବାସୀଙ୍କ ସମସ୍ୟା ବୁଝିଥିଲେ।

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଯାଜପୁର ରୋଡ,୨୫।୪(ନି.ପ୍ର.): ଯାଜପୁର ରୋଡ ପୋଲିସ ଓ ଯାଜପୁର ରୋଡ ଟ୍ରକ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ପୁରୁଣା ଥାନା ପରିସରରେ ବୁଧବାର ୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।