Dharitri News
ବାଲେଶ୍ୱର

ଫେରିଲେ ୧୬ ଅଟକ ଶ୍ରମିକ

ଫେରିଲେ ୧୬ ଅଟକ ଶ୍ରମିକ ଭଦ୍ରକ ଅଫିସ,୨୦। ୧୨-ବିହାର ମୁଜାଫରପୁରରେ ତିହିଡି ଅଞ୍ଚଳର ୧୬ଜଣ ଅଟକ ଥିବା ଦାଦନ ଶ୍ରମିକ ବୁଧବାର ସନ୍ଧ୍ୟାରେ ଭଦ୍ରକ ଫେରିଛନ୍ତି । ସୂଚନା ମୁତାବକ ତିହିଡି ସୟା ଅଞ୍ଚଳର ୧୬ଜଣ ଶ୍ରମିକ ତଥା ଅନ୍ୟ ଜିଲାର ଏଭଳି ମୋଟ ୩୬ଜଣ ଶ୍ରମିକ ଜଣେ ଦଲାଲଙ୍କ ମାଧ୍ୟମରେ କାମ କରିବା ଲାଗି ବିହାର ମୁଜାଫରପୁରର ଏକ ଷ୍ଟିଲ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ । କିନ୍ତୁ ଦଲାଲ ଜଣକ ୩ଦିନ କାମ କରାଇ କେଉଁ ଆଡେ ଫେରାଇ ହୋଇଯିବା ପରେ ସମ୍ପୃକ୍ତ ଷ୍ଟିଲ କମ୍ପାନୀରେ ଅକଥନୀୟ ନିର୍ଯାତନା ପାଇ ଏମାନେ ମାଲିକ ଦ୍ୱାରା ଅଟକ ରହିଥିଲେ । ଏନେଇ ସେମାନେ ଓ୍ବାସଆପ୍‌ ଯୋଗେ ସେମାନେ ଅଟକ ଥିବା ପରିବାର ଲୋକଙ୍କୁ ଜଣାଇବା ସହ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ୍‌କୁ ଅନୁରୋଧ କରିଥିଲେ । ଭଦ୍ରକ ଜିଲା ପ୍ରଶାସନ ସେଠାକାର ପ୍ରଶାସନ ସହ ଯୋଗାଯୋଗ କରି ଉଦ୍ଧାର କାର୍ଯ୍ୟ କରାଇଥିଲେ। ବୁଧବାର ସନ୍ଧ୍ୟାରେ ନୀଳାଚଳ ଏକ୍ସପ୍ରେସ ଯୋଗେ ସନ୍ଧ୍ୟାରେ ଭଦ୍ରକ ଷ୍ଟେଶନରେ ପହଞ୍ଚି ଗାଁକୁ ଫେରିଛନ୍ତି ।

ବାଲେଶ୍ୱର

କେନ୍ଦୁଝରରେ ଫେଲ୍‌ ମାରିଛି ବିକାଶ

କେନ୍ଦୁଝର,୨୧।୧(ସ୍ବ.ପ୍ର)- କେନ୍ଦୁଝର ଜିଲାରେ ପ୍ରଶାସନିକ ଓ ରାଜନୈତିକ ଅବହେଳାରୁ ଜିଲାବାସୀ ଘୋର ସମସ୍ୟାରେ କାଳାତିପାତ କରୁଛନ୍ତି। ରାଜନୈତିକ ପଶାପାଲିରେ ବିକାଶ ଫେଲ୍‌ ମାରୁଛି।

ଭଙ୍ଗାଚାଳିଆରେ ଅସହାୟ ମା’ ଝିଅ

ଭଙ୍ଗାଚାଳିଆରେ ଅସହାୟ ମା’ ଝିଅ

ତିହିଡ଼ି,୨୧।୧(ଡି.ଏନ.ଏ.)-ଗରିବ ବିଧବା ବୃଦ୍ଧା ରନତ୍ମଣି କର ଓ ତାଙ୍କ ଝିଅ ରଶ୍ମିତା ଏକ ଭଙ୍ଗାଛପର ଘରେ ମୁଣ୍ଡ ଗୁଞ୍ଜି ଦିନ ବିତାଉଛନ୍ତି। ଅର୍ଥାଭାବ ଯୋଗୁ ୩ ବର୍ଷ ହେଲା ଘର ଛପର କରି ପାରି ନାହାନ୍ତି। ଗତ ଚତୁର୍ମାସ୍ୟାରେ ଲଗାଣ ବର୍ଷା ଯୋଗୁ ତାଙ୍କ ଘରର କାନ୍ଥ ଭାଙ୍ଗି ପଡିଥିଲା। ବର୍ଷାପାଣି ଘର ଭିତରେ ଲହଡ଼ି ଭାଙ୍ଗିଥିଲା ।

ଏତିହ୍ୟର ସୁରକ୍ଷା ଲାଗି ଗବେଷଣା ଲୋଡ଼ା

ଏତିହ୍ୟର ସୁରକ୍ଷା ଲାଗି ଗବେଷଣା ଲୋଡ଼ା

ଭଦ୍ରକ ଅଫିସ, ୨୧।୧- ଏକଦା ନୌବାଣିଜ୍ୟ ପରମ୍ପରା ଭଦ୍ରକର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହାର ଏତିହ୍ୟ, କଳା, ସଂସ୍କୃତି ନିଆରା। ଏ ଦିଗରେ ଅଧିକ ଗବେଷଣା ହେଲେ ନୂଆ ତଥ୍ୟ ମିଳି ପାରିବ । ହଜି ଯାଉଥିବା ଐତିହ୍ୟ ଓ କଳା ସଂସ୍କୃତିର ସୁରକ୍ଷା ଲାଗି ପଦକ୍ଷେପ ନିଆଯିବା ଅପରିହାର୍ଯ୍ୟ ବୋଲି ଭଦ୍ରକ ଇନ୍‌ଟାକ୍‌ ଶାଖାର ୮ମ ବାର୍ଷିକ ଉତ୍ସବରେ ମତ ପ୍ରକାଶ ପାଇଛି।

କୋଇଲା ଅନ୍‌ଲୋଡିଂ ବେଳେ ଦୁର୍ଘଟଣା

ଚାନ୍ଦବାଲି,୨୧।୧(ଡି.ଏନ.ଏ.)-ଧାମରା ବନ୍ଦରର ପ୍ରଥମ ଜେଟିରେ ରବିବାର କୋଇଲା ଅନଲୋଡିଂ ବେଳେ ଏକ ଦୁର୍ଘଟଣା ଘଟିଛି ।

ବିଲୁଆ କାମୁଡାରେ ୪ ଗୁରୁତର

ବାସୁଦେବପୁର, ୨୧।୧(ଡି.ଏନ୍‌.ଏ.) - ବାସୁଦେବପୁର ପୌରପାଳିକାର ଜାଫରପୁର ଓ ଗୁଆଗାଁ ଗ୍ରାମରେ ବିଲୁଆ କାମୁଡାରେ ୪ ଜଣବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ଅଜଣା ଗାଡି ଧକ୍କା, ହେଲ୍‌ପର ମୃତ୍ୟୁ

ଭଣ୍ଡାରିପୋଖରୀ, ୨୧।୧(ଡି.ଏନ୍‌.ଏ.) - ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଛତାବରଛକଠାରେ ଏକ ଦୁର୍ଘଟଣାରେ ଜଣେ ହେଲ୍‌ପରଙ୍କ ମୃତ୍ୟୁ ଘଟିଛି।

ଆକାଂକ୍ଷା, ବିବେକ ପ୍ରଥମ

ଆକାଂକ୍ଷା, ବିବେକ ପ୍ରଥମ

ବାରିପଦା ଅଫିସ,୨୧।୧- ବାରିପଦା କଲ୍ୟାଣୀ ମହିଳା ସମିତିରେ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର କଳ୍ପନା ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୁନିୟର ଦଳରେ କୌତୂକ ପୋଷାକ ଓ ସିନିୟର ଦଳରେ ଦେଶାତ୍ମବୋଧକ ସଙ୍ଗୀତ ଉପରେ ଆଧାରିତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଗାଁରେ ବାର୍ଷିକ କ୍ରୀଡ଼ା

ଗାଁରେ ବାର୍ଷିକ କ୍ରୀଡ଼ା

ବଡ଼ସାହି,୨୧।୧(ସ୍ବ.ପ୍ର)- ମକରପର୍ବ ଅବସରରେ ସୁହାଗପୁର ପଞ୍ଚାୟତର ମୁକ୍ତେଶ୍ୱର କ୍ଲବ ସଂଘ ଆନୁକୂଲ୍ୟରେ ୨ୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି।

କିମ୍ବଦନ୍ତୀକୁ ଜୀବିତ ରଖିଛି ଭୀମ ମେଳା

କିମ୍ବଦନ୍ତୀକୁ ଜୀବିତ ରଖିଛି ଭୀମ ମେଳା

ବଡ଼ସାହି,୨୧। ୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ ପାଉଁଶିଆ ଗ୍ରାମରେ କିମ୍ବଦନ୍ତୀ ପ୍ରସିଦ୍ଧ ଭୀମ ମେଳା ଏହି ଅଞ୍ଚଳ ବାସୀଙ୍କ ମଧ୍ୟରେ ସଂହତି, ସଂସ୍କୃତି ଓ ଭାଇଚାରାକୁ ସୁଦୃଢ କରିବା ସହ ସାମାଜିକ ଜୀବନକୁ ସରସ ସୁନ୍ଦର କରି ଆସିଛି। ୧୯୭୮ ମସିହାରୁ ଆରମ୍ଭ ହୋଇ ଥିବା ଏହି ମେଳା ଦୀର୍ଘ ୪୧ବର୍ଷ ଧରି ପାଳିତ ହୋଇ ହୋଇଆସୁଛି।

ପରିଚାଳନା କମିଟି ଅଧ୍ୟକ୍ଷ ଚୟନ ନେଇ ଉତ୍ତେଜନା: ସିଆର୍‌ସିସି ଅଟକ

ପରିଚାଳନା କମିଟି ଅଧ୍ୟକ୍ଷ ଚୟନ ନେଇ ଉତ୍ତେଜନା: ସିଆର୍‌ସିସି ଅଟକ

ଭୋଗରାଇ, ୨୧।୧(ଡି.ଏନ.ଏ.)-ଭୋଗରାଇ ବ୍ଲକ ଅଧିନ ସାତଗୋହଳିଆ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଚୟନ ନେଇ ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

ଟ୍ରକ-କାର୍‌ ଧକ୍କା: ୪ ଆହତ

ସୋର, ୨୧।୧(ଡି.ଏନ.ଏ.)-ରବିବାର ସୋର ୫ନଂ. ଜାତୀୟ ରାଜପଥ ଆଇସ୍‌ ଫ୍ୟାକ୍ଟ୍ରି ଛକଠାରେ ଏକ ଟ୍ରକ ଓ କାର ମଧ୍ୟରେ ଦୁର୍ଘଟଣା ଘଟି କାର ଘଟଣାସ୍ଥଳରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଜଳକଷ୍ଟ ଭୋଗୁଛନ୍ତି ୮୦୦ ଲୋକ

ଚମ୍ପୁଆ,୨୧।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ କରିଆ ପଞ୍ଚାୟତର କାଟୁଳିକନାରେ ପାନୀୟ ଜଳକଷ୍ଟ ଏବେଠାରୁ ଦେଖାଦେଲାଣି। ସ୍ଥାନୀୟ ଲୋକେ ୧ କି.ମି. ଦୂର ବୈତରଣୀ ଉପରେ ନିର୍ଭର କରି ଚଳୁଛନ୍ତି। ବର୍ଷେ ପୂର୍ବରୁ ଗାଁରେ ଖୋଳାହୋଇଥିବା ବୋରିଙ୍ଗ ପଏଣ୍ଟକୁ ବିଦ୍ୟୁତ୍‌ ଯୋଗାଣ ହୋଇ ନ ଥିବା ଏବଂ ମୋଟର ବସି ନ ଲାଗିଥିବାରୁ ଏହା ଗ୍ରାମବାସୀଙ୍କ କାମରେ ଲାଗିପାରୁନାହିଁ।