ବାଲେଶ୍ୱର

ଭିଜିଲାନ୍ସ ଜାଲରେ କପ୍ତିପଦା ଆଇଆଇସି, ଏଏସ୍‌ଆଇ

ଭିଜିଲାନ୍ସ ଜାଲରେ କପ୍ତିପଦା ଆଇଆଇସି, ଏଏସ୍‌ଆଇ

କପ୍ତିପଦା, ୨୦।୧୨(ଡି.ଏନ୍‌.ଏ): ଲାଞ୍ଚ ନେବା ଅଭିଯୋଗରେ ବୁଧବାର ବାଲେଶ୍ୱର ଓ ବାରିପଦା ଭିଜିଲାନ୍ସ ପକ୍ଷରୁ ମିଳିତ ଚଢାଉ କରାଯାଇ କପ୍ତିପଦା ଆଇଆଇସି ବ୍ରଜବନ୍ଧୁ ନାୟକ ଓ ଏଏସ୍‌ଆଇ ରବିନାରାୟଣ ସୁଆରଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ସୂଚନାଯୋଗ୍ୟ, ଏକ କେସରେ ହାଇକୋର୍ଟରେ ହୋଇଥିବା ବେଲ୍‌ର ନିର୍ଦ୍ଦେଶ ମୁତାବକ କପ୍ତିପଦାର ତପନ ବାରିକ ବେଲ ଅଡର ସହିତ ତଦନ୍ତ ଅଧିକାରୀଙ୍କୁ ଅବଗତ କରିବାକୁ ଯାଇଥିବା ବେଳେ ତାଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମଗାଯାଇଥିଲା। ଶେଷରେ ୨୦ ହଜାର ଟଙ୍କାର ମୁଲଚାଲ ହୋଇଥିଲା।

All Right Reserved By

Model This Week

ନିକିତା

ବାଲେଶ୍ୱର

ଭ୍ୟାନ୍‌ ଧକ୍କାରେ ଯୁବକ ମୃତ, ରାସ୍ତାରୋକୋ

ତିହିଡ଼ି,୨୦।୪(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ରାଜନଗର ପଞ୍ଚାୟତ ବାହାରପାଳ ଗ୍ରାମର ସାଗର ପଲାଇ(୨୬) ନାମକ ଜଣେ ଯୁବକଙ୍କ ଏକ ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଶୁକ୍ରବାର ସକାଳେ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଆକ୍ରୋଶର ଶିକାର ଛାତ୍ର

ଚମ୍ପୁଆ,୨୦।୪(ଡି.ଏନ.ଏ): ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୁଅକୁ ଅନ୍ୟତ୍ର ପଢାଇବା ଲାଗି ବିଦ୍ୟାଳୟରୁ ସ୍କୁଲ ଲିଭିଂ ସାର୍ଟିଫିକେଟ ନ ପାଇ ବାପା ହତାସ ହୋଇ ଶେଷରେ ଚମ୍ପୁଆ ଉପଜିଲାପାଳ ପାରୁଲ ପଟାୱରିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଦ୍ୟାଳୟକୁ ୨ଥର ଯାଇ ସାର୍ଟିଫିକେଟ ପାଇଁ ସେ ବିନୟ ହୋଇଥିଲେ। ବିଦ୍ୟାଳୟ ପକ୍ଷରୁ ସାର୍ଟିଫିକେଟ ଦିଆଯାଇ ପାରିବ ନାହିଁ କୁହାଯାଉଥିବା ସେ ଅଭିଯୋଗ କରିଛନ୍ତି।

ବିନା ଭିଏଲଏଲ ଚୟନ କାମକୁ ବିରୋଧ

ଚମ୍ପୁଆ,୨୦।୪(ଡି.ଏନ.ଏ): ଚମ୍ପୁଆ ବ୍ଲକ କରିଆ ପଞ୍ଚାୟତରେ ଭିଏଲଏଲ ଚୟନ ନ କରି ମନମୁଖି କାର୍ଯ୍ୟ ପ୍ରତିବାଦରେ ପଞ୍ଚାୟତବାସୀ ବ୍ଲକ ଉନ୍ନୟନ ଅଧିକାରୀ ଓ ଚମ୍ପୁଆ ଉପଜିଲାପାଳ ପାରୁଲ ପଟାୱରୀଙ୍କ ଦ୍ୱାରସ୍ତ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଚଳିତ ଫେବୃୟାରୀରେ ଭିଏଲଏଲ ଚୟନ କରାଯିବାର ନିୟମ ରହିଥିଲେ ହେଁ ଉକ୍ତ ନିୟମକୁ ବେଖାତିର କରାଯାଇଛି।

୪୦ ବସ୍ତା ପିଡିଏସ୍‌ ଚାଉଳ ପୋଡିଗଲା

୪୦ ବସ୍ତା ପିଡିଏସ୍‌ ଚାଉଳ ପୋଡିଗଲା

ଭୋଗରାଇ, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୋହରିଆ ପଞ୍ଚାୟତ କାର୍ଯ୍ୟାଳୟ ଗୋଦାମ ଗୃହରେ ବିଦ୍ୟୁତ ସର୍ଟସର୍କିଟ ହୋଇ ୪୦ ବସ୍ତା ପିଡିଏସ୍‌ ଚାଉଳ ପୋଡିଯାଇଛି।

ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ

ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ

ଭଣ୍ଡାରିପୋଖରୀ,୨୦।୪(ଡି.ଏନ.ଏ.)-ଆଖୁଆପଦା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

‘ବାଜି ରାଉତ, ଧର୍ମପଦଙ୍କ ଭଳି ନିଷ୍ଠାପର ହୁଅ’

‘ବାଜି ରାଉତ, ଧର୍ମପଦଙ୍କ ଭଳି ନିଷ୍ଠାପର ହୁଅ’

କେନ୍ଦୁଝର, ୨୦। ୪(ସ୍ବ.ପ୍ର.): ବୁଧବାର ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲର ୩୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଅଧ୍ୟକ୍ଷ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଶାଖାର ନିର୍ଦ୍ଦେଶକ ପ୍ରଫେସର ଅନାଦି ଚରଣ ଗଁ।ଣ ଯୋଗଦେଇ ଜୀବନରେ ଭଲ ମଣିଷ ହେବା ସହ ବାଜିରାଉତ ଓ ଧର୍ମପଦଙ୍କ ଭଳି ଛାତ୍ରୀଛାତ୍ରଙ୍କୁ ତ୍ୟାଗନିଷ୍ଠ ହେବା ପାଇଁ ପରାମର୍ଶ ଦେଇଥିଲେ।

ଜମି ଅଧିଗ୍ରହଣ ଲାଗି ଚାଷୀଙ୍କୁ ନୋଟିସ

ଜମି ଅଧିଗ୍ରହଣ ଲାଗି ଚାଷୀଙ୍କୁ ନୋଟିସ

ଝୁମ୍ପୁରା,୨୦।୪(ଡି.ଏନ.ଏ.)-କାନପୁର ବୃହତ ଜଳସେଚନ ପ୍ରକଳ୍ପର ଏକ ଶାଖା କେନାଲ ଖୋଳାଯିବା ପାଇଁ ୨୦୧୬ରୁ ଝୁମ୍ପୁରା ଖମାର (ଚାଷକ୍ଷେତ)ର ସର୍ଭେ କାମ ସରିଥିଲା। ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଉ ନ ଥିବାରୁ ଚାଷୀମାନେ କେନାଲ ନିର୍ମାଣ ପ୍ରସଙ୍ଗ ନେଇ ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲେ।

‘ଜଗନ୍ନାଥ ପାଣି ଥିଲେ ଲୋକନାଟକର ଆଦ୍ୟ ଓଁକାର’

ଭଦ୍ରକ ଅଫିସ,୨୦।୪- ଲୋକକବି ଜଗନ୍ନାଥ ପାଣି ଓଡିଆ ଲୋକ ନାଟକ ତଥା ଗୀତିନାଟକ ରଚନା କ୍ଷେତ୍ରରେ ପ୍ରଦର୍ଶନ କରିଥିବା ସୃଜନଶୀଳ ପ୍ରତିଭା ଅନୁଳନୀୟ ।

‘ମୋଗଲ ତାମସା ଏକ ଅନନ୍ୟ ସୃଷ୍ଟି’

ଭଦ୍ରକ ଅଫିସ,୨୦।୪- ଭୁବନେଶ୍ୱର ବାପୁଜୀ ନଗର ଝରଣାସାହି ମହୋତ୍ସବରେ ପରିବେଷିତ ଭଦ୍ରକର ପ୍ରସିଦ୍ଧ ମୋଗଲ ତାମସା ଉଚ୍ଚ ପ୍ରଶଂସିତ ହୋଇଛି।

ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବତନ୍ତ୍ର ତାଲିମ

ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବତନ୍ତ୍ର ତାଲିମ

ଭଦ୍ରକ ଅଫିସ,୨୦।୪- ଭଦ୍ରକ ସହରରେ ଥିବା ସମସ୍ତ ବିୟୁଟିପାର୍ଲର କର୍ମକର୍ତ୍ତାଙ୍କୁ ନେଇ ଏକ ହୋଟେଲ ସମ୍ମିଳନୀ କକ୍ଷ ପରିସରରେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ବଜ୍ରପାତଜନିତ ଅଗ୍ନିକାଣ୍ଡ

ବଜ୍ରପାତଜନିତ ଅଗ୍ନିକାଣ୍ଡ

ଖଇରା,୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସରଖିଆ ଗ୍ରାମରେ ଗୁରୁବାର ରାତିରେ ବଜ୍ରପାତ ହୋଇ ଅଗ୍ନିକାଣ୍ଡ ଘଟି ଶୁଳିଚରଣ ସେଣ୍ଢଙ୍କର ଘର ପୋଡିଯାଇଛି।

ମାର୍କେଟ କମ୍ପ୍ଲେକ୍ସ ଗୃହ ଭୁଶୁଡିବା ଘଟଣାର ତଦନ୍ତ

ଆରଡି, ୨୦।୪ (ଡି.ଏନ.ଏ.)-ଭଦ୍ରକ ଜିଲା ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ନିର୍ମିତ ହୋଇଥିବା ନୂଆ ମାର୍କେଟ କମ୍ପ୍ଲେକ୍ସ ଗୃହ ଗୁରୁବାର ଭୁଶୁଡି ପଡିଥିଲା ।