ବ୍ରହ୍ମପୁର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ : ୱେବସାଇଟ୍‌ ହ୍ୟାକକୁ ନେଇ ଗୁଜବ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ : ୱେବସାଇଟ୍‌ ହ୍ୟାକକୁ ନେଇ ଗୁଜବ

ବ୍ରହ୍ମପୁର ଅଫିସ,୨୦।୧୨- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ ହ୍ୟାକ କରାଯାଇଛି। ଏଭଳି ଏକ ଖବର ମଙ୍ଗଳବାର ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମହଲରେ ଆଲୋଡନ ସୃଷ୍ଟି କରିଥିଲା। କିନ୍ତୁ ଏହି ଖବର ଏକ ଗୁଜବ ବୋଲି ବୁଧବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏ ସମ୍ବନ୍ଧରେ ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ କହିଛନ୍ତି, ଆସନ୍ତା ୨୪ତାରିଖରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୟୁରେଟ ପରୀକ୍ଷା ହେବ। ଏହି ପରୀକ୍ଷା ପାଇଁ ଅନ୍‌ଲାଇନ୍‌ରେ ଆବେଦନର ସମୟସୀମା ଚଳିତମାସ ୧୫ ତାରିଖରେ ଶେଷ ହୋଇଥିବା ବେଳେ ୧୬ ତାରିଖରେ ୧୪୦୦ ଛାତ୍ରୀଛାତ୍ର ନିଜର ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ଦାଖଲ କରିଛନ୍ତି। ତେବେ କୌଣସି ଟେକ୍ନିକାଲ ସମସ୍ୟା କାରଣରୁ ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟରେ ପରୀକ୍ଷା ଓ ନାମାଲେଖା କାର୍ଯ୍ୟ କରୁଥିବା ଏନ୍‌ଆଇସି(ନ୍ୟାଶନାଲ ଇନଫର୍ମମେଟିକ ସେଣ୍ଟର) ପକ୍ଷରୁ ଭୁଲ୍‌ବଶତଃ ୧୩ ତାରିଖରୁ ୩୦ ତାରିଖ ମଧ୍ୟରେ ପରୀକ୍ଷାର ଆଡ୍‌ମିଟ କାର୍ଡ ଡାଉନଲୋଡ କରାଯିବା ନେଇ କିଛି ବିଭାଗର ଛାତ୍ରୀଛାତ୍ରଙ୍କୁ ମେସେଜ ଯାଇଛି। ଏହାକୁ ନେଇ ମଙ୍ଗଳବାର ପ୍ରଚାର ହୋଇଯାଇଥିଲା। ଏ ସମ୍ବନ୍ଧରେ ବୁଧବାର ଏନଆଇସି ଅଧିକାରୀଙ୍କ ସହ ଆଲୋଚନା କରାଯିବା ପରେ ଟେକ୍ନିକାଲ ସମସ୍ୟା ଯୋଗୁ ଏଭଳି ମେସେଜ କେବଳ ମ୍ୟାନେଜମେଣ୍ଟ, ମେରାଇନ ସାଇନ୍ସ, ଅର୍ଥନୀତି, ରାଜନୀତି ବିଜ୍ଞାନ, ଇଲେକ୍ଟ୍ରିକାଲ ସାଇନ୍ସ, ବାଣିଜ୍ୟ ବିଭାଗ ଭଳି କିଛି ବିଭାଗର ଛାତ୍ରୀଛାତ୍ରଙ୍କ ନିକଟକୁ ଯାଇଥିବା ଜଣାପଡିଛି। ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ ହ୍ୟାକ୍‌ ହେବା ଘଟଣା ସମ୍ପୂର୍ଣ୍ଣ ଗୁଜବ। ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞାପନ ଅନୁଯାୟୀ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଆଡ୍‌ମିଟ କାର୍ଡ ଡାଉନଲୋଡ କରିବେ। ଅନ୍ୟପକ୍ଷରେ ଆଡ୍‌ମିଟ କାର୍ଡ ଡାଉନଲୋଡ କରିପାରି ନ ଥିବା ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା ଦିନ ବିଶ୍ୱବିଦ୍ୟାଳୟରେ ଅଫ୍‌ଲାଇନ୍‌ରେ ଆଡମିଟକାର୍ଡ ପ୍ରଦାନ କରାଯିବା ବ୍ୟବସ୍ଥା ମଧ୍ୟ କରାଯାଇଥିବା ଚେୟାରମ୍ୟାନ ପ୍ରଫେସର ପଟ୍ଟନାୟକ କହିଛନ୍ତି। ଏନଆଇସି ପକ୍ଷରୁ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ ସମସ୍ତ ଛାତ୍ରୀଛାତ୍ରଙ୍କୁ ପୁନଃ ମେସେଜ ପଠାଯାଇଥିବା ସୂଚନା ମିଳିଛି।

All Right Reserved By

Model This Week

ନିକିତା

ବ୍ରହ୍ମପୁର

କୃଷକ ସମ୍ପର୍କ ମେଳା

କୃଷକ ସମ୍ପର୍କ ମେଳା

ଶେରଗଡ,୨୦।୪(ଡି,ଏନ୍‌.ଏ.): ଶେରଗଡ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା ଧନନ୍ତର ସ୍ଥିତ ନାଥେଶ୍ୱର ପୀଠରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ବ୍ୟାଙ୍କ ଡକାୟତି ଉଦ୍ୟମ ବିଫଳ

ବ୍ୟାଙ୍କ ଡକାୟତି ଉଦ୍ୟମ ବିଫଳ

ବ୍ରହ୍ମପୁର ଅଫିସ,୨୦।୪: ବ୍ରହ୍ମପୁର ଗଜପତିନଗର ଛକ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଡିବି ଖୋଡାସିଙ୍ଗି ଶାଖାରେ ଡକାୟତି ଉଦ୍ୟମ। ବ୍ୟାଙ୍କ ଲକର ଭାଙ୍ଗି ଗୁରୁବାର ରାତିରେ ଡକାୟତି ଉଦ୍ୟମ କରିଥିଲେ ସୁଦ୍ଧା ଏଥିରେ ସେମାନେ ବିଫଳ ହୋଇଛନ୍ତି।

ବୃଦ୍ଧାଙ୍କ ବେକରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ବୃଦ୍ଧାଙ୍କ ବେକରୁ ସୁନାହାର ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି। କେତେଜଣ ଦୁର୍ବୃତ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ କାମାରାଜୁ ଗୌଡଙ୍କ ଘରେ ପଶିଥିଲେ।

ବାଲି ଖାଦାନ ଉପରେ ଚଢାଉ: ୬ଟ୍ରକ୍‌ ଜବତ, ୫ ଗିରଫ

ବାଲି ଖାଦାନ ଉପରେ ଚଢାଉ: ୬ଟ୍ରକ୍‌ ଜବତ, ୫ ଗିରଫ

ବ୍ରହ୍ମପୁର ଅଫିସ,୨୦।୪: ରାତି ଅଧିଆ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ବାଲି ଖାଦାନ ଉପରେ ଚଢ଼ାଉ କରାଯାଇଛି।

ବଳାତ୍କାରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିକ୍ଷୋଭ ସମାବେଷ

ବଳାତ୍କାରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିକ୍ଷୋଭ ସମାବେଷ

ବ୍ରହ୍ମପୁର ଅଫିସ, ୨୦।୪: ଅସୀମା ବଳାତ୍କାର ଘଟଣା ସମେତ ଦେଶରେ ବିଗତ କିଛି ଦିନ ହେବ ହୋଇଥିବା ସମସ୍ତ ବଳାତ୍କାରୀ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଶୁକ୍ରବାର ଡିଏସ୍‌ଓ ପକ୍ଷରୁ ବ୍ରହ୍ମପୁର ଖଲିକୋଟ କଲେଜ ସମ୍ମୁଖରେ ବିକ୍ଷୋବ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ବ୍ରହ୍ମପୁର ଅଫିସ,୨୦।୪:ଓଡିଶାରେ ଦେବୀ ନଦୀ ମୁହାଣ, ଗହୀରମଥା ଓ ଋଷିକୁଲ୍ୟା ମୁହାଣ କଇଁଛଙ୍କ ଅଣ୍ଡାଦାନର ପ୍ରକୃଷ୍ଟ ସ୍ଥାନ ହୋଇଥିବା ବେଳେ ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣ ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଉପଯୁକ୍ତ ସ୍ଥାନ ହୋଇଛି। ତେଣୁ ଚଳିତବର୍ଷ ଏଠାରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ମାତ୍ରାଧିକଭାବେ ବୃଦ୍ଧି ପାଇଛି। ସାଧାରଣତଃ ଫେବୃୟାରୀ ମାସରେ କଇଁଛଙ୍କ ଅଣ୍ଡାଦାନ ସମୟ ରହିଥିବା ବେଳେ ଏବେ ଋଷିକୁଲ୍ୟା ମୁହାଣରେ ହଜାର ହଜାର ସଂଖ୍ୟାର କଇଁଛ ଅଣ୍ଡାଦାନ ପାଇଁ ପହଞ୍ଚୁଛନ୍ତି। ଯାହା ରାଜ୍ୟରେ ଏପରି ଘଟଣା ରେକର୍ଡ ବୋଲି କୁହାଯାଉଛି।

ଯୁଗ୍ମ ସଚିବ, ମତ୍ସ୍ୟ  ନିର୍ଦ୍ଦେଶକଙ୍କ ହୁମ୍ମା ଶୁଖୁଆହାଟ ପରିଦର୍ଶନ

ଯୁଗ୍ମ ସଚିବ, ମତ୍ସ୍ୟ ନିର୍ଦ୍ଦେଶକଙ୍କ ହୁମ୍ମା ଶୁଖୁଆହାଟ ପରିଦର୍ଶନ

ଗଞ୍ଜାମ,୧୯।୪(ଡି.ଏନ.ଏ.)- ଗଞ୍ଜାମ ଜିଲାର ହୁମ୍ମା ଶୁଖୁଆ ହାଟ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲା । ଏନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବିଭିନ୍ନ ସମୟରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ। ସ୍ଥାନୀୟ ବିଧାୟକ ଡ଼ା. ପ୍ରିୟାଂଶୁ ପ୍ରଧାନ ମଧ୍ୟ ହୁମ୍ମା ଶୁଖୁଆ ହାଟର ଉନ୍ନତୀକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗୁରୁବାର ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ସେନାପତି ଏବଂ ଯୁଗ୍ମ ସଚିବ ଶିବ ନାରାୟଣ ସାହୁ ହୁମ୍ମା ଶୁଖୁଆ ହାଟରେ ପହଞ୍ଚତ୍ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ। ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ (ଆଇସିଜେଡ୍‌ଏମ୍‌ପି) ବା ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ଦ୍ୱାରା ହୁମ୍ମା ଶୁଖୁଆ ହାଟର ଉନ୍ନତୀକରଣ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସଚିିବ ସାହୁ ସୂଚନା ଦେଇଛନ୍ତି ।

୭ ବଖରା ଜଳିଗଲା

ଶଙ୍କରାଖୋଲ,୧୯।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତର ଅଟ୍ଟାଙ୍ଗୀ ଗ୍ରାମରେ ଗୁରୁବାର ଦିନ ପ୍ରାୟ ଗୋଟାଏରେ ନିଅଁା ଲାଗି ୭ ବଖରା ପୋଡି ଯାଇଛି। ପଞ୍ଚାନନ ମଲିକ, ସୁଶାନ୍ତ ମଲିକ, ରବିନା ମଲିକଙ୍କର ୨ ବଖରା ଲେଖାଏଁ ଓ କୌଶଲ୍ୟା ମଲିକଙ୍କର ଗୋଟିଏ ବଖରା ପୋଡି ପାଉଁଶ ହୋଇଯାଇଛି। ଚକାପାଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ସମସ୍ତ ଘର ପୋଡି ଯାଇଥିଲା। ଚକାପାଦ ଅତିରିକ୍ତ ତହସିଲଦାର ତପନ ମହାପାତ୍ର, ବ୍ରାହ୍ମଣପାଦ ସରପଞ୍ଚ ଚମ୍ପସ୍ବିନୀ ମଲିକ, ଆର୍‌ଆଇ ପ୍ରଶାନ୍ତ କୁମାର ମହାପାତ୍ର ପହଞ୍ଚତ୍ ବିପନ୍ନଙ୍କୁ ଚୁଡା, ଚିନି, ପଲିଥିନ ଓ ଲୁଗାପଟା ପ୍ରଦାନ କରିଥିଲେ। ବିପନ୍ନମାନେ ବିପିଏଲ ପରିବାରର ହୋଇଥିବାରୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାଧାରଣରେଦାବି ହେଉଛି।

ରାଜ୍ୟ ଜଳ ପରିମଳ ଅଧୀକ୍ଷଣ ଯନ୍ତ୍ରୀଙ୍କ ଶେରଗଡ଼ ଗସ୍ତ

ରାଜ୍ୟ ଜଳ ପରିମଳ ଅଧୀକ୍ଷଣ ଯନ୍ତ୍ରୀଙ୍କ ଶେରଗଡ଼ ଗସ୍ତ

ଶେରଗଡ,୧୯।୪ (ଡି.ଏନ୍‌.ଏ.)- ଶେରଗଡ ବ୍ଲକକୁ ରାଜ୍ୟ ଜଳ ପରିମଳ ମିଶନର ଅଧୀକ୍ଷଣ ଯନ୍ତ୍ରୀ ଅଭୟ ବିଶ୍ୱାଳ ପରିଦର୍ଶନରେ ଆସି ବ୍ଲକର ବିଭିନ୍ନ ଗ୍ରାମର ପାନୀୟଜଳ ପ୍ରକଳ୍ପ ବୁଲି ଦେଖିଛନ୍ତି। ପରିଦର୍ଶନ ସମୟରେ ବ୍ଲକର ନରେନ୍ଦ୍ରପୁର, କୁରୁଳା, ପଥରପୁଞ୍ଜି, ଗୋବିନ୍ଦପୁର, ଗୋଠଗାଁରେ ନିର୍ମାଣ ହୋଇଥିବା ପାଇଖାନା ଦେଖିଥିଲେ।

ଏତଲାକାରୀଙ୍କୁ ଥାନାରେ ମାଡ଼ ଅଭିଯୋଗ:କାର୍ଯ୍ୟାନୁଷ୍ଠାନ ଦାବି କଲା ଓକିଲ ସଂଘ

ପାଟପୁର,୧୯।୪(ଡି.ଏନ.ଏ.)-ପାଟପୁର ଥାନା ସେକେଣ୍ଡ ଅଫିସର ଜଣେ ଏତଲାକାରିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ଦିଗପହଣ୍ଡି ଓକିଲ ସଂଘ ପକ୍ଷରୁ ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୧୯।୪(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଦେଉଳ ପୋଖରୀରୁ ଗୁରୁବାର ପ୍ରାୟ ଅପରାହ୍ନ ୪ଟାରେ ଜଣେ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସିଦ୍ଧେଶ୍ୱର ଗ୍ରାମ ଚାଉଳିଆ ସାହିର ପରିବା ବ୍ୟବସାୟୀ ବୁଲୁ ସାହୁଙ୍କ କନ୍ୟା ମାମାଲି (୬)। ସେ ପ୍ରଥମ ଶ୍ରେଣୀରେ ପଢ଼ୁଥିଲେ। ମଧ୍ୟାହ୍ନରେ ଘର ନିକଟ ପୋଖରୀକୁ ସେ ଶୌଚ ପାଇଁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମାମାଲିଙ୍କ ସନ୍ଧାନ ମିଳି ନ ଥିଲା। ସମ୍ପର୍କୀୟ ଲୋକେ ପୋଖରୀରେ ପଶି ଖୋଜିବାରୁ ମୃତଦେହ ମିଳିଥିଲା।

ମେଡିକାଲ କଲୋନୀରେ ପାନୀୟଜଳ ସଙ୍କଟ: ବିଡିଓଙ୍କୁ ଅଭିଯୋଗ କଲେ କର୍ମଚାରୀ

ମେଡିକାଲ କଲୋନୀରେ ପାନୀୟଜଳ ସଙ୍କଟ: ବିଡିଓଙ୍କୁ ଅଭିଯୋଗ କଲେ କର୍ମଚାରୀ

ତୁମୁଡିବନ୍ଧ,୧୯।୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ତୁମୁଡିବନ୍ଧ ମେଡିକାଲ କଲୋନୀରେ ପାନୀୟଜଳର ଘୋର ଅଭାବ ଦେଖା ଦେଇଛି। କଲୋନୀରେ ରହୁଥିବା କର୍ମଚାରୀମାନେ ଗୁରୁବାର ପୂର୍ବାହ୍ନ ସାଢେ ୧୧ଟାରେ ବିଡିଓଙ୍କୁ ଏନେଇ ଅଭିଯୋଗ କରିଥିବା ଜଣାପଡିଛି।