Dharitri News
ବାଲେଶ୍ୱର

ନକଲି ପାସବୁକରେ ଋଣ ଉଠାଣ

 ନକଲି ପାସବୁକରେ ଋଣ ଉଠାଣ ଭଦ୍ରକ ଅଫିସ,୨୦। ୧୨-ଜିଲାର ବିଭିନ୍ନ ସମବାୟ ସମିତିରେ ଚାଷୀଙ୍କ ନାଁ ରେ ସମବାୟ ସମିତିର କର୍ମଚାରୀମାନେ ନକଲି ପାସ୍‌ବୁକ ଛପାଇ ଚାଷୀଙ୍କ ଅଗୋଚରରେ କୃଷି ଋଣ ଉଠାଇ ଯେ ଆମତ୍ସାତ କରୁଛନ୍ତି ତାହାର ଗୋଟିଏ ପରେ ଗୋଟିଏ ଘଟଣା ପଦାକୁ ଆସୁଛି । ଧାମନଗର ବ୍ଲକ ପରେ ଏବେ ତିହିଡିରେ କିଭଳି ଚାଷୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ଋଣ ଉଠା ହୋଇଛି ସେ ନେଇ ବୁଧବାର ଭଦ୍ରକ ଏଆରସିଏସ୍‌ଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ୩ଜଣ ଚାଷୀ । ଏପରିକି ଏହାକୁ ନେଇ ସେମାନେ ତିହିଡି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ତିହିଡି ବ୍ଲକ ପୀରହାଟ ବାମନବିନ୍ଧା ସମବାୟ ସମିତିରେ ଗୌତମ ବେହେରାଙ୍କ ନାମରେ ୩୫ହଜାର, ସୁଦାମ ବେହେରାଙ୍କ ନାମରେ ୬୦ହଜାର ଓ ଭୁଗୁରାମ ବେହେରାଙ୍କ ନାଁରେ ୭୫ହଜାର ଲେଖାଁଏ କୃଷି ଋଣ ସେମାନଙ୍କ ଅଗୋଚରରେ ଉଠାଇ ଟଙ୍କା ଆମତ୍ସାତ କରାଯାଇଛି । ତଦନ୍ତ କରାଗଲେ ଆହୁରି ଅନେକ ଚାଷୀଙ୍କ ନାଁ ରେ ଲକ୍ଷାଧିକ ଟଙ୍କା ଏପରିକି କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କା ଉଠାଯାଇ ଆମତ୍ସାତ କରାଯାଇଥିବା ଅଭିଯୋଗ ହୋଇଛି । ସମବାୟ ସମିତି ନାଁରେ ନକଲି ପାସବୁକ ପ୍ରିଣ୍ଟି କରାଯାଇ ଚାଷୀଙ୍କ ରେଜିଷ୍ଟରରୁ ଫଟୋ କଢାଯାଇ ଉକ୍ତ ପାସ ବୁକରେ ଲଗାଯାଇ ସମବାୟ ସମିତିର ବିନା ସିଲରେ କିଭଳି ଚାଷୀଙ୍କ ନାଁ ରେ ଋଣ ଉଠାଯାଇ ଆମତ୍ସାତ କରାଯାଇଛି ତାହାର ତଦନ୍ତ ଦାବି କରାଯାଇଛି । ଏନେଇ ଏଆରସିଏସ୍‌ ଘଟଣାର ଖୁବଶୀଘ୍ର ତଦନ୍ତ ହୋଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ବାଲେଶ୍ୱର

ରଥ ପାଇଁ କାଠ ଅନୁକୂଳ

ରଥ ପାଇଁ କାଠ ଅନୁକୂଳ

ବାରିପଦା ଅଫିସ,୨୨।୧- ପବିତ୍ର ଶ୍ରୀପଞ୍ଚମି ଅବସରରେ ସୋମବାର ପରମ୍ପରା ଅନୁଯାୟୀ ବାରିପଦା ଜଗନ୍ନାଥ ମନ୍ଦିର ପକ୍ଷରୁ ରଥ ପାଇଁ କାଠ ଅନୁକୂଳ କରାଯାଇଛି।

ଗଙ୍ଗାମାତା ପୂଜା ଉତ୍ସବ ଉଦ୍‌ଯାପିତ

ଗଙ୍ଗାମାତା ପୂଜା ଉତ୍ସବ ଉଦ୍‌ଯାପିତ

ରୂପ୍‌ସା, ୨୨।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ୬୭ତମ ଗଙ୍ଗାମାତାଙ୍କ ବାର୍ଷିକ ପୂଜା ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ସଂଘ ସଭାପତି ବିକାଶ ଚନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଫେଇ

ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଫେଇ

ବାଲେଶ୍ୱର ଅଫିସ, ୨୨।୧-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସରକାରୀ ମେଡିକାଲ କଲେଜ ହସ୍‌ପିଟାଲ ଘୋଷଣା ପରେ ଆବଶ୍ୟକ ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି।

ପରିତ୍ୟକ୍ତ କୂଅରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

ପରିତ୍ୟକ୍ତ କୂଅରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

ପାଟଣା,୨୨।୧(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ଥାନା ସରାସକୋଲା ପଞ୍ଚାୟତର ବାଉଁଶଡିହା ମକାବନ୍ଧ ସାହିର ଏକ ପରିତ୍ୟକ୍ତ କୂଅରୁ ସୋମବାର ପାଟଣା ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଏକ ଗଳିତ ମୃତଦେହ ଉଦ୍ଧାର କରିଛନ୍ତି।

ବାଲି ବୋଝେଇ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବାଲି ବୋଝେଇ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବାସୁଦେବପୁର,୨୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅରଣ୍ଡୁଆ ଗ୍ରାମରେ ସୋମବାର ପୂର୍ବାହ୍ନରେ ଏକ ବାଲି ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ମୃତକ ହେଲେ ବ୍ରାହ୍ମଣଗାଁ ଗ୍ରାମର ଅଭିରାମ ସେଠୀ(୫୫)।

କେନ୍ଦୁଝରରେ ଫେଲ୍‌ ମାରିଛି ବିକାଶ

କେନ୍ଦୁଝର,୨୧।୧(ସ୍ବ.ପ୍ର)- କେନ୍ଦୁଝର ଜିଲାରେ ପ୍ରଶାସନିକ ଓ ରାଜନୈତିକ ଅବହେଳାରୁ ଜିଲାବାସୀ ଘୋର ସମସ୍ୟାରେ କାଳାତିପାତ କରୁଛନ୍ତି। ରାଜନୈତିକ ପଶାପାଲିରେ ବିକାଶ ଫେଲ୍‌ ମାରୁଛି।

ଭଙ୍ଗାଚାଳିଆରେ ଅସହାୟ ମା’ ଝିଅ

ଭଙ୍ଗାଚାଳିଆରେ ଅସହାୟ ମା’ ଝିଅ

ତିହିଡ଼ି,୨୧।୧(ଡି.ଏନ.ଏ.)-ଗରିବ ବିଧବା ବୃଦ୍ଧା ରନତ୍ମଣି କର ଓ ତାଙ୍କ ଝିଅ ରଶ୍ମିତା ଏକ ଭଙ୍ଗାଛପର ଘରେ ମୁଣ୍ଡ ଗୁଞ୍ଜି ଦିନ ବିତାଉଛନ୍ତି। ଅର୍ଥାଭାବ ଯୋଗୁ ୩ ବର୍ଷ ହେଲା ଘର ଛପର କରି ପାରି ନାହାନ୍ତି। ଗତ ଚତୁର୍ମାସ୍ୟାରେ ଲଗାଣ ବର୍ଷା ଯୋଗୁ ତାଙ୍କ ଘରର କାନ୍ଥ ଭାଙ୍ଗି ପଡିଥିଲା। ବର୍ଷାପାଣି ଘର ଭିତରେ ଲହଡ଼ି ଭାଙ୍ଗିଥିଲା ।

ଏତିହ୍ୟର ସୁରକ୍ଷା ଲାଗି ଗବେଷଣା ଲୋଡ଼ା

ଏତିହ୍ୟର ସୁରକ୍ଷା ଲାଗି ଗବେଷଣା ଲୋଡ଼ା

ଭଦ୍ରକ ଅଫିସ, ୨୧।୧- ଏକଦା ନୌବାଣିଜ୍ୟ ପରମ୍ପରା ଭଦ୍ରକର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହାର ଏତିହ୍ୟ, କଳା, ସଂସ୍କୃତି ନିଆରା। ଏ ଦିଗରେ ଅଧିକ ଗବେଷଣା ହେଲେ ନୂଆ ତଥ୍ୟ ମିଳି ପାରିବ । ହଜି ଯାଉଥିବା ଐତିହ୍ୟ ଓ କଳା ସଂସ୍କୃତିର ସୁରକ୍ଷା ଲାଗି ପଦକ୍ଷେପ ନିଆଯିବା ଅପରିହାର୍ଯ୍ୟ ବୋଲି ଭଦ୍ରକ ଇନ୍‌ଟାକ୍‌ ଶାଖାର ୮ମ ବାର୍ଷିକ ଉତ୍ସବରେ ମତ ପ୍ରକାଶ ପାଇଛି।

କୋଇଲା ଅନ୍‌ଲୋଡିଂ ବେଳେ ଦୁର୍ଘଟଣା

ଚାନ୍ଦବାଲି,୨୧।୧(ଡି.ଏନ.ଏ.)-ଧାମରା ବନ୍ଦରର ପ୍ରଥମ ଜେଟିରେ ରବିବାର କୋଇଲା ଅନଲୋଡିଂ ବେଳେ ଏକ ଦୁର୍ଘଟଣା ଘଟିଛି ।

ବିଲୁଆ କାମୁଡାରେ ୪ ଗୁରୁତର

ବାସୁଦେବପୁର, ୨୧।୧(ଡି.ଏନ୍‌.ଏ.) - ବାସୁଦେବପୁର ପୌରପାଳିକାର ଜାଫରପୁର ଓ ଗୁଆଗାଁ ଗ୍ରାମରେ ବିଲୁଆ କାମୁଡାରେ ୪ ଜଣବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ଅଜଣା ଗାଡି ଧକ୍କା, ହେଲ୍‌ପର ମୃତ୍ୟୁ

ଭଣ୍ଡାରିପୋଖରୀ, ୨୧।୧(ଡି.ଏନ୍‌.ଏ.) - ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଛତାବରଛକଠାରେ ଏକ ଦୁର୍ଘଟଣାରେ ଜଣେ ହେଲ୍‌ପରଙ୍କ ମୃତ୍ୟୁ ଘଟିଛି।

ଆକାଂକ୍ଷା, ବିବେକ ପ୍ରଥମ

ଆକାଂକ୍ଷା, ବିବେକ ପ୍ରଥମ

ବାରିପଦା ଅଫିସ,୨୧।୧- ବାରିପଦା କଲ୍ୟାଣୀ ମହିଳା ସମିତିରେ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର କଳ୍ପନା ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୁନିୟର ଦଳରେ କୌତୂକ ପୋଷାକ ଓ ସିନିୟର ଦଳରେ ଦେଶାତ୍ମବୋଧକ ସଙ୍ଗୀତ ଉପରେ ଆଧାରିତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।