ବାଲେଶ୍ୱର

କେନ୍ଦୁଝରରେ ଶୀତ ଲହରୀ

 କେନ୍ଦୁଝରରେ ଶୀତ ଲହରୀ

ପାଟଣା,୨୦।୧୨(ସ୍ବ.ପ୍ର.)-ସମଗ୍ର କେନ୍ଦୁଝର ଜିଲାରେ ବୁଧବାର ଅଧିକ ଶୀତ ପ୍ରକୋପ ଅନୁଭୂତ ହୋଇଥିଲା। ଶୀତ ଲହରୀ ଯୋଗୁ ଲୋକେ ସକାଳେ ଘରୁ ପଦାକୁ ବାହାରି ପାରି ନ ଥିଲେ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ବଣ, ପାହାଡ, ନଦୀ ପରିବେଷ୍ଟିତ କେନ୍ଦୁଝର ଜିଲାରେ ଶୀତଋତୁ ପର୍ଯ୍ୟଟକଙ୍କ ପାଇଁ ସୁଖଦ ଅନୁଭୂତି ଆଣୁଥିବା ବେଳେ ଗରିବ ଲୋକେ ଶୀତବସ୍ତ୍ର ଅଭାବରୁ ଦୟନୀୟ ସ୍ଥିତିରେ ଜୀବନ ବିତାଇଥାନ୍ତି। ଗତ କିଛି ବର୍ଷ ଧରି ଆଗଭଳି ଶୀତ ପ୍ରକୋପ ଅନୁଭୂତ ହେଉ ନ ଥିଲେମଧ୍ୟ ଏଥର ସୋମବାରଠାରୁ ପାରଦ ଖସିବାରେ ଲାଗିଛି । କେନ୍ଦ୍ରୀୟ ଜଳ କମିଶନର କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଗତ ୩ଦିନ ଧରି ଜିଲାର ଆନନ୍ଦପୁର ଅଞ୍ଚଳର ପାରଦ ୧୭ରୁ ୧୫ ଡିଗ୍ରୀ, ଚମ୍ପୁଆରେ ୧୧ ଡିଗ୍ରୀ ରହିଥିଲା । ପାଟଣାର ପାରଦ ୧୩ରୁ ୧୨ ଡିଗ୍ରୀକୁ ଖସି ଆସିଥିଲା। କେନ୍ଦୁଝରରେ ବୁଧବାର ପାରଦ ୮.୪୦ ଡିଗ୍ରୀ ରହିଥିଲା। ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ତଥା ବିଶେଷଜ୍ଞ ଡଃ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ ଆଗାମୀ କିଛିଦିନ ପର୍ଯ୍ୟନ୍ତ କେନ୍ଦୁଝର ଜିଲାର ପାରଦ ନିମ୍ନାଭିମୁଖୀ ହେବ । ଫଳରେ ଜିଲାରେ ଶୀତ ଲହରୀ ଜାରି ରହିବ । କେନ୍ଦୁଝରରେ ଶୀତଲହରୀ ସାଙ୍ଗକୁ ଗୁରୁବାରଠାରୁ କୁହୁଡ଼ି ଲାଗି ରହିବ ବୋଲି ସୂଚନା ଦିଆଯାଇଛି।

All Right Reserved By

ବାଲେଶ୍ୱର

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ବାଲିଆପାଳ, ୧୭।୭(ଡି.ଏନ.ଏ.)-ବାଲିଆପାଳ ବ୍ଲକ ଦେଭୋଗ ସେବା ସମବାୟ ସମିତି ପକ୍ଷରୁ ସୋମବାର ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାମଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ସବରେ ବାଲିଆପାଳସ୍ଥିତ ବାଲେଶ୍ୱର ଭଦ୍ରଖ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମ୍ୟାନେଜର ତୁଷାରକାନ୍ତ ପାତ୍ର, ବ୍ୟାଙ୍କ ନିର୍ଦ୍ଦେଶକ ଦେବ କୁମାର ଦେ, ଝରଣା ମହାନ୍ତି, ପଦ୍ମଲୋଚନ ମାଣିକ, ଶ୍ରୀମନ୍ତ ନାୟକ, ରାଜେନ୍ଦ୍ର ପଣ୍ଡିତ, କୁବେର ଚନ୍ଦ୍ର କର, ଅଜୟ ଦଳାଇ ପ୍ରମୁଖ ଯୋଗ ଦେଇ ସମବାୟ ସମିତି, ବ୍ୟାଙ୍କ ଜରିଆରେ କୃଷି ଋଣ, ସବ୍‌ସିଡ଼ି, ଫସଲବୀମା, ଅନ୍ୟାନ ସହାୟତା ଚାଷୀମାନେ ନେଇପାରିବେ ବୋଲି କହିଥିଲେ।

‘ଜୀବନ ବିନ୍ଦୁ’ରେ  ୧୨୫ ୟୁନିଟ୍‌ ରକ୍ତ ସଂଗ୍ରହ

‘ଜୀବନ ବିନ୍ଦୁ’ରେ ୧୨୫ ୟୁନିଟ୍‌ ରକ୍ତ ସଂଗ୍ରହ

ବାହାନଗା,୧୭।୭(ଡି.ଏନ.ଏ.)-ବାହାନଗା ବ୍ଳକ ଦାଣ୍ଡହରିପୁର ପଞ୍ଚାୟତ ଆରୁହା ଗ୍ରାମରେ ଥିବା ୟୁଜି ଉଚ୍ଚ ବିଦ୍ୟାଳୟ ପରିସରରେ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୨୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇ ଥିଲା। ଏହାକୁ ସୋର ବିଧାୟକ ପର୍ଶୁରାମ ଧଡା ଉଦଘାଟନ କରିଥିଲେ ।

ଚାଇଲ୍ଡ ଲାଇନ୍‌ ଦ୍ୱାରା ନାବାଳକ ଉଦ୍ଧାର

ବାଲିଆପାଳ,୧୭।୭(ଡି.ଏନ.ଏ.)-ବାଲିଆପାଳ ଚାଇଲ୍ଡଲାଇନ୍‌ ଦ୍ୱାରା ମଙ୍ଗଳବାର ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ଘର ବାଲିଆପାଳ ଥାନା ଜଗତୀପୁର ପଞ୍ଚାୟତ ବଗଦା ଗ୍ରାମରେ। ଉକ୍ତ ନାବାଳକଙ୍କୁ ସେହି ଗ୍ରାମର କାର୍ତ୍ତିକ ବେହେରା ଗତ ୮ ତାରିଖରେ ଏକ ସାମାନ୍ୟ କଥାକୁ ନେଇ ମାଡ଼ ମାରିଥିଲେ।

ଦଶମ ଶ୍ରେଣୀ ଛାତ୍ରଙ୍କ ଆମତ୍ହତ୍ୟା

ରୂପ୍‌ସା,୧୭।୭(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅଞ୍ଚଳର ଜଣେ ଛାତ୍ର ବେକରେ ରଶି ଲଗାଇ ଆମତ୍ହତ୍ୟା କରିଛନ୍ତି। ଏ ସମ୍ପର୍କରେ ମେଡ଼ିକାଲ ଫାଣ୍ଡିରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି। ସେ ସ୍ଥାନୀୟ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ।

କେନ୍ଦ୍ରର କୁଶାସନ ବିରୋଧରେ ଆଇନ ଅମାନ୍ୟ

କେନ୍ଦ୍ରର କୁଶାସନ ବିରୋଧରେ ଆଇନ ଅମାନ୍ୟ

ବାରିପଦା ଅଫିସ,୧୭।୭- ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପରିବର୍ଦ୍ଧିତ ମୟୂରଭଞ୍ଜ ଜିଲା ପରିଷଦ ବୈଠକ ତ୍ରିନାଥ ପାତ୍ରଙ୍କ ସଭାପତିତ୍ୱରେ ପାର୍ଟିର ଜିଲା କାର୍ଯ୍ୟାଳୟ ତୁଳସିଚଉରାଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜିଲା ସମ୍ପାଦକ ଜଗବନ୍ଧୁ ମିଶ୍ର ସାଙ୍ଗଠନିକ ଓ ରାଜନୈତିକ ରିପୋର୍ଟ ଉପସ୍ଥାପନ କରିଥିଲେ।

   ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ

ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ

ଉଦଳା, ୧୭।୭ (ଡି.ଏନ.ଏ.) - ଉଦଳା ଆଡପ ମଣ୍ଡପରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଚକାଡୋଳା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଡିହିରାକୁଳ ଚକାଡୋଳା ସାଂସ୍କୃତିକ ଦଳର କଣ୍ଠଶିଳ୍ପୀ ବିଶ୍ୱନାଥ ପଣ୍ଡା ଏବଂ ତାଙ୍କର ସାଥୀ କଳାକାର ବହୁ ଲୋକପ୍ରିୟ ଭଜନ ଗାନ କରିଥିଲେ ।

ଭୁଶୁଡିଲା ଡ୍ରେନ: ରାସ୍ତାରେ ଆଣ୍ଠୁଏ ପାଣି

ବଡ଼ସାହି,୧୭ ।୭(ସ୍ବ.ପ୍ର)-ବଡ଼ସାହି ବଜାରର ମୁଖ୍ୟ ସ୍ଥଳରେ ଥିବା ଡ୍ରେନ ପୋତିଯିବାରୁ ବର୍ଷାଜଳ ନିଷ୍କାସନ ନେଇ ସମସ୍ୟା ଉପୁଜିଛି । ସାମାନ୍ୟ ବର୍ଷାରେ ରାସ୍ତାଘାଟ, ତହସିଲ, ଥାନା, ରାଜସ୍ବ ଅଫିସ ବର୍ଷା ସମେତ ବହୁ ଦୋକାନ ପାଣିରେ ଉବୁଟୁବୁ ହେଉଛି । ଏପରିକି ଦୀର୍ଘଦିନ ଧରି ଡ୍ରେନ ଭାଙ୍ଗି ପଡିଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ଟେଲିଫୋନ ଖୁଣ୍ଟ ଝୁଲି ରହିଛି । କୌଣସି ମୁହୂର୍ତ୍ତରେ ଅଘଟଣା ଘଟିବାର ଆଶଙ୍କାକୁ ଏଡାଇ ହେବ ନାହିଁ।

ଯୁବ ବାହିନୀର ଦକ୍ଷତା ବିକାଶ ଉପରେ ଗୁରୁତ୍ୱ

ଯୁବ ବାହିନୀର ଦକ୍ଷତା ବିକାଶ ଉପରେ ଗୁରୁତ୍ୱ

ବାରିପଦା ଅଫିସ,୧୭।୭- ବାରିପଦା ତକତପୁରସ୍ଥିତ ସରକାରୀ ବୈଷୟିକ ତାଲିମ କେନ୍ଦ୍ର ପରିସରରେ ବିଶ୍ୱ ଦକ୍ଷତା ଦିବସ ପାଳିତ ହୋଇଯାଇଛି। ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଡ.ଶୁଭଙ୍ଗ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ବିନିତ ଭରଦ୍ୱାଜ, ମୁଖ୍ୟବକ୍ତା ଭାବେ ଜିଲା ନିଯୁକ୍ତି ଅଧିକାରୀ ରଞ୍ଜନ କୁମାର ମିଶ୍ର ଯୋଗଦେଇଥିଲେ। ଏହି ଅବସରରେ ‘ପରିବେଶ ସୁରକ୍ଷା, ପୃଥିବୀ ସୁରକ୍ଷା’ ସ୍ଲୋଗାନରେ ସମସ୍ତେ ତାଲିମ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।

ଦୁଗ୍ଧ ଢାଳି ଚାଷୀଙ୍କ ପ୍ରତିବାଦ

ଦୁଗ୍ଧ ଢାଳି ଚାଷୀଙ୍କ ପ୍ରତିବାଦ

ଭଦ୍ରକ ଅଫିସ,୧୭।୭- ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରା ନ ଯିବା ପ୍ରତିବାଦରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପ୍ରସାଦ ପଞ୍ଚାୟତର ୪୦ରୁ ଉର୍ଦ୍ଧ୍ୱ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ସ୍ଥାନୀୟ ଗଙ୍ଗାମାତା ଦୁଗ୍ଧ ସୋସାଇଟି ଆଗରେ ଦୁଗ୍ଧ ଢାଳି ବିଭିନ୍ନ ନାରା ଦେଇ ଚାଷୀଙ୍କଠାରୁ କ୍ଷୀର ନ କିଣିବାକୁ ବାମୁଲ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିବାରୁ ଏହାକୁ ନିନ୍ଦା କରି ଥିଲେ। ଗୋପାଳନ କରୁଥିବା ଚାଷୀ ଏଠାରେ କ୍ଷୀର ବିକି ନ ପାରି କ୍ଷତି ସହୁଛନ୍ତି। ସେମାନେ ପ୍ରତିବାଦ ଓ ବିରୋଧ କରିବା ସତ୍ତ୍ୱେ କୌଣସି ପ୍ରତିକାର ହେଉ ନ ଥିବା ଅଭିଯୋଗ କରିଛନ୍ତି।

ପୁରୁଣା ଫେରାର ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ,୧୭।୭- ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ନାୟକାଣିଡିହି ଥାନା ପୋଲିସ ଦୁଇ ପୁରୁଣା ଫେରାର ଅଭିଯୁକ୍ତଙ୍କୁ ସୋମବାର ବିଳମ୍ବିତ ରାତିରେ ଗିରଫ କରିଛି। ୨୦୧୧ର ଏକ ମାମଲାରେ ଗୋବିନ୍ଦପୁର ଅଞ୍ଚଳର ହରେକୃଷ୍ଣ ଓରଫ ଶଙ୍କର୍ଷଣ କର(୬୮) ଓ ୨୦୧୪ର ଏକ ମାମଲାରେ ତମ୍ବାଖଣ୍ଡି ଅଞ୍ଚଳର ସପନ କୁମାର ମାହୁନ୍ତ(୨୩) ଅଭିଯୁକ୍ତ ଥାଇ ଫେରାର ଥିଲେ।

ହେଲମେଟ ଯାଞ୍ଚ, ଜରିମାନା ଆଦାୟ

ଭଦ୍ରକ ଅଫିସ,୧୭।୭-ଭଦ୍ରକ ଜିଲା ନାୟକାଣିଡିହି ପୋଲିସ ପକ୍ଷରୁ ସଡକ ସଚେତନତା ପାଇଁ ବିରସ ଛକଠାରେ ସୋମବାର ସନ୍ଧ୍ୟାରେ ଦୁଇଚକିଆ ଯାନ ଯାଞ୍ଚ କରାଯାଇଥିଲା।

ସ୍ବଳ୍ପ ବୃଷ୍ଟିପାତ, କୃଷିକାର୍ଯ୍ୟ ବାଧାପ୍ରାପ୍ତ

ଚମ୍ପୁଆ/ଯୋଡ଼ା/ଝୁମ୍ପୁରା,୧୭।୭(ଡି.ଏନ.ଏ.): ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚମ୍ପୁଆ କୃଷି ଜିଲାରେ ଚାଷ ପ୍ରଭାବିତ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଖରିଫ ଋତୁରେ କମ୍‌ ବୃଷ୍ଟିପାତ ଯୋଗୁଁ ପ୍ରଭାବ ସିଧା ସଳଖ ଚାଷୀକୁଳ ଉପରେ ପଡ଼ିଛି। ଆବଶ୍ୟକ ପରିମାଣ ବର୍ଷା ଅଭାବରୁ କୃଷିକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

Model This Week

ରୂପେଶ