
ନୂଆଦିଲ୍ଲୀ,୨୦-୧୨
ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଫ୍ୟୁଚର୍ ଗ୍ରୁପ୍ର ପ୍ରମୁଖ ହିପର୍ମାର୍କେଟ୍ ଚେନ୍ ବିଗ୍ ବଜାର ପକ୍ଷରୁ ମେଗା ଶପିଂ ଫେଷ୍ଟିଭାଲ୍ ‘ପବ୍ଲିକ୍ ହଲିଡେ ସେଲ୍’ ଆରମ୍ଭ ହେଉଛି। ଚଳିତବର୍ଷ ଏହା ଡିସେମ୍ବର ୨୨ରୁ ୨୫ ପର୍ଯ୍ୟନ୍ତ ଚାଲିବ। ଦେଶରେ ଥିବା ବିଗ୍ ବଜାରର ୨୪୦ରୁ ଊର୍ଦ୍ଧ୍ୱ ଷ୍ଟୋରରେ ଏହାର ଲାଭ ଗ୍ରାହକମାନେ ନେଇପାରିବେ। ଚଳିତବର୍ଷର ପବ୍ଲିକ୍ ହଲିଡେ ସେଲ୍କୁ ସ୍ବତନ୍ତ୍ର କରାଯାଇଛି। ଶପିଂ ଫେଷ୍ଟିଭାଲ ଆରମ୍ଭ ହେବା ପୂର୍ବରୁ ସମସ୍ତ ଗ୍ରାହକଙ୍କୁ ବିଗ୍ ବଜାର ପକ୍ଷରୁ ସେମାନଙ୍କ ଫ୍ୟୁଚର୍ ପେ’ ଓ୍ବାଲେଟ୍ରେ ୧୦୧ ଟଙ୍କା ପ୍ରଦାନ କରାଯିବ। ପବ୍ଲିକ୍ ହଲିଡେ ସେଲ୍ର ଏହି ୪ ଦିନ ମଧ୍ୟରେ ଯେ କୌଣସି କ୍ରୟରେ ଗ୍ରାହକ ଉକ୍ତ ଟଙ୍କାକୁ ବିନିଯୋଗ କରିପାରିବେ। ଯେଉଁ ଗ୍ରାହକଙ୍କର ଫ୍ୟୁଚର୍ ପେ’ ଓ୍ବାଲେଟ୍ ନାହିଁ ସେମାନେ ୮୦୧୦୩୫୦୦୦୦ରେ ମିସ୍ କଲ୍ ଦେଇ ଏହାକୁ ଉପଲବ୍ଧ କରିପାରିବେ। ସଉଦାପତ୍ର, ହୋମ୍ ଫ୍ୟାଶନ୍, ପୋଷାକପତ୍ର, ଇଲେକ୍ଟ୍ରୋନିକ୍ଦ ଉତ୍ପାଦ ସମେତ ବିଭିନ୍ନ ସେଗ୍ମେଣ୍ଟରେ ଗ୍ରାହକ ଏହି ୪ ଦିନରେ ଆକର୍ଷଣୀୟ ଅଫର୍ ପାଇପାରିବେ।
ଡ୍ରାଏ ଫ୍ରୁଟ୍, ଡିନର୍ ସେଟ୍, ଇଲେକ୍ଟ୍ରୋନିକ୍ସ, ଲଗେଜ୍ ଆଦିରେ ଆକର୍ଷଣୀୟ ଅଫର୍ ରହିଛି। ୩,୫୦୦ ତଥା ତଦ୍ଦୂର୍ଦ୍ଧ୍ୱ ମୂଲ୍ୟର ଜିନିଷ କ୍ରୟ କରି ଏସ୍ବିଆଇ କାର୍ଡ ବ୍ୟବହାରକାରୀମାନେ ଅଧିକ ୫%ର ରିହାତି ପାଇପାରିବେ। ମହିଳା, ପୁରୁଷ ଏବଂ ପିଲାମାନଙ୍କ ପୋଷାକ ସେଗ୍ମେଣ୍ଟରେ ୫୦% ରିହାତି ବ୍ୟବସ୍ଥା ରହିଥିବା ଷ୍ଟୋର ପକ୍ଷରୁ ପ୍ରକାଶ। ହୋମ୍ ଫ୍ୟାଶନ୍ ଯେପରି ବେଡ୍ଶିଟ୍, ବ୍ଲାଙ୍କେଟ୍ ଆଦିରେ ୩୦% ରିହାତି ବ୍ୟବସ୍ଥା କରାଯାଇଛି। ସ୍କାଏବ୍ୟାଗ୍, ସଫାରି, ଆରିଷ୍ଟୋକ୍ରାଟ୍ ଏବଂ କ୍ୟାମିଲିଆନ୍ ଭଳି ଲୋକପ୍ରିୟ ବ୍ରାଣ୍ଡର ଲଗେଜ୍ ବ୍ୟାଗ୍ ଏବଂ ହାର୍ଡ ଟ୍ରଲି ଫ୍ଲାଟ୍ ୬୦% ରିହାତିରେ କ୍ରୟ କରାଯାଇପାରିବ।
ପବ୍ଲିକ୍ ହଲିଡେ୍ ସେଲ୍କୁ ନେଇ ବିଗ୍ ବଜାରର ସିଇଓ ସଦାଶିବ ନାୟକ କହିଛନ୍ତି ଯେ, ଏବେ ଭାରତରେ ଏହା ଏକ ବହୁ ପ୍ରତୀକ୍ଷିତ ଶପିଂ ଫେଷ୍ଟିଭାଲ୍ରେ ପରିଣତ ହୋଇଛି। ଏହାସହିତ ଗ୍ରାହକମାନେ ସେମାନଙ୍କ ମୋବାଇଲ୍ ଫୋନ୍ ତଥା ଡିଜିଟାଲ୍ ପ୍ଲାଟ୍ଫର୍ମରେ ପ୍ରକାଶିତ ବିଗ୍ ବଜାର ବିଜ୍ଞାପନରେ ଉଲ୍ଲେଖ ହୋଇଥିବା କ୍ୟୁଆର୍ କୋଡ୍କୁ ଦେଖି ସ୍ବତନ୍ତ୍ର ଅଫର୍ ଲାଭ କରିପାରିବେ।