ବାଲେଶ୍ୱର

ଟ୍ରକ ଧକ୍କାରେ ଯୁବକ ମୃତ

ଟ୍ରକ ଧକ୍କାରେ  ଯୁବକ ମୃତ

ବେତନଟୀ,୨୦।୧୨ (ଡ଼ି.ଏନ.ଏ)-ବେତନଟୀ ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର ତୁଳସୀଚଉରା ପେଟୋ୍ରଲ ପମ୍ପ ନିକଟରେ ବୁଧବାର ଏକ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଭୋଗବାଟୀ ଗ୍ରାମର ଫାତୁ ମାଝି(୨୫) । ବାରିପଦା ସଦର ଥାନା ଅଧୀନ ଶୁଳିଆପଦା ନିକଟ ଏକ ଗ୍ରାମର ମାନସ ସରେନ ବାଇକ୍‌ ଚଲାଉ ଥିବା ବେଳେ ବାଇକ ପଛରେ ଫାତୁ ମାଝି ବସିଥିଲେ। ସେ ବାଇକରୁ ଖସି ପଡ଼ିବା ବେଳେ ଟ୍ରକର ଚକା ତାଙ୍କର ମୁଣ୍ଡ ଉପର ଦେଇ ଚାଲିଯାଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

All Right Reserved By

Model This Week

Model This Week

ବାଲେଶ୍ୱର

ସାବାସ୍‌ ଆଜମୀରା

ଭୋଗରାଇ, ୨୫।୪(ଡି.ଏନ.ଏ.)-ଶୁକ୍ରବାର ରାତି ୮ଟା। ବାଲେଶ୍ୱର ଜିଲା ଭୋଗରାଇ ହାଟ ନିକଟରେ ୧୪ ବର୍ଷର ଝିଅଟିଏ ଅସହାୟ ଅବସ୍ଥାରେ ଏକୁଟିଆ ଏକ ବ୍ୟାଗ ଧରି କାନ୍ଦି କାନ୍ଦି ଯାଉଥିବା ଦେଖିବାକୁ ମିଳିଥିଲା। ପାରିବାରିକ ହିଂସାର ଶିକାର ହୋଇ ଘର ଛାଡି ଚାଲି ଆସିଥିବା ଏହି ନାବାଳିକା କୌଣସି ଆଶ୍ରୟ ଓ ସାହାରା ନ ପାଇ ହତାଶ ହୋଇପଡିଥିଲେ। ତାଙ୍କ ଉପରେ ସ୍ଥାନୀୟ ଦୋକାନୀ ଆଜିମୁଦ୍ଦିନଙ୍କ ନଜର ପଡିବା ପରେ ସେ ନିଜ ଘରକୁ ଫୋନ କରି ତାଙ୍କ ଝିଅ ଆଜମିରା ବିବି (୨୬)ଙ୍କୁ ଡକାଇଥିଲେ। ସେ ପହଞ୍ଚି ଏହି ଅସହାୟ ନାବାଳିକାଙ୍କୁ ଆଶ୍ୱାସନା ଦେଇଥିଲେ। ପରିଚୟ ପଚାରିବାରୁ ତାଙ୍କ ଘର ପଶ୍ଚିମବଙ୍ଗର ମେଦିନୀପୁର ଜିଲା କାନ୍ଥି ନିକଟବର୍ତ୍ତୀ ମହିଷାମୋଟ ଗ୍ରାମରେ ବୋଲି ଜଣାପଡିଥିଲା। ସାବତ ମା’ ଦ୍ୱାରା ନିର୍ଯାତନାର ଶିକାର ହୋଇ ସେ ଘର ଛାଡି ହାଓ୍ବଡ଼ା-ଭୋଗରାଇ ବସ୍‌ ଧରି ଏଠାକୁ ଚାଲି ଆସିଥିବା ନାବାଳିକା ପ୍ରକାଶ କରିଥିଲା

ଏଟିଏମ୍‌ରେ ଟଙ୍କା ଅଭାବ:ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି

ବାଲେଶ୍ୱର ଅଫିସ,୨୫।୪-ବାଲେଶ୍ୱର ଜିଲାର ବିଭିନ୍ନ ଏଟିଏମ୍‌ରେ କିଛି ଦିନ ହେଲା ଟଙ୍କାର ଅଭାବ ଦେଖାଦେଇଛି। ବିଶେଷ କରି ଗ୍ରାମାଞ୍ଚଳର ଲୋକେ ଟଙ୍କାର ଅଭାବ ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ନେଇ ବାଲେଶ୍ୱର ଏମ୍‌ପି ଇଂ. ରବୀନ୍ଦ୍ର କୁମାର ଜେନା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଚିଠି ଲେଖି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

 ‘୧୫ ଦିନ ମଧ୍ୟରେ ଜବରଦଖଲ ହଟାଅ’-୭୩୫ ପରିବାରଙ୍କୁ ନୋଟିସ ଜାରି କଲା ରେଳବାଇ

‘୧୫ ଦିନ ମଧ୍ୟରେ ଜବରଦଖଲ ହଟାଅ’-୭୩୫ ପରିବାରଙ୍କୁ ନୋଟିସ ଜାରି କଲା ରେଳବାଇ

ବାଲେଶ୍ୱର ଅଫିସ,୨୪।୪-ବାଲେଶ୍ୱର ରେଳ ଷ୍ଟେଶନକୁ ଅତ୍ୟାଧୁନିକ ଏବଂ ସମ୍ପ୍ରସାରଣ କରିବା ପାଇଁ ଦୀର୍ଘଦିନରୁ ବାଲେଶ୍ୱରର ବିଭିନ୍ନ ଗଣସଙ୍ଗଠନ ପକ୍ଷରୁ ଦାବି ହୋଇଆସୁଥିଲା। ଏବେ ରେଳବାଇ ଏହାର କାର୍ଯ୍ୟ ଆରମ୍ଭ କରିଛି। ବାଲେଶ୍ୱର ଷ୍ଟେଶନକୁ ଲାଗି ରହିଥିବା ରେଳବାଇ ଜମିରେ ବହୁ ପରିବାର ବେଆଇନ ଭାବେ ବସବାସ କରିଆସୁଛନ୍ତି। ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ରେଳବାଇ ତରଫରୁ ୧୫ଦିନିଆ ନୋଟିସ୍‌ ଜାରିି କରାଯାଇଛି। ମୁଖ୍ୟତଃ ଗୋଧିବସା ଅଞ୍ଚଳର ୭୩୫ ପରିବାରକୁ ଏହି ନୋଟିସ୍‌ ଜାରି କରାଯାଇଛି।

ପ୍ରଚଣ୍ଡ ସ୍ବାଭିମାନୀ  ଥିଲେ ଭକ୍ତକବି ଦୀନକୃଷ୍ଣ

ପ୍ରଚଣ୍ଡ ସ୍ବାଭିମାନୀ ଥିଲେ ଭକ୍ତକବି ଦୀନକୃଷ୍ଣ

ଜଳେଶ୍ୱର, ୨୫।୪ (ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଖୁଦିଆ ମାଝିସାହି ପଞ୍ଚାୟତ ଅନ୍ତର୍ଗତ ମୁଣୁତୁଣିଆ ଗ୍ରାମରେ ଅବସ୍ଥିତ ଭକ୍ତକବି ଦୀନକୃଷ୍ଣଙ୍କ ଜନ୍ମପୀଠରେ ମଙ୍ଗବଳାର କବି ଦୀନକୃଷ୍ଣଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦୀନକୃଷ୍ଣ ସ୍ମୃତି ପରିଷଦ ତରଫରୁ ଅନୁଷ୍ଠିତ ସଭାରେ ପରିଷଦର ପ୍ରତିଷ୍ଠାତା ତଥା ସମ୍ପାଦକ ବିପିନବିହାରୀ ବିଶ୍ୱାଳ ସଭାପତିତ୍ୱ କରିଥିଳେ। ଉଦ୍‌ଘାଟନ ଭାବେ ଜିଲାପାଳ ରମେଶଚନ୍ଦ୍ର ରାଉତ, ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡ. ମଧୁମିତା ଦାସ, ମୁଖ୍ୟବକ୍ତା ଭାବେ ପୂର୍ବତନ ଜିଲାପାଳ ତଥା ବିଶିଷ୍ଟ ଲେଖକ ଡ. ଅଲେଖଚନ୍ଦ୍ର ପଢ଼ିଆରୀ, ସମ୍ମାନିତ ଅତିଥି ଭାବେ ଗାନ୍ଧୀବାଦୀ ନେତା ତଥା ସାମାଜିକ କର୍ମୀ ଆଦିତ୍ୟ କୁମାର ପଟ୍ଟନାୟକ, କବି ସୁନୀଲ ମାଝି, ଡ. ହରିଶଚନ୍ଦ୍ର ବେହେରା, ଡ. ବିଜୟ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଭକ୍ତକବିଙ୍କୁ ପ୍ରଚଣ୍ଡ ସ୍ବାଭିମାନୀ ଓ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିଥିଲେ।

ପୀଡିତାଙ୍କୁ ନ୍ୟାୟ ପାଇଁ ଆଦିବାସୀଙ୍କ ପ୍ରଜାମେଳି:୨୬ରେ ରାସ୍ତାରୋକୋ

ପୀଡିତାଙ୍କୁ ନ୍ୟାୟ ପାଇଁ ଆଦିବାସୀଙ୍କ ପ୍ରଜାମେଳି:୨୬ରେ ରାସ୍ତାରୋକୋ

ସଜନାଗଡ଼, ୨୫।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ତେଣ୍ଡା ଗ୍ରାମର ଜଣେ ମହିଳା ଗତ ୨୦ ତାରିଖରେ ଫସଲ ଜଗିବାକୁ ଯାଇ ମଞ୍ଚା ଉପରେ ଶୋଇଥିବା ବେଳେ ୪ଜଣ କର୍ମଚାରୀ ମଞ୍ଚା ଉପରକୁ ଚଢ଼ି ଅସଦାଚରଣ କରିଥିବା ନୀଳଗିରି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ବନବିଭାଗ ପକ୍ଷରୁ ଖଣ୍ଡନ କରାଯାଇଥିଲେ ମଧ୍ୟ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଉକ୍ତ ଅଞ୍ଚଳର ଆଦିବାସୀମାନେ ମଙ୍ଗଳବାର ପ୍ରଜାମେଳି କରିଥିଲେ। ସେମାନେ ଦୋଷୀଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଉକ୍ତ ପ୍ରଜାମେଳିରେ ପାଖାପାଖି ୯୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସିପିଏମ ନେତା ଉପେନ୍ଦ୍ର ଦାସ, ରଥ ସିଂ, ଉପେନ୍ଦ୍ର ନାୟକ, ସୁନିତୀ ସିଂ, ପତିତପାବନ ସିଂ, ଚନ୍ଦ୍ରମୋହନ ସିଂ, ମାନସ ମହାଳିକ, ବିଜୟ ପାତ୍ର ପ୍ରମୁଖ ନେତୃତ୍ୱରେ ପ୍ରଜାମେଳିରେ ବନବିଭାଗର ମନମୁଖୀ କାର୍ଯ୍ୟ ବିରୋଧରେ ଏବଂ ନିର୍ଯାତିତ ମହିଳାଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା ୨୬ ତାରିଖରେ ସଜନାଗଡ଼ ଛକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାରୋକୋ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ଦକ୍ଷତା ପ୍ରତିଯୋଗିତାରେ ମୟୂରଭଞ୍ଜରୁ ୫

ରାଜ୍ୟ ଦକ୍ଷତା ପ୍ରତିଯୋଗିତାରେ ମୟୂରଭଞ୍ଜରୁ ୫

ବାରିପଦା ଅଫିସ,୨୫।୪- ଆସନ୍ତା ୨୯ ଓ ୩୦ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଓଡିଶା ଦକ୍ଷତା-୨୦୧୮ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାରୁ ୫ ପ୍ରତିଯୋଗୀ ସାମିଲ ହେବେ। ସେମାନେ ହେଲେ ସୁନାରାମ ସିଂ, ଗଣେଶ୍ୱର ସିଂ, ସାଗରାମ ହାଁସଦା, ପଙ୍କଜିନି ବେହେରା ଓ ସ୍ବିକୃତି ବେହେରା। ଏହି ପ୍ରତିଯୋଗିତା ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ଏକ ଅଂଶବିଶେଷ ବୋଲି ମଙ୍ଗଳବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନିରେ ପିଡି ତୁଷାରକାନ୍ତ ମହାନ୍ତି ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଜିଲା ନିୟୋଜନ ଅଧିକାରୀ ରଞ୍ଜନ କୁମାର ମିଶ୍ର, ତକତପୁର ଟିଟିଆଇର ପ୍ରିନ୍ସିପାଲ ଡ ଶୁଭଙ୍କର କିଶୋର ଦାସ, ପିସି ଆଇଟିଆଇର ପ୍ରିନ୍ସିପାଲ କାନ୍ଦନ ମାଝୀ, ପଳିଟେକନିକ କଲେଜର ପ୍ରିନ୍ସିପାଲ ଚିନ୍ମୟ ମହାପାତ୍ର, ଓରମାସର କେସବ ଝା ପ୍ରମୁଖ ଉପସ୍ଥିତ ଥିଲେ।

ଆମରଣ ଅନଶନରେ ୩୮ ପରିବାର:‘ ପ୍ରତିଶ୍ରୁତି ନୁହେଁ, ଟଙ୍କା ଦିଅ’

ଆମରଣ ଅନଶନରେ ୩୮ ପରିବାର:‘ ପ୍ରତିଶ୍ରୁତି ନୁହେଁ, ଟଙ୍କା ଦିଅ’

ବାରିପଦା ଅଫିସ,୨୫।୪- ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଭୋଗବାଟି ଅଞ୍ଚଳରେ ବର୍ଷେ ପୂର୍ବେ ନିର୍ମିତ ହୋଇଥିଲା ବେତନଟୀ ପଞ୍ଚାୟତ କାର୍ଯ୍ୟାଳୟ । ଏଥିନିମନ୍ତେ ପ୍ରାୟ ୩୮ ପରିବାରଙ୍କୁ ଘରଡିହ ହରାଇବାକୁ ପଡିଥିଲା। ପ୍ରତିବଦଳରେ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ହେଲେ ଇତି ମଧ୍ୟରେ ଏହି ପରିବାରଙ୍କୁ ସେମାନଙ୍କର ପ୍ରାପ୍ୟ ମିଳିପାରି ନାହିଁ। ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ମଙ୍ଗଳବାରଠାରୁ ଆମରଣ ଅନଶନ କରିଛନ୍ତି। ଏଥର ପ୍ରତିଶ୍ରୁତି ନୁହେଁ, ଟଙ୍କା ମିଳିଲେ ଅନଶନରୁ ଉଠିବେ ବୋଲି ସେମାନେ କହିଛନ୍ତି।

 ଅସାଧୁ ବ୍ୟବସାୟୀଙ୍କ କବ୍‌ଜାରେ ମହୁଲ ବଜାର

ଅସାଧୁ ବ୍ୟବସାୟୀଙ୍କ କବ୍‌ଜାରେ ମହୁଲ ବଜାର

ବହଳଦା,୨୫।୪(ଡି.ଏନ.ଏ)- ଆଦିବାସୀବହୁଳ ମୟୂରଭଞ୍ଜ ଜିଲାର ଅଧିକାଂଶ ଅଧିବାସୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ଅନ୍ୟ ବନଜାତ ଦ୍ରବ୍ୟ ସମେତ ସେମାନେ ମୁଖ୍ୟତଃ ମହୁଲଫୁଲ ସଂଗ୍ରହ କରିଥାନ୍ତି। ମାତ୍ର ସରକାରଙ୍କ ପକ୍ଷରୁ ମହୁଲ ପରି ଲଘୁ ବନ୍ୟଜାତ ଦ୍ରବ୍ୟ କିଣାବିକା ପାଇଁ କିଛି ନୀତିନିୟମ ନ ଥିବାରୁ କୋଟି କୋଟି ଟଙ୍କାର ଏହି ବଜାର ଏବେ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଅସାଧୁ ବ୍ୟବସାୟୀଙ୍କ କବ୍‌ଜାରେ ରହୁଛି । ମହୁଲ ଏକ ଋତୁକାଳୀନ ଜଙ୍ଗଲଜାତ ଦ୍ରବ୍ୟ । ଏହା ସାଧାରଣରତଃ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ମିଳିଥାଏ । ମହୁଲ ଫୁଲ ଭୋରରୁ ପଡୁଥିବାରୁ ଅଧିକାଂଶ ଆଦିବାସୀ ବିଶେଷ କରି ମହିଳା ଓ ଶିଶୁ ରାତିରୁ ଉଠି ଏହା ସଂଗ୍ରହ କରିଥାନ୍ତି। ତାକୁ ଆଣି ଖରାରେ ଶୁଖେଇଲା ପରେ ବିକ୍ରି କରିଥାନ୍ତି ।

ଏଯାଏ ମିଳିନି ଲଘୁଚାପ ବର୍ଷା କ୍ଷତିପୂରଣ:୪ ମାସ ବିତିଲାଣି

ବନ୍ତ,୨୫।୪(ସ୍ବ.ପ୍ର.)-ଚଳିତ ବର୍ଷ ଖରିଫ ଧାନ ଚାଷ ଅମଳ ସମୟରେ ଲଘୁଚାପ ବର୍ଷାଜନିତ ବର୍ଷା ହେବାରୁ ବ୍ୟାପକ ଫସଲ ହାନି ଘଟିଥିଲା। ଏହି କ୍ଷୟକ୍ଷତିକୁ ୪ମାସ ବିତିଗଲାଣି। ମୋଟ କ୍ଷତିଗ୍ରସ୍ତ ୧୯୯ ଗ୍ରାମ ମଧ୍ୟରୁ ଏଯାଏ ୭୪ ଗ୍ରାମର ପ୍ରଭାବିତ ଚାଷୀଙ୍କୁ କୌଣସି ସରକାରୀ ସହାୟତା ମିଳି ନାହିଁ। ଏନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗତ ନଭେମ୍ବର ୨ୟ ସପ୍ତାହରେ ଲଘୁଚାପ ବର୍ଷା ହେବା ଯୋଗୁଁ ବନ୍ତ ବ୍ଲକର ଚାଷ ଜମିରେ କଟା ହୋଇପଡିଥିବା ଧାନ ପାଣିରେ ବୁଡ଼ିରହିଥିଲା। କଟାହୋଇ ନ ଥିବା ପାଚିଲା ଧାନ ବିଲରେ ମଧ୍ୟ ପାଣି ଜମି ରହିଥିଲା ।

‘ଚୂଡାମଣି’ ଦେଶରେ ଜାଗରଣ ସୃଷ୍ଟି କରିଥିଲା:ଲବଣ ସତ୍ୟାଗ୍ରହ ସ୍ମାରକୀ ମହୋତ୍ସବ ଉଦ୍‌ଯାପିତ,ଦୁଇ ଯୁବ ପ୍ରତିଭା ସୁଦର୍ଶନ, ଅଜୟ ସମ୍ବର୍ଦ୍ଧିତ

‘ଚୂଡାମଣି’ ଦେଶରେ ଜାଗରଣ ସୃଷ୍ଟି କରିଥିଲା:ଲବଣ ସତ୍ୟାଗ୍ରହ ସ୍ମାରକୀ ମହୋତ୍ସବ ଉଦ୍‌ଯାପିତ,ଦୁଇ ଯୁବ ପ୍ରତିଭା ସୁଦର୍ଶନ, ଅଜୟ ସମ୍ବର୍ଦ୍ଧିତ

ବାସୁଦେବପୁର,୨୫।୪(ଡି.ଏନ.ଏ.)- ଦେଶର ସ୍ବାଧୀନତା ଆନ୍ଦୋଳନରେ ଭଦ୍ରକ ଜିଲାର ବାସୁଦେବପୁର ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଚୂଡାମଣି ଅଞ୍ଚଳ ଥିଲା ଲବଣ ସତାଗ୍ରହର ଅନ୍ତୁଡି ଶାଳ। ଗୋଳାପଦା, ବାଲାଜି, ଚୂଡାମଣି, ଇରମ, ଅଢୁଁଆ ଆଦି ଅଞ୍ଚଳର ସତ୍ୟାଗ୍ରହୀମାନେ ଲବଣ ଆଇନକୁ ଅମାନ୍ୟ କରି ଲୁଣମାରି ବ୍ରିଟିଶ ସରକାରକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ । ଏଠାରୁ ଆନ୍ଦୋଳନର ବାର୍ତ୍ତା ସାରା ଦେଶରେ ଜାଗରଣ ସୃଷ୍ଟି କରିଥିଲା ବୋଲି ଲବଣ ସତ୍ୟାଗ୍ରହ ସ୍ମାରକୀ ମହୋତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଚରଖ ଖୁଣ୍ଟ, ଦୋଳି, କାଳିସୀ ସାଜିଲା ଆକର୍ଷଣ:ସୁନାମୁହିଁ ପୀଠରେ ସରିଲା ଚଡ଼କ ଯାତ୍ରା

ଚରଖ ଖୁଣ୍ଟ, ଦୋଳି, କାଳିସୀ ସାଜିଲା ଆକର୍ଷଣ:ସୁନାମୁହିଁ ପୀଠରେ ସରିଲା ଚଡ଼କ ଯାତ୍ରା

ଭଣ୍ଡାରିପୋଖରୀ,୨୫।୪(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ସ୍ଥିତ ପ୍ରସିଦ୍ଧ ମା’ ସୁବର୍ଣ୍ଣମୁଖୀଙ୍କ ପୀଠରେ ୯ଦିନ ଧରି ଚାଲିଥବା ଥିବା ଚଡକ ଯାତ୍ରା ସୋମବାର ଉଦ୍‌ଯାପିତ ହୋଇଛି। ଏହି ଯାତ୍ରାର ଆକର୍ଷଣ ହୋଇ ରହିଆସିଥିବା ଚରଖ ଖୁଣ୍ଟରେ ଦୋଳିଖେଳ ଦେଖିବାକୁ ବହୁ ଭକ୍ତଙ୍କ ଭିଡ଼ ଜମିଥିଲା। ମା’ ସୁବର୍ଣ୍ଣମୁଖୀ କାଳିସୀ ଦେହରେ ସବାର ହୋଇ ଭକ୍ତଙ୍କ ଦୁଃଖସୁଖ ଶୁଣିଥିଲେ। ବହୁ ମାନସିକଧାରୀ ପୂଜାର୍ଚ୍ଚନା କରି ମେଳାରେ ପଡ଼ିଥିବା ମୀନାବଜାର ବୁଲି ଦେଖିଥିଲେ।

ଧାମରା ବନ୍ଦର ଦେଇ ଇସ୍ପାତ ପରିବହନ ଆରମ୍ଭ

ଧାମରା ବନ୍ଦର ଦେଇ ଇସ୍ପାତ ପରିବହନ ଆରମ୍ଭ

ଭଦ୍ରକ ଅଫିସ,୨୫।୪- ଦକ୍ଷିଣ ଏସିଆ ସମେତ ବିଭିନ୍ନ ଏସୀୟ ବଜାର ନିମନ୍ତେ ଭଦ୍ରକ ଜିଲା ଧାମରା ବନ୍ଦର ଏଣି କି ପ୍ରବେଶ ପଥ ଭାବେ କାର୍ଯ୍ୟ କରିବ। ଏହି ଯୋଜନାର ଅଂଶ ସ୍ବରୂପ ଧାମରା ବନ୍ଦର ଦେଇ ଇସ୍ପାତ ପରିବହନର କାର୍ଯ୍ୟ ହାତକୁ ନିଆଯାଇଛି। ପ୍ରଥମ କରି କଳିଙ୍ଗ ନଗର ଟାଟାଷ୍ଟିଲ୍‌ରୁ ଷ୍ଟିଲ କଏଲ୍‌ର ପ୍ରଥମ ର଼୍ୟାକ୍‌ ରେଳପଥରେ ଆସି ଧାମରା ବନ୍ଦରରେ ସୋମବାର ରାତିରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ଆନୁମାନିକ ୬୦୦୦ ମେଟ୍ରିକଟନ୍‌ ର’ଷ୍ଟିଲ କଏଲ୍‌ ଆସିଥିବା ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଇସ୍ପାତ ପରିବହନ କାର୍ଯ୍ୟ ଧାମରା ବନ୍ଦର ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଏଥିରେ କୁହାଯାଇଛି।