ସମ୍ପାଦକୀୟ |

ସମ୍ପାଦକୀୟ/ ହାଇସ୍କୁଲରେ ଏକାଦଶ

ସମ୍ପାଦକୀୟ/ ହାଇସ୍କୁଲରେ ଏକାଦଶ
ହାଇସ୍କୁଲ ସ୍ତରକୁ ପୁନର୍ବାର ଫେରିବ ଏକାଦଶ ଶ୍ରେଣୀ। ଆସନ୍ତା ଶିକ୍ଷାବର୍ଷ (୨୦୧୮-୧୯)ଠାରୁ ଏହା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛିି। ଏ ସମ୍ପର୍କରେ ଗଣଶିକ୍ଷା ବିଭାଗ ସହ ମଧ୍ୟ ଆଲୋଚନା କରାଯାଇଥିବା କୁହାଯାଉଛି। ଆସନ୍ତା ଶିକ୍ଷାବର୍ଷ ଆରମ୍ଭ ପାଇଁ ଆଉ ମାତ୍ର ତିନିମାସ ସମୟ ଥିବା ବେଳେ ଏହି ବ୍ୟବସ୍ଥା କିପରି ଏତେଶୀଘ୍ର ଆରମ୍ଭ ହୋଇପାରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ଜାନୁୟାରୀ ୩୧ ସୁଦ୍ଧା ତାଲିକା ଦେବେ। ପ୍ରଥମ ପର୍ଯ୍ୟାୟରେ ଜିଲା ସଦର ମହକୁମାଗୁଡ଼ିକରେ ଥିବା ଜିଲା ହାଇସ୍କୁଲରେ ଆସନ୍ତା ଶିକ୍ଷାବର୍ଷରୁ ଏକାଦଶ ଶ୍ରେଣୀ ଖୋଲିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ହାଇସ୍କୁଲଗୁଡ଼ିକରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଉଥିଲା। ସେତେବେଳେ ଏକାଦଶ ଶ୍ରେଣୀରେ ମାଟ୍ରିକ ବୋର୍ଡ ପରୀକ୍ଷା ହେଉଥିଲା। ୧୯୮୩ ମସିହାଠାରୁ ସରକାର ୧୦+୨ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିବା ଫଳରେ ୧୦ମ ଶ୍ରେଣୀରେ ମାଟ୍ରିକ ବୋର୍ଡ ପରୀକ୍ଷା ହୋଇଆସୁଛି। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀକୁ ମିଶାଇ ଆରମ୍ଭ ହୋଇଥିଲା +୨ ଜୁନିୟର କଲେଜ। +୨ ପାସ୍‌ କରିବା ପରେ ପିଲାମାନେ ଡିଗ୍ରୀ କଲେଜରେ ନାମ ଲେଖାଇ ୩ ବର୍ଷ +୩ ଶିକ୍ଷା ଗ୍ରହଣ କରିଆସୁଛନ୍ତି। ସରକାର ଯେଉଁ ନୂଆ ବ୍ୟବସ୍ଥା କରିବାକୁ ଯାଉଛନ୍ତି ସେଥିରେ କେବଳ ଏକାଦଶ ନୁହେଁ, ସମ୍ପୂର୍ଣ୍ଣ +୨ର ପାଠପଢା ହାଇସ୍କୁଲରେ ହିଁ ହେବ। କାରଣ ହାଇସ୍କୁଲ ପାଠ୍ୟକ୍ରମଠାରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ସମ୍ପୂର୍ଣ୍ଣ ଭିନ୍ନ କରାଯାଇଛି। ବର୍ତ୍ତମାନ ହାଇସ୍କୁଲର ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠୁଛି। ଶିକ୍ଷକ ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନ +୨ରେ ଯେଉଁ ଅଧ୍ୟାପିକା ଓ ଅଧ୍ୟାପକମାନେ ପାଠ ପଢାଉଛନ୍ତି ସେମାନେ ସମ୍ପୃକ୍ତ ହାଇସ୍କୁଲକୁ ଯାଇ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପାଠ ପଢାଇବେ। ଏହାର ଅର୍ଥ ହେଉଛି ସେହି ଅଧ୍ୟାପିକା ଅଧ୍ୟାପକମାନଙ୍କୁ ଗଣଶିକ୍ଷା ବିଭାଗ ଅଧୀନ ହେବାକୁ ପଡିବ। ପରବର୍ତ୍ତୀ ସମୟରେ ହାଇସ୍କୁଲରେ ପୋଷ୍ଟଗ୍ରାଜୁଏଟ୍‌ ଶିକ୍ଷକ ନିଯୁକ୍ତ ହେଲେ ସେମାନଙ୍କୁ ପୁନର୍ବାର ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆଣି ଡିଗ୍ରୀ କଲେଜରେ ନିଯୁକ୍ତ କରାଯିବ। ସରକାରଙ୍କର ଏହି ନୂଆ ବ୍ୟବସ୍ଥା ମହାବିଦ୍ୟାଳୟ ପରିସରରେ ରହିଥିବା ଜୁନିୟର କଲେଜର ଚାପ କମାଇବ। କିନ୍ତୁ ଭିତ୍ତିଭୂମିର ଘୋର ଅଭାବ ରହିଥିବା ହାଇସ୍କୁଲଗୁଡିକରେ ଏହା ସୁଚାରୁ ରୂପେ କାର୍ଯ୍ୟକରିବା ନେଇ ସନ୍ଦେହ ସୃଷ୍ଟି ହେଉଛି। ଉଚ୍ଚଶିକ୍ଷା ବିଭାଗର ଭାର କମାଇବା ସକାଶେ ଏହି ଉଦ୍ୟମ ହେଉଥାଇପାରେ। ମାତ୍ର ଗଣଶିକ୍ଷା ବିଭାଗର ଭାର ଏହାଦ୍ୱାରା ବୃଦ୍ଧି ପାଇବ। ଏଥି ସହିତ ଏଠାରେ ଉଲ୍ଲେଖ କରାଯିବା ଉଚିତ ହେବ ଯେ, ଏ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ତରଫରୁ ହାଇସ୍କୁଲଗୁଡ଼ିକ ପ୍ରତି କୌଣସି ବିଶେଷ ଦୃଷ୍ଟି ଦିଆଯାଇନାହିଁ । ଏଥିପାଇଁ ରାଜ୍ୟ ସରକାରଙ୍କର ଏହି ବିଭାଗ ତରଫରୁ ଆଖିଦୃଶିଆ ଅର୍ଥ ମଧ୍ୟ ଏଗୁଡ଼ିକରେ ବିନିଯୋଗ କରାଯାଇନାହିଁ । ସେହିଭଳି କେନ୍ଦ୍ର ସରକାରଙ୍କର ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ମଧ୍ୟ ହାଇସ୍କୁଲ ପାଇଁ ଅର୍ଥ ଖର୍ଚ୍ଚ କରିବାର ବ୍ୟବସ୍ଥା ରଖାଯାଇନାହିଁ । ଅନ୍ୟ ଏକ ଦିଗ ହେଉଛି ୧୦ମରେ ବୋର୍ଡ ପରୀକ୍ଷା ଦେଇ ପାସ୍‌ କରୁଥିବା ପିଲାମାନେ ସମାନ ସ୍କୁଲରେ +୨ ପଢିବାର ସୁଯୋଗ ପାଇବେ। ଏହା ମାତାପିତାଙ୍କ ଚିନ୍ତା ଅନେକାଂଶରେ ଦୂର କରିପାରେ। କିନ୍ତୁ ସମ୍ପୃକ୍ତ ହାଇସ୍କୁଲଗୁଡିକ ଏତେ ସଂଖ୍ୟକ ପିଲାଙ୍କ ଦାୟିତ୍ୱ ନେବା କାଠିକର ପାଠ ହୋଇଯିବ। ଦେଖିବାକୁ ଗଲେ ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅନେକ ହାଇସ୍କୁଲର ଭିତ୍ତିଭୂମିର ଅଭାବ ସହିତ ମାନବ ସମ୍ବଳର ଅଭାବ ବିଶେଷ ଭାବେ ପରିଲକ୍ଷିତ ହେଉଛି । ଏପରିସ୍ଥଳେ +୨ ଶ୍ରେଣୀର ପାଠପଢା ସେହି ସବୁ ସ୍କୁଲରେ କିପରି ସମ୍ଭବ ହେବ, ଅଧିକ ଶ୍ରେଣୀଗୃହ, ଶିକ୍ଷକ କିପରି ଯୋଗାଇ ଦିଆଯିବ ସେ ନେଇ ସ୍କୁଲ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରୁଛନ୍ତି। ସରକାର ଏଭଳି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ପ୍ରଥମେ ସ୍କୁଲଗୁଡ଼ିକର ଅବସ୍ଥା ଯାଞ୍ଚ କରିବା ଜରୁରୀ। ଶିକ୍ଷାବର୍ଷ ଆରମ୍ଭର ଯଥେଷ୍ଟ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଥିଲେ ଭିତ୍ତିଭୂମି ଉନ୍ନତି ସକାଶେ ଅନ୍ତତଃ ଗୋଟିଏ ବର୍ଷ ମିଳିଯାଇଥାଆନ୍ତା। ଏ ନେଇ ବିଧିବଦ୍ଧ ଯୋଜନା ହେବାର ଆବଶ୍ୟକତା ରହିଛି । ହେଲେ ଦେଖାଯାଉଛି ଯେ, ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମୁଣ୍ଡକୁ ଯାହା ଯେତେବେଳେ ଜୁଟୁଛି ତାହାକୁ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନେଇଯାଉଛନ୍ତି । ଏଥିପାଇଁ ତୃଣମୂଳ ସ୍ତରରେ ପରିସ୍ଥିତି ଅନୁଧ୍ୟାନ କରାଯାଉନାହିଁ, ଯାହାକି କେବଳ ଶିକ୍ଷାକ୍ଷେତ୍ରରେ ନୁହେଁ, ଅନେକ କାର୍ଯ୍ୟରେ ବିଭ୍ରାଟର କାରଣ ହେଉଛି । ସରକାର ଯୁକ୍ତ୨ ଶ୍ରେଣୀକୁ ହାଇସ୍କୁଲକୁ ଉଠାଇନେବା ଭଳି ଢାଞ୍ଚାଗତ ପରିବର୍ତ୍ତନ କାର୍ଯ୍ୟକାରୀ କରିବା ପୂର୍ବରୁ ଶିକ୍ଷାବିତ୍‌, ହାଇସ୍କୁଲର ପ୍ରଧାନ ଶିକ୍ଷକ, ପରିଚାଳନା କମିଟି, ଅଭିଭାବକମାନଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି ।
All Right Reserved By

ସମ୍ପାଦକୀୟ |

ଫାଇଦାରେ କଶ୍ମୀର ବାବୁ

ଫାଇଦାରେ କଶ୍ମୀର ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ଯୋଗୁ ରାଜ୍ୟ କ୍ୟାଡର ବାବୁମାନେ ବେଶ୍‌ ଫାଇଦାରେ ଅଛନ୍ତି। କାରଣ ପ୍ରଶାସନରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଛି। ୧୯୮୬ ବ୍ୟାଚ୍‌ ଜମ୍ମୁ-କଶ୍ମୀର କ୍ୟାଡର ଆଇଏଏସ୍‌ ଅଫିସର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବି.ବି. ବ୍ୟାସ ରାଜ୍ୟପାଳଙ୍କ ଉପଦେଷ୍ଟା ଭାବେ ପୁନର୍ନିଯୁକ୍ତି ପାଇଛନ୍ତି। ସେହିପରି ରାଜ୍ୟ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଖୁର୍ଶିଦ ଅହମଦ ଗନାଇ ଏବଂ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର କେ. ବିଜୟ କୁମାର ମଧ୍ୟ କ୍ୟାବିନେଟ୍‌ର ସମତୁଲ ...

ଅନ୍ତହୀନ ତିନୋଟି ସମସ୍ୟା

ଅନ୍ତହୀନ ତିନୋଟି ସମସ୍ୟା

ମନ-ମାନଚିତ୍ର / ଡ. ନରହରି ବେହେରା

ପ୍ରାତଃଭ୍ରମଣ ସମୟରେ ଗୋବିନ୍ଦବାବୁ କହିଲେ, ତୁମେ ମହାଭାରତର ଯକ୍ଷ-ଯୁଧିଷ୍ଠିର ସମ୍ବାଦ ପଢ଼ିଛ? ଯକ୍ଷ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲେ- କେଉଁ ବ୍ୟାଧିର ଶେଷ ନାହିଁ? ଏହାର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ଲୋଭରୂପକ ବ୍ୟାଧିକୁ ଉପଶମ କରିହେବ ନାହିଁ। ଆଚ୍ଛା, ତୁମେ କିଛି ସମୟ ପାଇଁ ଯୁଧିଷ୍ଠିର ହୋଇଯାଅ ଏବଂ ମୁଁ ତୁମକୁ ଯକ୍ଷ ଭାବରେ ଯେଉଁ ପ୍ରଶ୍ନ କରୁଛି ତାହାର ଉତ୍ତର ଦିଅ। ମୁଁ ଦେଖିବି ତୁମର ବୁଦ୍ଧି ...

ଧର୍ମରେ ଖେଚୁଡ଼ି

ଧର୍ମରେ ଖେଚୁଡ଼ି

ନାରାୟଣ ପଣ୍ଡା

ଏକଦା ଭକ୍ତପ୍ରବର ହନୁମାନଙ୍କୁ ଭୀମ ପଚାରିଲେ- ଭାଇ ହନୁମାନ, ତୁମେ କ’ଣ ଶ୍ରୀକୃଷ୍ଣଙ୍କୁ ରାମଙ୍କଠାରୁ ପୃଥକ୍‌ ଜ୍ଞାନ କର? ହନୁମାନ ହସି କହିଲେ,- ”ଶ୍ରୀନାଥେ ଜାନକୀନାଥେ ଅଭେଦଃ ପରମାତ୍ମନି, ତଥାପି ମମ ସର୍ବସ୍ବଃ ରାମଃ କମଳଲୋଚନଃ।“ ଅର୍ଥାତ୍‌ ରାମ ଓ କୃଷ୍ଣଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ତଥାପି କମଳଲୋଚନ ଶ୍ରୀରାମ ହେଉଛନ୍ତି ମୋର ଜୀବନସର୍ବସ୍ବ। କାରଣ ରାମଙ୍କ ଭାବ କୃଷ୍ଣଙ୍କ ...

ଏଇ ଭାରତରେ

ଏଇ ଭାରତରେ

ମହିଳାମାନେ ସ୍ବାମୀଙ୍କୁ ସତ୍‌ପଥରେ ଚାଲିବାକୁ ପରାମର୍ଶ ଦେଇଥାଆନ୍ତି। କିନ୍ତୁ ନିଜର ସୁଖସମୃଦ୍ଧି ପାଇଁ ସ୍ବାମୀଙ୍କୁ ଚୋରି କରିବାକୁ ଉତ୍ସାହିତ କରିବା ଘଟଣା କ୍ୱଚିତ୍‌ ଦେଖାଯାଏ। ଏପରି ଏକ ଘଟଣା ବେଙ୍ଗାଲୁରୁଠାରେ ଘଟିଛି। ମହାଦେବୀ ନାମ୍ନୀ ୨୮ ବର୍ଷୀୟା  ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ସୁନାଚେନ୍‌ ଛିଡାଇ ଆଣିବା ଭଳି କୁପ୍ରରୋଚନା ଦେଇଥିବାରୁ ଶେଷରେ ଗିରଫ ହୋଇଛନ୍ତି। ବାଲାରି ଜିଲାର ହୁବିନା ହଡାଗଳି ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। କୁମ୍ବାଲଗୋଡୁର ବାସିନ୍ଦା ଏହି ମହିଳା ଜଣକ ବଦଖର୍ଚ୍ଚ କରି ବେଶ୍‌ ଅୟସରେ ...

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

ଆଜିର ଅର୍ଥନୀତି/ବାସ୍ତବ ଆହ୍ବାନ

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କର ଏକ ବୃହତ୍‌ ନୀତିଗତ ପଦକ୍ଷେପ ସ୍ବରୂପ ତିନୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଯୋଡ଼ି ଭାରତର ତୃତୀୟ ବୃହତ୍ତମ ବ୍ୟାଙ୍କ କରିବା ଲାଗି ସୋମବାର ଘୋଷଣା କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା (ବିଓବି), ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ। ୨୦୧୮ ମାର୍ଚ୍ଚ ମାସର ତଥ୍ୟ ଅନୁସାରେ ଏହି ସମ୍ମିଳିତ ବ୍ୟାଙ୍କର ବଜାର ଅଂଶ ହେଉଛି ଜମା କ୍ଷେତ୍ରରେ ୭.୨ ପ୍ରତିଶତ ଓ ଋଣ ପ୍ରଦାନ କ୍ଷେତ୍ରରେ ୬.୮ ପ୍ରତିଶତ। ଫଳରେ ଜମା କ୍ଷେତ୍ରରେ ଏହା ଦେଶର ଦ୍ୱିତୀୟ ଏବଂ ଋଣ ପ୍ରଦାନ କ୍ଷେତ୍ରରେ ତୃତୀୟ ବୃହତ୍ତମ ବ୍ୟାଙ୍କରେ ପରିଣତ ହେବ। ପୁଣି ଏହି ମିଶ୍ରିତ ବ୍ୟାଙ୍କର ସାରା ଦେଶରେ ପ୍ରାୟ ୯୫୦୦ ଶାଖା ଥିବାରୁ ଏ କ୍ଷେତ୍ରରେ ଏ...

ପାକିସ୍ତାନର ଭବିଷ୍ୟତ

ପାକିସ୍ତାନର ଭବିଷ୍ୟତ

ଶରତ ଚନ୍ଦ୍ର ମିଶ୍ର

ଆନ୍ତର୍ଜାତିକ ମାନଦଣ୍ଡ, ଆୟତନ ଓ ଲୋକସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ଏକ ମଧ୍ୟମବର୍ଗର ବିକାଶଶୀଳ ରାଷ୍ଟ୍ର। ଏହାର ମାନବ ସମ୍ପଦ ସୁଗଠିତ, ବଳବାନ୍‌ ଓ ଦେଶ ଉତ୍ତମମାନର ସୈନିକ, ଚାଷୀ ଓ କାରିଗରରେ ଭରପୂର। ପଞ୍ଜାବ ପ୍ରଦେଶରେ ଜଳସେଚିତ ଜମି, ସିନ୍ଧୁନଦୀ ଓ ତାହାର ଶାଖାନଦୀ, ବେଲୁଚିସ୍ତାନର ଖଣିଜ ସମ୍ପଦ ଓ ପ୍ରାକୃତିକ ଗ୍ୟାସ, ଉତ୍ତରାଞ୍ଚଳର ପ୍ରାକୃତିକ ଦୃଶ୍ୟ, ଗିରିଶୃଙ୍ଗ, କରାଚୀର ବ୍ୟବସାୟିକ ପରମ୍ପରା, ଆରବ ସାଗର ସନ୍ନିହିତ ସୁଦୀର୍ଘ ଉପକୂଳର ଅବସ୍ଥିତି ହେତୁ ପାକିସ୍ତାନ ଏକ ସମୃଦ୍ଧିଶାଳୀ ଓ ଆକର୍ଷଣୀୟ ରାଷ୍ଟ୍ର ହେବାର ସମସ୍ତ ଉପାଦାନ ପ୍ରାପ୍ତ ହୋଇଛି। ବାଂଲାଦେଶ ମୁକ୍ତିଯୁଦ୍ଧ (୧୯୭୧)ରେ ଦେଶ ଦ୍ୱିଖଣ୍ଡିତ ହେବା ପର୍ଯ୍ୟନ୍ତ, ପାକିସ୍ତାନ ବିଶ୍ୱର ...

ଶହୀଦ ଇମାମ ହୁସେନ

ଶହୀଦ ଇମାମ ହୁସେନ

ଇଂ. ରୌଶନ ଖାନ୍‌

ମାନବିକତାର ସୁରକ୍ଷା ପାଇଁ ଯେଉଁମାନେ ଈଶ୍ୱରଙ୍କ ପଥରେ ଜୀବନ ଉତ୍ସର୍ଗ କରନ୍ତି ଓ ଦେଶମାତୃକାକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧ କରି ପ୍ରାଣବଳି ଦେଇଥାନ୍ତି, ସେମାନଙ୍କୁ ‘ଶହୀଦ’ କୁହାଯାଏ। ସେହିପରି ଜଣେ ଦେବପୁରୁଷ ଥିଲେ ହଜରତ ଇମାମ୍‌ ହୁସେନ। ସେ ଇରାକର କରବଲା ମୈଦାନରେ ଯୁଦ୍ଧ କରି ୬୧ ହିଜିରିି ମହରମ ୧୦ ଦିନ ଶହୀଦ ହୋଇଥିଲେ। ସେ ହେଉଛନ୍ତି ହଜରତ ମହମ୍ମଦଙ୍କ ନାତି ଓ ଚତୁର୍ଥ ଖଲିଫା ହଜରତ ଅଲ୍ଲିଙ୍କ ପୁତ୍ର।...

ଏଇ ଭାରତରେ

ଏଇ ଭାରତରେ

କୌଣସି ବ୍ୟକ୍ତିକୁ ଶାରୀରିକ ନିର୍ଯାତନା ଦେଲେ ତାହାର ପରିଣତି ଭୋଗିବାକୁ ପଡ଼େ। ଜଣେ ୫୦ବର୍ଷୀୟ ମହିଳାଙ୍କୁ ତାଙ୍କ ଭାଇ ଓ ଭାଉଜ ୨ବର୍ଷ ଧରି ଘରେ ଅଟକ ରଖିବା ସହିତ ଭୋକ ଉପାସରେ ବଞ୍ଚତ୍ବାକୁ ଦେଉଥିଲେ। ଏହାର ପରିଣାମ ସ୍ବରପ ୨ଜଣଙ୍କୁ ଗିରଫ ,...

ଓମେଗା-୩ ଓ ମିଥ୍ୟା ପ୍ରଚାର

ଓମେଗା-୩ ଓ ମିଥ୍ୟା ପ୍ରଚାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରତି କିଛି ବର୍ଷ ବ୍ୟବଧାନରେ ଗୋଟିଏ କମ୍ପାନୀ ତା’ର ମାର୍କେଟିଂ ରଣକୌଶଳ ହିସାବରେ ପ୍ରଚାର କରେ ଯେ ଏକ ନୂତନ ସୁପରଫୁଡ୍‌ ଜନ୍ମଲାଭ କରିଛି। ବର୍ତ୍ତମାନ ବହୁ ବିଜ୍ଞାପିତ ସେପରି ଏକ ସୁପରଫୁଡ୍‌ ହେଉଛି Matcha tea ବା ମାଚା ଚା, ଯାହା ମେଦବହୁଳତା, ଡାଇବେଟିସ୍‌, ଆଣ୍ଠୁଗଣ୍ଠି ବାତ ପ୍ରଭୃତି ସବୁ ସମସ୍ୟାର ସମାଧାନ କରିପାରୁଛି ବୋଲି କୁହାଯାଉଛି। ଏହା କିନୁଆ, ଚିଆ ମଞ୍ଜି, ଲେହ କୋଳି, ବ୍ରାଜିଲ ନଟ୍‌, ବ୍ଲୁବେରୀ, ହଳଦୀ, ସ୍ପିରୁଲିନା, ଗୋଜି ବେରୀ, କଳା ଚକୋଲେଟ୍‌, ରେଡ୍‌ ଓ୍ବା...

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଡ. ସୁବାସ ଚନ୍ଦ୍ର ପାତ୍ର

ପ୍ରଖ୍ୟାତ ଇଂରେଜୀ କବି ଜନ୍‌ ଡନ୍‌ଙ୍କର ଏକ କବିତା ଅଛି- ‘କାହା ପାଇଁ ବାଜେ ଏ ଘଣ୍ଟା’। କୌଣସି ମଣିଷର ମୃତ୍ୟୁର ସୂଚନା ହିସାବରେ ବାଜୁଥିବା ଗୀର୍ଜାର ଘଣ୍ଟା ପ୍ରସଙ୍ଗରେ କୁହାଯାଇଛି ଯେ, ଏ ଘଣ୍ଟା ଯାହା ପାଇଁ ବି ବାଜୁନା କାହିଁକି ମନେରଖ ଏ ଘଣ୍ଟା ତୁମ ପାଇଁ ହିଁ ବାଜୁଛି, କାରଣ ତାଙ୍କ ମୃତ୍ୟୁଠୁ ତୁମ ମୃତ୍ୟୁ ବେଶି ଦୂର ନୁହେଁ। ଗୀର୍ଜାର ଘଣ୍ଟା ପରି ଆମ କଲେଜଗୁଡ଼ିକରେ...

ଧର୍ମ ଜୀବନର ରକ୍ଷାକବଚ

ଧର୍ମ ଜୀବନର ରକ୍ଷାକବଚ

ଶିବରାମ ଶତପଥୀ

ଗୀତାରେ ଅଛି, ‘ସ୍ବଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍‌।’ ଅର୍ଥାତ୍‌ କରିଥିବା ସାମାନ୍ୟତମ ଧର୍ମ ମଧ୍ୟ ସମୟ ପଡ଼ିଲେ ପ୍ରାଣୀକୁ ବଡ଼ ଭୟ (ମୃତ୍ୟୁଭୟ)ରୁ ରକ୍ଷାକରେ। ତେବେ ଏହି ଧର୍ମ କ’ଣ? ମହାଭାରତ ବନପର୍ବରେ ଯକ୍ଷ (ଛଦ୍ମବେଶୀ ଧର୍ମ)ଙ୍କ ପ୍ରଶ୍ନ (କଃ ପନ୍ଥାଃ)ର ଉତ୍ତରରେ ଯୁଧିଷ୍ଠିର କହିଥିଲେ- ନାନା ମୁନିଙ୍କର ନାନା ମତ। ସେହିପରି ବେଦ ମଧ୍ୟ ଗୋଟିଏ ନୁହେଁ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ...

ଏଇ ଭାରତରେ

ଏଇ ଭାରତରେ

ଅପରାଧୀଙ୍କୁ କାବୁ କରିବାକୁ ପୋଲିସ କର୍ମଚାରୀଙ୍କୁ ନୂଆ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ବିଶେଷକରି ମହିଳା କର୍ମଚାରୀଙ୍କୁ ଏନେଇ ସ୍ବତନ୍ତ୍ର ତାଲିମ୍‌ ପ୍ରଦାନ କରାଯାଉଛି। କିପରି କମ୍‌ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ କୋର୍ଟକୁ ଏସ୍‌କର୍ଟ କରି ...