ବାଲେଶ୍ୱର

ଅଟୋ-ବାଇକ୍‌ ଧକ୍କା: ୨ ଗୁରୁତର, ୫ ଆହତ

ଅଟୋ-ବାଇକ୍‌ ଧକ୍କା: ୨ ଗୁରୁତର, ୫ ଆହତ
ସଜନାଗଡ଼,୨୦।୧୨(ଡି.ଏନ.ଏ.)-ବୁଧବାର ମଧ୍ୟାହ୍ନରେ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରୁ ଏକ ଅଟୋ ୫ଜଣ ଲୋକଙ୍କୁ ନେଇ ନରଣପୁର ଫେରୁଥିବା ବେଳେ ସଜନାଗଡ଼ ନୂଆସାହି ଛକ ଠାରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ଜଣ ଗୁରୁତର ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଗୁରୁତର ଆହତ ହେଲେ ମକରା ସିଂ, ଜୟଦେବ ଦାସ। ଅନ୍ୟ ଆହତମାନେ ହେଲେ ସମ୍ବାରୀ ସିଂ, ଗୀତା ସିଂ, ବାସନ୍ତୀ ସିଂ, ମାଧ ସିଂ, ଧରଣୀଧର ମହାନ୍ତି। ସମସ୍ତଙ୍କୁ ୧୦୮ ଯୋଗେ ନୀଳଗିରି ମେଡ଼ିକାଲ ଅଣାଯାଇ ଚିକିତ୍ସା କରାଯାଉଛି।
All Right Reserved By

ବାଲେଶ୍ୱର

ମନ୍ଦିରରେ ଅଗ୍ନିକାଣ୍ଡ: ପୋଡ଼ିଗଲେ ଶ୍ରୀଜୀଉ

ମନ୍ଦିରରେ ଅଗ୍ନିକାଣ୍ଡ: ପୋଡ଼ିଗଲେ ଶ୍ରୀଜୀଉ

ଭଣ୍ଡାରିପୋଖରୀ, ୧୬।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସରପଦା ଗ୍ରାମଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ ଘଟି ଠାକୁରଙ୍କ ଏକ କାଠ ଖଟୁଲି ସମେତ ଶ୍ରୀଜୀଉ ଜଳିଯାଇଛନ୍ତି।

ରାଜ୍ୟସ୍ତରୀୟ ରଗ୍‌ବୀ ଫୁଟବଲ ପ୍ରତିଯୋଗିତା: ମୟୂରଭଞ୍ଜରୁ ୨୪ ଖେଳାଳୀ

ରାଜ୍ୟସ୍ତରୀୟ ରଗ୍‌ବୀ ଫୁଟବଲ ପ୍ରତିଯୋଗିତା: ମୟୂରଭଞ୍ଜରୁ ୨୪ ଖେଳାଳୀ

ବାରିପଦା ଅଫିସ,୧୬।୧୨- ରାଜ୍ୟସ୍ତରୀୟ ୧୭ବର୍ଷରୁ କମ ବାଳକ ବାଳିକା ରଗବୀ ଫୁଟବଲ ପ୍ରତିଯୋଗିତା ଚଳିତ ମାସ୧୭ତାରିଖରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ମୟୂରଭଞ୍ଜରୁ ୨୪ଜଣ ଖେଳାଳୀ ମନୋନିତ ହୋଇଛନ୍ତି। ଏନେଇ ଜିଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଓ ଜିଲା ଶାରୀରିକ ଶିକ୍ଷା ପରିଦର୍ଶକ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଟିମ ମ୍ୟାନେଜର ଚୟନ କରାଯାଇଛି। 

ତୂଳୀରେ ଓଡ଼ିଶାର ପାର୍ବଣ

ତୂଳୀରେ ଓଡ଼ିଶାର ପାର୍ବଣ

ଭଦ୍ରକ ଅଫିସ, ୧୬।୧୨ - ଭଦ୍ରକ ଜିଲା ଚରମ୍ପା ସରସ୍ବତୀ ଶିଶୁମନ୍ଦିର ପରିସରରେ ରବିବାର ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଭାଗ ନେଇଥିଲେ। 

ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ୨୪୭ ପ୍ରତିଯୋଗୀ

ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ୨୪୭ ପ୍ରତିଯୋଗୀ

ସୋର, ୧୬।୧୨(ଡ଼ି.ଏନ.ଏ.)-ଉକତ୍ଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ସୋରସ୍ଥିତ ‘କଳାଘର’ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ କଳାଘର ଅଧ୍ୟକ୍ଷ ରାଜବଲ୍ଲଭ ସାହୁ ଉଦଘାଟନ କରି କଳା ଓ ସଂସ୍କୃତି ଉପାଦେୟତା ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ। ଏହି ପ୍ରତିଯୋଗିତା ସକାଳ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ୨୫ ବିଦ୍ୟାଳୟରୁ ମୋଟ ୨୪୭ଜଣ ଛାତ୍ରୀଛାତ୍ର ଭାଗ ନେଇଥିଲେ। 

ଚାଷୀର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ଚାଷୀର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ରୂପ୍‌ସା, ୧୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ରାଉତପଡ଼ା ପ୍ରାଥମିକ କୃଷି ସମବାୟ ସମିତିର ୪୬ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସମିତି ସଭାପତି ହରେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରି ମହିଳାପୁରୁଷ ଚାଷୀଙ୍କୁ କୃଷିଋଣ, କ୍ଷୁଦ୍ର ବ୍ୟବସାୟୀ ଋଣ ସମେତ ଏସ୍‌ଏଚ୍‌ଜି ଓ ଜେଏଲଜି ଗ୍ରୁପ୍‌କୁ ଋଣ ପ୍ରଦାନ କରି ଆମତ୍ନିର୍ଭରଶୀଳ ହେବାର ସୁଯୋଗ ସୃଷ୍ଟି କରାଯାଇଛି ବୋଲି ବକ୍ତବ୍ୟରେ କହିଥିଲେ। ମୁଖ୍ୟଅତିଥି ଭାବେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବସ୍ତା ଶାଖା ପରିଚାଳକ ଅରୁଣ କୁମାର ମାଇତି ଯୋଗଦେଇ ଚାଷୀଙ୍କ ସାମଗ୍ରିକ ବିକାଶ ହେଲେ ସମିତି ଲାଭବାନ ହୋଇଥାଏ। 

ଆମତ୍ସୁରକ୍ଷା କୌଶଳ ତାଲିମ ନେଲେ ଛାତ୍ରୀ

ଆମତ୍ସୁରକ୍ଷା କୌଶଳ ତାଲିମ ନେଲେ ଛାତ୍ରୀ

ରେମୁଣା, ୧୬।୧୨(ଡି.ଏନ.ଏ.)-ଭୀମେଶ୍ୱର ଜୁନିୟର କଲେଜ ପ୍ରଥମ ବର୍ଷର ୭୬ଜଣ ଛାତ୍ରୀଙ୍କୁ ନେଇ ୧୫ଦିନିଆ ଆମତ୍ସୁରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀମାନେ କିପରି ନିଜର ସୁରକ୍ଷା କରିପାରିବେ ସେନେଇ ବିଭିନ୍ନ କଳା କୌଶଳ ଶିକ୍ଷା ଦିଆଯାଇଥିଲା । କଲେଜ ଅଧ୍ୟକ୍ଷ ସନ୍ତୋଷ କୁମାର ଭୂୟଁାଙ୍କ ଅଧ୍ୟକ୍ଷତାରେ ଓ କ୍ରୀଡା ଶିକ୍ଷକ ଭବେନ୍ଦ୍ର କୁମାର ମହାନ୍ତିଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ସୁଭଦ୍ରା ମାହାର୍ଣ୍ଣା ପ୍ରଶିକ୍ଷଣ ଦେଇଥିଲେ।

ପଢୁଁଆରେ ପିଠା କାର୍ଯ୍ୟକ୍ରମ: କଳାକାରଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ପଢୁଁଆରେ ପିଠା କାର୍ଯ୍ୟକ୍ରମ: କଳାକାରଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ବାସୁଦେବପୁର, ୧୬।୧୨(ଡି.ଏନ.ଏ): ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ପଢୁଁଆ ଗ୍ରାମ ପଞ୍ଚାୟତ ମୁଳଡିହୀଠାରେ ଅନୁଷ୍ଠିତ ହୋଇଯାଇଛି। 

 ତିହିଡିରେ ୫ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ତିହିଡିରେ ୫ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ତିହିଡି,୧୬।୧୨(ଡି.ଏନ.ଏ)-ଭଦ୍ରକ ଜିଲା ତିହିଡି ବ୍ଲକ ଅଧିନ ଗୁଆମାଳ, ମହରମପୁର, କାଁପଡା, ହରସିଂହପୁର ଓ ଜାମଯୋଡି ପଞ୍ଚାୟତରେ ରବିବାର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଗଛରୁ ପଡି ବାଳକ ଗୁରୁତର

ଗଛରୁ ପଡି ବାଳକ ଗୁରୁତର

କେନ୍ଦୁଝର, ୧୬।୧୨(ସ୍ବ.ପ୍ର): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଘଷଣାଟାଙ୍ଗର ଗ୍ରାମ ନିକଟରେ  ଗଛରୁ ପଡି ଜଣେ ୧୨ବର୍ଷର ବାଳକ ଗୁରୁତର ହୋଇଛନ୍ତି।

ଅଗ୍ନିକାଣ୍ଡରେ ୪ ବଖରା ନଷ୍ଟ

ଅଗ୍ନିକାଣ୍ଡରେ ୪ ବଖରା ନଷ୍ଟ

ଖଇରା, ୧୬।୧୧(ଡି.ଏନ.ଏ): ବାଲେଶ୍ୱର ଜିଲା ଖଇରା ବ୍ଲକ ରପେୟା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ପଞ୍ଚାନନ ଘଡେଇଙ୍କର ୪ ବଖରା ବାସଗୃହ ଭସ୍ମିଭୂତ ହୋଇଯାଇଛିା 

୨୭୮ ପ୍ରାର୍ଥୀଙ୍କୁ ମିଳିଲା ସିଧାସଳଖ ନିଯୁକ୍ତି:ନିଯୁକ୍ତିମେଳା

୨୭୮ ପ୍ରାର୍ଥୀଙ୍କୁ ମିଳିଲା ସିଧାସଳଖ ନିଯୁକ୍ତି:ନିଯୁକ୍ତିମେଳା

କେନ୍ଦୁଝର, ୧୬ା୧୨ (ସ୍ବ.ପ୍ର.)- ଓଡିଶା  ଦକ୍ଷତା ବିକାଶ ପ୍ରାଧିକରଣ  ଓ କେନ୍ଦୁଝର ଜିଲା ପ୍ରଶାସନର ମଳିତ ଆନୁକୂଲ୍ୟରେ ଶନିବାର  କେନ୍ଦୁଝର ସ୍ଥିତ ଓଡିଶା ଖଣି ଓ  ଯାନ୍ତ୍ରିକ ବିଦ୍ୟାଳୟ  ପଡିଆରେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ନିଯୁକ୍ତିମେଳା ଅନୁଷ୍ଠିତ ହୋଇଯାଇଛି । 

ଉଦ୍ଧାର ଗାଡ଼ଭାଲୁର ମୃତ୍ୟୁ

ଉଦ୍ଧାର ଗାଡ଼ଭାଲୁର ମୃତ୍ୟୁ

ଚମ୍ପୁଆ,୧୬।୧୨(ଡି.ଏନ.ଏ)-କେନ୍ଦୁଝର ଜିଲା ଚମ୍ପୁଆ ନିକଟସ୍ଥ ଜ୍ୟୋତିପୁର ସଂରକ୍ଷିତ ଜଙ୍ଗଲର ଭୂୟାଁସାହି ଅଞ୍ଚଳରେ  ଏକ ଗାଢ଼ଭାଲୁ ଅସୁସ୍ଥ  ହୋଇ ପଡିରହିଥିବା ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।