ବାଲେଶ୍ୱର

ଚାକିରି ପାଇଁ ରାଜ୍ୟ ବାହାରକୁ ଯାଇ ୧୦ ଯୁବକ ହୀନସ୍ଥା

ଚାକିରି ପାଇଁ ରାଜ୍ୟ ବାହାରକୁ ଯାଇ ୧୦ ଯୁବକ ହୀନସ୍ଥା

ବଡବିଲ,୨୦।୧୨ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳର ଠାକୁରାଣୀଠାରେ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରରେ ମାଗଣା ତାଲିମ ନେଇ ଚାକିରି ନିମନ୍ତେ ରାଜ୍ୟ ବାହାରକୁ ଯାଇ ଉଚିତ ଦରମା ନ ପାଇ ୨୦ରୁ ଊର୍ଦ୍ଧ୍ୱ ପିଲା ହୀନସ୍ଥା ହୋଇ ଫେରିଆସିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଠାକୁରାଣୀଠାରେ ଥିବା ଏହି ଟ୍ରେନିଂ ସେଣ୍ଟର ରହିଛି। ଏହି ଟ୍ରେନିଂ ସେଣ୍ଟରରେ ୮ ପ୍ରକାରର ବୈଷୟିକ ଶିକ୍ଷା ଦିଆଯାଉଛି। କେତେକ ଶିକ୍ଷାର୍ଥୀ ପ୍ରାଥମିକ ଶିକ୍ଷା ହାସଲ କରିବା ପରେ ତାଲିମ ଦେଉଥିବା କମ୍ପାନୀ ସେମାନଙ୍କୁ ଚାକିରି କରିବା ଲାଗି ମହାରାଷ୍ଟ୍ର ଓ ହାଇଦ୍ରାବାଦକୁ ପଠାଇଥିଲା। ହେଲେ ପିଲାମାନଙ୍କୁ ସେଠାରେ ଝାଡୁମାରିବା, ଘର ରଙ୍ଗ କରିବା ଆଦି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ସେଠାରେ ସେମାନଙ୍କୁ ଦରମା ସହ ଖାଇବା, ରହିବା ଆଦି ଖର୍ଚ୍ଚ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ କଥା ଅନୁସାରେ କିଛି ମିଳି ନ ଥିଲା। ପ୍ରାୟ ୧୦ ରୁ ଉର୍ଦ୍ଧ୍ୱ ପିଲା ସେଠାରେ ହଇରାଣ ହୋଇ ଗତ କିଛିଦିନ ତଳେ ଯେନତେନ ପ୍ରକାରେ ବଡବିଲକୁ ଫେରି ଆସି ଏହି ଅଭିଯୋଗ କାରିଛନ୍ତି। ଘଟଣା ସମ୍ପର୍କରେ ଉକ୍ତ ସଂସ୍ଥାର ବଡବିଲ ଶାଖା ମୁଖ୍ୟ ସୁବ୍ରଜୀତ ମହାନ୍ତିଙ୍କୁ ପଚାରିବାରେ ଏଠାରୁ ଚାକିରି ନିମନ୍ତେ ରାଜ୍ୟବାହାରକୁ ଯାଇଥିବା ପିଲାମାନେ ଏଠାରେ ୫୨ ଦିନର ଟ୍ରେନିଂ ନେଇଥିଲେ। ଚାକିରି କରିବାକୁ ଯାଇଥିବା ସ୍ଥାନରେ ସେମାନେ କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରି ଫେରିଆସିଛନ୍ତି। ସେମାନେ କାର୍ଯ୍ୟ ନ କରିବାରୁ ଯେତିକି କାର୍ଯ୍ୟ କରିଥିଲେ, ସେହି ଅନୁସାରେ ଦରମା ପାଇଛନ୍ତି।

All Right Reserved By

Model This Week

ନିକିତା

ବାଲେଶ୍ୱର

୩ ରେ କନଷ୍ଟେବଳ, ହାବିଲଦାର ସଂଘ ନିର୍ବାଚନ

ଭଦ୍ରକ ଅଫିସ,୨୩।୪-ଭଦ୍ରକ ପୋଲିସ କନଷ୍ଟେବଳ ଓ ହାବିଲଦାର ସଂଘ ନିର୍ବାଚନ ଆସନ୍ତା ୩ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ନାମାଙ୍କନପତ୍ର ଦାଖଲ ହୋଇଯାଇଛି।

ବିଶ୍ୱ ପୁସ୍ତକ ଦିବସ ଉପଲକ୍ଷେ ପ୍ରତିଯୋଗିତା

ଭଦ୍ରକ ଅଫିସ,୨୩।୪-ବିଶ୍ୱ ପୁସ୍ତକ ଦିବସ ଉପଲକ୍ଷେ ଭଦ୍ରକ ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ସନ୍‌ସାଇନ ମିଶନ ସ୍କୁଲ ପରିସରରେ ‘ପୁସ୍ତକ ମୋର ବନ୍ଧୁ’ ଶୀର୍ଷକ ଏକ ଶିଶୁ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ମରଣାନ୍ତକ ଆକ୍ରମଣ ମାମଲା: ୪ ଅଭିଯୁକ୍ତଙ୍କୁ ବର୍ଷେ ଲେଖାଏ ଜେଲ୍‌

ଭଦ୍ରକ ଅଫିସ,୨୩।୪(ଡି.ଏନ.ଏ.)-ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମହଲତ ସା ସୋମବାର ଏକ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ୪ ଅଭିଯୁକ୍ତଙ୍କୁ ୧ ବର୍ଷ ଲେଖାଏ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି।

୨ ଶିଶୁ ଶ୍ରମିକ ଉଦ୍ଧାର

ଭଦ୍ରକ ଅଫିସ,୨୩।୪-ସୋମବାର ନେହେରୁ ଷ୍ଟାଡିୟମ ସମ୍ମୁଖରେ ଡ୍ରେନ ମରାମତି କାର୍ଯ୍ୟରେ ନିୟୋଜିତ ଥିବା ୨ ଜଣ ଶିଶୁ ଶ୍ରମିକଙ୍କୁ ଚାଇଲ୍ଡ ଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି।

ସଡ଼କ ସୁରକ୍ଷା ସଚେତନତା ରାଲି

ବେତନଟୀ, ୨୩।୪(ଡି.ଏନ.ଏ.)-ବେତନଟୀ ପୋଲିସ ପକ୍ଷରୁ ସୋମବାର ସକାଳେ ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି।

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ବେତନଟୀ, ୨୩।୪(ଡି.ଏନ.ଏ.)-ବେତନଟୀ ଥାନା ଅଧୀନ ବଙ୍ଗଳା ଛକ ନିକଟ ବେତନଟୀ ଗ୍ରାମର ଜଣେ ଯୁବକଙ୍କର ରବିବାର ରାତିରେ ଅସ୍ବାଭାବିକ ମୃତ୍ୟୁ ହୋଇଛି।

ମହିଳାଙ୍କ ସମେତ ୩ ଚୋରା ମଦ ବେପାରୀ ଗିରଫ

ମହିଳାଙ୍କ ସମେତ ୩ ଚୋରା ମଦ ବେପାରୀ ଗିରଫ

ଜଳେଶ୍ୱର, ୨୩।୪(ଡି.ଏନ.ଏ.)-ସୋମବାର ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ୩ ଘଣ୍ଟା ଧରି ଜଳେଶ୍ୱର ଓ ବସ୍ତା ଅବକାରୀ ବିଭାଗ ପକ୍ଷରୁ ଜଳେଶ୍ୱର ଥାନା ଅନ୍ତର୍ଗତ ପଞ୍ଚୁଘଣ୍ଟା, ବିରିଶପୁର, ଗୋପ ଓ ଲକ୍ଷ୍ମଣନାଥ ଅଞ୍ଚଳରେ ଅତର୍କିତ ଭାବେ ଚଢାଉ କରାଯାଇ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।

ଟେଲି ମେଡିସିନ୍‌ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବ

କେନ୍ଦୁଝର, ୨୩।୪ (ସ୍ବ.ପ୍ର.)- ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଟେଲିମେଡିସିନ୍‌ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ତୁଲାଇ ପାରିବ । ଏହି ସେବାକୁ ଅଧିକ ବ୍ୟାପକ କରାଗଲେ ଲୋକେ ଉପକୃତ ହୋଇପାରିବେ ବୋଲି ଜିଲାପାଳ ଆଶିଷ ଠାକରେ କହିଛନ୍ତି।

‘୩ କୋଟି ଦିଅ, ନଚେତ ମୃତ୍ୟୁଦଣ୍ଡ’

‘୩ କୋଟି ଦିଅ, ନଚେତ ମୃତ୍ୟୁଦଣ୍ଡ’

କେନ୍ଦୁଝର ୨୩। ୪ (ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ଉପାନ୍ତ ଓ ବଣପାହାଡ ଘେରା ଇଲାକାରେ ଏକଦା ‘ମାଓବାଦୀ’ ସଂଗଠନ ସକ୍ରିୟ ରହିଥିଲା। ଗତ କିଛିବର୍ଷ ହେବ ମାଓବାଦୀଙ୍କ ସ୍ବରଶବ୍ଦ ନ ଥିବା ବେଳେ ଶୁକ୍ରବାର ରାତିରେ ୧୦ରୁ ୧୨ ଜଣ ସନ୍ଦିଗ୍ଧ ମାଓବାଦୀ ଆସି ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟକୁ ପଣିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

କାହାଣୀରୁ ପ୍ରେରଣା: ଡ୍ରେନ୍‌ ସଫା କଲେ ୨ଛାତ୍ର

ପାଟଣା, ୨୩।୪ (ସ୍ବ.ପ୍ର.)-ତୃତୀୟ ଶ୍ରେଣୀରେ ପଢାଯାଉଥିବା ‘ ଆମ ଭାଷା ଆମ ସାହିତ୍ୟ’ ବହିର ‘ତୁମପରି ଛୋଟ ପିଲାଟିଏ’ କବିତା ପଢି ଦୁଇ ଆଦିବାସୀ ଛାତ୍ର ଗାଁର ଡ୍ରେନ ସଫା କରିବା ଘଟଣା ଚର୍ଚ୍ଚାକୁ ଆସିଛି। ୮ ବର୍ଷ ବୟସର ଏହି ଦୁଇ ଛାତ୍ର ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗାଁ ପରିବେଶ ସଫା ରଖିବାକୁ ଏପରି ପଦକ୍ଷେପ ନେଇଥିବା କହିଛନ୍ତି।

 ତାତିରେ ଜଳୁଛି କପ୍ତିପଦା

ତାତିରେ ଜଳୁଛି କପ୍ତିପଦା

କପ୍ତିପଦା,୨୩।୪(ଡି.ଏନ.ଏ.) - ଜଙ୍ଗଲ ପାହାଡ଼ ପରିବେଷ୍ଟିତ ମୟୂରଭଞ୍ଜ ଜିଲା ଏବେ ତତଲା ଜିଲା ଭାବେ ପରିଗଣିତ ହେବାକୁ ବସିଛି । ବ୍ୟାପକ ଜଙ୍ଗଲ କ୍ଷୟ ସାଙ୍ଗକୁ ବେଆଇନ ଖଣି ଖନନ ଏହି ପରିବେଶକୁ ନଷ୍ଟ କରିବାର ପ୍ରମୁଖ କାରଣ ବୋଲି ଜଣାଯାଇଛି । ଏବେ ଜିଲାର ବହୁ ପାହାଡ ଓ ହୁଡି ବୃକ୍ଷଶୂନ୍ୟ ହୋଇ ଲଣ୍ଡା ହୋଇପଡିଛି। ଏଭଳି ବହୁତ ଲଣ୍ଡା ପାହାଡ, ହୁଡି ଓ ବଡ ବଡ ପଥର ଚଟାଣ କପ୍ତିପଦା ବ୍ଲକ୍‌ ଅଞ୍ଚଳରେ ରହିଛି । ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ଯୋଗୁ ଏହି ପଥର ଚଟାଣ, ପାହାଡ ଓ ହୁଡି ପରିବେଶକୁ ଉତ୍ତପ୍ତ କରି ଦେଉଛି ବୋଲି ପରିବେଶବିତମାନେ ମତ ପ୍ରକାଶ କରିଛନ୍ତି ।

୨ ଶିଶୁକନ୍ୟା ଚାଇଲ୍ଡଲାଇନକୁ ହସ୍ତାନ୍ତର

ସିମୁଳିଆ, ୨୩।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଜାମୁଝାଡି ପଞ୍ଚାୟତର ଗୌଡପଡା ଅଞ୍ଚଳରୁ ଜଣେ ମାନସିକ ବିକୃତ ମହିଳାଙ୍କ ନିକଟରୁ ୨ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇ ରବିବାର ଖଇରା ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି । ଶନିବାର ଏହି ମହିଳାଜଣଙ୍କ ଦୁଇଜଣ ଶିଶୁକନ୍ୟାଙ୍କୁ ସାଥିରେ ନେଇ ଗୌଡପଡା ଲକ୍ଷ୍ମୀପୂଜା ପଡିଆରେ ଥିଲେ ା ତେବେ ଭୋକରେ ଆଉଟୁପାଉଟୁ ହୋଇ ଶିଶୁମାନେ କାନ୍ଦୁଥିବା ବେଳେ ମାନସିକ ବିକୃତ ମହିଳାଜଣଙ୍କ ସେମାନଙ୍କୁ ମାରପିଟ କରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।