ବାଲେଶ୍ୱର

ଚାନ୍ଦୁଆ ଲ୍ୟାମ୍ପ୍ସ ରେ ଖୋଲିଲା ଧାନମଣ୍ଡି

ଚାନ୍ଦୁଆ ଲ୍ୟାମ୍ପ୍ସ ରେ ଖୋଲିଲା ଧାନମଣ୍ଡି
କୁଳିଅଣା,୨୦।୧୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ପ୍ରଶାସନର ନିଷ୍ପତିକ୍ରମେ ଚଳିତ ଖରିଫ ଋତୁର ଧାନକ୍ରୟ ପାଇଁ କୁଳିଅଣା ବ୍ଲକରେ ଥିବା ଦୁଇଗୋଟି ଲ୍ୟାମ୍ପ୍ସ ମଧ୍ୟରୁ ଚାନ୍ଦୁଆ ଲ୍ୟାମ୍ପ୍ସରେ ବୁଧବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ମୁଖ୍ୟଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଚନ୍ଦ୍ର ସୋରେନ୍‌ ଯୋଗଦେଇ ଆନୁଷ୍ଠାନିକ ଭାବେ ମଣ୍ଡିକୁ ଶୁଭାରମ୍ଭ କରିଥିଲେ। ଚାନ୍ଦୁଆ ସମବାୟ ସମିତିର ଏମ୍‌ଡି ସଂଗ୍ରାମ କିଶରୀ ଚୌଧୁରୀଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚାନ୍ଦୁଆ ଆର.ଆଇ ସ୍ବର୍ଣ୍ଣପ୍ରଭା ସାହୁ, ଭି.ଏ.ଡବ୍ଲୁ ରାଜେଶ ମହାପାତ୍ର, ସମିତିର ସଭାପତି ସୁବଧ ଚନ୍ଦ୍ର ସିଂ, ଚାନ୍ଦୁଆ ସରପଞ୍ଚ ଭାଦୁଶ୍ୟାମ ସୋରେନ୍‌, କ୍ରୟ କମିଟି ସଦସ୍ୟ ଅନ୍ତର୍ଯାମୀ ନାୟକ, ବାରିପଦା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ସଦସ୍ୟ ଏବଂ ଲ୍ୟାମ୍ପ୍ସର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଅନ୍‌ଲାଇନ କରିଥିବା ୫ଶହ ୪୫ ଜଣ ଚାଷୀଙ୍କ ମଧ୍ୟରୁ ବୁଧବାର ୨୦ ଚାଷୀଙ୍କଠାରୁ ୬ଶହ କୁଇଣ୍ଟାଲ ଧାନ ମିଲର ଏସ୍‌ଏସ୍‌ଏମ୍‌ ଏଗ୍ରୋ କ୍ରୟ କରିଛି। ଚାନ୍ଦୁଆ ଲ୍ୟାମ୍ପ୍ସରେ ସପ୍ତାହକୁ ଦୁଇଦିନ ଯଥା ବୁଧବାର, ଶୁକ୍ରବାର ମଣ୍ଡି ଖୋଲିବା ପାଇଁ ଧାର୍ଯ୍ୟ କରାଯାଇଛି। ଚାଷୀଭାଇଙ୍କୁ ଚେକ୍‌ ମାଧ୍ୟମରେ ଧାନର ମୂଲ୍ୟ ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଛି।
All Right Reserved By

ବାଲେଶ୍ୱର

ନଦୀରେ ବୁଡ଼ିଗଲେ ନାବାଳକ

ଭଣ୍ଡାରିପୋଖରୀ,୧୮।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତ ମୁଢାପଦା ଗ୍ରାମର ଜଣେ ନାବାଳକ ବୁଧବାର ଗେଙ୍ଗୁଟି ନଦୀର ବାଲିଗଣ୍ଡରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ପ୍ରତିଯୋଗିତାର ଛାପ: ଝଲସୁଛି ମଣ୍ଡପ

ଧାମନଗର,୧୮।୧୦ (ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ପ୍ରତିଯୋଗିତାପୂର୍ଣ୍ଣ ସାଜସଜ୍ଜା ଦେଖିବାକୁ ମିଳିଛି। ସୁସଜ୍ଜିତ ପୂଜା ମଣ୍ଡପ ଆଗରେ ଶୋଭା ପାଉଛି  ଆକର୍ଷଣୀୟ ତୋରଣ। ରଙ୍ଗିନ ଆଲୋକମାଳାରେ ଝଲସୁଛି ପରିବେଶ।

ଓଳଗରେ ନିଆରା ଦୁର୍ଗାପୂଜା: ବୀରତ୍ୱ ପ୍ରଦର୍ଶନ ଲାଗି ତୀରବିନ୍ଧା

ଓଳଗରେ ନିଆରା ଦୁର୍ଗାପୂଜା: ବୀରତ୍ୱ ପ୍ରଦର୍ଶନ ଲାଗି ତୀରବିନ୍ଧା

ଆରଡି,୧୮।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଓଳଗ ଗଁା ଶାରଦୀୟ ପୂଜା ପରମ୍ପରାରେ ଏକ ନିଆରା ପରିଚୟ ସୃଷ୍ଟି କରିଛି। ପ୍ରତିବର୍ଷ ବିଲ୍ବବରଣରୁ ଦଶହରା ପର୍ଯ୍ୟନ୍ତ ୫ଦିନ ଗଁା ଚଳଚଞ୍ଚଳ ହୋଇଉଠେ। ସମସ୍ତଙ୍କ ଅପେକ୍ଷା ଥାଏ ଶେଷ ଦଶହରା ଉତ୍ସବକୁ। 

‘ପଟ୍ଟା ନ ମିଳିଲେ ଭୋଟ ବର୍ଜନ’

‘ପଟ୍ଟା ନ ମିଳିଲେ ଭୋଟ ବର୍ଜନ’

ବାରିପଦା ଅଫିସ,୧୮।୧୦- ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘ ପକ୍ଷରୁ ଆସନ୍ତା ୨୧ ତାରିଖରେ ଦୁର୍ନୀତି ଓ ଭ୍ରଷ୍ଟାଚାର  ବିରୋଧରେ ହେବାକୁ ଥିବା ସମାବେଶକୁ ସମର୍ଥନ ଜଣାଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 

୮୫ ବର୍ଷରେ ଶହୀଦ ପଡିଆ ଦୁର୍ଗା ପୂଜା

୮୫ ବର୍ଷରେ ଶହୀଦ ପଡିଆ ଦୁର୍ଗା ପୂଜା

ବାରିପଦା ଅଫିସ,୧୮।୧୦- ବାରିପଦା ଶହୀଦ ପଡିଆରେ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜାର ଆକର୍ଷଣ ନିଆରା। ଚଳିତ ବର୍ଷ ପୂଜା ୮୫ ବର୍ଷରେ ପଦାର୍ପଣ କରିଛି। ମୃଣ୍ମୟ ମୂର୍ତ୍ତି ନିର୍ମାଣ, ସାଜସଜ୍ଜା ଓ ପୂଜାରେ ଢ଼ାକି ବାଜା  ବ୍ୟବହାର ଭଳି କେତେକ ପରମ୍ପରା ପ୍ରଚଳିତ ରହିଛି।

ଅମରେଶଙ୍କ ମୃତ୍ୟୁ ପରେ ଦୁର୍ଦ୍ଦଶାରେ ପରିବାର: ୪ସଦସ୍ୟଙ୍କୁ ଘାରିଛି ଅନ୍ନଚିନ୍ତା

ଅମରେଶଙ୍କ ମୃତ୍ୟୁ ପରେ ଦୁର୍ଦ୍ଦଶାରେ ପରିବାର: ୪ସଦସ୍ୟଙ୍କୁ ଘାରିଛି ଅନ୍ନଚିନ୍ତା

ଖଇରା,୧୮।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ଅଧୀନ ନୂଆଗାଁ ବଡ଼ଗ୍ରାମର ରୋଜଗାରକ୍ଷମ ଯୁବକ ଅମରେଶ ଚନ୍ଦ୍ର ପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଦୁଦ୍ଦର୍ର୍ର୍ର୍ଶା ବଢ଼ି ଚାଲିଛି। ତାଙ୍କ ବୃଦ୍ଧ ପିତା  ପଞ୍ଚାନନ(୭୦) ପତ୍ନୀ, ବିଧବା ବୋହୂ, ୪ବର୍ଷର ନାତିକୁ ନେଇ କିଭଳି ଘର ଚଳାଇବେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। 

 ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କେନ୍ଦୁଝର,୧୮।୧୦(ସ୍ବ.ପ୍ର.)-କେନ୍ଦୁଝର ସହରର ବଡ଼ଶାସନରେ ବୁଧବାର ସନ୍ଧ୍ୟାରେ ଏକ ପୋଖରୀ ନିକଟରୁ ସବିତା ନାୟକ (୪୦) ନାମ୍ନୀ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ରବୀନ୍ଦ୍ର ଶତପଥୀଙ୍କୁ ମିଳିଲା ଓଡ଼ିଆ ଉତ୍କର୍ଷ ସମ୍ମାନ

ରବୀନ୍ଦ୍ର ଶତପଥୀଙ୍କୁ ମିଳିଲା ଓଡ଼ିଆ ଉତ୍କର୍ଷ ସମ୍ମାନ

ଖଇରା,୧୭।୧୦(ଡି.ଏନ.ଏ.)- ଜଣେ ସୁନାମଧନ୍ୟ ଯୁବନେତା ଭାବେ ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା ସାଜିଥିବା ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ରାମପୁର ଗ୍ରାମର ରବୀନ୍ଦ୍ର ଶତପଥି ଓଡ଼ିଆ ଉତ୍କର୍ଷ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଧସିଲା ଗାର୍ଡ ଓ୍ବାଲ୍‌

ଧସିଲା ଗାର୍ଡ ଓ୍ବାଲ୍‌

ଆନନ୍ଦପୁର,୧୭। ୧୦(ସ୍ବ.ପ୍ର.): ଘସିପୁରା ବ୍ଲକ ଶୈଲଙ୍ଗ ଛକଠାରୁ ଦେଓଗାଁ ୬ କି.ମି.୬୫୦ମି. ରାସ୍ତା ପ୍ରସସ୍ତୀକରଣ ଓ ସୁଦୃଢିକରଣ ନିମନ୍ତେ କେନ୍ଦୁଝର ଜିଲା ଖଣିଜ ପାଣ୍ଠିରୁ ୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ଚାଲୁ ରହିଛି। ରାସ୍ତା ଓ ଗୃହ ବିଭାଗ ଅଧୀନରେ କାର୍ଯ୍ୟ ହେଉଛି। ଫଳରେ ରାସ୍ତାର ଝାଡକୁଣ୍ଡି ନିକଟରେ ଗାର୍ଡ ଓ୍ବାଲ୍‌ ପାଖାପାଖି ୩ ଫୁଟ ତଳକୁ ଧସି ଯାଇଛି। 

ହାତୀ ଘଉଡ଼ାଇବା ବିଫଳ

ହାତୀ ଘଉଡ଼ାଇବା ବିଫଳ

ଚମ୍ପୁଆ, ୧୭।୧୦(ଡି.ଏନ.ଏ.): ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଜାରି ରହିଛି। ଚାଷୀଙ୍କ ବ୍ୟାପକ ଫସଲ ଉଜୁଡି ଯାଉଛି। ବନ ବିଭାଗ କୌଣସି ସମାଧାନର ବ୍ୟବସ୍ଥା କରିପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ବର୍ଷସାରା ହାତୀପଲ ଚମ୍ପୁଆ ବିଟ୍‌ରେ ଅବସ୍ଥାନ କରୁଥିଲେ ହେଁ ଆବଶ୍ୟକ କର୍ମଚାରୀଙ୍କର ଅଭାବରୁ ହାତୀ ଘଉଡା ଯାଇପାରୁନି ବୋଲି ବନ ବିଭାଗ  କହୁଛି।

ଶାଳକାଠ ସହ କରତ ଜବତ

ଶାଳକାଠ ସହ କରତ ଜବତ

ଆନନ୍ଦପୁର, ୧୭।୧୦(ସ୍ବ.ପ୍ର.): ଆନନ୍ଦପୁର ବନବିଭାଗ ପକ୍ଷରୁ ଡିଏଫଓ ଅଜିତ୍‌ କୁମାର ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଭାତକରୁଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଉପରେ ଚଢାଉ କରାଯାଇଥିଲା। ସେଠାରୁ ୪୦ ଶିପ୍ଟ ଶାଳକାଠ ସହ କାଠ କାଟିବା ପାଇଁ ବ୍ୟବହାର ହେଉଥିବା ୨ କରତ ଜବତ ହୋଇଛି। 

୧୯ ବର୍ଷରୁ କମ୍‌ ଓଡ଼ିଶା କ୍ରିକେଟ ଦଳରେ ସତ୍ୟକାମ

୧୯ ବର୍ଷରୁ କମ୍‌ ଓଡ଼ିଶା କ୍ରିକେଟ ଦଳରେ ସତ୍ୟକାମ

ଭଦ୍ରକ ଅଫିସ,୧୭।୧୦-ରାଜସ୍ଥାନର ଜୟପୁରଠାରେ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ୍‌ ଜାତୀୟ କ୍ରିକେଟ ପ୍ରତିଯୋଗିତା ଲାଗି ଘୋଷିତ ୧୯ ବର୍ଷରୁ କମ୍‌ ଓଡ଼ିଶା କ୍ରିକେଟ ଦଳରେ ଭଦ୍ରକର ସତ୍ୟକାମ ଭରଦ୍ୱାଜ ସାମିଲ ହୋଇଛନ୍ତି।