ସମ୍ପାଦକୀୟ |

ପାନ, ପାଉଁରୁଟି ଓ ବାନାମ୍ବର

ପାନ, ପାଉଁରୁଟି ଓ ବାନାମ୍ବର
ଅଞ୍ଜନ ଚାନ୍ଦ କଥାଟି ଖଟିରୁ ଶୁଣିଥିଲି। କେଉଁ ଅଜଣା ଅତୀତର ଜଣେ ବିଚକ୍ଷଣ ଲୋକ ବାନାମ୍ବର ମହାପାତ୍ର, ତାଙ୍କ ଚତୁରତାର କଥା। ଆଜିପରି ସେତେବେଳେ ବି ସହରର ଜନସଂଖ୍ୟା ବଢୁଥାଏ। ଚାରିପଟରେ ଥିବା ଅପନ୍ତରା ଆଡକୁ ସହର ଯାଦୁ ପରି ମାଡିଯାଉଥାଏ। ନୂଆ ରାସ୍ତା, ନୂଆ ଛକ, ଛକରେ ଚା, ପାନ, ଭୁସାମାଲ୍‌ ଦୋକାନ। କାଠଗୁମୁଟି ଅବା ପଲାଘର ଭିତରେ ବେପାର ଜମୁଥାଏ। ସେମିତି ଗୋଟେ ନୂଆଛକରେ ଅବସର ବେଳରେ ଆଡ୍ଡା ମାରୁଥାନ୍ତି ବାନାମ୍ବର। ପୁରୁଣା ଖଟି ଗୋଲେଇ ଛକକୁ ଯାଉ ନ ଥାନ୍ତି। ମାସେ ଖଣ୍ଡେ ପରେ ଯେଉଁଦିନ ସେ ସେଠାକୁ ଗଲେ ସେଦିନ ବୋଧହୁଏ ତାଙ୍କ ବେଳା ଭଲ ନ ଥିଲା। ଛାର ଗୋଟେ ଟୋକା ପାନଦୋକାନୀ ପବନା ଦଳେ ଗରାଖଙ୍କ ଆଗରେ ତାଙ୍କୁ ଯା’ଇଚ୍ଛା ତା’ ଶୋଧି ଦେଇଗଲା। ବାକି ଖାତା ଦେଖାଇ କହିଲା- ସବୁଦିନ ଆସି ବୋଦା ପରି ପାନ ଚୋବାଉଥିଲ, ଏ ଉଧାର ଟଙ୍କା ଶୁଝିବ କିଏ? ଗାଳି ଶୁଣି ବି ବାନାମ୍ବର କିଛି କହିଲେ ନାହିଁ। ପକେଟରୁ ପର୍ସ କାଢି ବାକିଟଙ୍କା ଶୁଝିଦେଲେ। ବଳକା କୋଡିଏ ଟଙ୍କା ଖାତାରେ ଆଡଭାନ୍ସ ଲେଖିଦେବାକୁ କହିଲେ। ଦୋକାନୀ ଖୁସି ହୋଇଗଲା। ଲୋକମାନେ ତାଙ୍କ ସାଧୁପଣକୁ ପ୍ରଶଂସା କଲେ। କିନ୍ତୁ ପବନା ତାଙ୍କୁ ଯେଉଁ ବୋଦା ବୋଲି କହି ଗାଳି ଦେଇଥିଲା ସେଇଟା ତାଙ୍କ ଛାତି ଭିତରେ କଣ୍ଟା ପରି ଲାଖିଯାଇ କିଛି ଗୋଟେ ଯେ କୂଟଚକ୍ରାନ୍ତ କରୁଛି, ସେ କଥା କେହି ଜାଣିପାରିଲେ ନାହିଁ। ଏବେ ବାନାମ୍ବର ସବୁଦିନ ପବନାର ପାନଦୋକାନକୁ ଯାଆନ୍ତି। ଦୋକାନରେ ବସି ପାନ ଖାଆନ୍ତି। ଛକରେ ଘୂରି ବୁଲୁଥିବା ଗୋଟେ ବୋଦାକୁ ପାଖକୁ ଡାକନ୍ତି। ବାସନା ମସଲାଦିଆ ପାନ ଖଣ୍ଡେ ବନାଇ ତା’ ପାଟିରେ ଗୁଞ୍ଜି ଦିଅନ୍ତି। ସେ ଖୁସିରେ ପାନ ଚୋବାଇ ଆଗକୁ ଚାଲିଯାଏ। ଏମିତି କିଛିଦିନ ପରେ ବାନାମ୍ବର ଆଉ ସେଠାକୁ ଗଲେନାହିଁ। ନୂଆ ଛକରେ ବସି ପାନ ଖାଇଲେ। ବୋଦା କିନ୍ତୁ ଠିକ୍‌ ବେଳରେ ପବନାର ଦୋକାନ ପାଖରେ ପହଞ୍ଚିଗଲା। ପାନ ପାଇଁ ଦୋକାନକୁ ମୁହଁ ବଢାଇଲା। ଆଗରେ ଠିଆ ହୋଇଥିବା ଗରାଖମାନଙ୍କୁ ମୁଣ୍ଡିଆ ମାରିଲା। ସେମାନେ ପବନା ଉପରେ ବିଗିଡିଲେ। କହିଲେ- ତାକୁ କ’ଣ ଦବା କଥା ଦଉନୁ କାହିଁକି? ସେ ଆଉ କରିବ କ’ଣ, ଅଗତ୍ୟା ପାନ ଖଣ୍ଡେ ଭାଙ୍ଗି ବୋଦା ମୁହଁରେ ଦେଲା ଏବଂ ସେହିଦିନରୁ ସେ ସବୁଦିନ ତାକୁ ମାଗଣାରେ ପାନ ଖୁଆଇ ଚାଲିଲା। ବାନାମ୍ବର ମହାପାତ୍ର ଆଉ ନାହାନ୍ତି। ସହରରେ ବୋଦା ବି ଦେଖିବାକୁ ମିଳୁନାହାନ୍ତି। ଯେଉଁ କେତୋଟି ଅବଶିଷ୍ଟ ଥିଲେ କୁଶଳୀ କଂସେଇମାନେ କୌଶଳରେ ସେଗୁଡିକୁ ମାଂସାଶୀ ମଣିଷଙ୍କ ପେଟରେ ପୂରାଇ ଦେଇଛନ୍ତି। ଜଣେ କବିବନ୍ଧୁଙ୍କ ସହ ରବିବାର ସକାଳେ ଷ୍ଟେଶନ ଛକ ଚା’ ଦୋକାନରେ ଠିଆହୋଇ ସାହିତ୍ୟ କଥା ଗପୁଛି, ହଠାତ୍‌ ଷଣ୍ଢଟିଏ ରାସ୍ତା ଉପରୁ ମାଡିଆସିଲା। ଅସ୍ତ୍ର ପରି ମୁନିଆ ଶିଙ୍ଗ ଦୁଇଟି ହଲାଇ ପଶିଗଲା ଲୋକଙ୍କ ଭିତରେ। ସେମାନେ ଭୟରେ ଛିନ୍ନଛତ୍ର ହୋଇଗଲେ। ଏକୁଟିଆ ଷଣ୍ଢ ଦର୍ପରେ ଠିଆ ହୋଇ ଦୋକାନକୁ ମୁହଁ ବଢାଇଲା। କେବେ ସିନା ଦେଶରେ କାଞ୍ଜିଆହୁଦା ଥିଲା। ଶିବଙ୍କ ବାସୁଆ ଷଣ୍ଢ ବୁଲିବାକୁ ଆସି ହୁଦାରେ ପଶିଥିଲା। ତାକୁ ମୁକୁଳାଇବାକୁ ଯାଇ ଶିବ ହଟହଟା ହୋଇଥିଲେ। ଏବେ ତ କାଞ୍ଜିଆହୁଦା କେବଳ ଶବ୍ଦଟିଏ ହୋଇ କୋଷ ଭିତରେ ପଡିଛି। ସହରରେ ଗୋରୁ, ଷଣ୍ଢଙ୍କ ଉପଦ୍ରବ ବଢିଛି। ରାସ୍ତାରେ ଦଳ ଦଳ ଶୋଇ ସେମାନେ ପାକୁଳି କରୁଛନ୍ତି। ଭୋକ ହେଲେ ବଜାରରେ ପଶୁଛନ୍ତି। ଦୋକାନରେ ପଶି କଦଳୀ କାନ୍ଦି ଚୋବାଇ ଦେଉଛନ୍ତି। ଗାଡିରୁ ପରିବା ବ୍ୟାଗ୍‌ ଟାଣି ନେଉଛନ୍ତି। ପ୍ରଶାସନ କେବଳ ମଣିଷ ପାଇଁ। ସେମାନଙ୍କୁ ଶାସନ କରିବାକୁ କେହି ନାହିଁ। ଷଣ୍ଢ ପୁଣି ଦେବ ଦେବ ମହାଦେବଙ୍କ ବାହନ। ତାକୁ ଯଦି କିଏ ମାରିବାକୁ ବାଡି ଉଞ୍ଚାଇଲା ତ ଧାର୍ମିକ ପ୍ରବର କେହି ଜଣେ କହିବ- ପାପିଷ୍ଠକୁ ଧର୍ମ ଛାଡିଗଲାଣି। ଏବେ ସେମିତି ଗୋଟେ ଷଣ୍ଢ ଚା’ଦୋକାନ ଆଗରେ ଉଭା। ତା’ ଭୟରେ ଗରାଖମାନେ ଦୋକାନ ପାଖକୁ ଯାଇପାରୁ ନାହାନ୍ତି। ତେଣେ ଚା’ କରିସାରି ଦୋକାନୀ ବିଚରା ହୁସ୍‌ହାସ୍‌ ହୋଇ ହାତ ଝାଡୁଛି। ପାଣି ଟିକେ ନେଇ ତା’ ଉପରକୁ ଫିଙ୍ଗୁଛି। କିନ୍ତୁ ଷଣ୍ଢର ଏକା ଜିଦ୍‌ ସେ ଦୋକାନ ଛାଡି ଯିବନି। କାହିଁକି ଯିବନି? କ’ଣ ତା’ର ମତଲବ? ଦୋକାନୀ ପାଖରୁ କିଛି ପାଉଣା ବାକି ଅଛି କି? ସେଇଠୁ ଅସଲ କଥାଟି ଜଣାପଡିଲା। କେହି ଜଣେ ଧାର୍ମିକ ପୁରୁଷ ଗତକାଲି ଚା’ ଦୋକାନକୁ ଆସିଥିଲେ। ଦୋକାନରୁ ପାଉଁରୁଟି କିଣି ଷଣ୍ଢକୁ ଆଦରରେ ଖୁଆଇ ମୁଣ୍ଡିଆ ମାରିଥିଲେ। ଆଜି ସେ ନାହାନ୍ତି ଅଥଚ ଷଣ୍ଢ ମହାପ୍ରଭୁ ପାଉଁରୁଟି ଖାଇବାକୁ ହାଜର ହୋଇଛନ୍ତି। ମୁଁ ଭାବିଲି, ବାନାମ୍ବର ମହାପାତ୍ରଙ୍କର ପୁନର୍ଜନ୍ମ ଘଟିଲା କି! ଅଙ୍ଗାରଗାଡ଼ିଆ, ବାଲେଶ୍ୱର, ମୋ:୯୪୩୭୨୯୬୮୬୪
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସାଧାରଣ ନିର୍ବାଚନ ପ୍ରାୟ ୫ ମାସ ଥିବାବେଳେ ଏବେଠାରୁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଲାଣି। କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରକୁ ଟକ୍କରଦେବା ଲାଗି ବିରୋଧୀ ଦଳଗୁଡ଼ିକ ଡିସେମ୍ବର ୧୦ରେ ନୂଆଦିଲ୍ଲୀଠାରେ ଏକତ୍ରିତ ହୋଇଛନ୍ତି। ବିଜୁ ଜନତା ଦଳ (ବିଜେଡି), ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି)କୁ ଛାଡ଼ିଦେଲେ ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ନେତୃତ୍ୱରେ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ଏଭଳି ସମୟରେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି) ସଭାପତି ଉପେନ୍ଦ୍ର କୁଶ୍‌ଓ୍ବାହା ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ଭାଜପା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମୋଦି ସରକାର ତାଙ୍କୁ ଧୋକାଦେବା ସହ ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିବାରେ ଅସମର୍ଥ ହେବାରୁ ଇସ୍ତଫା...

 ଆଜିର ଯୁବବର୍ଗ କ୍ରୋଧିତ କାହଁକି

ଆଜିର ଯୁବବର୍ଗ କ୍ରୋଧିତ କାହଁକି

ସହଦେବ ସାହୁ

ଭାରତ ଏକ ପ୍ରାଚୀନ ସଭ୍ୟତା କିନ୍ତୁ ଏକ ଯୁବରାଷ୍ଟ୍ର। ଚାଇନା ବି ଏକ ପ୍ରାଚୀନ ସଭ୍ୟତା, କିନ୍ତୁ ସେଠାକାର କମ୍ୟୁନିଷ୍ଟ ସରକାର ପରିବାର ନିୟନ୍ତ୍ରଣ କଡ଼ାକଡ଼ି ଲାଗୁ କରିଥିବାରୁ ତାହାର ଜନସଂଖ୍ୟାରେ ବୃଦ୍ଧଙ୍କ ସଂଖ୍ୟା କାଳକ୍ରମେ ବଢ଼ିଚାଲିଲା। ଚାଇନାରେ କାମିକା ଲୋକ (୨୦ରୁ ୫୦ ବର୍ଷ)ଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୨ରେ ଦେଶରେ କାମକରିପାରିବା ଲୋକଙ୍କ ସଂଖ୍ୟା ୩୦ ଲକ୍ଷ କମିଯିବା ଦେଖି ଚାଇନା ସରକାର ଚିନ୍ତିତ ହୋଇପଡ଼ିଲେ। ଏ ଦୃଷ୍ଟିରୁ ଭାରତ ଉତ୍ତମ ସ୍ଥିତିରେ ଅଛି ବୋଲି ବିଲାତର ପ୍ରସିଦ୍ଧ ପତ୍ରିକା ‘ଦି ଇକୋ...

ଦେଶ, ରାଜନୀତି ଓ ଆଜିର ଶିକ୍ଷା

ଦେଶ, ରାଜନୀତି ଓ ଆଜିର ଶିକ୍ଷା


ଡ. ଶରତ ଚନ୍ଦ୍ର ରଥ

ଦେଶର ଅଛି ଅର୍ଥ ସମସ୍ୟା। ଅତୀତରେ ସମସ୍ୟା ଥିଲା ଆଜି ମଧ୍ୟ ଅଛି। ପ୍ରଥମେ ସମସ୍ୟାଗୁଡ଼ିକର ତାଲିକା କରିବା ଦରକାର। ତା’ପରେ ସମାଧାନର ସୂତ୍ର ବିଷୟରେ ଚିନ୍ତା, ଆଲୋଚନା ଓ ପଦକ୍ଷେପ ଗ୍ରହଣର ବ୍ୟବସ୍ଥା। ଯେହେତୁ ଆଜିକାଲି ସମସ୍ତ କ୍ଷମତା ରାଜନେତାମାନଙ୍କ ହାତରେ ଠୁଳ, ସେମାନଙ୍କର ଏସବୁ ସର୍ବାଦୌ କରଣୀୟ। ସେମାନଙ୍କୁ ବୁଦ୍ଧିଜୀବୀମାନେ ସହଯୋଗ କରିପାରନ୍ତି।...

ଏଇ ଭାରତରେ

ଏଇ ଭାରତରେ

ସବୁ ମାତାପିତା ପରିଣତ ବୟସରେ ପୁତ୍ର  ସନ୍ତାନର ମୁହଁ ଦେଖି ଖୁସି ହୁଅନ୍ତି। କିନ୍ତୁ ଯେଉଁ ମାତାପିତା ଏହି ସୁଖରୁ ବଞ୍ଚତ୍ତ ସେମାନେ ଦୁଃଖ ଅନୁଭବ କରନ୍ତି। ଏହି ପରିସ୍ଥିତିର ସାମ୍‌ନା କରିଛନ୍ତି ୬୨ବର୍ଷର ଜଣେ ମହିଳା। ଗୁଜରାଟର ସୁରତ ନଗରୀରେ ବାସ କରୁଥିବା ମଧୁବେନ ଗେହଲଟ୍‌ ନାମ୍ନୀ ଏହି ମହିଳା ୬୨ବର୍ଷ ...

ପିଲାଙ୍କ ବସ୍ତାନି ବୋଝ

ପିଲାଙ୍କ ବସ୍ତାନି ବୋଝ

ପିଲାଙ୍କ ସ୍କୁଲ ବ୍ୟାଗ୍‌ ନିଜ ଓଜନଠାରୁ ଅଧିକ ହୋଇଯାଉଥିବାରୁ ନିକଟରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନୂଆକରି ସ୍କୁଲ ଯାଉଥିବା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ହୋମ୍‌ୱାର୍କ ଦେଇ ଚାପଗ୍ରସ୍ତ କରାଯାଉଛି। ତେଣୁ ଏ ଦିଗରେ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ପରେ କେନ୍ଦ୍ର ସରକାର ତପତ୍ର ହୋଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଖୁବ୍‌ଶୀଘ୍ର ଏ ନେଇ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି।

ମିଛୁଆ ବନ ବିଭାଗ

ମିଛୁଆ ବନ ବିଭାଗ

ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ‘ମହାବୀର’ ମୃତ୍ୟୁ ଘଟଣା ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ନଭେମ୍ବର ୧୪ରେ ତା’ ମୃତଦେହ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। 

ଭୂଲୁଣ୍ଠିତ ମାନବାଧିକାର

ଭୂଲୁଣ୍ଠିତ ମାନବାଧିକାର

ଆଜି ତମାମ ବିଶ୍ୱରେ ୭୦ତମ ମାନବାଧିକାର ଦିବସ ପାଳନ ହେଉଛି। ୧୯୪୮ ଡିସେମ୍ବର ୧୦ ତାରିଖ ଆଜିର ଦିନରେ ଜାତିସଂଘ ବିଶ୍ୱବାସୀଙ୍କ କଲ୍ୟାଣ ନିମନ୍ତେ ଅର୍ପଣ କରିଥିଲା ଐତିହାସିକ ସାର୍ବଜନୀନ ବିଶ୍ୱ ମାନବାଧିକାର ଘୋଷଣାପତ୍ର। 

ବାକ୍‌ ସ୍ବାଧୀନତା

ବାକ୍‌ ସ୍ବାଧୀନତା

ଆକାର ପଟେଲ

ଆକ୍ରମଣାତ୍ମକ ବକ୍ତବ୍ୟକୁ ନେଇ ପ୍ରତିକ୍ରିୟାହୀନ ରହୁଥିବା ଦେଶଗୁଡ଼ିକ ପ୍ରାୟତଃ ଉନ୍ନତି କରିବାର ସମ୍ଭାବନା ଅଧିକ ଥାଏ। ପ୍ରତିବର୍ଷ ମାନବ ସ୍ବାଧୀନତା ସୂଚକାଙ୍କ (ହ୍ୟୁମାନ୍‌ ଫ୍ରିଡମ୍‌ ଇଣ୍ଡେକ୍ସ)ର ଆକଳନ କରୁଥିବା କାଟୋ ଇନ୍‌ଷ୍ଟିଚ୍ୟୁଟ୍‌ ଏ ଦିଗରେ ସବୁଠୁ ମୁକ୍ତ ବା ସ୍ବାଧୀନ ଦେଶରୂପେ ସ୍ବିଜରଲାଣ୍ଡ, ନ୍ୟୁଜିଲାଣ୍ଡ, ଫିନ୍‌ଲାଣ୍ଡ, ନର୍‌ଓ୍ବେ, ଡେନ୍‌ମାର୍କ, ନେଦରଲାଣ୍ଡ ଓ ଇଂଲଣ୍ଡକୁ ବିବେଚନା କରିଛି। 

ଯେବେ ହିସାବ ମାଗିବେ ଈଶ୍ୱର

ଯେବେ ହିସାବ ମାଗିବେ ଈଶ୍ୱର

ପ୍ରକାଶ ତ୍ରିପାଠୀ

ବିଳାସପୂର୍ଣ୍ଣ ସ୍କୋଡା କାରଟିଏ ଗୁରୁଗାଓଁସ୍ଥିତ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଦ ଆର୍ଥ ସାଭିୟର୍ସ ଫାଉଣ୍ଡେଶନ’ ସମ୍ମୁଖରେ ଅଟକିଲା। କାରରୁ ଓହ୍ଲାଇଲେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଓ ତାଙ୍କ ମା’।

ଅର୍ଥନୀତିର ଦିଗ୍‌ଦର୍ଶକ

ଅର୍ଥନୀତିର ଦିଗ୍‌ଦର୍ଶକ

ଭାରତୀୟ ଅର୍ଥନୀତିକୁ ଦିଗ୍‌ଦର୍ଶନ ଦେବାରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ)ଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ଏହି ପଦବୀରେ ଅବସ୍ଥାପିତ ବ୍ୟକ୍ତି ଅର୍ଥ, ବେପାର ବାଣିଜ୍ୟ  ଏବଂ ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ସରକାରଙ୍କୁ ଉପଦେଶ ଦେଇଥାଆନ୍ତି।

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ କେବଳ ସ୍ତ୍ରୀମାନେ ନିର୍ଯାତିତ ହୁଅନ୍ତି ନାହିଁ ବରଂ କେତେକ ସ୍ତ୍ରୀ ମଧ୍ୟ ତାଙ୍କ ସ୍ବାମୀଙ୍କୁ ନିର୍ଯାତନା ଦେଇଥାଆନ୍ତି। ଏଥିପାଇଁ ଆମ ଓଡିଶାରେ ମହିଳା କମିଶନ୍‌ ଭଳି ପୁରୁଷ କମିଶନ୍‌ ଗଠନ ପାଇଁ କେତେକ ବ୍ୟକ୍ତି ଓ ସଂଗଠନ ଦାବି କରି ଆସୁଛନ୍ତି। ନିର୍ଯାତିତ ମହିଳାଙ୍କ ସ୍ବର ସମସ୍ତଙ୍କୁ ଶୁଭୁଥିବା ବେଳେ ସ୍ତ୍ରୀ ନିର୍ଯାତିତ ସ୍ବାମୀଙ୍କ ସ୍ବର ପବନରେ ମିଳାଇଯାଏ।  ନିର୍ଯାତିତ ପୁରୁଷ ନିଜ ମନକଥା କେବଳ ମନରେ ହିଁ ମାରିଥାଏ। 

ସ୍ବଚ୍ଛତା ଭେଳିକି

ସ୍ବଚ୍ଛତା ଭେଳିକି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ ଅଧିକାଂଶ କେନ୍ଦ୍ର ସରକାରୀ ଓ୍ବେବ୍‌ସାଇଟ୍‌ ନିଜ ଆଡ଼ୁ ଜନସୂଚନା ପ୍ରକାଶ କରୁନାହାନ୍ତି, ଯାହା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନୁଯାୟୀ ଏକ ବାଧ୍ୟତାମୂଳକ ବ୍ୟବସ୍ଥା। ସିଆଇସିଙ୍କ ଏହି ଅଧ୍ୟୟନରୁ ସ୍ବତଃ ପ୍ରମାଣିତ ଯେ, ସ୍ବଚ୍ଛତା କଥା ମୁହଁରେ କହୁଥିଲେ ମଧ୍ୟ ମୋଦି ସରକାର ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ସାଧାରଣରେ ଯେଉଁ ଅଭିଯୋଗ ଆସୁଛି, ତାହା ସତ୍ୟ। ପୂର୍ବତନ ମୁଖ୍ୟ ସୂଚନା କମିଶନର ଏ.ଏନ୍‌. ତିଓ୍ବାରୀ ଓ...