ବାଲେଶ୍ୱର

୩୨ ବର୍ଷ ପରେ ମଞ୍ଚସ୍ଥ ହେଲା ନାଟକ: ମନ ମୋହିଲା ‘ ନଈର ଠିକଣା’

୩୨ ବର୍ଷ ପରେ ମଞ୍ଚସ୍ଥ ହେଲା ନାଟକ: ମନ ମୋହିଲା ‘ ନଈର ଠିକଣା’
କେନ୍ଦୁଝର, ୨୦।୧୨ (ସ୍ବ.ପ୍ର.) -   ଦୀର୍ଘ ୩୨ ବର୍ଷ ପରେ କେନ୍ଦୁଝର କଲ୍‌ଚରାଲ କ୍ଲବର ଐତିହାସିକ ମଞ୍ଚରେ ମଙ୍ଗଳବାର ନାଟକ ‘ନଈର ଠିକଣା’ ମଞ୍ଚସ୍ଥ ହୋଇଯାଇଛି। ଏହି ମଞ୍ଚରେ ୧୯୮୫ ମସିହାରେ ଶେଷଥର ‘ଜ୍ୱାଳା ମୁଖୀ’ ନାଟକ ମଞ୍ଚସ୍ଥ ହୋଇଥିଲା। ଏହାପରେ ଆଉ କୌଣସି ନାଟକ ପରିବେଷିତ ହୋଇ ନ ଥିଲା। ଦୀର୍ଘବର୍ଷ ପରେ ମଞ୍ଚରେ ପୁଣି ନାଟକ ମଞ୍ଚସ୍ଥ ହେବା ଘଟଣା ଦର୍ଶକଙ୍କ ସମେତ ବହୁ ବୁଦ୍ଧିଜୀବୀ, ପୁରୁଣା ଉଦ୍ୟକ୍ତା ଓ କଳାକାରଙ୍କୁ ଉତ୍ସାହିତ କରିଛି। ଏହି ନାଟକକୁ ଅତିରିକ୍ତ ଜିଲାପାଳ ଡ. ଭକ୍ତ ଚରଣ ପ୍ରଧାନ ଓ ପିଡି, ଡିଆରଡିଏ ନୃସିଂହ ଚରଣ ସ୍ବାଇଁ ଉଦଘାଟନ କରିଥିଲେ। ଏହି ଅବସରରେ କ୍ଲବର ଦିବଂଗତ ସଭ୍ୟଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବୟୋଜ୍ୟେଷ୍ଠ ସଭ୍ୟ ଉପେନ୍ଦ୍ର ଦାସ, ବସନ୍ତ କୁମାର ଲାୟକ, ବିଦ୍ୟାଧର ରାୟ, ଗୌରଚନ୍ଦ୍ର ବାରିକ, ଶାନ୍ତନୁ କୁମାର ଦ୍ୱିବେଦୀ, ସୁରେଶ ମହାନ୍ତି , ନିର୍ମଳ କୁମାର ଜେନାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାହାଣୀ ଏହିପରି ... ସନ୍ଦେହର ନିଆଁ କିପରି ଶାନ୍ତି ଭଙ୍ଗ କରି ବିଭିନ୍ନ ପରିବାରକୁ ଛାରଖାର କରିଦିଏ ତାହାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏଣୁ ସନ୍ଦେହ ନ କରି ଏହାଠାରୁ ଦୂରେଇ ଯାଇ ବାସ୍ତବତାକୁ ପରଖିବାର ସନ୍ଦେଶ ଦେଇଥିଲା କଲେକ୍ଟୋରେଟ କଲ୍‌ଚରାଲ କ୍ଲବ ପକ୍ଷରୁ ମଙ୍ଗଳବାର ମଞ୍ଚସ୍ଥ ନାଟକ ‘ନଈର ଠିକଣା’ । ପ୍ରଭଞ୍ଜନ ରାୟ ହେଉଛନ୍ତି ଜଣେ ଶିଳ୍ପପତି । ତାଙ୍କ ସ୍ତ୍ରୀ ମରିଯାଇଛନ୍ତି। ୨ ପୁଅ ଓ ଗୋଟିଏ ଝିଅ। ଏଥିରୁ ଝିଅ ବିବାହିତା । ଦିନେ ଏକ ହୋଟେଲରେ କାବେରୀ ନାମ୍ନୀ ଜଣେ ଅପରିଚିତ ମହିଳାଙ୍କ ସହ ପ୍ରଭଞ୍ଜନଙ୍କର ଦେଖା ହୋଇଥିଲା। ଏହି ଘଟଣାକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ନାନା ସନ୍ଦେହ ସୃଷ୍ଟି କରିଥିଲା। ଏହି ସନ୍ଦେହ କୁହୁଳି କ୍ରମେ ପରିବାରର ସୁଖଶାନ୍ତି କିଭଳି ହଜାଇ ଦେଇଥିଲା ତାହା ନାଟକରେ ନିଖୁଣ ଭାବରେ ପ୍ରଦର୍ଶିତ ହୋଇଥିଲା। ପରେ ଜଣାପଡିଲା ଯେ କାବେରୀ ତାଙ୍କ ସ୍ବାମୀଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଥିବାରୁ ତାଙ୍କ ଝିଅକୁ ଲାଳନପାଳନ କରିବା ଲାଗି ସେ ପ୍ରଭଞ୍ଜନ ରାୟଙ୍କ ହାତକୁ ଟେକିଦେଇଥିଲେ। ଏଥିପାଇଁ ଟଙ୍କା ଥିବା ଏକ ଆଟାଚି ସେ ତାଙ୍କ ହାତକୁ ବଢାଇ ଦେଇଥିଲେ। ସେହି ଟଙ୍କାରେ ବ୍ୟବସାୟ କରି ପ୍ରଭଞ୍ଜନ ଶିଳ୍ପପତି ହୋଇଥିଲେ। ସେ ପାଳନ କରିଥିବା ତାଙ୍କ ଝିଇକୁ ଶିକ୍ଷାଦୀକ୍ଷା ଦେଇ ବାହା କରାଇ ଦେଇଥିଲେ । କିନ୍ତୁ କାବେରୀଙ୍କୁ ନେଇ ପ୍ରଭଞ୍ଜନଙ୍କୁ ଏହି ଝିଅ ସମେତ ପରିବାରର ସମସ୍ତେ ସନ୍ଦେହ କରି ଶେଷରେ ଅନୁତାପ କରିଛନ୍ତି। ଏଭଳି ହୃଦୟସ୍ପର୍ଶୀ ନାଟ୍ୟ କାହାଣୀ ରଚନା କରଛନ୍ତି ଡ. ପଞ୍ଚାନନ ପାତ୍ର । ବି. ଲାମା ନାଟକର ନିର୍ଦ୍ଦେଶନା ଦେବା ସହ ପ୍ରଭଞ୍ଜନ ରାୟ ଭୂମିକାରେ ଅଭିନୟ କରିଥିଲେ। ୧ ଘଣ୍ଟା ୪୦ ମିନିଟର ଏହି ନାଟକରେ ମୋଟ ୮ ଜଣ କଳାକାର ଅଭିନୟ କରିଥିଲେ। ଅନ୍ୟ କଳାକାରମାନେ ହେଲେ ରଶ୍ମିରଂଜନ ମହାନ୍ତି, ଜିତେନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ରଣା, ପ୍ରଭାତେନ୍ଦୁ ନାୟକ, ଗୌରାଙ୍ଗ ଚରଣ ଜେନା, ତପନ କୁମାର ଭୂୟାଁ, ପୀତବାସ ମହାନ୍ତ ଓ ନାରୀ ଭୂମିକାରେ ମଧୁସ୍ମିତା ।
All Right Reserved By

ବାଲେଶ୍ୱର

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୨୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୨୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ୍‌, ୨୨।୧(ଡି.ଏନ.ଏ):  ବାଲେଶ୍ୱର ଜିଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଝାଡେଶ୍ୱର ମୁସଲିମ୍‌ ବସ୍ତିରେ ଚଢାଉ କରାଯାଇ ୨୩ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ପାଟଣା, ୨୨। ୧(ସ୍ବ.ପ୍ର): ୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ। ପୁଅକୁ  ପାଇ ପରିବାରରେ ଖେଳିଯାଇଛି ଖୁସିର ଲହରୀ।

ଶିଶୁକୁ ଝୁଣି ମାରିଲେ କୁକୁର

ଶିଶୁକୁ ଝୁଣି ମାରିଲେ କୁକୁର

ବାରିପଦା ଅଫିସ,୨୨।୧: କୁକୁର ପଲଙ୍କ ଆକ୍ରମଣର ଶିକାର ହୋଇ ଜଣେ ୭ ବର୍ଷର ଶିଶୁଙ୍କ ସୋମବାର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଏହି ଘଟଣା ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ। ସେ ଏକୁଟିଆ ସ୍କୁଲ ଯାଉଥିବାବେଳେ କାମୁଡ଼ା କୁକୁରଙ୍କ ହାବୁଡରେ ପଡିଯାଇଥିବା ଜଣାପଡିଛି। 

ଅର୍ଥ ହଡ଼ପ ଲାଗି ମସୁଧା

ଅର୍ଥ ହଡ଼ପ ଲାଗି ମସୁଧା

କେନ୍ଦୁଝର,୨୨ା୧(ସ୍ବ.ପ୍ର.): ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତରେ ବାର୍ଷିକ ପ୍ରକଳ୍ପ ତାଲିକାରେ ହେରଫେର କରି ଅର୍ଥ ହଡ଼ପ ଲାଗି ମସୁଧା କରାଯାଇଥିବା କେତେକ ଓ୍ବାର୍ଡ ମେମ୍ବର ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଧାନ ବୋଝେଇ ଟ୍ରକ୍‌କୁ ଅଟକ ରଖିଲେ ଚାଷୀ

ବନ୍ତ, ୨୨।୧ (ସ୍ବ.ପ୍ର.) - ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ଓଡ଼ଙ୍ଗଠାରେ ଏକ ଧାନ ବସ୍ତା ବୋଝେଇ ଟ୍ରକକୁ ସୋମବାର ସନ୍ଧ୍ୟାରେ ଚାଷୀମାନେ ଅଟକ ରଖିଥିଲେ। ଚାଷୀଙ୍କ ଧାନକୁ ବେସରକାରୀ ଭାବେ କମ୍‌ ଦରରେ କିଣି ଉକ୍ତ ଟ୍ରକରେ ନିଆଯାଉଥିବା ଅଭିଯୋଗ କରି ସରପଞ୍ଚ ଓ ଗ୍ରାମବାସୀ ଅଟକାଇଥିଲେ। 

ସରୁନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ

ସରୁନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ

ଆରଡ଼ି, ୨୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଏବଂ ଓଳଗ ପଞ୍ଚାୟତରେ ୧୭ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ଅମୃତ ମଣୋହି ଓ ପାରଡିଆ-ଚମ୍ପାସାହି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ସରିଛି। ଏହି ୨ କେନ୍ଦ୍ରରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନେ ଅଧ୍ୟୟନ କରୁଛନ୍ତି। 

କେନ୍ଦୁଆପଦାରେ ନାହିଁ ରେଲୱେ ଓଭରବ୍ରିଜ୍‌

କେନ୍ଦୁଆପଦାରେ ନାହିଁ ରେଲୱେ ଓଭରବ୍ରିଜ୍‌

ବନ୍ତ, ୨୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦାଠାରେ ରେଲୱେ ଓଭରବ୍ରିଜ୍‌ ନ ଥିବାରୁ ବିପଦପୂର୍ଣ୍ଣ ଭାବେ ଯାନବାହନଗୁଡ଼ିକ ରେଲୱେ କ୍ରସିଂ ପାରି ହେଉଛନ୍ତି। ବନ୍ତ-ବାରିକପୁର ରାସ୍ତାର କେନ୍ଦୁଆପଦାଠାରେ ରେଲୱେ ଲେଭଲକ୍ରସିଂ ଥିବାବେଳେ ଏହି ରାସ୍ତା ଦେଇ ଦୈନନ୍ଦିନ ଶହ ଶହ ଯାନବାହନ ଚଳାଚଳ କରିଥାଏ।

ବିଦ୍ୟୁତ୍‌ ସେବା ଦାବିରେ  ରାସ୍ତାରୋକୋ

ବିଦ୍ୟୁତ୍‌ ସେବା ଦାବିରେ ରାସ୍ତାରୋକୋ

ବାରିପଦା ଅଫିସ,୨୨।୧-  ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜାସାହି  ଗ୍ରାମବାସୀଙ୍କ ନିମନ୍ତେ ବିଜୁଳି ସ୍ବପ୍ନ ପାଲଟିଛି। ବହୁବାର ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ    ଉତ୍ତ୍ୟକ୍ତ ଗ୍ରାମବାସୀ ସୋମବାର ରାସ୍ତାରୋକୋ କରିଛନ୍ତି। ଉତ୍ତ୍ୟକ୍ତ ମହିଳାମାନେ ବାରିପଦା -ଅମର୍ଦ୍ଦା ରାଜ୍ୟ ରାଜପଥକୁ  ସକାଳୁ  ଟାୟାର ଜାଳି ଅବରୋଧ  କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ  ବିରୋଧରେ ମାନହାନି ମାମଲା

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା

ବାରିପଦା ଅଫିସ,୨୨।୧-  ଗତ  ୫ ତାରିଖରେ  ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଏମ୍‌ପିଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।  ଏନେଇ ଏମ୍‌ପି ରାମଚନ୍ଦ୍ର ହାସଁଦା  ପୂର୍ବରୁ ବାରିପଦା ଟାଉନ ଥାନାରେ  ଅଭିଯୋଗ କରିଥିଲେ। 

୫ ଦିନରେ ୨ ଥର ଆସିବେ ମୁଖ୍ୟମନ୍ତ୍ରୀ : ୩୦ ରେ ବାରିପଦା, ୩ରେ ରାଇରଙ୍ଗପୁର ଗସ୍ତ

ବାରିପଦା ଅଫିସ,୨୨।୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖ ଓ ଫେବୃୟାରୀ ୩ ତାରିଖରେ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ।   ଏନେଇ ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। 

କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ କୋର୍ଟ ପ୍ରୋଜେକ୍ଟ ଶୁଭାରମ୍ଭ

କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ କୋର୍ଟ ପ୍ରୋଜେକ୍ଟ ଶୁଭାରମ୍ଭ

ଜଳେଶ୍ୱର, ୨୨ା୧(ଡି.ଏନ.ଏ.)-ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌.ଜାଭେରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସୋମବାର ଜଳେଶ୍ୱର କୋର୍ଟ କମ୍ପ୍ଲେକ୍ସ ପରିସରରେ କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ କୋର୍ଟ ପ୍ରୋଜେକ୍ଟକୁ ଶୁଭାରମ୍ଭ କରିଛନ୍ତି।

ଶାନ୍ତନୁ ରୋଟାରୀ କ୍ଲବ ଗଭର୍ନର

ଶାନ୍ତନୁ ରୋଟାରୀ କ୍ଲବ ଗଭର୍ନର

ବାଲେଶ୍ୱର ଅଫିସ,୨୨।୧-ରୋଟାରୀ ଜିଲା ଗଭର୍ନର ଭାବେ ବାଲେଶ୍ୱର ରୋଟାରୀ କ୍ଲବର ପ୍ରାକ୍ତନ ସଭାପତି ରୋ. ଶାନ୍ତନୁ କୁମାର ପାଣି ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବହୁ ଜିଲାର ରୋଟାରିୟାନ୍‌ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।