ବାଲେଶ୍ୱର

ପତ୍ନୀହନ୍ତାଙ୍କୁ ଆଜୀବନ କାରାଦଣ୍ଡ

ପତ୍ନୀହନ୍ତାଙ୍କୁ ଆଜୀବନ କାରାଦଣ୍ଡ

ବାରିପଦା ଅଫିସ,୨୦।୧୨- ମୟୂରଭଞ୍ଜ ଜିଲା ଅତିରିକ୍ତ ଜିଲା ଦୌରାଜଜ(୨) ସମରବିଲାସ ବେହେରା ବୁଧବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଟଙ୍କା ଅନାଦେୟ ହେଲେ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ଅଛି।
ବଡସାହି ଥାନାରେ ଫୁଦାନ ସୋରେନ ଥାନାରେ କରିଥିବା ଅଭିଯୋଗ ଅନୁସାରେ,୨୦୧୬ ମସିହା ଫେବୃଆରୀ ୧୬ତାରିଖ ରାତିରେ ତାଙ୍କ ଭାଇ ସୁରେନ୍ଦ୍ର ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲା। ଉକ୍ତ ସମୟରେ ଶୋଇଥିବା ପତ୍ନୀ ଦୁଲି ସୋରେନଙ୍କ ବେକକୁ ଏକ କଟୁରୀ ସାହାଯ୍ୟରେ ହାଣି ପକାଇଥିଲେ। ତେବେ ଦୁଲି ଚିତ୍କାର କରିବାରୁ ପାଖ ଘରେ ଶୋଇଥିବା ଫୁଦାନ ଏବଂ ପରିବାରର ଅନ୍ୟମାନେ ଉଠି ଆସି ରକ୍ତାକ୍ତ ଅବସ୍ଥାରେ ଦୁଲି ପଡିଥିବା ଦେଖିବାକୁ ପାଇଥିଲେ। ସୁରେନ୍ଦ୍ର ଉକ୍ତ କଟୁରୀ ଧରି ଦୌଡି ପଳାଇଥିଲେ। ପରିବାର ଲୋକେ ତୁରନ୍ତ ଦୁଲିଙ୍କୁ ବେତନଟୀ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଦିନ ରାତିରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଏନେଇ ସୁରେନ୍ଦ୍ରଙ୍କ ବଡ଼ଭାଇ ବଡସାହି ଥାନାରେ ଲିଖିତ ଅଭିଯୋଗ କରିବା ପରେ ବଡ଼ସାହି ପୋଲିସ ମାମଲା (ନଂ୧୮/୧୬) ରୁଜୁ କରି ସୁରେନ୍ଦ୍ରଙ୍କୁ ଗିରଫ କରିଥିଲା। ଏହି ମାମଲାକୁ ସରକାରୀ ଓକିଲ ସାନ୍ତନୁ କୁମାର ଦାସ ପରିଚାଳନା କରୁଥିଲେ।

All Right Reserved By

Model This Week

ନିକିତା

ବାଲେଶ୍ୱର

ଦୁର୍ଘଟଣାରେ ୩ ଗୁରୁତର

ବାହନଗା,୧୯। ୪(ଡି.ଏନ.ଏ.)-ବାହାନଗା ବ୍ଲକ ୧୬ନମ୍ବର ଜାତୀୟ ରାଜପଥ ବେଗୁନିଆ ଡାଇଭର୍ଶନ ଛକଠାରେ ଦୁଇ ମଟରସାଇକେଲ ଦୁର୍ଘଟଣା ଘଟି ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳର ସରଫି୍‌ ଅଲ୍ଲି ଇସ୍ଲାମ୍‌, ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବଡଗାଁ ଗ୍ରାମର ସୀତ ରାଜ। ଖନ୍ତାପଡା ପୋଲିସ ଦୁର୍ଘଟଣାଗ୍ରସ୍ତ ଦୁଇ ମଟରସାଇକେଲକୁ ଜବତ କରି ଥାନାକୁ ଆଣିଛନ୍ତି ।

ଚୋରା କୋଇଲା ଜବତ ଘଟଣା: ଜଣେ ଗିରଫ

ବାସୁଦେବପୁର,୧୯।୪(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଗତ ୩ ଦିନ ତଳେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଚଢ଼ାଉ କରାଯାଇ ପ୍ରାୟ ୬ ହଜାର କୁଇଣ୍ଟାଲ ଚୋରା କୋଇଲା ଜବତ ହୋଇଥିଲା।

ଶିଶୁମନ୍ଦିର ବାର୍ଷିକୋତ୍ସବ

ଶିଶୁମନ୍ଦିର ବାର୍ଷିକୋତ୍ସବ

ଭଦ୍ରକ ଅଫିସ,୧୯।୪-ବଣିଆ ଶିଶୁମନ୍ଦିର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ ବିଷ୍ଣୁ ସେଠି ମୁଖ୍ୟଅତିଥି, ଜୀବନବିନ୍ଦୁର ଜିଲା ସଂଯୋଜକ ଅଜୟ ନାୟକ ମୁଖ୍ୟବକ୍ତା, ଏରେଇଁର ପୂର୍ବତନ ସରପଞ୍ଚ ଶଙ୍କର୍ଷଣ ପଣ୍ଡା ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଛାତ୍ରୀଛାତ୍ର ଦେଶର ଭବିଷ୍ୟତ। ଶିଶୁ ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଆଇନ ସଚେତନତା ଶିବିର

ଭଦ୍ରକ ଅଫିସ,୧୯।୪-ବାସୁଦେବପୁର ବ୍ଲକ ସୁଗୋ ଉଚ୍ଚ ବିଦ୍ୟାଳୟଠାରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଭଦ୍ରକରେ ଉଡ଼ିଲା ଲାଲପତାକା

ଭଦ୍ରକ ଅଫିସ,୧୯।୪-ହାଇଦ୍ରାବଦରେ ହେଉଥିବା ସର୍ବଭାରତୀୟ ଅଧିବେଶନ ପାଇଁ ବୁଧବାର ଭଦ୍ରକ ଜିଲା ସିପିଆଇ-ଏମ ଭଦ୍ରକ ଶାଖା ତରଫରୁ ବନ୍ତଛକରେ ଲାଲପତାକା ଉତ୍ତୋଳନ କରାଯାଇଥିଲା।

ଜଗନ୍ନାଥ ମନ୍ଦିର ରତ୍ନମୁଦ ଉତ୍ସବ

ଧାମନଗର,୧୯।୪(ଡି.ଏନ.ଏ.)-ଧାମନଗର ବ୍ଲକ ଅସୁରାଳୀ ବଜାରରେ ନବନିର୍ମିତ ଜଗନ୍ନାଥ ମନ୍ଦିରରେ ଅକ୍ଷୟ ତୃତୀୟା ଅବସରରେ ରତ୍ନମୁଦ ଉତ୍ସବ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ନକଲି ନୋଟ ର଼୍ୟାକେଟ ସକ୍ରିୟ

ନକଲି ନୋଟ ର଼୍ୟାକେଟ ସକ୍ରିୟ

ରାଇସୁଆଁ,୧୯।୪(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ଅଞ୍ଚଳରେ ନକଲି ନୋଟ ର଼୍ୟାକେଟ ସକ୍ରିୟ ହୋଇଛନ୍ତି। କେତେକ ଅସାଧୁ ବ୍ୟକ୍ତି ନୀରକ୍ଷର, ଅନ୍ଧାରର ସୁଯୋଗ ନେଇ ଦୋକାନ ଗୁଡିକରେ ଭିଡଥିବା ସମୟରେ ନକଲି ନୋଟ ଦେଇ ଲୋକଙ୍କୁ ଠକୁଛନ୍ତି। ରାଇସୁଆଁ, ପଦ୍ମପୁର, ଗୋବର୍ଦ୍ଧନ, ବେଲଦା ହାଟ, ପଳାଶପଙ୍ଗା, ନରଣପୁର ଆଦି ଅଞ୍ଚଳରେ କେତେ ଦିନ ହେଲା ନକଲି ନୋଟ ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି।

ମା’ ଘର ଫାଉଣ୍ଡେଶନର ବାର୍ଷିକୋତ୍ସବ : ହିଂସାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ

ମା’ ଘର ଫାଉଣ୍ଡେଶନର ବାର୍ଷିକୋତ୍ସବ : ହିଂସାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୧୯।୪- ବାଲେଶ୍ୱର ଗାନ୍ଧୀ ସ୍ବୃତି ଭବନଠାରେ ବୁଧବାର ମା’ ଘର ଫାଉଣ୍ଡେଶନର ଦ୍ୱିତୀୟ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ରାଜ୍ୟ ଅଧ୍ୟକ୍ଷା ଋତୁପର୍ଣ୍ଣା ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ବିଶିଷ୍ଟ ଗାନ୍ଧୀବାଦୀ ନେତା ଦିଲୀ ଏକତା ପରିଷଦର ପ୍ରତିଷ୍ଠାତା ସଭାପତି ପି.ଭି. ରାଜଗୋପାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

ବାଲିବନ୍ଧ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ବାଲିବନ୍ଧ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ଝୁମ୍ପୁରା, ୧୯।୪(ଡି.ଏନ.ଏ.): ଝୁମ୍ପୁରା ବ୍ଲକ ବାଲିବନ୍ଧ ଶିଶୁ ମନ୍ଦିରର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ବାବାଜୀ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଝୁମ୍ପୁରା ତହସିଲଦାର ଜନକ ନାୟକ, ସମ୍ମାନିତ ଅତିଥି ୧୭ନଂ ଜିଲା ପରିଷଦ ସଦସ୍ୟ ଅନୁବ୍ରତ ବେହେରା, ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଉଜ୍ଜ୍ୱଳ ଚନ୍ଦ୍ର ସାହୁ।

ଭଦ୍ରକ ସମବାୟ ବ୍ୟାଙ୍କ କ୍ଷୁଦ୍ର ମୁଖ୍ୟ ପ୍ରବନ୍ଧକ ଅଶ୍ୱିନୀ ସମ୍ମାନିତ

ଭଦ୍ରକ ଅଫିସ,୧୯।୪-ଜିଲା ପ୍ରଶାସନ ଦ୍ୱାରା ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ବୁଧବାର ଭଦ୍ରକ ସମବାୟ ବ୍ୟାଙ୍କର କ୍ଷୁଦ୍ର ମୁଖ୍ୟ ପ୍ରବନ୍ଧକ ଅଶ୍ୱିନୀ ନାୟକଙ୍କୁ ସମ୍ମାନିତ କରାଯାଇଛି।

 ଡିଏଭି ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ

ଡିଏଭି ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ

କେନ୍ଦୁଝର, ୧୯। ୪ (ସ୍ବ.ପ୍ର.)- ବୁଧବାର ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲର ୩୬ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଶାଖାର ନିର୍ଦ୍ଦେଶକ ପ୍ରଫେସର ଅନାଦି ଚରଣ ଗଁ।ଣ ଯୋଗଦେଇ ଜୀବନରେ ଭଲ ମଣିଷ ହେବା ପାଇଁ ଛାତ୍ରାବସ୍ଥାରୁ କଷ୍ଟ ସ୍ବୀକାର ସହ ବିନୟୀ, ନମ୍ର ଓ ତ୍ୟାଗପୂତ ପ୍ରଚେଷ୍ଟା ଜାରୀ ରଖିବା ଉଚିତ ବୋଲି ବୋଲି କହିଥିଲେ।

ଭାଜପାର ସ୍ବଚ୍ଛ ଭାରତ ଅଭିଯାନ

ଭାଜପାର ସ୍ବଚ୍ଛ ଭାରତ ଅଭିଯାନ

ଘସିପୁରା,୧୯।୪(ଡି.ଏନ୍‌.ଏ.)- ଆନନ୍ଦପୁର ଭାଜପା ନଗରମଣ୍ଡଳ ପକ୍ଷରୁ ୨ ନମ୍ବର ଓାର୍ଡ଼ ପଦ୍ମେଶ୍ୱର ଶିବ ମନ୍ଦିର ପରିସରରେ ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ରଙ୍କ ସଂଯୋଜନାରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।