ବାଣିଜ୍ୟ |

୨,୦୦୦ ଟଙ୍କିଆ ନୋଟ୍‌କୁ ନିୟନ୍ତ୍ରଣ କରୁଛି ଆର୍‌ବିଆଇ

୨,୦୦୦ ଟଙ୍କିଆ ନୋଟ୍‌କୁ ନିୟନ୍ତ୍ରଣ କରୁଛି ଆର୍‌ବିଆଇ

ନୂଆଦିଲ୍ଲୀ,୨୦-୧୨(ପି.ଟି.)
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ହୁଏତ ୨,୦୦୦ ଟଙ୍କିଆ ନୋଟ୍‌କୁ ନିୟନ୍ତ୍ରଣ କରୁଛି କିମ୍ବା ଏହି ଉଚ୍ଚ ମୂଲ୍ୟାଙ୍କ ନୋଟ୍‌ର ଛପା ବନ୍ଦ କରି ଦେଇଛି। ଏସ୍‌ବିଆଇ ରସର୍ଚ୍ଚ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।
ରିପୋର୍ଟ ଅନୁସାରେ ଡିସେମ୍ବର ୮ ସୁଦ୍ଧା ବଜାରରେ ଉପଲବ୍ଧ ଥିବା ଉଚ୍ଚ ମୂଲ୍ୟାଙ୍କଯୁକ୍ତ(୫୦୦ ଏବଂ ୨,୦୦୦ ଟଙ୍କିଆ) ନୋଟ୍‌ର ପରିମାଣ ୧୩,୩୨୪ ବିଲିୟନ ଟଙ୍କା ଥିଲା। ଅନ୍ୟପକ୍ଷରେ, ଅର୍ଥ ମନ୍ତ୍ରଣାଳୟ କିଛି ଦିନ ତଳେ ଲୋକ ସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ ଆର୍‌ବିଆଇ ଡିସେମ୍ବର ୮ ସୁଦ୍ଧା ୧୬,୯୫୭ ନିୟୁତ ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଏବଂ ୩,୬୫୪ ନିୟୁତ ଖଣ୍ଡ ୨,୦୦୦ ଟଙ୍କିଆ ନୋଟ୍‌ ଛାପିଛି। ଏହି ନୋଟ୍‌ଗୁଡିକର ମୂଲ୍ୟ ୧୫,୭୮୭ ବିଲିୟନ ଟଙ୍କା। ତେବେ ଏପଟେ ବଜାରରେ ୧୩,୩୨୪ ବିଲିୟନ ଟଙ୍କାର ଉଚ୍ଚ ମୂଲ୍ୟାଙ୍କ ନୋଟ୍‌ ପ୍ରଚଳନ ଅଛି କିନ୍ତୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୧୫,୭୮୭ ବିଲିୟନ ଟଙ୍କା ମୂଲ୍ୟର ନୋଟ୍‌ ଛପା ହୋଇଛି। ଏହା ମଧ୍ୟରେ ପ୍ରଭେଦ ରହୁଛି ୨,୪୬୩ ବିଲିୟନ ଟଙ୍କା । ଏହାର ଅର୍ଥ ୨,୪୬୩ ବିଲିୟନ ଟଙ୍କା ମୂଲ୍ୟର ନୋଟ୍‌ ଆର୍‌ବିଆଇ ଛାପିଥିବାବେଳେ ଏହାକୁ ଯୋଗାଇନାହିଁ। ଏସ୍‌ବିଆଇର ଯୁଗ୍ମ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ସୌମ୍ୟକାନ୍ତି ଘୋଷଙ୍କ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି।

All Right Reserved By

ବାଣିଜ୍ୟ |

୫ ମାସର ସର୍ବନିମ୍ନ ସ୍ତରରେ ସୁନା

୫ ମାସର ସର୍ବନିମ୍ନ ସ୍ତରରେ ସୁନା

ନୂଆଦିଲ୍ଲୀ,୧୮-୭(ପି.ଟି.) ଅନ୍ତର୍ଜାତୀୟ ବଜାର ଦୁର୍ବଳ ରହିବା ସହ ଘରୋଇ ବଜାରରେ ଗହଣା ନିର୍ମାତାଙ୍କ ମଧ୍ୟରେ ଉତ୍ସାହ କମିବା ଫଳରେ ବୁଧବାର ସୁନା ଦର ୫ ମାସର ସର୍ବନିମ୍ନ ସ୍ତରକୁ ଖସିଛି। ୧୦ ଗ୍ରାମ ପିଛା ଏଥିରେ ୨୫୦ ଟଙ୍କା ହ୍ରାସ ଘଟିଛି। ଫଳରେ ଏହା ୩୦,୮୦୦ ଟଙ୍କାକୁ ଖସିଆସିଛି।

ଅଧିକ ବ୍ୟାଙ୍କକୁ ପୁଞ୍ଜି ପ୍ରଦାନ କରିବେ ସରକାର

ଅଧିକ ବ୍ୟାଙ୍କକୁ ପୁଞ୍ଜି ପ୍ରଦାନ କରିବେ ସରକାର

ନୂଆଦିଲ୍ଲୀ, ୧୮-୭(ପି.ଟି): ସରକାର ନିକଟରେ ୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପୁଞ୍ଜି ବ୍ୟବସ୍ଥା କରିବା ପରେ ଅଧିକ ୨ରୁ ୩ ବ୍ୟାଙ୍କକୁ ଏହି ଭଳି ପୁଞ୍ଜି ସହାୟତା ନେଇ ବିଚାର କରୁଛନ୍ତି। ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କଗୁଡିକୁ ଏହି ପୁଞ୍ଜି ପ୍ରଦାନ ପାଇଁ ଅର୍ଥମନ୍ତ୍ରଣାଳୟ ବିଚାର କରୁଥିବା ଜଣାଯାଇଛି।

ୟୁଆଇଡିଏଆଇର ସ୍ପଷ୍ଟୀକରଣ;ଆଧାର ନମ୍ବରର ବିକଳ୍ପ ଭର୍ଚୁଆଲ୍‌ ଆଇଡି

ୟୁଆଇଡିଏଆଇର ସ୍ପଷ୍ଟୀକରଣ;ଆଧାର ନମ୍ବରର ବିକଳ୍ପ ଭର୍ଚୁଆଲ୍‌ ଆଇଡି

ନୂଆଦିଲ୍ଲୀ,୧୮-୭:ଭର୍ଚୁଆଲ୍‌ ଆଇଡି ଓ ୟୁଆଇଡି ଟୋକନ ୧୨ ଟିକିଆ ଆଧାର ନମ୍ବରଠାରୁ ଭିନ୍ନ। ଏହି ଦୁଇ ବ୍ୟବସ୍ଥା ସଦ୍ୟଭାବେ ଲାଗୁ କରାଯାଇଛି। ଆଧାର ନମ୍ବରର ବିକଳ୍ପ ଭାବେ ଏହା କାର୍ଯ୍ୟ କରିବ। ଯେଉଁ ଯେଉଁ ସ୍ଥାନରେ ଆଧାର ନମ୍ବର ଆବଶ୍ୟକ ହେଉଛି ସେଠାରେ ଲୋକମାନେ ଚାହିଁଲେ ଏହି ଭର୍ଚୁଆଲ୍‌ ଆଇଡି ଓ ୟୁଆଇଡି ଟୋକନ ପ୍ରଦାନ କରି ପାରିବେ। ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ଏହି ଦୁଇ ବ୍ୟବସ୍ଥା ନୂତନ ଭାବେ ପ୍ରଚଳନ କରାଯାଇଛି ବୋଲି ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ପକ୍ଷରୁ ପ୍ରକାଶ।

ମହଙ୍ଗା ହେବ ଚିନି: ଆଖୁର ଏଫ୍‌ଆର୍‌ପି ୨୭୫ ଟଙ୍କାକୁ ବୃଦ୍ଧି

ମହଙ୍ଗା ହେବ ଚିନି: ଆଖୁର ଏଫ୍‌ଆର୍‌ପି ୨୭୫ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ, ୧୮-୭ ବର୍ତ୍ତମାନ ଆଖୁର କୁଇଣ୍ଟାଲ୍‌ ପିଛା ଫେୟାର ଆଣ୍ଡ୍‌ ରେମ୍ୟୁନୁରେଟିଭ୍‌ ପ୍ରାଇସ୍‌(ଏଫ୍‌ଆର୍‌ପି) ୨୫୫ ଟଙ୍କା ଥିବା ବେଳେ ଏହାକୁ ସରକାର ୨୭୫ ଟଙ୍କାକୁ ବୃଦ୍ଧି କରିଛନ୍ତି। ଅର୍ଥ ସଂକ୍ରାନ୍ତିୟ କ୍ୟାବିନେଟ୍‌ କମିଟି ବୁଧବାର ଏହାକୁ ମଞ୍ଜୁରୀ ପ୍ରଦାନ କରିଛି।

କଗ୍ନିଜାଣ୍ଟକୁ ଇ-ଟିଗୋର ଯୋଗାଇବ ଟାଟା ମୋଟର୍ସ

କଗ୍ନିଜାଣ୍ଟକୁ ଇ-ଟିଗୋର ଯୋଗାଇବ ଟାଟା ମୋଟର୍ସ

ନୂଆଦିଲ୍ଲୀ, ୧୮-୭(ପି.ଟି): ପ୍ରମୁଖ ଯାନ ନିର୍ମାତା କମ୍ପାନୀ ଟାଟା ମୋଟର୍ସ ଆଇଟି କମ୍ପାନୀ କଗ୍ନିଜାଣ୍ଟକୁ ଇ-ଟିଗୋର ମଡେଲ ଯୋଗାଇବ। କଗ୍ନିଜାଣ୍ଟର ହାଇଦ୍ରାବାଦ ସ୍ଥିତ କ୍ୟାମ୍ପସରେ ଉକ୍ତ ମଡେଲଗୁଡିକୁ ନିୟୋଜିତ କରାଯିବ। ଏଥି ଲାଗି କମ୍ପାନୀ ମୋବିଲିଟି ସଲ୍ୟୁଶନ ସଂସ୍ଥା ଭୋଲରକାର୍‌ସ ସହ ମିଳିତ ହୋଇଛି।

ଶକ୍ତି କ୍ଷେତ୍ର ଲାଗି କୋଇଲାର ଅଭାବ ନାହିଁ:ଗୋୟଲ

ଶକ୍ତି କ୍ଷେତ୍ର ଲାଗି କୋଇଲାର ଅଭାବ ନାହିଁ:ଗୋୟଲ

ନୂଆଦିଲ୍ଲୀ, ୧୮-୭(ପି.ଟି): ଘରୋଇ ବଜାରରେ ଶକ୍ତି କ୍ଷେତ୍ର ଲାଗି କୋଇଲାର କୌଣସି ଅଭାବ ନାହିଁ। ଏପ୍ରିଲ-ଜୁନ ତ୍ରୈମାସରେ କୋଇଲା ଭିତ୍ତିକ ଶକ୍ତି ଉତ୍ପାଦନ ୫.୩% ବଢିଛି। ଲୋକସଭାକୁ ଏକ ଲିଖିତ ଉତ୍ତର ଯୋଗେ କୋଇଲା ମନ୍ତ୍ରୀ ପିୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି।

ଜୁନ ସୁଦ୍ଧା ୨୧,୧୪୨ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ରିଫଣ୍ଡ

ଜୁନ ସୁଦ୍ଧା ୨୧,୧୪୨ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ରିଫଣ୍ଡ

ନୂଆଦିଲ୍ଲୀ, ୧୮-୭(ପି.ଟି): ସରକାର ଚଳିତ ଆର୍ଥତ୍କ ବର୍ଷ ଜୁନ ଶେଷ ସୁଦ୍ଧା ୨୧,୧୪୨ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ରିଫଣ୍ଡ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଏବଂ ସୀମା ଟିକସ ବୋର୍ଡ( ସିବିଆଇସି) ପକ୍ଷରୁ ରପ୍ତାନୀକାରୀଙ୍କ ଲାଗି ଉକ୍ତ ରିଫଣ୍ଡ ପ୍ରଦାନ କରାଯାଇଥିବା ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସି.ଆର୍‌ ଚୌଧୁରୀ ରାଜ୍ୟ ସଭାକୁ ଲିଖିତ ସୂଚନା ଦେଇଛନ୍ତି।

ଦେଶରେ ୨୧୫ ଡାକଘରେ ପାସ୍‌ପୋର୍ଟ ସେବା କେନ୍ଦ୍ର

ଦେଶରେ ୨୧୫ ଡାକଘରେ ପାସ୍‌ପୋର୍ଟ ସେବା କେନ୍ଦ୍ର

ନୂଆଦିଲ୍ଲୀ, ୧୮-୭(ପି.ଟି): ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ୨୧୫ ଡାକଘରେ ବର୍ତ୍ତମାନ ସୁଦ୍ଧା ପାସ୍‌ପୋର୍ଟ ସେବା କେନ୍ଦ୍ର ସ୍ଥାପନ ହୋଇଛି। ଗତ ୪ ବର୍ଷ ମଧ୍ୟରେ ଏହି ସେବା କେନ୍ଦ୍ରଗୁଡିକ ଖୋଲିଛି। ସାଧାରଣ ଲୋକଙ୍କ ନିକଟରେ ଉକ୍ତ ସେବାକୁ ପହଞ୍ଚାଇବା ଲାଗି ସରକାର ବ୍ୟବସ୍ଥା କରିଥିବା ଯୋଗାଯୋଗ ମନ୍ତ୍ରୀ ମନୋଜ ସିହ୍ନା ଲୋକ ସଭାକୁ ସୂଚନା ଦେଇଛନ୍ତି।

ରାଷ୍ଟ୍ରାୟତ୍ତ ଇସ୍ପାତ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ଘୋଷଣା କଲେ ସରକାର

ରାଷ୍ଟ୍ରାୟତ୍ତ ଇସ୍ପାତ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୧୮।୭- ସମସ୍ତ ରାଷ୍ଟ୍ରାୟତ୍ତ ଇସ୍ପାତ ଉଦ୍ୟୋଗ ସଂଘର ସଦସ୍ୟଙ୍କ ସହିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ମିଳିବ ପେନ୍‌ସନ୍‌। ଏମାନଙ୍କୁ ପେନ୍‌ସନ୍‌ ମିଳିବା ନେଇ ଦିଆଯାଇଥିବା ପ୍ରସ୍ତାବକୁ ଇସ୍ପାତ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଦ୍ୱାରା ୯୪,୦୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟରତ କର୍ମଚାରୀ ଏବଂ ୫୬,୦୦୦ ଅବସରପ୍ରାପ୍ତ କର୍ମଚାରୀ ଉପକୃତ ହେବେ।

ପାସେଞ୍ଜର ଭେହିକିଲ୍‌ ମୂଲ୍ୟରେ ବୃଦ୍ଧି ଆଣିବ ଟାଟା ମୋଟର୍ସ

ପାସେଞ୍ଜର ଭେହିକିଲ୍‌ ମୂଲ୍ୟରେ ବୃଦ୍ଧି ଆଣିବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୧୮।୭-ଟାଟା ମୋଟର୍ସ୍‌ ଆସନ୍ତା ଅଗଷ୍ଟରେ ନିଜର ଯାତ୍ରୀବାହୀ ଯାନଗୁଡିକର ମୂଲ୍ୟରେ ୨.୨% ପର୍ଯ୍ୟନ୍ତ ବୃଦ୍ଧି ଆଣିବ। କମ୍ପାନୀ ଚଳିତ ବର୍ଷ ଏପ୍ରିଲରେ ଯାନ ମୂଲ୍ୟରେ ୩% ବୃଦ୍ଧି ଆଣିଥିଲା। ମୂଲ୍ୟରେ ବୃଦ୍ଧି ସୁଦ୍ଧା ଯାନ ବିକ୍ରି ଉପରେ ଏହାର କୌଣସି ପ୍ରଭାବ ପଡି ନ ଥିଲା। କମ୍ପାନୀ ଦର ହ୍ରାସ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି।

ସ୍ବଦେଶୀ ଖଦି, ଫ୍ରୋଜେନ୍‌ ପନିପରିବା ବିକିବ ପତଞ୍ଜଳି

ସ୍ବଦେଶୀ ଖଦି, ଫ୍ରୋଜେନ୍‌ ପନିପରିବା ବିକିବ ପତଞ୍ଜଳି

ନୂଆଦିଲ୍ଲୀ,୧୮।୭-ଏଫ୍‌ଏମ୍‌ସିଜି ବଜାରରେ ନିଜର କାୟା ବିସ୍ତାର ପରେ ଟେଲିକମ୍‌ ସେକ୍ଟରକୁ ପ୍ରବେଶ କରିଥିଲା ବାବା ରାମଦେବଙ୍କ ପତଞ୍ଜଳି। ୧୦,୦୦୦ କୋଟି ଟଙ୍କାର ନିବେଶ ସହିତ ବର୍ତ୍ତମାନ ପନିପରିବା ଏବଂ ଖଦି ବଜାରରେ ପ୍ରବେଶ କରିବାକୁ ଯାଉଛି ଉକ୍ତ କମ୍ପାନୀ।

୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ୧୧,୩୩୬ କୋଟି ପୁଞ୍ଜି ସହାୟତା

୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ୧୧,୩୩୬ କୋଟି ପୁଞ୍ଜି ସହାୟତା

ନୂଆଦିଲ୍ଲୀ,୧୮-୭(ପି.ଟି.) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି), କର୍ପୋରେଶନ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଏବଂ ଆଲ୍ଲାହାବାଦ୍‌ ବ୍ୟାଙ୍କକୁ କେନ୍ଦ୍ର ସରକାର ୧୧,୩୩୬ କୋଟି ଟଙ୍କା ପୁଞ୍ଜି ପ୍ରଦାନ କରିବେ।

Model This Week

ରୂପେଶ