ବାଲେଶ୍ୱର

୨ ମାସର ଶିଶୁକୁ ଚେଙ୍କ

୨ ମାସର ଶିଶୁକୁ ଚେଙ୍କ

କେନ୍ଦୁଝର, ୨୦ା୨ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଚିକିତ୍ସାସେବା ଅପହଞ୍ଚ ଥିବା ଇଲାକାରେ ଚେଙ୍କ ଚିକତ୍ସା ଭଳି ଅନ୍ଧବିଶ୍ୱାସ ଦୂର ହେଉ ନାହିଁ । ଜଣେ ପରେ ଜଣେ ଶିଶୁ ଚେଙ୍କ ଚିକତ୍ସା କାରଣରୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ଘଟଣା ବାରମ୍ବାର ପଦାକୁ ଆସୁଛି। ସଚେତନତା ସୃଷ୍ଟି ଲାଗି ପ୍ରଶାସନର ଉଦ୍ୟମ ସତ୍ତ୍ୱେ ଏଥିରୁ କିଛି ସୁଫଳ ମିଳୁ ନାହିଁ । ଏହି ଜିଲା ବାଂଶପାଳ ବ୍ଲକ ଅଧୀନ ଯାତ୍ରା ପଞ୍ଚାୟତ ଅଡାଳ ଗ୍ରାମର ଏକ ୨ ମାସର ଶିଶୁପୁତ୍ରକୁ ବୁଧବାର ଗୁରୁତର ଅବସ୍ଥାରେ ଆଣି ଜିଲା ମୁଖ୍ୟ ଡାକ୍ତରଖାନା ଶିଶୁ ଓାର୍ଡରେ ଭର୍ତ୍ତି କରାଯାଇଛି। ଶିଶୁକୁ ଚେଙ୍କ ଦିଆଯାଇ ନାହିଁ ବୋଲି ପରିବାର ଲୋକେ କହୁଥିଲେ ମଧ୍ୟ ଶିଶୁର ନାହି ଚାରିପାଖରେ ଚେଙ୍କ ଦାଗ ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ପେଟ ରୋଗ ଭଲ କରିବାକୁ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁଙ୍କୁ ଚେଙ୍କ ଦେଇଥାନ୍ତି। ଶିଶୁ ଓାର୍ଡରେ ଚିକିତ୍ସାଧୀନ ଥିବା ଶିଶୁର ଅବସ୍ଥା ଗୁରୁତର ରହିଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

All Right Reserved By

ବାଲେଶ୍ୱର

ବେଆଇନ ମୋରମ ଚାଲାଣ ଅଭିଯୋଗରେ ରାସ୍ତାରୋକୋ

ବେଆଇନ ମୋରମ ଚାଲାଣ ଅଭିଯୋଗରେ ରାସ୍ତାରୋକୋ

ସଜନାଗଡ଼,୧୯।୭(ଡି.ଏନ୍‌.ଏ.): ନୀଳଗିରି ଥାନା ଅନ୍ତର୍ଗତ ପୋଡ଼ାଶୁଳା ଛକଠାରେ ଗୁରୁବାର ସକାଳ ୬ଟାରୁ ୧୯ ନମ୍ବର ରାଜ୍ୟ ରାଜପଥକୁ ପ୍ରକୃତି ସୁରକ୍ଷା ମଞ୍ଚ ପକ୍ଷରୁ ଅବରୋଧ କରାଯାଇଛି। ବେଆଇନ ମୋରମ ଚାଲାଣ ଅଭିଯୋଗରେ ଏହି ରାସ୍ତାରୋକୋ କରାଯାଇଛି।

ଭାଉଜଙ୍କୁ ହତ୍ୟା କରି ଦିଅରଙ୍କ ଆତ୍ମସମର୍ପଣ

ରାସଗୋବିନ୍ଦପୁର, ୧୯।୭(ଡ଼ି.ଏନ୍‌.ଏ) -ରାସଗୋବିନ୍ଦପୁର ବ୍ଲକ ରାଘବପୁର ଛକରେ ବୁଧବାର ଦିଅର ଆକ୍ରମଣରେ ଭାଉଜଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ଅଭିଯୁକ୍ତ ଦିଅର ଅଜିତ ରାମ ବଡ଼ାମପୁର ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି।

ଡାକ୍ତରଙ୍କ ଅନୁପସ୍ଥିତିରେ ପ୍ରସବ କଲେ ମହିଳା

ଡାକ୍ତରଙ୍କ ଅନୁପସ୍ଥିତିରେ ପ୍ରସବ କଲେ ମହିଳା

ବିଶୋଇ, ୧୯।୭ :ପ୍ରସବ ନିମନ୍ତେ ମୟୂରଭଞ୍ଜ ଜିଲା ବିଶୋଇ ପ୍ରାଥମିକ ଚିକିତ୍ସାଳୟରେ ବୁଧବାର ଭର୍ତ୍ତି ହୋଇଥିବା ଜଣେ ମହିଳା ଡାକ୍ତରଙ୍କ ଅନୁପସ୍ଥିତିରେ ସନ୍ତାନ ପ୍ରସବ କରିଛନ୍ତି। ଉକ୍ତ ସମୟରେ କେହି ବି ମେଡିକାଲ କର୍ମଚାରୀ ତାଙ୍କ ନିକଟରେ ଉପସ୍ଥିତ ନ ଥିଲେ।

୧୫୦ ମହିଳାଙ୍କୁ ରାଜମିସ୍ତ୍ରୀ ତାଲିମ

୧୫୦ ମହିଳାଙ୍କୁ ରାଜମିସ୍ତ୍ରୀ ତାଲିମ

ଠାକୁରମୁଣ୍ଡା,୧୯।୭(ଡି.ଏନ.ଏ)-ଠାକୁରମୁଣ୍ଡା ବ୍ଲକର ମହିଳାମାନଙ୍କୁ ରାଜମିସ୍ତ୍ରୀ ତାଲିମ ପ୍ରଦାନ କରି ରୋଜଗାରକ୍ଷମ କରାଇବା ନିମନ୍ତେ ୧୫୦ଜଣ ମହିଳାଙ୍କୁ ଜୀବିକା ମିଶନ ପକ୍ଷରୁ ଚୟନ କରାଯାଇଛି।

ଖେଳଣା କିଟ୍‌ ଦୁର୍ନୀତି: ରସିଦରେ ପଡିଛି ୩ ମାସ ଆଗୁଆ ତାରିଖ

ବାରିପଦା ଅଫିସ,୧୯।୭-ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାରେ ଗୁଣାତ୍ମକମାନ ବଢ଼ାଇବା ଲାଗି ମୟୂରଭଞ୍ଜ ଜିଲାର ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯୋଗାଇ ଦିଆଯାଇଥିବା ଖେଳଣା କିଟ୍‌ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଛି। ଏହି ଘଟଣାର ତଦନ୍ତ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିଯୋଗୁ କର୍ମୀ ଓ ଅଧିକାରୀଙ୍କ ମଧ୍ୟରେ ଶଙ୍କା ସୃଷ୍ଟି ହୋଇଛି।

ଗଛମୂଳ ପାଲଟିଛି ଆଶ୍ରୟ ସ୍ଥଳୀ

ଗଛମୂଳ ପାଲଟିଛି ଆଶ୍ରୟ ସ୍ଥଳୀ

କପ୍ତିପଦା,୧୯।୭(ଡି଼.ଏନ୍‌.ଏ) -ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ବିଭିନ୍ନ ଜନଜାତି ମଧ୍ୟରୁ ମାଙ୍କଡିଆ ଜନଜାତି ମୁଖ୍ୟତଃ କପ୍ତିପଦା ବ୍ଲକରେ ଦେଖାଦେଇଛନ୍ତି।

ବିରି, ମୁଗ ବିହନ ବିକି ନ ପାରି ଚାଷୀ ହତାଶ

ବାଲେଶ୍ୱର ଅଫିସ,୧୯।୭- ବାଲେଶ୍ୱର ଜିଲାରେ ଚଳିତବର୍ଷ ଉତ୍ପାଦନ ହୋଇଥିବା ମୁଗ, ବିରି ବିହନ ଚାଷୀମାନେ ବିକି ନ ପାରି ହଇରାଣ ହେଉଛନ୍ତି। ଚଳିତବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ବିହନ ନିଗମ ବିରି ବିହନ କିଣା ପରିମାଣ ହ୍ରାସ କରିବାରୁ ସମ୍ପୃକ୍ତ ଚାଷୀଙ୍କୁ ହତାଶ ହେବାକୁ ପଡିଛି ବୋଲି ବିହନ ଉତ୍ପାଦନକାରୀ କୃଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ଅଜଣା ରୋଗ ଆତଙ୍କ: ନିମାତପୁରରେ ପହଞ୍ଚିଲେ ୨ ଡାକ୍ତରୀ ଦଳ

ଭୋଗରାଇ,୧୯।୭(ଡି.ଏନ.ଏ.)- ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ ଅଞ୍ଚଳରେ ଅଜଣା ରୋଗର ଆତଙ୍କ ସୃଷ୍ଟି ହୋଇଛି। ଏହି ବ୍ଲକ ଅଧୀନ ନିମାତପୁର ଗ୍ରାମର ଅମୂଲ୍ୟ ଜେନାଙ୍କ ଦୁଇପୁଅ ଉତ୍ତମ (୨୨) ଓ ବରେନ୍ଦ୍ର (୨୬) ଗୋଆରେ ଏକ ହୋଟେଲରେ କାମ କରୁଥିବା ବେଳେ ଅଜଣା ରୋଗରେ ମୃତ୍ୟୁବରଣ କରିବା ପରେ ସେଠାରୁ ଅନ୍ୟ ଓଡ଼ିଆ ଶ୍ରମିକମାନେ ଏବେ ଭୟରେ ଗାଁକୁ ଫେରି ଆସୁଛନ୍ତି।

ଓଲଟିଲା ବସ୍‌, ଜଣେ ଗୁରୁତର

ଖୁଣ୍ଟା,୧୯।୭(ଡି.ଏନ୍‌.ଏ.): ଖୁଣ୍ଟା ଥାନା ଅଧୀନ ଖୁଣ୍ଟା-ବାଲେଶ୍ୱର ରାସ୍ତାର ପୁରୁଣାବାରିପଦା ନିକଟ ପଟୁଆ ଛକଠାରେ ବୁଧବାର ଅପରାହ୍ନରେ ଏକ ଯାତ୍ରିବାହୀ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ଜଣେ ବୃଦ୍ଧଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ବର୍ଷାପାଣି ନିଷ୍କାସନ ନ ହେବାରୁ ଧାନତଳି ନଷ୍ଟ

ଜଳେଶ୍ୱର,୧୯।୭ (ଡି.ଏନ୍‌.ଏ)- ବାଲେଶ୍ୱର ଜିଲା ଜଳେଶ୍ୱର ପୌରାଞ୍ଚଳରୁ ପଶ୍ଚିମବାଡ ପର୍ଯ୍ୟନ୍ତ ଦୀର୍ଘ ୧୬ କି.ମି. କପାସିଆ ରାସ୍ତାର ଉଭୟ ପାର୍ଶ୍ୱରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଦୀର୍ଘ ୭ ଦିନଧରି ଜମି ରହିଥିବାରୁ ପ୍ରାୟ ୧୫୦ ହେକ୍ଟର ଧାନ ତଳି ନଷ୍ଟ ହେବାରେ ବସିଛି।

ଖଡଗପୁର-ଖୋର୍ଦ୍ଧା ଫାଷ୍ଟ ପାସେଞ୍ଜର ଟ୍ରେନର ବିଳମ୍ବ: ଯାତ୍ରୀ ହନ୍ତସନ୍ତ

ଜଳେଶ୍ୱର,୧୯।୭(ସ୍ବ.ପ୍ର.)-ଦକ୍ଷିଣ ପୂର୍ବ ରେଳବାଇର ଖଡଗପୁର-ଖୋର୍ଦ୍ଧା ଫାଷ୍ଟ ପ୍ୟାସେଞ୍ଜର ଟ୍ରେନଟି ଦୈନନ୍ଦିନ ଯାତାୟତରେ ଅହେତୁକ ବିଳମ୍ବ ହେଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି।

ଶ୍ରୀଜୀଉଙ୍କ ରଥଭାଙ୍ଗି ଫେରିଲେ ମହାଲକ୍ଷ୍ମୀ

ନୀଳଗିରି, ୧୯।୭ (ଡି.ଏନ.ଏ.)-ପବିତ୍ର ହେରାପଞ୍ଚମୀ ତିଥିରେ ନୀଳଗିରି ମାଉସୀ ମା’ ମନ୍ଦିର ନିକଟରେ ଦଣ୍ଡାୟମାନ ଶ୍ରୀଜିଉଙ୍କ ରଥକୁ ବୁଧବାର ମହାଲକ୍ଷ୍ମୀ ଭାଙ୍ଗି ଶ୍ରୀମନ୍ଦିରକୁ ଫେରିଯାଇଛନ୍ତି। ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିରରେ ପରିସରରେ ବିଜେ ଦେବୀ ବିମଳାଙ୍କ ନିକଟରେ ପୂଜା ଅର୍ଚ୍ଚନା ସମ୍ପନ୍ନ ହୋଇଥିଲା।

Model This Week

ରୂପେଶ