ସମ୍ବଲପୁର

ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ

ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ


ସମ୍ବଲପୁର, ୨୦।୧୨ (ବ୍ୟୁରୋ)
୧ ବର୍ଷର ପ୍ରେମ ସମ୍ପର୍କ ପରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଧନୁପାଲି ଥାନା ପରିସରରେ ସବିତା ପରମାଣିକ (୧୯) ଏବଂ ବାସୁଦେବ ଓରାମ (୨୫) ପରସ୍ପରକୁ ଫୁଲମାଲା ପିନ୍ଧାଇଥିଲେ । ଥାନାଧିକାରୀଙ୍କ ସମେତ ଦୁଇ ପରିବାରର ସଦସ୍ୟ, ସାମାଜିକ କର୍ମୀ ଏବଂ ଓକିଲଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ କୁରେଇଟୋଲାର ସବିତା ଓ ବାସୁଦେବଙ୍କ ମଧ୍ୟରେ ପ୍ରାୟ ୧ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା । ଉଭୟେ ଭିନ୍ନ ଜାତିରେ ହୋଇଥିବାରୁ ପରିବାର ଲୋକେ ବିବାହକୁ ବିରୋଧ କରିଥିଲେ । ଶେଷରେ ଗତ ୧୭ ତାରିଖରେ ମାନେଶ୍ୱର ମାନଧାତା ମନ୍ଦିରଠାରେ ଉଭୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଭବିଷ୍ୟତକୁ ଦୃଷ୍ଟିରଖି ମଙ୍ଗଳବାର ଧନୁପାଲି ଥାନାରେ ଲିଖିତ ଭାବେ ଉଭୟେ ବିବାହକୁ ସ୍ବକୃତୀ ଦେଇଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ଓକିଲ ବେଦବ୍ୟାସ ସାଥୁଆ ଓ ସୁବାଷ ବେହେରା ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ।

All Right Reserved By

ସମ୍ବଲପୁର

ସ୍ତ୍ରୀ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ

ସ୍ତ୍ରୀ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ

ହେମଗିର, ୧୫।୭ (ଡି.ଏନ.ଏ.) ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ତୁଲିଙ୍ଗା ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଏହି ଗ୍ରାମର ଶୁଶାନ୍ତ ଭୋଇ ନାମକ ଯୁବକ ତାଙ୍କ ସ୍ତ୍ରୀ ମଞ୍ଜରୀ ସାହୁ (୨୩)ଙ୍କୁ ତଣ୍ଟିଚିପି ହତ୍ୟା କରିଛନ୍ତି। ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ଗତ ୧୨ ଡିସେମ୍ବର, ୨୦୧୫ରେ ଝାରସୁଗୁଡା ଜିଲା ଲଖନପୁର ଥାନା ଅନ୍ତର୍ଗତ ବାଘମୁଣ୍ଡା ଗ୍ରାମର ସ୍ବର୍ଗତ ଶ୍ରୀରାମ ସାହୁଙ୍କର କନ୍ୟା ମଞ୍ଜରୀ (୨୩)ଙ୍କୁ ଶୁଶାନ୍ତ ବୈଦିକ ରୀତିରେ ବିବାହ କରିଥିଲେ। ବର୍ତ୍ତମାନ ତାଙ୍କର ୧୯ ମାସର ଶିଶୁ କନ୍ୟା ରହିଛି।

କାନ୍ଥ ପଡ଼ି ଯୁବକ ମୃତ

କାନ୍ଥ ପଡ଼ି ଯୁବକ ମୃତ

ବରଗଡ଼ ଅଫିସ୍‌,୧୫।୭- ବରଗଡ଼ ଜିଲା ପାଇକମାଳ ଥାନା ମିଠାପାଲି ଗ୍ରାମରେ ରବିବାର ବର୍ଷା ଯୋଗୁ ଘରକାନ୍ଥ ପଡ଼ିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଟେକଧର ବରିହା ।

ଚାଷକୁ ବର୍ଷା ନିଅଣ୍ଟ, ଚାଷୀ ହତାଶ

ଚାଷକୁ ବର୍ଷା ନିଅଣ୍ଟ, ଚାଷୀ ହତାଶ

ବରଗଡ଼ ଅଫିସ୍‌,୧୫।୭ -ଜୁନ୍‌ ପରେ ଜୁଲାଇ ମାସର ଅଧା ସମୟ ବିତିଗଲାଣି । ମାତ୍ର ଆଶାନୁରୂପ ବୃଷ୍ଟିପାତ ହୋଇନାହିଁ । ବରଗଡ଼ ଜିଲା ଚାଷୀଙ୍କୁ ଏବେ ଏଭଳି ସ୍ବଳ୍ପ ବୃଷ୍ଟିପାତ ଚିନ୍ତା ଘାରିଛି।

ତୁଡାଲଗାରେ ଫୁଟବଲ ଟୁର୍ନାମେଣ୍ଟ ୧୦ରୁ ଆରମ୍ଭ

ତୁଡାଲଗାରେ ଫୁଟବଲ ଟୁର୍ନାମେଣ୍ଟ ୧୦ରୁ ଆରମ୍ଭ

ବଡ଼ଗାଁ, ୧୫।୭ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା ଗ୍ରାମ ସ୍ଥିତ କନ୍ୟାଶ୍ରମ ପଛପଟ ଗ୍ରୀନ୍‌ ପାର୍କ ଫୁଟବଲ ଫିଲ୍ଡଠାରେ ଆସନ୍ତା ମାସ ୧୦ ତାରିଖଠାରୁ ହେବାକୁ ଥିବା ମିନି ୱାଲ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଛି । ଟୁର୍ନାମେଣ୍ଟର ଆୟୋଜକ ସ୍ଥାନୀୟ ଜୟଶ୍ରୀରାମ କ୍ଲବର ସଭାପତି କାର୍ତ୍ତିକ ବାଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପୂର୍ଣ୍ଣଚନ୍ଦ୍ର ମାଝୀ, ଅମର ମାଝୀ, ଜଗ ମାଝୀ, ରାଜକୁମାର ମାଝୀ, ଅନିଲ କୁଜୁର, କୃଷ୍ଣ ମାଝୀ, ମୁନୁ ନାଏକ, ସୁନିଲ କୁଜୁର, ଅର୍ଜୁନ ବାଗ, ଅଜିତ ମାଝୀ, କପିଲ ଟପ୍ପୋ ପ୍ରମୁଖ କ୍ଲବ ସଦସ୍ୟ ତଥା ଖେଳାଳିମାନେ ଟୁର୍ନାମେଣ୍ଟକୁ କିପରି ପରିଚାଳନା କରାଯିବ ସେନେଇ

ନାଗରାଗଡ଼ ରଥଯାତ୍ରାରେ ହଜିଥିବା ଶିଶୁ ମା’ କୋଳକୁ ଫେରିଲା

କୁଆଁରମୁଣ୍ଡା,୧୫।୭(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲାର ସର୍ବପ୍ରାଚୀନ ନାଗରାଗଡ଼ ରଥଯାତ୍ରା ଶନିବାର ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇ ସନ୍ଧ୍ୟା ୭ଟାରେ ବଜରଙ୍ଗଛକସ୍ଥିତ ମାଉସୀମା’ ମନ୍ଦିରରେ ପହଞ୍ଚିଥିଲା। ପଣ୍ଡିତ ନେତ୍ରାନନ୍ଦ ଦୁବେ, କୈଳାସ ତ୍ରିପାଠୀ ପ୍ରମୁଖ ସମସ୍ତ ପୂଜା କାର୍ଯ୍ୟ ସମ୍ପନ୍ନ କରିବା ପରେ ପ୍ରବୀର ସିଂ ଛେରା ପହଁରା କରିଥିଲେ। ଏହା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲାର ସର୍ବପ୍ରାଚୀନ ଏହି ରଥଯାତ୍ରା ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥିଲା।

ଭାଜପାର ପଞ୍ଚାୟତସ୍ତରୀୟ ଗ୍ରାମସଭା

କୁଆଁରମୁଣ୍ଡା,୧୫।୭(ଡି.ଏନ.ଏ.)-ଭାରତୀୟ ଜନତା ପାର୍ଟି (ଭାଜପା)ର ପଞ୍ଚାୟତସ୍ତରୀୟ ଗ୍ରାମସଭା କୁଆଁରମୁଣ୍ଡା ବ୍ଲକର ପଦମପୁର ପଞ୍ଚାୟତ ଚାନ୍ଦିପୋଷ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ କୁଆଁରମୁଣ୍ଡା ମଣ୍ଡଳ ‘ଖ’ ଜୋନର ମହିଳା ସଭାନେତ୍ରୀ ସରିତା ବିଶ୍ୱାଳ ଓ ସାଧାରଣ ସମ୍ପାଦିକା ରୀନା ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ପାନପୋଷ ସାଙ୍ଗଠନିକ ଜିଲା ସଭାପତି ଜଗବନ୍ଧୁ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ମାଓବାଦୀ-ପୋଲିସ ଗୁଳିବିନିମୟ

ମାଓବାଦୀ-ପୋଲିସ ଗୁଳିବିନିମୟ

ଦେବଗଡ଼, ୧୫।୭(ସ୍ବ.ପ୍ର.)-ଦେବଗଡ଼ ଜିଲା ତିଳେଇବଣି ବ୍ଲକର ମାଓବାଦୀ ପ୍ରବଣ ଅଞ୍ଚଳ ଲଇମୁରା ସଂରକ୍ଷିତ ଜଙ୍ଗଲରେ ରବିବାର ସକାଳଠାରୁ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ମୃତାହତଙ୍କ ଖବର ମିଳିନାହିଁ। ଅଦ୍ୟାବଧି ଗୁଳିବିନିମୟ ଜାରି ରହିଛି। ଏହି ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ପୋଲିସକୁ ସୂଚନା ମିଳିବା ପରେ ଦେବଗଡ଼ ଏସ୍‌ପି ଅନୁପମା ଜେମସଙ୍କ ନେତୃତ୍ୱରେ ପୋଲିସ, ଏସ୍‌ଓଜି ଯବାନ ମିଳିତ ଭାବେ କୋମ୍ବିଂ ଅପରେଶନ କରିଥିଲେ। ଲଇମୁରା ସଂରକ୍ଷିତ ଜଙ୍ଗଲର ପାରପୋଶି ଗ୍ରାମପଞ୍ଚାୟତର ରୁକୁଡ଼ା ଗ୍ରାମ ନିକଟରେ ମାଓବାଦୀଙ୍କ ସହିତ ପୋଲିସ ମୁହାଁମୁହିଁ ହେବାରୁ ଗୁଳିବିନିମୟ ହୋଇଥିଲା।

ରଥଯାତ୍ରା ଦେଖିବାକୁ ଯାଇଥିବା ଯୁବକଙ୍କ ମୃତଦେହ ନାଳରୁ ଉଦ୍ଧାର

ରଥଯାତ୍ରା ଦେଖିବାକୁ ଯାଇଥିବା ଯୁବକଙ୍କ ମୃତଦେହ ନାଳରୁ ଉଦ୍ଧାର

ଦେବଗଡ଼, ୧୫।୭(ସ୍ବ.ପ୍ର.)-ଦେବଗଡ଼ ଜିଲା ବାରକୋଟ ବ୍ଲକ କୁଣ୍ଡାପିଠା ପଞ୍ଚାୟତ କୁଣ୍ଡାନାଳି ଗ୍ରାମକୁ ରଥଯାତ୍ରା ଦେଖିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ରବିବାର ସକାଳେ ପାଲମ ନାଳରୁ ଉଦ୍ଧାର କରାଯାଇଛି। ଦେବଗଡ଼ ଥାନା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଯୁବକଙ୍କ ମୃତ୍ୟୁ ସନ୍ଦେହଜନକ ହୋଇଥିବାରୁ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି। ମୃତକଙ୍କ ନାମ ଯୋଗେଶ୍ୱର ଦେହୁରୀ(୩୪)। ତାଙ୍କ ଘର ରିଆମାଳ ବ୍ଲକ କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ଘୋଡ଼ାପୋଡ଼ା ଗ୍ରାମରେ। ଶନିବାର ସେ ରଥଯାତ୍ରା ଦେଖିବାକୁ କୁଣ୍ଡାପିଠା ପଞ୍ଚାୟତ କୁଣ୍ଡାନାଳି ଗ୍ରାମର ଭଉଣୀ ଘରକୁ ଯାଇଥିଲେ।

କୂଅ ଭିତରୁ ଦନ୍ତାହାତୀ ଉଦ୍ଧାର

କୂଅ ଭିତରୁ ଦନ୍ତାହାତୀ ଉଦ୍ଧାର

ରେଢ଼ାଖୋଲ, ୧୫।୭(ଡି.ଏନ.ଏ.)- ସମ୍ବଲପୁର ଜିଲା ରେଢାଖୋଲ ବନଖଣ୍ଡର ବଡ଼ବାହାଲ ରେଞ୍ଜ ଅନ୍ତର୍ଗତ ସାନହିନ୍ଦୋଳ ଗ୍ରାମ ନିକଟରେ ଏକ ଅର୍ଦ୍ଧଖୋଳା କୂଅ ଭିତରୁ ରବିବାର ସକାଳେ ଏକ ଦନ୍ତାହାତୀକୁ ଉଦ୍ଧାର କରାଯାଇଛି। ଏହି ହାତୀ ରାତିରେ ବୁଲୁଥିବାବେଳେ ଏହି କୂଅ ଭିତରେ ଖସିପଡ଼ିଥିଲା। ସକାଳେ ଏ ସମ୍ପର୍କରେ ଖବରପାଇ ବନବିଭାଗ କର୍ମଚାରୀ ପହଞ୍ଚିଥିଲେ। ଏକ ଜେସିବି ସାହାର୍ଯ୍ୟରେ କୂଅର ଗୋଟିଏ ପାଖ ଖୋଳାଯାଇ ମାଟି ସମତୁଲ କରାଯିବାରୁ ହାତୀ ଉଠି ଆସି ଜଙ୍ଗଲକୁ ଚାଲିଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟ ସମୟରେ ଡ଼ିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ରେଞ୍ଜର ପ୍ରଦୀପ ସେଠୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ବଳାତ୍କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବଳାତ୍କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଝାରସୁଗୁଡ଼ା ଅଫିସ,୧୫।୭- ବଳାତ୍କାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌ପିଙ୍କ ନିକଟରେ ଦାବି କରାଯାଇଛି। ଶନିବାର ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନ, ଜିଲା ଭିନ୍ନକ୍ଷମ ସଂଘ, ୟଙ୍ଗଷ୍ଟର ଚାରିଟେବୁଲ ଟ୍ରଷ୍ଟ, ବରିଷ୍ଠ ନାଗରିକ ସଂଘ, ମାରୱାଡି ମହିଳା ସମିତି, ଭୋଇ ମେମୋରିଆଲ ଯୁବକ ସଂଘ, ବଣିକ ସଂଘର କର୍ମକର୍ତ୍ତା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତିଙ୍କୁ ଭେଟି ଏ ନେଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବେହେରାମାଲରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଛି।

ବିଦ୍ୟୁତ୍‌ ଆଘାତରେ ଜଣେ ମୃତ

ଝାରସୁଗୁଡ଼ା ଅଫିସ, ୧୫।୭- ଝାରସୁଗୁଡ଼ା ବିଟିଏମ୍‌ ଛକରେ ଶନିବାର ରାତିରେ ବିଦ୍ୟୁତ୍‌ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ଜଗବନ୍ଧୁ ରାଉତ (୩୨)। ଜଗବନ୍ଧୁ ଠେଲାଗାଡ଼ି ଧରି ଯିବାବେଳେ ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଥିଲେ। ବିଦ୍ୟୁତ୍‌ ତାର ଛିଣ୍ଡି ଜଗବନ୍ଧୁଙ୍କ ଉପରେ ପଡ଼ିଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଦିବ୍ୟାଙ୍ଗଙ୍କ ରଙ୍ଗତୂଳୀରେ ଜଗନ୍ନାଥ

ଦିବ୍ୟାଙ୍ଗଙ୍କ ରଙ୍ଗତୂଳୀରେ ଜଗନ୍ନାଥ

ଝାରସୁଗୁଡ଼ା ଅଫିସ,୧୫।୭- ପବିତ୍ର ଘୋଷଯାତ୍ରା ଅବସରରେ ଝାରସୁଗୁଡ଼ା ସହର ଉତ୍ସବମୁଖର ହୋଇ ଉଠିଛି। ଏହି ଉତ୍ସବଠାରୁ ଦୂରରେ ରହିଥିଲେ ମଧ୍ୟ ମିଶନ ଆଶ୍ରାର ମାନସିକ ଦିବ୍ୟାଙ୍ଗ ମହିଳାମାନେ ଭିନ୍ନ ଢଙ୍ଗରେ ପାଳନ କରିଥିଲେ ରଥଯାତ୍ରା। ମିଶନ୍‌ ଆଶ୍ରା ସହାୟିକାଙ୍କ ସହଯୋଗରେ ଶନିବାର ପାଳନ ହୋଇଥିଲା ଜଗନ୍ନାଥ ଚିତ୍ରାଙ୍କନ କାର୍ଯ୍ୟକ୍ରମ। ମାନସିକ ଭାବେ ଅକ୍ଷମ, ପରିବାର ପାଇଁ ଅଲୋଡ଼ା ହୋଇ ନିର୍ବାସିତ ଜୀବନ ବିତାଉଥିବା ଏହି ମହିଳା ଅନ୍ତେବାସୀ ନିଜ ହାତରେ ଆଙ୍କିଥିଲେ ଜଗନ୍ନାଥଙ୍କ ଆକର୍ଷଣୀୟ ଚିତ୍ର।

Model This Week

ରୂପେଶ