ବାଲେଶ୍ୱର

୩ଶିକ୍ଷକ ନିଲମ୍ବିତ

୩ଶିକ୍ଷକ ନିଲମ୍ବିତ

ଭଦ୍ରକ ଅଫିସ,୨୦। ୧୨-କାର୍ଯ୍ୟରେ ଅବହେଳା ଓ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭଦ୍ରକ ଜିଲାର ୩ଜଣ ଶିକ୍ଷକଙ୍କୁ ଜିଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରି ବ୍ଲକ ଶିକ୍ଷାଧିକାରୀଙ୍କ ତଦନ୍ତ ରିପୋର୍ଟ ଭିତ୍ତିରେ ନିଲମ୍ବନ କରିଛନ୍ତି । ଭଣ୍ଡାରିପୋଖରୀ ବ୍ଲକ ନାଳକୂଳ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିନୋଦ ବିହାରୀ ବାରିକଙ୍କୁ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଯାଇ ନିଲମ୍ବନ କରାଯାଇଛି । ଧାମନଗର ବ୍ଲକ କଇଠଡିହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିଭୂଷଣ ସେଠୀଙ୍କୁ ସରକାରୀ ଅର୍ଥ ଆତ୍ମସାତ ଓ କାର୍ଯ୍ୟରେ ଅବହେଳା ଦର୍ଶାଯାଇ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ସେହିଭଳି ଧାମନଗର ବ୍ଲକ ଇନ୍ଦ୍ରଗୋବିନ୍ଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗଙ୍ଗାଧର ଦେହୁରିଙ୍କୁ କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ନିଲମ୍ବନ କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

All Right Reserved By

Model This Week

ନିକିତା

ବାଲେଶ୍ୱର

ବଳାତ୍କାର, ହତ୍ୟା ଉଦ୍ୟମ ଅଭିଯୋଗ: ବାପ, ପୁଅ ଗିରଫ

ଭଦ୍ରକ ଅଫିସ,୨୨।୪-ଭଦ୍ରକ ଟାଉନ ଥାନା ପୋଲିସ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଉଦ୍ୟମ ଅଭିଯୋଗରେ ବାପ, ପୁଅଙ୍କୁ ଗିରଫ କରିଛି।

୨ଲକ୍ଷ ଟଙ୍କାର ଚୋରାକାଠ ଜବତ

ଭଦ୍ରକ ଅଫିସ,୨୨।୪-ଭଦ୍ରକ ବନ ବିଭାଗ ପକ୍ଷରୁ ଶନିବାର ସନ୍ଧ୍ୟାରେ ଚୋରା ଶାଳ କାଠ ବୋଝେଇ ବୋଲେରୋ ଆରଡ଼ି ଛକରୁ ଜବତ କରାଯାଇଥିଲା।

ଆନନ୍ଦପୁର ଶାସ୍ତ୍ରୀୟ ଓଡିଶୀ ସଙ୍ଗୀତ ମହାବିଦ୍ୟାଳୟ ବାର୍ଷିକଉତ୍ସବ

ଆନନ୍ଦପୁର ଶାସ୍ତ୍ରୀୟ ଓଡିଶୀ ସଙ୍ଗୀତ ମହାବିଦ୍ୟାଳୟ ବାର୍ଷିକଉତ୍ସବ

ଘସିପୁରା,୨୨।୪(ଡି.ଏନ୍‌.ଏ.)-ଆନନ୍ଦପୁର ଶାସ୍ତ୍ରୀୟ ଓଡିଶୀ ସଂଗୀତ ମହାବିଦ୍ୟାଳୟର ଅଷ୍ଟାଦଶତମ ବାର୍ଷିକ ଉତ୍ସବ ସ୍ଥାନୀୟ ବଡଦାଣ୍ଡ ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି।

ମହେଶ୍ୱରଙ୍କୁ ଆନନ୍ଦପୁରରେ ଭବ୍ୟ ସମ୍ବର୍ଦ୍ଧନା

ମହେଶ୍ୱରଙ୍କୁ ଆନନ୍ଦପୁରରେ ଭବ୍ୟ ସମ୍ବର୍ଦ୍ଧନା

ଘସିପୁରା,୨୨।୪(ଡି.ଏନ୍‌.ଏ.)-ଭାଜପା କୃଷକମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁଙ୍କୁ ଆନନ୍ଦପୁର ଭାଜପା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ

ଶନିଶ୍ଚର ପୂଜା: ମାନସୀକଧାରୀଙ୍କର ଜଳଲାଗି

ଶନିଶ୍ଚର ପୂଜା: ମାନସୀକଧାରୀଙ୍କର ଜଳଲାଗି

ଘସିପୁରା,୨୨।୪(ଡି.ଏନ୍‌.ଏ.)-ଘସିପୁରା ବ୍ଲକ ବେଲସୁନ୍ଦରୀ ଗ୍ରାମରେ ଶନିଶ୍ଚର ପୂଜା ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଶନିଶ୍ଚର କ୍ଲବ ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା।

ଧାରଣାରେ ବସିବେ ରାତ୍ରଜଗୁଆଳ-ପିଅନ

ଘସିପୁରା,୨୨।୪(ଡି.ଏନ୍‌.ଏ.): ନିଖିଳ ଓଡିଶା ଆଇ.ସି.ଡି.ଏସ୍‌. ରାତ୍ର ଜଗୁଆଳ-ପିଅନ ମହାସଂଘର ଚାକିରୀ ଓ ଦରମା ସର୍ତ୍ତାବଳୀକୁ ଆଧାର କରି ଆସନ୍ତା ୨୩ ତାରିଖ ସୋମବାର ଠାରୁ ଧାରଣାରେ ବସିବାକୁ ନିଷ୍ପତି ଗ୍ରାହଣ କରାଯାଇଛି।

ପ୍ରଶିକ୍ଷଣ ଶିବର ପାଇଁ ଅସହ୍ୟ ତାତି ବାଧକ ସାଜିଛି

ଘସିପୁରା,୨୨।୪(ଡି.ଏନ୍‌.ଏ.): ବର୍ଷର ଏପ୍ରିଲ୍‌ ଓ ମଇ ମାସରେ ଅସହ୍ୟ ତାତି ଅନୁଭୂତ ହୋଇଥାଏ। ତାତି କାରଣରୁ ଅଧିକାଂଶ ସମୟରେ ଲୋକମାନେ ଅଂଶୁଘାତର ଶିକାର ମଧ୍ୟ ହୋଇଥାନ୍ତି।

ଭାଜପା ଯୁବମୋର୍ଚ୍ଚ ପକ୍ଷରୁ ବିକ୍ଷୋଭ

ଭାଜପା ଯୁବମୋର୍ଚ୍ଚ ପକ୍ଷରୁ ବିକ୍ଷୋଭ

ଭଦ୍ରକ ଅଫିସ,୨୨।୪: ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ରବିବାର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖଷର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟରେ ଶିଶୁ ବଳାତ୍କାର ଓ ଯୌନ ଉତ୍ପିଡନ ବଢି ଚାଲିଥିବା ବେଳେ ବିଜେଡି ସରକାର ନିଦା ବିଷ୍ଣୁ ପାଲଟି ଯାଇଥିବା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସମାଲୋଚନା କରାଯାଇଥିଲା।

ନାବାଳିକାଙ୍କୁ ଅସଦଆଚରଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଭୋଗରାଇ,୨୨।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧିନ ଭୋଗରାଇ ଗ୍ରାମର ୨ନାବାଳିକାଙ୍କୁ ଉକ୍ତ ଗ୍ରାମର ସିରାଜୁଲ(୪୦) ନାମକ ଜଣେ ଯୁବକ ଅସଦଆଚରଣ କରିବା ଅଭିଯୋଗ ହୋଇଥିଲା।

ପୋଖରୀରେ ଗାଧୋଇବା ବେଳେ ଗୋଡ ଖସି ଛାତ୍ରୀ ମୃତ

ପୋଖରୀରେ ଗାଧୋଇବା ବେଳେ ଗୋଡ ଖସି ଛାତ୍ରୀ ମୃତ

ନୀଳଗିରି,୨୨।୪ (ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଭୂଉଁରିଆବାଡ ପଞ୍ଚାୟତ ଅଧୀନ ଜଡିବାଲି ଗାଁର ଜଣେ କଲେଜ ଛାତ୍ରୀଙ୍କର ପାଣିରେ ବୁଡିବାରୁ ମୃତ୍ୟୁ ଘଟିଛି। ମୃତକ ହେଲେ ଲିସା ଜେନା (୧୮)।

ଜଳଙ୍ଗ ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା

ଜଳଙ୍ଗ ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା

ଖଇରା,୨୨।୪(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ଗ୍ରାମ ପଞ୍ଚାୟତ ଅଧୀନ ଜଳଙ୍ଗ ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଭୁରୁଡି ବେହେରାଙ୍କର ୩ ବଖରା ବାସଗୃହ ପୋଡ଼ି ଯାଇଛି। ଖବରପାଇ ଖଇରା ଦମକଳ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ କନ୍ଦରକଳା ଗ୍ରାମରେ ଭାଲୁ ଆକ୍ରମଣରେ ଅରୁଣ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରବିବାର ସକାଳେ ଭାଲୁଟି ନିକଟସ୍ଥ ଜଙ୍ଗଲରୁ ଗାଁ ମଧ୍ୟକୁ ପଶି ଆସିଥିବା ବେଳେ ଅରୁଣଙ୍କ ସହ ମୁହାଁମୁହିଁ ହୋଇଯାଇଥିଲା।