ସମ୍ବଲପୁର

ମିଲର୍ସ ୟୁନିୟନ-ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା

ମିଲର୍ସ ୟୁନିୟନ-ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା
ନର୍ଲା,୨୦।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାରେ ସରକାରଙ୍କ ଧାନ କ୍ରୟ ନୀତି ସଂପୂର୍ଣ୍ଣ ଫେଲ୍‌ ମାରିଥିବା ଜଣାପଡିଛି। ରାଜ୍ୟ ସରକାର ଚାଷୀଙ୍କ ସରକାର, ଗରିବଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ବେଳେ, ଚାଷୀ ମିଲର୍ସ ୟୁନିୟନର ରାଜନୀତି ଚକ୍ରାନ୍ତରେ ପେଶି ହୋଇ ହନ୍ତସନ୍ତ ହେଉଥିବା ସମସ୍ତ ଧାନମଣ୍ଡିରେ ଦେଖିବାକୁ ମିଳୁଛି। ଅନ୍ୟପକ୍ଷେ ନିଶରେ ଘିଅ ମାରି ମିଲର୍ସ କୁଇଣ୍ଟାଲ ପ୍ରତି ୧୦ରୁ ୧୫ କେଜି ଧାନ କଟନୀ କରି ବେଶ୍‌ ଲାଭବାନ ହେଉଥିବା ଦୃଶ୍ୟମାନ ହେଉଛି। କେବଳ ନର୍ଲା ଧାନମଣ୍ଡି ନୁହେଁ, ସାରା ଜିଲାରେ ଏପରି ଅବସ୍ଥା ଉପୁଜିଛି। ପ୍ରଶାସନିକ ଉଚ୍ଚପଦସ୍ଥ ଅଧିକାରୀ ମିଲର୍ସ ୟୁନିୟନର ଚାଷୀ ଶୋଷଣ ନୀତିରେ ସାମିଲ ରହୁଥିବାରୁ ଚାଷୀଙ୍କ ଦ୍ୱାରା ଯେତେ ଅନଶନ ଧର୍ମଘଟ ସବୁ ଅରଣ୍ୟ ରୋଦନ ସଦୃଶ ପାଲଟିଛି। ନଭେମ୍ବର ପହିଲାରୁ ଧାନମଣ୍ଡିଗୁଡିକ କଳାହାଣ୍ଡିରେ ଚାଲିବ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ କାଗଜପତ୍ର ସମସ୍ୟାକୁ ଆଳ କରି ନଭେମ୍ବର ଶେଷ ସପ୍ତାହରୁ ସରକାର ପ୍ୟାକ୍ସଗୁଡିକ ଜରିଆରେ ଧାନ କ୍ରୟ ଆରମ୍ଭ କଲେ। ତା’ପରେ ଲଘୁଚାପ ବର୍ଷାର ବାହାନା କରି ପୁଣି କିଛି ଦିନ ସ୍ଥଗିତ ରଖିଲେ ଧାନକ୍ରୟ ପ୍ରକ୍ରିୟା। ଅନ୍ୟପକ୍ଷେ ସରକାର କଳାହାଣ୍ଡିରେ ୨୭ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖିଥିବାବେଳେ, ନର୍ଲା ବ୍ଲକ୍‌ରେ ଚାଲୁଥିବା ୧୧ଟି ମଣ୍ଡିରୁ ୨ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ଧାର୍ଯ୍ୟ କରିଛନ୍ତି, କିନ୍ତୁ ରିପୋର୍ଟରୁ ଜଣାପଡିଛି ଗତ ଶୁକ୍ରବାର ପର୍ଯ୍ୟନ୍ତ ନର୍ଲା ଅଞ୍ଚଳର ମଣ୍ଡିଗୁଡିକରୁ ମାତ୍ର ୯୦ ହଜାର କୁଇଣ୍ଟାଲ ଧାନ କ୍ରୟ କରିଛନ୍ତି ସରକାର। ମିଲର୍ସଙ୍କ ମନମୁତାବକ ମଣ୍ଡିଗୁଡିକ ଚାଲିଥିବାବେଳେ, ସରକାର ଧାନ କିଣିବାର ଲକ୍ଷ୍ୟଧାର୍ଯ୍ୟ ପରିମାଣ ପର୍ଯ୍ୟନ୍ତ ପହଞ୍ଚତ୍ ପାରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏମିତିତ ବିଳମ୍ବରେ ମଣ୍ଡି ଚାଲିଥିବା ଯୋଗୁଁ ସରକାର ଟାର୍ଗେଟରୁ ବହୁତ କମ୍‌ ଧାନ ସଂଗ୍ରହ କରିପାରିଛନ୍ତି, ଅଦ୍ୟାବଧି କିଛି ମିଲର୍ସଙ୍କୁ ନର୍ଲା ମଣ୍ଡିଗୁଡିକରେ ସଂଯୋଗ କରାଯାଇ ନାହିଁ। ଗତବର୍ଷ ୟୁନିୟନକୁ ଖାତିର ନ କରି ଯେଉଁ କେତେଜଣ ମିଲର୍ସ ଜିଲାପାଳଙ୍କ କଥାକୁ ରକ୍ଷା କରି ବର୍ଷାରେ ଧାନ ନଷ୍ଟ ନ ହେଉ ବୋଲି ମାନବିକତା ଦେଖାଇଥିଲେ, ସେମାନେ ଚାଷୀଙ୍କ ସ୍ବାର୍ଥ ଓ ସରକାରଙ୍କ ଟେକ ରଖିବା ପାଇଁ ଧାନ ସବୁ ଉଠାଇ ସରକାରଙ୍କ ୩୦ କୋଟି ଟଙ୍କା ମୂଲ୍ୟର ଧାନ କ୍ଷତି ହେବାରୁ ବଞ୍ଚାଇଦେଲେ। ସେହି ମିଲର୍ସମାନେ ଏବେ ନିଜ ବ୍ୟବସାୟ ବଞ୍ଚାଇବା ନିମନ୍ତେ ଧାନ ଉଠାଇବା ଟାର୍ଗେଟ ପାଇଁ ପ୍ରଶାସନିକ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୁଆରେ ନାକ ଘସୁଛନ୍ତି। ଯଦି ଧାନ ଉଠାଇବା ନିମନ୍ତେ ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ବାରଣ କରିଥିବା ୟୁନିୟନର କଥାକୁ ରକ୍ଷା କରିଥାନ୍ତେ, ତାହେଲେ ସେହି ମିଲର୍ସ ବାପୁଡାଙ୍କୁ ଏ ଦୁର୍ଦ୍ଦଶା ଭୋଗିବାକୁ ପଡି ନ ଥାନ୍ତା ବୋଲି ଚର୍ଚ୍ଚା ହେଉଛି। ଚଳିତ ବର୍ଷ ଉତ୍ତମ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଖୁବ୍‌ ଭଲ ହୋଇଥିଲା। ହେଲେ ଧାନ ପାଚି ଆସିବାକୁ ବସୁଥିବାବେଳେ, ଅଞ୍ଚଳର ଚାଷୀଙ୍କୁ ଚକଡା ପୋକ ଦାଉ ସାଧିଲା। ଫଳରେ ଧାନ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ଏଫ୍‌ଏକ୍ୟୁ ମାନର ହେବାରୁ ବଞ୍ଚତ୍ତ ହେଲା। ହେଲେ ରାଜ୍ୟ ସରକାର ଏଫ୍‌ଏକ୍ୟୁ ମାନରେ କୋହଳ ପାଇଁ କେନ୍ଦ୍ରକୁ ଚିଠିଟିଏ ଲେଖି ଦେଇ ନିଜ ଦାୟିତ୍ୱ ସାରି ଦେଇ ଚୁପ୍‌ଚାପ୍‌ ବସିଛନ୍ତି। ଚାଷୀଙ୍କ ହିତ ପାଇଁ ଯେଉଁ ସରକାର ମହାନଦୀ ଜଳ ପାଇଁ ଲଢେଇ କରୁଥିବା ଡିଣ୍ଡିମ ପିଟୁଛନ୍ତି। ସେହି ରାଜ୍ୟ ସରକାର ଚାଷୀଙ୍କ ଧାନର ଏଫ୍‌ଏକ୍ୟୁ ମାନର କୋହଳ ପାଇଁ ତପତ୍ରତା ଦେଖାଉ ନାହାନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କଳାହାଣ୍ଡି ମିଲର୍ସ ଆସୋସିଏଶନ ସହ ପ୍ରିୟାପ୍ରୀତି ତୋଷଣ ନୀତିକୁ ପାଥେୟ କରି ପ୍ରଶାସନିକ ଅଧିକାରୀମାନେ ସଖୀ କଣ୍ଢେଇ ସାଜିଛନ୍ତି। ମିଲର୍ସ ୟୁନିୟନ ଓ ଚାଷୀ ମାରଣ ପ୍ରଶାସନର ରାଜନୀତିକୁ ବୁଝି ସାରିଲେଣି ନର୍ଲା ଅଞ୍ଚଳର ଚାଷୀକୁଳ। ନର୍ଲା ଚାଷୀଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜମାଟ ବାନ୍ଧିବାରେ ଲାଗିଛି। ଏହା ଖୁବ୍‌ ଶୀଘ୍ର ସୁନାମୀର ରୂପ ନେବାକୁ ଯାଉଛି।
All Right Reserved By

ସମ୍ବଲପୁର

ବାଉତୀ ଫୁଟବଲ ଟୁର୍ନାମେଣ୍ଟ: ଟାଟରକିଲା ଚାମ୍ପିୟନ

ବାଉତୀ ଫୁଟବଲ ଟୁର୍ନାମେଣ୍ଟ: ଟାଟରକିଲା ଚାମ୍ପିୟନ

ବୀରମହାରାଜପୁର, ୧୫।୧୦ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କୁମୁରସିଂଘା ଖେଳ ପଡିଆଠାରେ ଆୟୋଜିତ ୮ମ ମା’ ବାଉତୀ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। 

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା: ବିକାଶ ନାଁରେ ଚାଲିଛି ଖୋଲା ଦୁର୍ନିତୀ

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା: ବିକାଶ ନାଁରେ ଚାଲିଛି ଖୋଲା ଦୁର୍ନିତୀ

ନୂଆଗାଁ,୧୫।୧୦(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(ପିଏମଜିଏସୱାଇ) ଗ୍ରାମାଞ୍ଚଳରେ ରାସ୍ତା ଘାଟର ବିକାଶରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଆସୁଛି । ଗାଁକୁ ଗାଁ, ଗାଁକୁ ସଦର ମହକୁମା ତଥା ଗାଁକୁ ସହର ସହିତ ସଂଯୋଗୀକରଣରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ଭୁମିକା ଗୁରୁତ୍ୱପୂର୍ଣ୍ଣ । 

ଡଙ୍ଗର ଯାତ୍ରାରେ ୬ଟି ବୋଦା, ମେଣ୍ଢା ବଳି

ଡଙ୍ଗର ଯାତ୍ରାରେ ୬ଟି ବୋଦା, ମେଣ୍ଢା ବଳି

ରିଷିଡ଼ା,୧୫।୧୦(ଡ଼ି.ଏନ.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ନିକଟସ୍ଥ ବଡଡୁଙ୍ଗୁରୀଗୁଡ଼ାଠାରେ ରବିବାର ଡଙ୍ଗର ଯାତ୍ରା ଅବସରରେ ଗୋଟିଏ ମେଣ୍ଢା ବଳି ଦିଆଯାଇଛି । 

ତିତ୍‌ଲି ବାତ୍ୟାରେ ଆଖୁ ଚାଷ କ୍ଷତିଗ୍ରସ୍ଥ

ତିତ୍‌ଲି ବାତ୍ୟାରେ ଆଖୁ ଚାଷ କ୍ଷତିଗ୍ରସ୍ଥ

ଗୁଡ଼ଭେଲା,୧୫।୧୦(ଡ଼ି.ଏନ.ଏ.): ଗତ ସପ୍ତାହରେ ଆସିଥିବା ବାତ୍ୟା ତିତ୍‌ଲିରେ ଗୁଡ଼ଭେଲା ବ୍ଳକରେ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି।

ବିପଦ ସଙ୍କୁଳ ଅବସ୍ଥାରେ ବସ୍‌ ଛାତ ଉପରେ ଯାତ୍ରୀ

ବିପଦ ସଙ୍କୁଳ ଅବସ୍ଥାରେ ବସ୍‌ ଛାତ ଉପରେ ଯାତ୍ରୀ

ଅତାବିରା,୧୫।୧୦(ଡି.ଏନ.ଏ.): ଦଶହରା ପର୍ବ ପର୍ବାଣୀ ପାଇଁ ରାସ୍ତା, ଘାଟ, ବସ, ଟ୍ରେକର ଗୁଡିକରେ ଯାତ୍ରୀଙ୍କ ନାହିଁ ନ ଥିବାର ଭିଡ ଦେଖିବାକୁ ମିଳୁଛି । ବିଭିନ୍ନ ବସଷ୍ଟାଣ୍ଡ, ଛକ ଗୁଡିକରେ ବସ, ଟ୍ରେକର ଡ୍ରାଇଭର, କଣ୍ଟ୍ରାକ୍ଟରମାନେ ଓଭର ଲୋଡରେ ଯାତ୍ରୀମାନଙ୍କୁ ବସାଇ ନେଉଛନ୍ତି । 

୨୭ବର୍ଷ ହେବ ୱାଚରଙ୍କୁ ମିଳିନି ଦରମା: ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ

୨୭ବର୍ଷ ହେବ ୱାଚରଙ୍କୁ ମିଳିନି ଦରମା: ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୧୫।୧୦(ଡି.ଏନ.ଏ): କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ରେଙ୍ଗାଲି ଗ୍ରାମ ସ୍ଥିତ କାଶିଡଙ୍ଗରରେ ଜବାହାର ରୋଜଗାର ଯୋଜନାରୁ ୧୯୯୦ରେ ବୃକ୍ଷ ରୋପଣ କରାଯାଇଥିଲା ।

ବଲାଙ୍ଗୀର କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ବଲାଙ୍ଗୀର କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍‌

ବଲାଙ୍ଗୀର ଅଫିସ,୧୫।୧୦: ବଲାଙ୍ଗୀର ସିଭିଲ କୋର୍ଟ ପରିସରରୁ ରବିବାର ସନ୍ଧ୍ୟାରେ ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିଥିବା ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ହେଲେ ବଲାଙ୍ଗୀର ମାଳପଡାର କଳିଙ୍ଗ ମେଣ୍ଡଲି(୩୦) ବୋଲି ଜଣାପଡିଛି ।

ହାଟପଡ଼ା ଦୁର୍ଗାପୂଜା, ଏଥର ବଜେଟ୍‌ ୨୦ ଲକ୍ଷ

ହାଟପଡ଼ା ଦୁର୍ଗାପୂଜା, ଏଥର ବଜେଟ୍‌ ୨୦ ଲକ୍ଷ

ସମ୍ବଲପୁର,୧୫।୧୦(ବ୍ୟୁରୋ) : ସମ୍ବଲପୁରରେ ଦୁର୍ଗାପୂଜାର ନିଆରା ପରମ୍ପରା ରହିଛି। ଦେବୀଙ୍କ ପୂଜାର୍ଚ୍ଚନା ସହ ଆଖଡା ଖେଳ ବହୁ ପୁରୁଣା ପରମ୍ପରା ଅଟେ । ସମ୍ବଲପୁର ହାଟପଡ଼ା ଦୁର୍ଗାପୂଜା କମିଟି ଦଶହରା ମାସର ଶୁକ୍ଲପକ୍ଷ ସପ୍ତମୀ ତିଥିରୁ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥାଏ ।

ଉଜୁଡିବ ଧଳାସୁନା ଚାଷ

ଉଜୁଡିବ ଧଳାସୁନା ଚାଷ

ପଦ୍ମପୁର, ୧୫।୧୦ (ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ପଦ୍ମପୁର, ଗାଇସିଲେଟ ଓ ପାଇକମାଳ ବ୍ଲକ ଅଞ୍ଚଳରେ ଧଳାସୁନା ଭାବେ ପରିଚିତ କପା ଚାଷ କରାଯାଉଛି। 

ତିତ୍‌ଲି ବର୍ଷାରେ ଭାଙ୍ଗିଲା ଘର

ତିତ୍‌ଲି ବର୍ଷାରେ ଭାଙ୍ଗିଲା ଘର

ତଳଗାଁ,୧୫।୧୦(ଡି.ଏନ୍‌.ଏ): ତିତ୍‌ଲି ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ହରଭଙ୍ଗା ବ୍ଲକର ତଳଗାଁ ପଞ୍ଚାୟତରେ ଅନେକ ଘର ଭାଙ୍ଗି ଯାଇଛି । ତଳଗାଁ ପଞ୍ଚାୟତ ହରିଜନ ସାହିରେ ରୁହନ୍ତି ଚକ୍ରଧର ବେହେରା (୬୮) । 

ଚାଷୀ ସମସ୍ୟା ନେଇ ଆନ୍ଦୋଳନ ଆହ୍ବାନ

ଚାଷୀ ସମସ୍ୟା ନେଇ ଆନ୍ଦୋଳନ ଆହ୍ବାନ

ବରଗଡ଼ ଅଫିସ୍‌,୧୫।୧୦: ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ବଜାର ପ୍ରାଙ୍ଗଣରେ ରବିବାର ଜୟ କିଶାନ ଆନ୍ଦୋଳନର ଏକ ଆଞ୍ଚଳିକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ଧାନଚାଷ ନଷ୍ଟ ଆଶଙ୍କା

ଧାନଚାଷ ନଷ୍ଟ ଆଶଙ୍କା

ଜୁନାଗଡ,୧୫।୧୦ (ଡି.ଏନ.ଏ.): ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନ ବାମ ମୁଖ୍ୟ କେନାଲର ତଳ ଅଞ୍ଚଳରେ ଥିବା ଜୁନାଗଡ ବ୍ଲକ ଆଟିଗଁ । ଓ ତଳମଲା ପଞ୍ଚାୟତକୁ ଠିକ ଭାବେ କେନାଳ ପାଣି ପହଞ୍ଚତ୍ ପାରୁ ନାହିଁ ।