ବାଲେଶ୍ୱର

ରାଜ୍ୟସ୍ତରୀୟ ସର୍‌ଗିଫୁଲ: କେନ୍ଦୁଝର ଜିଲା ଛାତ୍ରୀଛାତ୍ର ଆଗରେ

ରାଜ୍ୟସ୍ତରୀୟ ସର୍‌ଗିଫୁଲ: କେନ୍ଦୁଝର ଜିଲା ଛାତ୍ରୀଛାତ୍ର ଆଗରେ

କେନ୍ଦୁଝର, ୨୦। ୧୨ (ସ୍ବ.ପ୍ର.)- ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସର୍‌ଗିଫୁଲ ଶିଶୁ ମହୋତ୍ସବରେ କେନ୍ଦୁଝର ଜିଲାର ଛାତ୍ରୀଛାତ୍ରମାନେ ବିଶେଷ ସଫଳତା ଅର୍ଜନ କରିଛନ୍ତି। ଗତ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ମହୋତ୍ସବରେ ଜିଲାର ୫୧ ଛାତ୍ରୀଛାତ୍ର ଭାଗ ନେଇଥିଲେ। ସେଥିମଧ୍ୟରୁ ବିଭିନ୍ନ ବିଦ୍ୟାଳୟର ୧୦ଜଣ ଛାତ୍ରୀଛାତ୍ର କୃତିତ୍ୱ ଅର୍ଜନ କରି ରାଜ୍ୟର ସର୍ବାଧିକ ପୁରସ୍କାରପ୍ରାପ୍ତ ଜିଲା ଭାବେ କେନ୍ଦୁଝରକୁ ଗୌରବାନ୍ବିତ କରିଛନ୍ତି। ନରଣପୁର ଉଚ୍ଚ ବିଦ୍ୟାଳୟର ଧନଞ୍ଜୟ ମୁଦି ସିନିୟର ଗଣିତ କୁଇଜ୍‌ ପ୍ରତିଯୋଗିତାରେ ପ୍ରଥମ, ଜ୍ଞାନରଞ୍ଜନ ପାତ୍ର ସିନିୟର ବିଜ୍ଞାନ କୁଇଜ୍‌ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ରାଙ୍କି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ମୋହନ ମାଝି ଜୁନିୟର ଗଣିତ କୁଇଜ୍‌ରେ ପ୍ରଥମ, ତ୍ରିଲୋଚନପୁର ଉଚ୍ଚ ବିଦ୍ୟାଳୟର ଗଣେଶ ତନ୍ତୀ ସୃଜନାମତ୍କ ଲିଖନ ପ୍ରତିଯୋଗିତାରେ ପ୍ରଥମ, ଦେହୁରୀପଶି ବାଳିକା ଉଚ୍ଚ ବିଦ୍ୟାଳୟର ପୁଷ୍ପଲତା ପାତ୍ର ସିନିୟର ତର୍କ ପ୍ରତିଯୋଗିତାରେ ତୃତୀୟ, ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟର ଦେବସ୍ମିତା ଜେନା ବାଦ୍ୟଯନ୍ତ୍ର ପ୍ରତିଯୋଗିତାରେ ପ୍ରଥମ, ଶୁଆକାଟୀ ଉଚ୍ଚ ବିଦ୍ୟାଳୟର ସନ୍ତୋଷ ଦେହୁରୀ ସିନିୟର ସାଧାରଣଜ୍ଞାନ ଏବଂ ଖୋଲାଫର୍ଦ୍ଦ ସାଧାରଣଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରଛନ୍ତି। ସମସ୍ତ କୃତୀ ପ୍ରତିଯୋଗୀ ଉଦ୍‌ଯାପନୀ ଉସତ୍ବରେ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।

All Right Reserved By

ବାଲେଶ୍ୱର

ବଜ୍ରପାତରେ ଜଳିଗଲା ଚିଙ୍ଗୁଡ଼ି ପ୍ଲାଣ୍ଟ ଘର

ବାସୁଦେବପୁର,୨୧।୬(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର-ବାଲିଛଦାଘାଟ ରାସ୍ତାର ଗମେଇ ନଦୀ ନିକଟରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟର ୧ ବଖରା ଚାଳଘର ଗୁରୁବାର ଅପରାହ୍ନରେ ବଜ୍ରପାତରେ ଜଳି ଯାଇଛି।

ସୁନ୍ଦରପୁର ଗ୍ରାମବାସୀଙ୍କୁ ସଚେତନ କରାଇଲେ ସିଡିପିଓ

ଆରଡ଼ି,୨୧।୬(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ଗଁ।ରେ ଜଣେ ଯୁବକଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିବା ପରେ ଚାନ୍ଦବାଲି ୧ ସିଡିପିଓ ରେଣୁକା ସ୍ବାଇଁ ଗୁରୁବାର ଉକ୍ତ ଗଁ।କୁ ଯାଇ ଲୋକଙ୍କୁ ସଚେତନ କରାଇଛନ୍ତି। ସେ ଡେଙ୍ଗୁ ଆକ୍ରାନ୍ତ ଯୁବକଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଡେଙ୍ଗୁ ସମ୍ପର୍କରେ ଅବଗତ କରାଇଥିଲେ।

କାଳବୈଶାଖୀ ଝଡ଼: ବ୍ୟାପକ କ୍ଷତି

ଜଳେଶ୍ୱର, ୨୧।୬(ସ୍ବ.ପ୍ର.)-ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ଝଡ ବର୍ଷା ସହ ବଜ୍ରପାତ ହୋଇ କ୍ଷୟକ୍ଷତି ଘଟିଛି। ବଜ୍ରପାତ ଯୋଗୁ ବହୁ ପକ୍କାଘର ଫାଟିଯାଇଥିବା ବେଳେ ରାଇବଣିଆ ହାଟପାଖରେ ଥିବା ବିଶାଳ ବଟ ବୃକ୍ଷ ଉପୁଡି ପଡ଼ିଛି।

ବଜ୍ରପାତରେ ୩ ବଖରା ପୋଡିଗଲା

ନୀଳଗିରି, ୨୧।୬(ଡି.ଏନ.ଏ.)-ନୀଳଗିରି ବ୍ଲକର ବରହମପୁର ପଞ୍ଚାୟତ ଜଙ୍ଗଲସାହି ଆଦିବାସୀ ବସ୍ତିରେ ଗୁରୁବାର ବଜ୍ରପାତ ହୋଇ ଉପେନ୍ଦ୍ର ସିଂଙ୍କ ୩ ବଖରା ପୋଡିଯାଇଛି।

୨୧କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ କୋର୍ଟଚାଲାଣ

ରୂପ୍‌ସା, ୨୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅବକାରୀ ମୋବାଇଲ ସ୍କ୍ବାଡ୍‌ ଟିମ୍‌ ପକ୍ଷରୁ ଗୁରୁବାର ଏକ ବଡ଼ଧରଣର ଚଢ଼ାଉ କରାଯାଇଛି।

ଗାତରେ ପଡ଼ି ଶିଶୁକନ୍ୟା ମୃତ

ସଜନାଗଡ଼, ୨୧।୬(ଡି.ଏନ.ଏ.)-ନୀଳଗିରି ଉପଖଣ୍ଡ ଅଧୀନ ତେଲିପାଳ ପଞ୍ଚାୟତ ଭୂଳାନାଳ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି।

ରୂପ୍‌ସାରେ ଯାନବାହନ ଯାଞ୍ଚ

ରୂପସା, ୨୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ପୋଲିସ ପକ୍ଷରୁ ଗୁରୁବାର ଯାନବାହନ ଯାଞ୍ଚ କରାଯାଇଛି। ରୂପ୍‌ସା-ଗଡ଼ପଦା ରାସ୍ତାର ବାଖରାବାଦ ଛକଠାରେ ବାଇକ୍‌ଗୁଡ଼ିକର କାଗଜପତ୍ର ଇନ୍‌ସୁରାନ୍ସ, ହେଲମେଟ, ଡ୍ରାଇଭିଂ ଲାଇସେନ୍ସ ଆଦି ତନଖି କରାଯାଇଥିଲା।

ବଜ୍ରପାତରେ ୩ ବଖରା ପୋଡିଗଲା

ନୀଳଗିରି, ୨୧ା୬(ଡି.ଏନ.ଏ.)-ନୀଳଗିରି ବ୍ଲକର ବରହମପୁର ପଞ୍ଚାୟତ ଜଙ୍ଗଲସାହି ଆଦିବାସୀ ବସ୍ତିରେ ଗୁରୁବାର ବଜ୍ରପାତ ହୋଇ ଉପେନ୍ଦ୍ର ସିଂଙ୍କ ୩ ବଖରା ପୋଡିଯାଇଛି। ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ବ୍ୟାଙ୍କରେ ଦିବ୍ୟାଙ୍ଗଙ୍କ ପାଇଁ ନାହିଁ ର଼୍ୟାମ୍ପସ ସୁବିଧା

କେନ୍ଦୁଝର, ୨୧ା୬ (ସ୍ବ.ପ୍ର.): କେନ୍ଦୁଝର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖାର ପ୍ରବେଶ ଦ୍ୱାରରେ ଦିବ୍ୟାଙ୍ଗ ଲୋକଙ୍କ ସୁବିଧାରେ ଯାତାୟାତ ପାଇଁ ର଼୍ୟାମ୍ପସ ବ୍ୟବସ୍ଥା ନାହିଁ। ଫଳରେ ଭିନ୍ନକ୍ଷମ ତଥା ବୃଦ୍ଧାବୃଦ୍ଧ ଯାତାୟାତରେ ଅସୁବିଧା ଭୋଗୁଛନ୍ତି।

ହାତୀ ଆକ୍ରମଣରେ ଯୁବକ ଗୁରୁତର

ହାତୀ ଆକ୍ରମଣରେ ଯୁବକ ଗୁରୁତର

ଚମ୍ପୁଆ,୨୧ା୬(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଝାଡଖଣ୍ଡି ହାତୀପଲ ଆତଙ୍କ ଖେଳାଉଛନ୍ତି। ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ଫଳରେ ଚମ୍ପୁଆ ଅଢଙ୍ଗାପାଳ ଗ୍ରାମରେ ଗୁରୁବାର ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଜଗନ୍ନାଥ ଓରାମ। ଜଗନ୍ନାଥଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। କୌଶଳ କ୍ରମେ ହାତୀ ପାଖରୁ ନିଜକୁ ବଞ୍ଚାଇବାରେ ସେ ସକ୍ଷମ ହୋଇଛନ୍ତି।

ବିଶ୍ୱ ଯୋଗ ଦିବସ ପାଳିତ

ବିଶ୍ୱ ଯୋଗ ଦିବସ ପାଳିତ

କପ୍ତିପଦା,୨୧ା୬(ଡି଼.ଏନ.ଏ.)- କପ୍ତିପଦା ବ୍ଲକ୍‌ ନୁଦୁଡିହା ମେଘାସନ ମହାବିଦ୍ୟାଳୟ ପରିସରରେ ଗୁରୁବାର ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। +୩ ଏନ୍‌ଏସ୍‌ଏସ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ. ଫକୀର ଚରଣ ବେହେରା ଉଦ୍‌ଘାଟନ କରି ‘ଯୋଗ ଫର ପିସ୍‌’ ସମ୍ପର୍କରେ ଆଲୋକପାତ କରିଥିଲେ ା ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରଫେସର ଡା. ରମେଶ ଚନ୍ଦ୍ର ନାୟକ ଯୋଗ କିପରି ଶାରୀରିକ ଓ ମାନସିକ ବିକାଶରେ ସହାୟକ ହୋଇଥାଏ, ସେ ସମ୍ପର୍କରେ ଆଲୋକପାତ କରିଥିଲେ ା

ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆର ପ୍ରତିକାର ଉପରେ ଗୁରୁତ୍ୱ

ବିଶୋଇ,୨୧।୬()- ବିଶୋଇ ବ୍ଲକ ଅନ୍ତର୍ଗତ ବିଶୋଇ ପ୍ରାଥମିକ ଚିକିତ୍ସାକେନ୍ଦ୍ର ପରିସର ସଭାଗୃହରେ ବ୍ଲକସ୍ତରୀୟ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ମାସ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

Model This Week

ପ୍ରଭାତ