ସମ୍ବଲପୁର

ଶ୍ରୀ ଅରବିନ୍ଦ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ: ଭାଗ ନେଲେ ୬ଶହ ଛାତ୍ରୀଛାତ୍ର

ଶ୍ରୀ ଅରବିନ୍ଦ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ: ଭାଗ ନେଲେ ୬ଶହ ଛାତ୍ରୀଛାତ୍ର


ସମ୍ବଲପୁର, ୨୦।୧୨ (ବ୍ୟୁରୋ)- ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୪୩ତମ ବାର୍ଷିକ କ୍ରୀଡା ଉତ୍ସବ ବୁଧବାର ସ୍କୁଲ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ୬ଶହ ଛାତ୍ରୀଛାତ୍ର ଭାଗ ନେଇଛନ୍ତି। ସ୍କୁଲ ଅଧ୍ୟକ୍ଷ ବ୍ରଜକିଶୋର ହୋତାଙ୍କ ପରିଚାଳନାରେ ଉଦ୍‌ଘାଟନ ଉତ୍ସବ ଆୟୋଜିତ ହୋଇଥିଲା । ସ୍କୁଲ ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ବାବୁ ଏବଂ ପୂର୍ବତନ ସାଧାରଣ ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଛାତ୍ର ଜୀବନରେ କ୍ରୀଡାର ଉପାଦେୟତା ଉପରେ ବକ୍ତବ୍ୟ ରଖିଥିଲେ । ଖେଳ ଶିକ୍ଷୟତ୍ରୀ ମଞ୍ଜୁକ୍ତା ନାଥ ଏବଂ ଆନନ୍ଦ ମିଶ୍ରଙ୍କ ତତ୍ତ୍ବାବଧାନରେ ଇଭେଣ୍ଟ ପରିଚାଳିତ ହୋଇଥିଲା।

All Right Reserved By

ସମ୍ବଲପୁର

କଳାହାଣ୍ଡି ଜିଲାରେ ଆରମ୍ଭ ହେବ ଯକ୍ଷ୍ମା ମୁକ୍ତ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲାରେ ଆରମ୍ଭ ହେବ ଯକ୍ଷ୍ମା ମୁକ୍ତ କାର୍ଯ୍ୟକ୍ରମ

ଭବାନୀପାଟଣା,୧୯।୭(ଡି.ଏନ.ଏ.)- କଳାହାଣ୍ଡି ଜିଲାରେ ଆରମ୍ଭ ହେବ ଯକ୍ଷ୍ମା ମୁକ୍ତ କାର୍ଯ୍ୟକ୍ରମ । ଜିଲାର ଚିହ୍ନଟ ହୋଇଥିବା କର୍ଲାମୁଣ୍ଡା, କଲମପୁର, ଜୁନାଗଡ ଏବଂ ଗୋଲାମୁଣ୍ଡା ବ୍ଲକରେ ମାଗଣାରେ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା କରାଯାଇ ଯକ୍ଷ୍ମା ରୋଗ ମୁକ୍ତ କଳାହାଣ୍ଡି ପାଇଁ ସ୍ବାସ୍ଥ୍ୟ ବିଭାଗ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ

ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ

ଧର୍ମଗଡ,୧୯।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା ଧର୍ମଗଡଠାରେ ଗୁରୁବାର କାଳିକୃଷ୍ଣ ସଂଘ ତରଫରୁ ସ୍ଥାନୀୟ ବ୍ଲଡ ବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।

ତାଲୁକସ୍ତରୀୟ ଆଇନ ସଚେତନତା ଶିବିର

ତାଲୁକସ୍ତରୀୟ ଆଇନ ସଚେତନତା ଶିବିର

ଧର୍ମଗଡ,୧୯।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା ଧର୍ମଗଡ ମହିଳା ମହାବିଦ୍ୟାଳୟରେ ଗୁରୁବାର ଏକ ତାଲୁକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ବ୍ଲକସ୍ତରୀୟ ବାରିକ ସମାଜର ସମାବେଶ

ବ୍ଲକସ୍ତରୀୟ ବାରିକ ସମାଜର ସମାବେଶ

ଖପ୍ରାଖୋଲ,୧୯ା୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପାନ୍ଥନିବାସ ପରିସରରେ ନିଖିଳ ଉକତ୍ଳ ବାରିକ ସମିତି ଖପ୍ରାଖୋଲ ବ୍ଲକସ୍ତରୀୟ ବାରିକ ସମାଜର ସମାବେଶ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

 ଝାଡଖଣ୍ଡ ବିଧାନ ସଭା ଘେରାଉରେ ଓଡିଶା କୁଡମି ସେନା ସାମିଲ

ଝାଡଖଣ୍ଡ ବିଧାନ ସଭା ଘେରାଉରେ ଓଡିଶା କୁଡମି ସେନା ସାମିଲ

ବେତନଟୀ,୧୯ା୭.(ଡି.ଏନ.ଏ)-କୁଡମି ଜାତିକୁ ଆଦିବାସି ବର୍ଗରେ ସାମିଲ କରିବା ପାଇଁ ଗୁରବାର ହୋଇଥିବା ଝାଡଖଣ୍ଡ ବିଧାନସଭା ଘେରାଉରେ ଓଡିଶା କୁଡମି ସେନାର ଏକ ଦଳ ସାମିଲ ହୋଇଛି। ଏନେଇ ଦଳର ରାଜ୍ୟ ଅଧ୍ୟକ୍ଷ ଜୟମୁନି ମହାନ୍ତ ସୂଚନା ଦେଇଛନ୍ତି।

ତୁଷୁରାବାହାଲରେ ଗ୍ରାମ ସ୍ବରାଜ ଅଭିଯାନ

ତୁଷୁରାବାହାଲରେ ଗ୍ରାମ ସ୍ବରାଜ ଅଭିଯାନ

ବଲାଙ୍ଗୀର ଅଫିସ, ୧୯ା୭: ବଲାଙ୍ଗୀର ସଦର ବ୍ଳକ ଅନ୍ତର୍ଗତ ତୁଷୁରାବାହାଲଠାରେ ଚୁଡାପାଲି ଏସବିଆଇ ଓ ସ୍ଥାନୀୟ ଚୁଡାପାଲି ଗ୍ରାହକ ସେବା କେନ୍ଦ୍ର ତରଫରୁ ଗ୍ରାମ ସ୍ବରାଜ ଅଭିଯାନ ମାଧ୍ୟମରେ ସ୍ଥାନୀୟ ବ୍ୟାଙ୍କ ଉପଭୋକ୍ତାମାନଙ୍କୁ ନେଇ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା।

ଟିକ୍ରାପଡା ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଲା ନୂଆ ୧୦୮ଆମ୍ବୁଲାନ୍ସ

ଟିକ୍ରାପଡା ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଲା ନୂଆ ୧୦୮ଆମ୍ବୁଲାନ୍ସ

ଟିକ୍ରାପଡା,୧୯ା୭(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସଇନ୍ତଲା ବ୍ଳକ ଅଧିନ ଟିକ୍ରାପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯୋଗାଇ ଦିଆଯାଇଛି ନୂଆ ୧୦୮ଆମ୍ବୁଲନ୍ସ। ଫଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଆଖପାଖ ଅଞ୍ଚଳର ପ୍ରାୟ ୪୦ଖଣ୍ଡ ଗ୍ରାମର ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆନନ୍ଦ ପ୍ରକାଶ ପାଇଛି ।

ଦେଓଗାଁ ଅଗ୍ନିଶମ କାର୍ଯ୍ୟାଳୟ:ଉଦ୍‌ଘାଟନର ୧୫ଦିନ ନ ପୁରୁଣୁ ଛାତରୁ ଗଳୁଛି ପାଣି

ଦେଓଗାଁ ଅଗ୍ନିଶମ କାର୍ଯ୍ୟାଳୟ:ଉଦ୍‌ଘାଟନର ୧୫ଦିନ ନ ପୁରୁଣୁ ଛାତରୁ ଗଳୁଛି ପାଣି

ଦେଓଗାଁ,୧୯।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାଗରପାଲି ନିକଟରେ ନବନିର୍ମିତ ଅଗ୍ନିଶମ କାର୍ଯ୍ୟାଳୟ ଏବେ ନାନା ଅବ୍ୟବସ୍ଥା ମଧ୍ୟଦେଇ ଚାଲିଛି। ଓଡିଶା ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ନିର୍ମାଣ କାରୀ ସଂସ୍ଥା ତରଫରୁ ୪୨ଲକ୍ଷ ଟଙ୍କାରେ ନବନିର୍ମିତ ଅଗ୍ନିଶମ କୋଠାକୁ ଚଳିତ ମାସ ୭ତାରିଖରେ ଏମ୍‌ପି କଳିକେଶ ନାରାୟଣ ସିଂଦେଓ ଉଦ୍‌ଘାଟନ କରିଥିଲେ।

ରବିଙ୍କ ପରିବାରକୁ ଚାଷୀ ସଙ୍ଗଠନର ସହାୟତା

ରବିଙ୍କ ପରିବାରକୁ ଚାଷୀ ସଙ୍ଗଠନର ସହାୟତା

ସମ୍ବଲପୁର,୧୯।୭(ବ୍ୟୁରୋ) ସମ୍ବଲପୁର ମହାନଗର ସାପଲହରା ଗ୍ରାମର ଚାଷୀ ରବି ମିର୍ଦ୍ଧାଙ୍କ ସୋମବାର ବିଜଳି ଆଘାତ ପାଇ ମୃତ ହୋଇଥିଲେ। ବୁଧବାର ଜିଲା କୃଷକ ସଙ୍ଗଠନ ରବିଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇଛନ୍ତି । ଆର୍ଥତ୍କ ରାଶି ପ୍ରଦାନ କରି ସମବେଦନା ଜଣାଇଛନ୍ତି।

ଭ୍ୟାନ ଦୁର୍ଘଟଣା, ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରିଥିବା ସଞ୍ଜୀବ ନାଥ ସମ୍ବର୍ଦ୍ଧିତ

ଭ୍ୟାନ ଦୁର୍ଘଟଣା, ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରିଥିବା ସଞ୍ଜୀବ ନାଥ ସମ୍ବର୍ଦ୍ଧିତ

ସମ୍ବଲପୁର, ୧୯।୭ (ବ୍ୟୁରୋ) ସେଣ୍ଟ୍‌ ଯୋଶେଫ୍‌ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଭ୍ୟାନ ଅଇଁଠାପାଲି ଥାନା ନିକଟରେ ଗତ ୧୧ ତାରିଖ ସକାଳ ୭ଟା ୧୫ ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହି ସମୟରେ ଦୁର୍ଘଟଣାସ୍ଥଳ ନିକଟରେ ଛିଡ଼ା ହୋଇଥିବା ସଞ୍ଜୀବ ନାଥ ଉପସ୍ଥିତ ବୁଦ୍ଧି ଖଟାଇ ଭ୍ୟାନ ମଧ୍ୟରୁ ୭ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଆହତଙ୍କୁ ତୁରନ୍ତ ସଦର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା ।

ବନ୍ୟା ମୁକାବିଲା, ସତର୍କ ରହିବାକୁ ନିର୍ଦ୍ଦେଶ

ବନ୍ୟା ମୁକାବିଲା, ସତର୍କ ରହିବାକୁ ନିର୍ଦ୍ଦେଶ

ସମ୍ବଲପୁର,୧୯।୭(ବ୍ୟୁରୋ) ସମ୍ବଲପୁର ଜିଲାପ୍ରଶାସନ ପକ୍ଷରୁ ବୁଧବାର ଦ୍ୱିତୀୟ ପର୍ଯ୍ୟାୟରେ ବନ୍ୟା ମୁକାବିଲା ପାଇଁ ଏକ ଜରୁରୀ ବୈଠକ ଜିଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକରେ ବନ୍ୟାର ମୁକାବିଲା ନେଇ ଆଲୋଚନା କରାଯାଇଥିଲା। ସମସ୍ତ ବିଭାଗକୁ ଜିଲାପାଳ ବର୍ମା ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗିରିଶ୍ଚନ୍ଦ୍ରପୁର ଡାକ୍ତରଖାନାକୁ ମିଳିଲା ୧୦୮ ଆମ୍ବୁଲାନ୍ସ

ଗିରିଶ୍ଚନ୍ଦ୍ରପୁର ଡାକ୍ତରଖାନାକୁ ମିଳିଲା ୧୦୮ ଆମ୍ବୁଲାନ୍ସ

ନାକଟିଦେଉଳ,୧୯।୭ (ଡି.ଏନ.ଏ) ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ମାଓବାଦୀ ପ୍ରଭାବିତ ଗିରିଶ୍ଚନ୍ଦ୍ରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସରକାର ଏକ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଗିରିଶ୍ଚନ୍ଦ୍ରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରେଢ଼ାଖୋଲ ବିଧାୟକ ତଥା ଉପମୁଖ୍ୟ ସଚେତକ ଇଂ. ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ୧୦୮ ଆମ୍ବୁଲାନ୍ସର ସେବାର ଶୁଭାରମ୍ଭ କରିଥିଲେ।

Model This Week

ରୂପେଶ