ବାଲେଶ୍ୱର

ମେଶିନ କରୁଛି କାମ, ଶ୍ରମିକ ବେକାର: ଥାନାରେ ବସିଲା ବୈଠକ

ମେଶିନ କରୁଛି କାମ, ଶ୍ରମିକ ବେକାର: ଥାନାରେ ବସିଲା ବୈଠକ

ଯୋଡା,୨୦।୧୨ (ଡି.ଏନ.ଏ.)- କେନ୍ଦୁଝର ଜିଲା ବାଂଶପାଣି ରେଳ ସାଇଡିଂରେ ଶ୍ରମିକ ନିଯୁକ୍ତି ଦାବି ନେଇ ବୁଧବାର ଅପରାହ୍ନରେ ଯୋଡା ଥାନା ପରିସରରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ଯୋଡା ଥାନାର ଅତିରିକ୍ତ ଦାୟିତ୍ୱରେ ଥିବା ବାମେବାରୀ ଆଇଆଇସି ପ୍ରକାଶ ଜେମ୍ସ ଟପ୍ପୋଙ୍କ ଉପସ୍ଥିତିରେ ବାଂଶପାଣି ବାସିନ୍ଦା ଓ ଏକ ଘରୋଇ ଖଣି କମ୍ପାନୀର ଅଧିକାରୀଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ରହିଥିଲା ଯେ, ଦୀର୍ଘ ବର୍ଷ ଧରି ରେଳ ସାଇଡିଂରେ ସ୍ଥାନୀୟ ଶ୍ରମିକମାନେ କାର୍ଯ୍ୟ କରିଆସୁଥିଲେ । ମାତ୍ର ଏବେ ମେଶିନ ବ୍ୟବହାର କରାଯାଇ ଲୋଡିଂ କାର୍ଯ୍ୟ କରାଯିବାରୁ ସେମାନେ କାମଧନ୍ଦା ହରାଇ ବସିଛନ୍ତି। ରେଳ ସାଇଡିଂରେ ସେମାନଙ୍କୁ ଲୋଡିଂ ଆଦି କାର୍ଯ୍ୟ ଦେବା ନିମନ୍ତେ ବିଭିନ୍ନ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଶ୍ରମିକମାନେ ଲିଖିତ ଭାବେ ଜଣାଇଥିଲେ। ଏହା ସତ୍ତ୍ୱେ କେହି କର୍ଣ୍ଣପାତ ନ କରିବାରୁ ସେମାନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ। ଗତ ୭ତାରିଖରେ ସେମାନେ ରେଳ ସାଇଡିଂରେ ହେଉଥିବା ପରିବହନ କାର୍ଯ୍ୟକୁ ବନ୍ଦ କରିବା ପରେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଥିଲେ। ଶ୍ରମିକ ଅଶାନ୍ତିକୁ ନେଇ ବଡଧରଣର ଆନ୍ଦୋଳନ ଦାନା ବାନ୍ଧୁଥିବା ସୂଚନା ମିଳିବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଏନେଇ ଆଲୋଚନା ପାଇଁ ବୁଦବାରକୁ ଦିନଧାଯର୍‌ୟ କରାଯାଇଥିଲ। ଏହି ତ୍ରିପାକ୍ଷିକ ଆଲୋଚନାରେ ଚମ୍ପୁଆ ଉପଜିଲାପାଳ ପାରୁଲ ପଟାୱରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ସେ ଯୋଡା ଥାନାକୁ ଆସିଥିଲେ ହେଁ ନିର୍ଦ୍ଧାରିତ ସମୟରେ ଅଂଚଳବାସୀ ପହଞ୍ଚି ନ ଥିବାରୁ ସେ ଫେରି ଯାଇଥିଲେ। ତେବେ ଥାନା ଅଧିକାରୀ ପ୍ରକାଶ ଜେମ୍ସ ଟପ୍ପୋ ବସ୍ତିବାସିନ୍ଦା ଓ କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ବାଟ ବାହାର କରିବାକୁ ଗୁରୁତ୍ୱାରୋପ କରିଥିଲେ। ଆଜିର ଆଲୋଚନା ବୈଠକରେ ଆସନ୍ତା ୨୩ତାରିଖରେ ଉପଜିଲାପାଳଙ୍କୁ ବସ୍ତିବାସିନ୍ଦା ଭେଟିବାପରେ ଏହାର ସମାଧାନ କରାଯିବ ବୋଲି ସ୍ଥିର କରାଯାଇଥିଲା। ତେଣେ ରାଜନୈତିକ ପୃଷ୍ଠପୋଷକତା ଲାଭ କରିଥିବା ଲୋଡିଂ ଠିକାଦାରମାନେ ଏକଚାଟିଆ ଭାବେ ବାଂଶପାଣି ରେଳ ସାଇଡିଂରେ ମେଶିନ ଯୋଗେ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରେ ଏକାଧିକ ଖଣି ବିଭିନ୍ନ ବୈଧାନିକ କାରଣ ବଶତଃ ବନ୍ଦ ରହିଥିବା ବେଳେ ଚାଲୁଥିବା ଖଣିରେ ଯାନ୍ତ୍ରିକ ପଦ୍ଧତିରେ କାମ ହେଉଥିବାରୁ ଶ୍ରମିକମାନେ ରୋଜଗାର ନ ପାଇ କର୍ମହରା ହୋଇପଡିଛନ୍ତି। ଏହାର ଫାଇଦା ଉଠାଇ କିଛି ଚକ୍ରାନ୍ତକାରୀ ଲୋଡିଂ ଠିକାଦାର ଶ୍ରମିକଙ୍କୁ ରେଳ ସାଇଡିଂରେ ନିଯୁକ୍ତି ଦେବା ପ୍ରଲୋଭନ ଦେଖାଇ ଭିନ୍ନ ନୀତି ଅନୁସରଣ କରୁଥିବା ଶ୍ରମିକମାନେ କହିଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନ ହସ୍ତକ୍ଷେପ କରି ଶ୍ରମିକମାନଙ୍କୁ କର୍ମନିଯୁକ୍ତି ସୁଯୋଗ ନ ଦେଲେ ପରିସ୍ଥିତି ଲାଗି କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସେମାନେ ଚେତାବେନୀ ଦେଇଛନ୍ତି। ଆଜିର ଏହି ଆଲୋଚନା ବୈଠକରେ ଯୋଡା ଥାନା ଅଧୀନ ଶତାଧିକ ବସ୍ତିବାସିନ୍ଦା ଉପସ୍ଥିତ ଥିଲେ।

All Right Reserved By

ବାଲେଶ୍ୱର

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି।

ପ୍ରେମିକା ସହ ସ୍ବାମୀ ଫେରାର

ପ୍ରେମିକା ସହ ସ୍ବାମୀ ଫେରାର

ବାରିପଦା ଅଫିସ,୧୮।୭- ପ୍ରାୟ ୧୫ ଦିନ ପୂର୍ବେ ପ୍ରେମିକା ସହ ଫେରାର ହୋଇଯାଇଥିବା ସ୍ବାମୀଙ୍କୁ ଠାବ କରିବାରେ ବିଫଳ ହୋଇଛନ୍ତି ଖୁଣ୍ଟା ଥାନା ଅଞ୍ଚଳର ଜଣେ ମହିଳା। ସ୍ବାମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଖୁଣ୍ଟା ଥାନା ପୋଲିସ ଦ୍ୱାରସ୍ଥ ହୋଇ ମଧ୍ୟ ନିରାଶ ହୋଇଛନ୍ତି।

ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀଙ୍କୁ ୪ ବର୍ଷ ଜେଲ

ବାରିପଦା ଅଫିସ,୧୮।୭- ମୟୂରଭଞ୍ଜ ଜିଲା ବାରିପଦା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ଡ. ଭି ସୁଜାତା ବୁଧବାର ଏକ ଯୌତୁକ ନିର୍ଯାତନା ଓ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତଜଣକ ହେଉଛନ୍ତି ମୋରଡା ଥାନା ଭୋଲାଗଡିଆ ଗ୍ରାମର ରତ୍ନାକର ମହାନ୍ତ।

ଫୁଟବଲ ଟୁର୍ନାମେଣ୍ଟ : ଏସଟି ଷ୍ଟାର ଚାମ୍ପିୟନ

ବାରିପଦା ଅଫିସ,୧୮।୭- ବାରିପଦାସ୍ଥିତ ବଡ ଡାକଇ ଖେଳ ପଡିଆଠାରେ ମୟୂରଭଞ୍ଜ ଷ୍ଟୋର୍ଟସ କାଉନସିଲ ଓ ସ୍କାୟବାର୍ଡ ଯୁବକ ସଂଘ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କ୍ୟାପଟେନ ଆନ୍‌ପା ମୁର୍ମୁ, ଅବସରପ୍ରାପ୍ତ ସୈନିକ ମେଘନାଥ ମୁର୍ମୁ, ନିର୍ମଳ ହାଁସଦା, କରୁଣାକର ମୁର୍ମୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବାଲିଆପାଳ,୧୮।୭(ଡି.ଏନ.ଏ.)- ବାଲିଆପାଳ ବ୍ଲକ କୁଣ୍ଡୁଳୀ ପଞ୍ଚାୟତ ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ବୁଧବାର ପଞ୍ଚାୟତବାସୀ ବିଶାଳ ଗଣଧାରଣାରେ ବସିଛନ୍ତି। ପଞ୍ଚାୟତବାସୀ ଜିଲାପାଳ, ଭିଜିଲାନ୍ସ ଏସ୍‌.ପି. ପ୍ରମୁଖଙ୍କୁ ଏ ନେଇ ଜଣାଇଥିଲେ ବି କୌଣସି ପ୍ରତିକାର ହୋଇ ନାହିଁ।

ନିୟମିତ ବସୁନି ପଞ୍ଚାୟତ ସମିତି ବୈଠକ

ସଜନାଗଡ଼,୧୮।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ପଞ୍ଚାୟତ ସମିତି ବୈଠକ ନିୟମିତ ବସୁ ନ ଥିବା ଅଭିଯୋଗ ହୋଇଛି। ପ୍ରତି ଦୁଇମାସରେ ଥରେ ବୈଠକ ବସିବାର ନିୟମ ରହିଛି। ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱ ସମୟ ଧରି ପଞ୍ଚାୟତ ସମିତି ବୈଠକ ବସି ନ ଥିବା ନେଇ ୧୪ଜଣ ସମିତିସଭ୍ୟା ଓ ସଭ୍ୟ ନୀଳଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦାସ ଟୁଡୁ ଓ ନୀଳଗିରି ଉପଜିଲାପାଳ ଅବୋଲି ସୁନୀଲ ନରଅଣେଙ୍କୁ ଗତ ମାସରେ ଦାବିପତ୍ର ପ୍ରଦାନ କରିଥିଲେ।

୩୨ ମହିଳାଙ୍କୁ ମିଳିଲା ଉଜ୍ଜଳା ଗ୍ୟାସ

୩୨ ମହିଳାଙ୍କୁ ମିଳିଲା ଉଜ୍ଜଳା ଗ୍ୟାସ

ରୂପ୍‌ସା,୧୮।୭(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ପଞ୍ଚାୟତର ପାଳସିଆଠାରେ ଜୟମା’ ତାରିଣୀ ଏଚ୍‌.ପି. ଗ୍ରାମୀଣ ବିତରକଙ୍କ ଜରିଆରେ ପଞ୍ଚାୟତର ଗରୀବ ମହିଳାଙ୍କୁ ବୁଧବାର ଉଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ବିତରଣ କରାଯାଇଛି।

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି। ଜଣେ ଜନପ୍ରତିନିଧି, ଜଣେ ଶିକ୍ଷକ ଓ ୨ ପୋଲିସ କର୍ମଚାରୀ ଏହି ଘଟଣାରେ ସହଯୋଗ କରିଥିବା ଦର୍ଶାଯିବା ପରେ ଏହା ଅଧିକ ସମ୍ବେଦନଶୀଳ ହୋଇପଡିଛି।

ଏଡ୍‌ସ ମୁକ୍ତ ସଚେତନତା ରାଲି

ଏଡ୍‌ସ ମୁକ୍ତ ସଚେତନତା ରାଲି

ବାଲେଶ୍ୱର ଅଫିସ,୧୮।୭- ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ ଯୁକ୍ତ୨ କାଉନସିଲଙ୍କ ମିଳିତ ସୁପାରିଶ କ୍ରମେ ଫକିରମୋହନ କନିଷ୍ଠ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଏଡ୍‌ସ ମୁକ୍ତ ସ୍ବଚ୍ଛ ମାନବୀୟ ପରିବେଶ ଗଠନ ଉପରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି।

ବିଜେଡି ସଂଖ୍ୟାଲଘୁ ସେଲର ଜିଲା କମିଟି ଗଠନ

ବାଲେଶ୍ୱର ଅଫିସ,୧୮।୭- ବାଲେଶ୍ୱର ଜିଲା ବିଜୁ ଜନତା ଦଳ ସଂଖ୍ୟା ଲଘୁ ସେଲର ଜିଲା କମିଟି ଗଠନ କରାଯାଇଛି। ଜିଲା ସଂଖ୍ୟାଲଘୁ ସଭାପତି ସେକ ଉମର ଉଦ୍ଦିନଙ୍କ ସୁପାରିଶ କ୍ରମେ ରାଜ୍ୟ ସଂଖ୍ୟାଲଘୁ ସଭାପତି ମୁନ୍ନା ଖଁ। ଏହାକୁ ଅନୁମୋଦନ କରିଥିଲେ।

ହଜଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ହଜଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ,୧୮।୭- ଚଳିତବର୍ଷ ବାଲେଶ୍ୱରରୁ ହଜଯାତ୍ରାରେ ଯାଉଥିବା ୩୯ଜଣ ହଜଯାତ୍ରୀଙ୍କୁ ବୁଧବାର ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ବାଲେଶ୍ୱର ଟାଉନହଲ୍‌ରେ ଅନୁଷ୍ଟିତ ହୋଇଯାଇଛି। ବାଲେଶ୍ୱର ବିଜେଡି ଟାଉନ ସଭାପତି ସୟଦ ସଲିମ ରାଜାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଦର ବିଧାୟକ ଯୋଗଦେଇ ସମସ୍ତ ହଜଯାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ଯାତ୍ରାର ଶୁଭକାମନା ଜଣାଇଥିଲେ।

ମଧୁପୁରାରେ ହେରା ପଞ୍ଚମୀ ପାଳିତ

ମଧୁପୁରାରେ ହେରା ପଞ୍ଚମୀ ପାଳିତ

ବାଲିଆପାଳ,୧୮।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତ ପୁରାତନ ପାଣିଗ୍ରାହୀ ପରିବାର ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ପକ୍ଷରୁ ବୁଧବାର ମାଉସୀମା’ ମନ୍ଦିରରେ ହେରା ପଞ୍ଚମୀ ପାଳିତ ହୋଇଯାଇଛି। ପ୍ରାତଃରୁ ଏଥିପାଇଁ ଶ୍ରୀଜିଉମାନଙ୍କର ସମସ୍ତ ରୀତିନୀତି ସମ୍ପନ୍ନ ହୋଇଛି।

Model This Week

ରୂପେଶ