ମନୋରଞ୍ଜନ |

ଅକ୍ଷୟଙ୍କ ‘ଟୟଲେଟ: ଏକ୍‌ ପ୍ରେମ କଥା’କୁ ବିଲ୍‌ ଗେଟ୍‌ସଙ୍କ ପ୍ରଶଂସା

ଅକ୍ଷୟଙ୍କ ‘ଟୟଲେଟ: ଏକ୍‌ ପ୍ରେମ କଥା’କୁ ବିଲ୍‌ ଗେଟ୍‌ସଙ୍କ ପ୍ରଶଂସା
ବମ୍ବେ: ଚଳିତ ବର୍ଷ ୧୧ ଅଗଷ୍ଟରେ ରିଲିଜ ହୋଇଥିଲା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଟୟଲେଟ: ଏକ୍‌ ପ୍ରେମ କଥା’। ବିଶେଷକରି ଖୋଲାରେ ଶୌଚ ହେବା ଯୋଗୁ ମହିଳାମାନଙ୍କୁ ହେଉଥିବା ଅସୁବିଧାକୁ ନେଇ କାହାଣୀର ପୃଷ୍ଠଭୂମି ରଖାଯାଇଥିଲା। ପରଦାରେ ବଡ଼ ହିଟ ସାବ୍ୟସ୍ତ ହେବା ସହ ଫିଲ୍ମଟି ଭଲ ରୋଜଗାର କରିଥିଲା। ମାତ୍ର ୧୮ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ପ୍ରାୟ ୨୧୬.୫୮ କୋଟି ଟଙ୍କା ରୋଜଗାର କରିଥିଲା। ମୁକ୍ତିଲାଭ ହେବାର କିଛି ମାସ ପରେ ପୁଣି ଥରେ ଫିଲ୍ମକୁ ନେଇ ଚର୍ଚ୍ଚା ହୋଇଛି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ତାଲିକାରେ ସାମିଲ ଥିବା ବିଲ୍‌ ଗେଟ୍‌ସ ଏହାର ପ୍ରଶଂସା କରିଛନ୍ତି। ଏ ନେଇ ସେ ଏକ ଟୁଇଟ କରି ଦର୍ଶକମାନଙ୍କୁ ଚଳଚ୍ଚିତ୍ରଟିରେ ସ୍ବଚ୍ଛତାକୁ ନେଇ ଭାରତରେ ଚାଲିଆସୁଥିବା ସମସ୍ୟାକୁ ନିଖୁଣ ଭାବେ ଦେଖାଯାଇପାରିଛି ବୋଲି କହିଛନ୍ତି। ତେବେ ଫିଲ୍ମଟିରେ ବିଭିନ୍ନ ଭୂମିକାରେ ଅକ୍ଷୟ କୁମାର ଓ ଭୂମି ପେଡ଼ନେକର ପ୍ରମୁଖ ଅଭିନୟ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଭାରତ ଅଭିଯାନରୁ ପ୍ରେରିତ ହୋଇଥିଲା।
All Right Reserved By

ମନୋରଞ୍ଜନ |

ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଫଟୋ ହେଉଛି ଭାଇରାଲ

ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଫଟୋ ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶହାରୁଖ ଖାଁଙ୍କ ଝିଅ ସୁହାନାଙ୍କର କିଛି ଫଟୋ କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ ପୁଅ ଆର୍ଯ୍ୟନଙ୍କର କିଛି ଫଟୋ ସୋସିଆଲ ମିଡିଆର ଟେମ୍ପରେଚର ବଢାଇ ଦେଇଛି।

କର୍ନି ସେନାଙ୍କ ଆଗରେ ନଇଁବି ନାହିଁ: କଙ୍ଗନା

କର୍ନି ସେନାଙ୍କ ଆଗରେ ନଇଁବି ନାହିଁ: କଙ୍ଗନା

ମୁମ୍ବାଇ: କର୍ନି ସେନାଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ପ୍ରକାଶ କରିଛନ୍ତି। ଥିଏଟରରେ ରିଲିଜ ହେବା ପୂର୍ବରୁ ମଣିକର୍ଣ୍ଣିକାର ବିଷୟବସ୍ତୁ ପ୍ରଦର୍ଶନ ନ କରାଇଲେ ଏହାକୁ ବିରୋଧ କରାଯିବ ବୋଲି କର୍ନି ସେନା ଧମକ ଦେଇଥିଲା। ରିପୋର୍ଟ ଅନୁଯାୟୀ କର୍ନି ସେନାର ମହାରାଷ୍ଟ୍ର ଶାଖା ଗୁରୁବାର ଏହି ଫିଲ୍ମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ରିଲିଜ୍‌ ହେଲା ଟୋଟାଲ୍‌ ଧମାଲର ପ୍ରଥମ ପୋଷ୍ଟର

ରିଲିଜ୍‌ ହେଲା ଟୋଟାଲ୍‌ ଧମାଲର ପ୍ରଥମ ପୋଷ୍ଟର

ମୁମ୍ବାଇ,୧୮।୧: ବଲିଉଡ୍‌ ଫିଲ୍ମ ଧମାଲ ସିରିଜ୍‌ର ତୃତୀୟ ଫିଲ୍ମ ‘ଟୋଟାଲ ଧମାଲ’ର ପ୍ରଥମ ପୋଷ୍ଟର ଶୁକ୍ରବାର ରିଲିଜ୍‌ ହୋଇଛି। ଏହି ପୋଷ୍ଟରରେ ଅଜୟ ଦେବଗନ, ମାଧୁରୀ ଦୀକ୍ଷିତ, ଅନିଲ କପୁର, ରିତେଶ ଦେଶମୁଖ, ଜାଭେଜ ଜାଫ୍ରି, ସଞ୍ଜୟ ମିଶ୍ରା, ଆର୍ସାଦ ଓ୍ବାର୍ସିଙ୍କ ସହ ଆଉ କିଛି କଳାକାର ନଜର ଆସିଛନ୍ତି।

ହଟ୍‌ନେସ୍‌ରେ ମାଆଙ୍କୁ ପଛରେ ପକାଇଲେ ପଲକ

ହଟ୍‌ନେସ୍‌ରେ ମାଆଙ୍କୁ ପଛରେ ପକାଇଲେ ପଲକ

ମୁମ୍ବାଇ: ଟେଲିଭିଜନ ପରଦାର ନାମୀ ନାୟିକା ଶ୍ୱେତା ତିଓ୍ବାରିଙ୍କ ଝିଅ ପଲକ ତିଓ୍ବାରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ତାଙ୍କର କିଛି ଫଟୋ ଶୁଟକୁ ଦେଖି ଚର୍ଚ୍ଚା ଯୋର ଧରିଛି। କୁହାଯାଉଛି ହଟ୍‌ନେସ୍‌ରେ ସେ ନିଜ ମାଆ ଶ୍ୱେତାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ଟେଲି ପରଦାକୁ ଫେରୁଛନ୍ତି ରାଖୀ, ମିଳିଛି ଡାହାଣୀ ଭୂମିକା

ଟେଲି ପରଦାକୁ ଫେରୁଛନ୍ତି ରାଖୀ, ମିଳିଛି ଡାହାଣୀ ଭୂମିକା

ବମ୍ବେ: ସାଧାରଣତଃ କଣ୍ଟ୍ରୋଭର୍ସି କୁଇନ୍‌ କହିଲେ ଅଭିନେତ୍ରୀ ତଥା ଆଇଟମ୍‌ ଗର୍ଲ ରାଖୀ ସାଓ୍ବନ୍ତଙ୍କୁ ବୁଝାଏ। ସେ ନିଜର ମନ୍ତବ୍ୟ ହେଉ ଅଥବା ନିଜର ଜୀବନଚର୍ଯ୍ୟାକୁ ନେଇ ରାଖୀ ସର୍ବଦା ଗଣମାଧ୍ୟମର ଶିରୋନାମା ପାଲଟିବାକୁ ଭଲ ପାଇଥାନ୍ତି।

ଏବେ ବିବାହ ଯୋଜନା ନାହିଁ

ଏବେ ବିବାହ ଯୋଜନା ନାହିଁ

ମୁମ୍ବାଇ: ନିକଟ ଭବିଷ୍ୟତରେ ବିବାହ କରିବାର ଯୋଜନା ନାହିଁ ବୋଲି ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା (୩୪) ପ୍ରକାଶ କରିଛନ୍ତି। ଗତବର୍ଷ ସୋନମ କପୁର, ପ୍ରିୟଙ୍କା ଚୋପ୍ରା, ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଭଳି ବଲିଉଡ ଷ୍ଟାର ବିବାହ କରିସାରିଛନ୍ତି। କିନ୍ତୁ ବିବାହ ବୟସରେ ପାଦ ଦେଇସାରିଥିବା ସିଦ୍ଧାର୍ଥଙ୍କୁ ବିବାହ କଥା ପଚାରିଲେ ସେ କହନ୍ତି, ବର୍ତ୍ତମାନ ସେଭଳି ଯୋଜନା ନାହିଁ। 

ମୋନିକାଙ୍କର ଥିଲା ଡନ୍‌ ଆବୁ ସାଲେମ୍‌ଙ୍କ ସହ ସମ୍ପର୍କ; ଜେଲରେ ଜେଲରଙ୍କୁ ବି କରିଥିଲେ ଦିଓ୍ବାନା

ମୋନିକାଙ୍କର ଥିଲା ଡନ୍‌ ଆବୁ ସାଲେମ୍‌ଙ୍କ ସହ ସମ୍ପର୍କ; ଜେଲରେ ଜେଲରଙ୍କୁ ବି କରିଥିଲେ ଦିଓ୍ବାନା

ମୁମ୍ବାଇ,୧୮।୧: ବଲିଉଡ୍‌ ଷ୍ଟାର ମୋନିକା ବେଦୀ ଶୁକ୍ରବାର ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫ ଜାନୁୟାରୀ ୧୮ରେ ପଞ୍ଜାବ ହୋସିଆରପୁର ଜିଲା ଛେବଓ୍ବାଲଠାରେ ଜନ୍ମଗ୍ରହଣ କରିଥିଲେ।

‘ଭାରତ’ର କାହାଣୀ ନେଇ ଆସୁଛନ୍ତି ସଲମାନ୍‌

‘ଭାରତ’ର କାହାଣୀ ନେଇ ଆସୁଛନ୍ତି ସଲମାନ୍‌

ଦବଙ୍ଗ୍‌ ଖାନ୍‌ ସଲମାନ୍‌ଙ୍କ ଆଗାମୀ ସିନେମା ‘ଭାରତ’କୁ ନେଇ ଏବେଠୁ ଚର୍ଚ୍ଚା ଜୋର୍‌ ଧରିଲାଣି।  ଏଥିରେ ମୁଖ୍ୟ  ଚରିତ୍ରରେ ଅଭିନୟ କରୁଥିବା ସଲମାନ୍‌ଙ୍କ ବିପକ୍ଷରେ କ୍ୟାଟ୍ରିନା କୈଫ୍‌ଙ୍କୁ ଦେଖିବାକୁ ମିଳିବ।  

୧୫ବର୍ଷ ସାନ ବୟଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ୍‌ ଓ୍ବାର୍କଆଉଟ୍‌ରେ ସୁସ୍ମିତା

୧୫ବର୍ଷ ସାନ ବୟଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ୍‌ ଓ୍ବାର୍କଆଉଟ୍‌ରେ ସୁସ୍ମିତା

ମୁମ୍ବାଇ: ଏବେ ବଲିଉଡ୍‌ରେ ଚାଲିଛି ଏକ ଭିନ୍ନ ଟ୍ରେଣ୍ଡ। ଅଧିକ ବୟସର ନାୟିକାଙ୍କୁ ଜୀବନସାଥୀ କରିବାକୁ ଚାହୁଁଛନ୍ତି କେତେଜଣ ସେଲିବ୍ରିଟି। ନିକଟରେ ବଲିଉଡ୍‌ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କଠାରୁ ପ୍ରାୟ ୧୦ ବର୍ଷ ସାନ ଆମେରିକୀୟ ସିଙ୍ଗରଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। 

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ବିବାହର ୩୮ ବର୍ଷ ପରେ ଏମିତି ହେବାର ଥିଲା: ନିତୁ ସିଂ

ମୁମ୍ବାଇ.୧୭।୧: ବଲିଉଡ୍‌ର ବିଗତ ଦିନର ନାୟିକା ନିତୁ ସିଂ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଉ ଏଥିରେ ସେ ଯେଉଁ ବାର୍ତ୍ତା ଲେଖିଛନ୍ତି ତାହା ଖୁବ୍‌ ହୃଦୟସ୍ପର୍ଶୀ। 

ସଲମାନଙ୍କ କଥାରୁ ଜାଣିଲି ସେ କାହିଁକି ଲୋକପ୍ରିୟ

ସଲମାନଙ୍କ କଥାରୁ ଜାଣିଲି ସେ କାହିଁକି ଲୋକପ୍ରିୟ

ବଲିଉଡ୍‌ର ଭାଇଜାନ ତଥା ସଲମାନ ଖାନଙ୍କ ପ୍ରଶଂସକ ଭାବେ ତାଙ୍କୁ ଭେଟିବାକୁ ପିଲାଟିବେଳୁ ଇଚ୍ଛା ଥିଲା। ଏପରିକି ସଲମାନଙ୍କ ଅଭିନୀତ ଚଳଚ୍ଚିତ୍ରର ଗୀତ ଗାଇ ଗାଇ ହିଁ ସଙ୍ଗୀତ ଦୁନିଆରେ ପାଦ ଥାପିଥିଲି। 

ବାଜି ମାରିଲା ସଞ୍ଜୁ

ବାଜି ମାରିଲା ସଞ୍ଜୁ

ସଞ୍ଜୁ ଚରିତ୍ର ବିଷୟରେ ଆଲୋଚନା ହେଲେ କେବଳ ଜଣେ ଅଭିନେତା ଆଖି ସାମ୍‌ନାକୁ ଆସିଥାଆନ୍ତି। ସେ ହେଲେ ବାବୁସାନ୍‌। ତାଙ୍କ ଅଭିନୀତ ବେଶ୍‌ କେତୋଟି ଫିଲ୍ମରେ ଏଭଳି  ରୋଲ୍‌ ଦର୍ଶକଙ୍କୁ ପ୍ରଭାବିତ କରିଥିବାର ନଜିର ରହିଛି।