ସମ୍ବଲପୁର

ହାତୀ ଉପଦ୍ରବରେ ଲୋକେ ଆତଙ୍କିତ

ହାତୀ ଉପଦ୍ରବରେ ଲୋକେ ଆତଙ୍କିତ
ମାନେଶ୍ୱର,୨୦।୧୨(ଡି.ଏନ.ଏ.) ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଲିପିଣ୍ଡା ପଞ୍ଚାୟତ ଭୋଇପାଲି ଗ୍ରାମ୍ୟ ଜଙ୍ଗଲରେ ଏବେ ହାତୀ ଡେରା ପକାଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଦୁଇଟି ଛୁଆ ସହ ୧୫ ରୁ ୧୭ ହାତୀର ଏକ ପଲ ଆସି ଭୋଇପାଲି ଗ୍ରାମରେ ଉପଦ୍ରବ କରିଛନ୍ତି। ତାମିଲ ଡାଙ୍ଗଙ୍କ ଘରେ ଥିବା ୨ କୁଇଣ୍ଟାଲ ଚାଉଳ, ୩ ଏକରର ଧାନ ଖରି ଓ ଦୁଇ ବଖରା ଘର ଭାଙ୍ଗି ଦେଇଛନ୍ତି । ଦିଲୁ ଡାଙ୍ଗଙ୍କ ଘର, ସନ୍ତୋଷ ଭୋଇଙ୍କ ଜଳଖିଆ ହୋଟେଲ ଭାଙ୍ଗିବା ସହ ଭିତରେ ଥିବା ସାମଗ୍ରୀ ଚୁରମାର କରିଦେଇଛନ୍ତି। ସେହପରି ଗୋବିନ୍ଦ ବେହେରାଙ୍କ ଘର ଭାଙ୍ଗି ଦେିଇଛନ୍ତି । ଯୁଯୁମରା ତହସିଲଦାର ରାଜେଶ ଅଗ୍ରୱାଳଙ୍କ ନିର୍ଦ୍ଦଶେକ୍ରମେ ଆରଆଇ ରାଜେଶ ପୁରୋହିତ କ୍ଷୟ କ୍ଷତି ଆକଳନ କରିଛନ୍ତି। ଲିପିଣ୍ଡା, ଯୁଯୁମରା, ବେହେରେନ ବସା, ଅନ୍ଦାରୀ, ଦାନ୍ତରୀ, ଚନ୍ଦନିମାଲ ଗ୍ରାମରେ ଧନ ସମ୍ପତ୍ତି ନଷ୍ଟ କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ସୂଚନା ଯୋଗ୍ୟ ଯେ, ପ୍ରାୟ ଏକ ମାସ ହେବ ଏଠାରେ ରହି ଆଖ ପାଖ ଅଞ୍ଚଳରେ ଉପଦ୍ରବ କରି ଚାଲିଛନ୍ତି । ଲୋକଙ୍କ ଘର ଭାଙ୍ଗିଦେଇ ଆବାସ ପତ୍ର ନଷ୍ଟ କରି ଦେବା ସହ ରଖିଥିବା ଧାନ, ଚାଉଳ ଖାଇ ନଷ୍ଟ କରୁଛନ୍ତି । କ୍ଷେତ ଓ ଖଳାରେ ଥିବା ଧାନ ନଷ୍ଟ କରୁଛନ୍ତି । ଦିନ ବେଳେ ଗଁ। ନିକଟରେ ରହି ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ମେଷଣ ପାଇଁ ଗଁ। ମୁହଁ। ହେଉଛନ୍ତି । ହାତୀ ସହିତ ସଂର୍ଘଷ କରି ନ ପାରି ନିଜ ଧନ ସମ୍ପତ୍ତି ନଷ୍ଟ ହେଉଥିବା ଲୋକ ଅଭିଯୋଗ କରୁଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ପଲକୁ ଘଉଡାଇବାରେ ଚେଷ୍ଟା କରୁଛି, ହେଲେ ବିଫଳ ହେଉଛନ୍ତି । ହାତୀ ପଲ ସହିତ ଗ୍ରାମବାସୀ ଓ ବନବିଭାଗ ମୁହଁ। ମୁହିଁ ହେଉଥିବା ନଜିର ରହିଛି । ହାତୀ ପଲ ପ୍ରାୟ ୩୫ଟି ରହିଥିଲେ। ଏବେ ଦୁଇ ଭାଗରେ ହୋଇ ଯାଉଥିବାରୁ ଏହି ପଲ ଅନ୍ୟତ୍ର ଯାଉନାହାନ୍ତି । ଗୋଟିଏ ପଲ ରେଢାଖୋଲ ପଟୁକ ଚାଲି ଯାଇଛନ୍ତି । ସେମାନେ ଏକତ୍ର ହେବାପରେ ମିଶି ଜଙ୍ଗଲକୁ ଫେରିବେ। ଏଥିପାଇଁ ଆଉ କିଛି ଦିନ ଲାଗିବ ବୋଲି ବନ ପକ୍ଷରୁ ସୂଚନା ଦିଆଯାଇଛି ।
All Right Reserved By

ସମ୍ବଲପୁର

ସାନପୋଡାଗୁଡା ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ, ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ

ସାନପୋଡାଗୁଡା ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ, ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ

କୋକସରା,୧୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡାଠାରେ ଦୁର୍ଗାପୂଜାର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଶାବତାର ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂଜା କମିଟି ପକ୍ଷରୁ ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଦୁର୍ଗା ପୂଜା କମିଟି ସଭାପତି ହରେକୃଷ୍ଣ ନାଏକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲା ଭାଜପା ଉପସଭାପତି ବଦ୍ରୀନାରାୟଣ ପଟ୍ଟନାୟକ ଯୋଗଦେଇ ଘୁମୁରା ପ୍ରତିଯୋଗୀତା ଉଦ୍‌ଘାଟନ କରିଥିଲେ ।

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ବଲାଙ୍ଗୀର ଅଫିସ/ବଙ୍ଗୋମୁଣ୍ଡା, ୧୬ା୧୦(ଡି.ଏନ୍‌.ଏ.): ତିନିଧରି ନିଖୋଜ ଥିବା ଜଣେ ୯ ବର୍ଷର ବାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା ଥିବା ମୃତଦେହ ଉନ୍ଦେର ନଦୀ ବାଲିରେ ଅଧା ପୋତା ଅବସ୍ଥାରେ ମଙ୍ଗଳବାର ଉଦ୍ଧାର ହୋଇଛି ।  ଟିଟିଲାଗଡ ଏସଡିପିଓଙ୍କ ଉପସ୍ଥିତିରେ ସିନ୍ଧେକେଲା ପୋଲିସ ଟିମ୍‌ ଉକ୍ତ ମୃତଦେହକୁ ଉଦ୍ଧାର କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପାଟଖଣ୍ଡା ଯାତରା : ତେଲନଦୀ ପଠା ହେଲା ରକ୍ତ ରଞ୍ଜିତ

ପାଟଖଣ୍ଡା ଯାତରା : ତେଲନଦୀ ପଠା ହେଲା ରକ୍ତ ରଞ୍ଜିତ

ରିଷିଡ଼ା,୧୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲାଠାରେ ସୋମବାର ପ୍ରସିଦ୍ଧ ପାଟଖଣ୍ଡା ଯାତରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ବୋଦା ଓ ଗରରା ବଳି ଦିଆଯାଇଛି ।

ମୋଟର ପମ୍ପ ଚୋରି ଅଭିଯୋଗ: ୩ ଯୁବକ ଗିରଫ

ମୋଟର ପମ୍ପ ଚୋରି ଅଭିଯୋଗ: ୩ ଯୁବକ ଗିରଫ

ବିଜେପୁର,୧୬।୧୦(ଡି.ଏନ.ଏ.): ବରଗଡ ଜିଲା ବିଜେପୁର ପୋଲିସ ମୋଟର ପମ୍ପ ଚୋରି ଅଭିଯୋଗରେ ୩ଜଣ ଯୁବକଙ୍କୁ ଗିରଫ କରି ମଙ୍ଗଳବାର ସୋହେଲା କୋର୍ଟଙ୍କୁ ଚାଲାଣ କରିଛି । 

ଗଛମୂଳରୁ ମୃତଦେହ ଉଦ୍ଧାର

ଗଛମୂଳରୁ ମୃତଦେହ ଉଦ୍ଧାର

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁରର ଏକ ରାଇସ ମିଲ ନିକଟ ଗଛମୂଳରୁ ମଙ୍ଗଳବାର ପୋଲିସ ଏକ ଗଳିତ ଶବ ଉଦ୍ଧାର କରିଛି । ମୃତଦେହଟି ପଚିଯାଇ ଥିବାବେଳେ ଏପର୍ଯ୍ୟନ୍ତ ପରିଚୟ ମିଳି ପାରି ନାହିଁ । 

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଏସ.ଡୁମ୍ବେରପାଲି ନିକଟ ଏକ ବିଲରୁ ମଙ୍ଗଳବାର ସକାଳୁ ଜଣେ ଲୋକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି ।

ପାଣିରେ ଭାସି ଜୀବନ ହାରିଲେ ଯୁବକ

ପାଣିରେ ଭାସି ଜୀବନ ହାରିଲେ ଯୁବକ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସହରର ଘରୋଇ ବସଷ୍ଟାଣ୍ଡ କଡରେ ବହି ଯାଇଥିବା କେନାଲ ପାଣିରେ ଭାସି ଯାଇ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

କାନଭାସରେ ମା’ ଦୁର୍ଗାଙ୍କ ଛବି

କାନଭାସରେ ମା’ ଦୁର୍ଗାଙ୍କ ଛବି

ସମ୍ବଲପୁର, ୧୬।୧୦ (ବ୍ୟୁରୋ): ଗୋବିନ୍ଦତୋଲା ପୂଜା ମଣ୍ଡପ ପରିସରରେ କାନଭାସରେ ମା’ ଦଶଭୁଜାଙ୍କ ଚିତ୍ର ଦେଖିବାକୁ ମିଳିଛି। 

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ସମ୍ବଲପୁର,୧୬।୧୦(ବ୍ୟୁରୋ): ସମ୍ବଲପୁର ସହର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଡେଲି ମାର୍କେଟରେ ସୋମବାର ସକାଳ ସାଢ଼େ ୭ଟାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି।

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

ଝାରସୁଗୁଡ଼ା ଅଫିସ,୧୬।୧୦: ଜିଲାରେ ମରୁଡ଼ି ସ୍ଥିତି ଗମ୍ଭୀର। ଢିପ ଜମିରେ ହୋଇଥିବା ଧାନ ଫସଲ ମରୁଡ଼ି ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ଖାଲୁଆ ଜମି ମଧ୍ୟ ମରୁଡ଼ି ଆଶଙ୍କା ଦେଖାଦେଲାଣି। 

୨୫ ଏକର ଧାନଚାଷ ନଷ୍ଟ

୨୫ ଏକର ଧାନଚାଷ ନଷ୍ଟ

ଦେଓଗାଁ,୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅଧୀନ ନୂଆଁପାଲିର ଜନୈକ ଚାଷୀଙ୍କ ୨୫ ଏକର ଧାନ ତିତ୍‌ଲି ପ୍ରଭାବରେ ତଳେ ପଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। 

ତିତ୍‌ଲି  ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ତିତ୍‌ଲି ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ଗୁଡ଼ଭେଲା,୧୬।୧୦(ଡି.ଏନ୍‌.ଏ.): ତିତଲି ପ୍ରଭାବରେ ଗୁଡ଼ଭେଲା ବ୍ଳକରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।