ବ୍ରହ୍ମପୁର

ଜିଲାପାଳ, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଜିଲାପାଳ, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଖଲ୍ଲିକୋଟ, ୨୦।୧୨ (ଡି.ଏନ୍‌.ଏ.)- ଖଲ୍ଲିକୋଟ ବ୍ଲକ କହ୍ନେଇପୁର ଗ୍ରାମପଞ୍ଚାୟତର କନ୍ଦିଗାଁରେ ଏକ ନୂତନ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ବ୍ଲକ ତରଫରୁ କାର୍ଯ୍ୟାଦେଶ ମିଳିଥିଲା। ଯେଉଁ ଜମିରେ ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ କରାଯାଉଛି ତାହାକୁ ସେହି ଗ୍ରାମର କେତେଜଣ ଦଳିତ ପରିବାର ସେମାନଙ୍କ ନିଜସ୍ବ ଜମି ବୋଲି ଦାବି କରି ଆସୁଛନ୍ତି। ଫଳରେ ସେମାନଙ୍କ ସହ ଗ୍ରାମବାସୀଙ୍କ ବିବାଦ ଦେଖା ଦେଇଥିଲା। କିଛିମାସ ପୂର୍ବେ ଏନେଇ ଖଲ୍ଲିକୋଟ ଥାନାରେ ଉଭୟଙ୍କ ତରଫରୁ ଏତଲା ମଧ୍ୟ ହୋଇଥିଲା। ସେଠାରେ ଉଭୟ ପକ୍ଷ ଏକ ଚୁକ୍ତିନାମାରେ ରାଜସ୍ବ ବିଭାଗ ଦ୍ୱାରା ଡିମାର୍କେସନ କରିବାକୁ ସ୍ଥିର ହୋଇଥିଲା। ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରା ସୀମା ନିର୍ଦ୍ଧାରଣ ପରେ ଦଳିତ ପରିବାର ଏଥିରେ ସନ୍ତୁଷ୍ଠ ହୋଇନଥିଲେ ଏବଂ କୋର୍ଟର ଆଶ୍ରୟ ନେଇଥିଲେ। ଦୀର୍ଘଦିନ ହେବ ଏହି ଗୃହ ନିର୍ମାଣ କାମ ଅଟକି ରହିଥିଲା। ମାତ୍ର ବୁଧବାର କୌଣସି କାରଣରୁ ଗ୍ରାମବାସୀ ଓ ଦଳିତ ପରିବାର ମଧ୍ୟରେ ଗଣ୍ଡଗୋଳ ହେବାରୁ ଖଲ୍ଲିକୋଟ ଥାନାରେ ଉଭୟଙ୍କ ପକ୍ଷରୁ ଏତାଲା ହୋଇଛି। ଏ ନେଇ ଗ୍ରାମ ସଭାପତି ରବୀନ୍ଦ୍ର ନାୟକଙ୍କ ନେତୃତ୍ୱରେ ଗ୍ରାମବାସୀ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣକୁ ବିରୋଧ କରିବା ଏବଂ କିଛି ବ୍ୟକ୍ତିଙ୍କ ବିରୋଧରେ ମିଥ୍ୟାକେସ୍‌ କରି ଉକ୍ତ ପରିବାର ବିଶୃଙ୍ଖଳା ସୃଷ୍ଟି କରୁଥିବା ନେଇ ଗଞ୍ଜାମ ଜିଲାପାଳ ଓ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଜିଲାପାଳ, ଏସ୍‌ପି ଖଲ୍ଲିକୋଟ ତହସିଲଦାର, ଥାନା ଅଧିକାରୀ ଓ ବିଡ଼ିଓ ଏହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାର ପ୍ରକାଶ।
All Right Reserved By

ବ୍ରହ୍ମପୁର

ଆସିକା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆସିକା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆସିକା, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକାରେ ତିତ୍‌ଲି ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଅଞ୍ଚଳକୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ। 

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଗଞ୍ଜାମ, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ବଡବଜାରରେ ଗଜଲକ୍ଷ୍ମୀ ପୂଜା ନିମନ୍ତେ ବୁଧବାର ରାତିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ା ବ୍ୟବସାୟୀ ସଂଘ ପକ୍ଷରୁ ଏହା ଆୟୋଜନ କରାଯାଉଛି । ଏହି ପୂଜା ୯ ଦିନ ଧରି ଚାଲିବ ।

ପାଣିରେ ବୁଡି ଦିବ୍ୟାଙ୍ଗଙ୍କ ମୃତ୍ୟୁ

ପାଣିରେ ବୁଡି ଦିବ୍ୟାଙ୍ଗଙ୍କ ମୃତ୍ୟୁ

ଭଞ୍ଜନଗର, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ନଡା ଗ୍ରାମର ଜଣେ ଦିବ୍ୟାଙ୍ଗଙ୍କର ଗୁରୁବାର ପାଣିରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିିଛି।

ତିତ୍‌ଲି ସହାୟତା ରାଶି ପାଇଁ ଲୋକଙ୍କ ଧାଡି

ତିତ୍‌ଲି ସହାୟତା ରାଶି ପାଇଁ ଲୋକଙ୍କ ଧାଡି

ଚନ୍ଦ୍ରଗିରି, ୧୮ା୧୦(ଡି.ଏନ.ଏ.)-ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରେ ତିତ୍‌ଲି ବାତ୍ୟାରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଲୋକେ ଏବେବି ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଛନ୍ତି। 

ବୁଗୁଡାରେ ଦୁର୍ଗାପୂଜା

ବୁଗୁଡାରେ ଦୁର୍ଗାପୂଜା

ବୁଗୁଡା, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ବୁଗୁଡା ଅଞ୍ଚଳରେ  ଦୁର୍ଗାପୂଜା ଜାକଜମକରେ ପାଳନ କରାଯାଉଛି। ବୁଗୁଡା ସହର ନୂତନ ବସ୍‌ଷ୍ଟାଣ୍ଡ, ମଦନମୋହନ ଛକ, ବିଦ୍ୟୁତ୍‌ କାର୍ଯ୍ୟାୟରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି । ଗୁରୁବାର ନବମୀ ପୂଜା ହେଉଥିବା ବେଳେ ଶୁକ୍ରବାର ଦଶମୀ ପୂଜା ଅନୁଷ୍ଠିତ ହେବ  । ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।

ବ୍ରାହ୍ମଣଛାଇରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ବ୍ରାହ୍ମଣଛାଇରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଶେରଗଡ, ୧୮ା୧୦(ଡି.ଏନ.ଏ.)- ଗଞ୍ଜାମ ଜିଲା ଶେରଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଛାଇରେ ବୁଧବାର ସନ୍ଧ୍ୟାରୁ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା ା

ଗୁଡିସର ଗ୍ରାମରେ ରିଲିଫ୍‌ ବଣ୍ଟନ

ଗୁଡିସର ଗ୍ରାମରେ ରିଲିଫ୍‌ ବଣ୍ଟନ

ଶେରଗଡ, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଶେରଗଡ ବ୍ଲକ ଅନ୍ତର୍ଗତ ଗୁଡିସର ଗ୍ରାମ ତିତ୍‌ଲି ବାତ୍ୟା ଓ ପରବର୍ତ୍ତୀ ସମୟରେ ହୋଇଥିବା ବନ୍ୟାରେ ବହୁ କ୍ଷତି ହୋଇଥିଲା ା

ଦୁର୍ଗାପୂଜା ପାଇଁ ରାଇକିଆ ଚଳଚଞ୍ଚଳ

ଦୁର୍ଗାପୂଜା ପାଇଁ ରାଇକିଆ ଚଳଚଞ୍ଚଳ

ରାଇକିଆ, ୧୮ା୧୦(ଡି.ଏନ.ଏ.)- କନ୍ଧମାଳ ଜିଲା ରାଇକିଆ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ା ପୂଜା କମିଟି ତରଫରୁ ମୁଖ୍ୟ ବଜାର ଛକରେ ଜାକଜକମର ଆୟୋଜନ କରାଯାଇଛି ା 

ମାଡ଼ ମାରି ମା’, ବାପାଙ୍କୁ ଘରୁ ବାହାର କଲେ ପୁଅ

ମାଡ଼ ମାରି ମା’, ବାପାଙ୍କୁ ଘରୁ ବାହାର କଲେ ପୁଅ

ଦାରିଙ୍ଗବାଡ଼ି,୧୮।୧୦,(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି  ବ୍ଲକ ସୋନପୁର ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି ା ଜଣେ ପୁଅ ନିଶାସକ୍ତ ଅବସ୍ଥାରେ ତାଙ୍କ ମା’ ବାପାଙ୍କୁ ଭିଷଣ ମାଡ଼ ମାରିବା ସହ ଘରୁ ବାହାର କରି ଦେଇଛନ୍ତି ା

ଗରମପାଣି ଢାଳି ହୋଇ ମହିଳା ଗୁରୁତର

ଗରମପାଣି ଢାଳି ହୋଇ ମହିଳା ଗୁରୁତର

ଦିଗପହଣ୍ଡି, ୧୮ା୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଆଙ୍କୋରୋଡା ପଞ୍ଚାୟତ ରାଜପୁର ଗ୍ରାମରେ ଗୁରୁବାର ଗରମପାଣି ଢାଳି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। 

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଆସିକା ଗସ୍ତ

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଆସିକା ଗସ୍ତ

ଆସିକା, ୧୮ା୧୦(ଡି.ଏନ.ଏ.)-ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ପୂର୍ବାହ୍ନରେ ଆସିକା ବନ୍ୟାଞ୍ଚଳ ପରିଦର୍ଶନରେ ଆସିଥିଲେ।

ଭଞ୍ଜ ସଙ୍ଗୀତ ଆସର

ଭଞ୍ଜ ସଙ୍ଗୀତ ଆସର

ଭଞ୍ଜନଗର,୧୮।୧୦(ଡି.ଏନ୍‌.ଏ.-ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ପୋଲସରା ନିକଟସ୍ଥ ଗୁଡ଼ିଆପଲ୍ଲୀଠାରେ ବୁଧବାର ସନ୍ଧ୍ୟାରେ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଗୁରୁ ରଙ୍କନିଧି ବେହେରା ଉଦ୍ଘାଟନ କରିଥିଲେ ।