ବାଣିଜ୍ୟ |

ହୋଣ୍ଡା, ଆରଟିଓ ଭୁବନେଶ୍ୱର-୨ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ୍‌ ଟ୍ରେନିଂ ପାର୍କର ଆଧୁନିକୀକରଣ

ହୋଣ୍ଡା, ଆରଟିଓ ଭୁବନେଶ୍ୱର-୨ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ୍‌ ଟ୍ରେନିଂ ପାର୍କର ଆଧୁନିକୀକରଣ
ଭୁବନେଶ୍ୱର,୨୦-୧୨ ଭୁବନେଶ୍ୱରରେ ସଡ଼କ ନିରାପତ୍ତାର ପ୍ରଚାରକୁ ଆଉ କିଛି ପାଦ ଆଗକୁ ବଢ଼ାଇ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେଶନ ପାଖରେ ଥିବା ଟ୍ରାଫିକ୍‌ ଟ୍ରେନିଂ ପାର୍କର ଆଧୁନିକୀକରଣ କରାଯାଇଛି। ୨୦୧୪ରେ ଏହି ଟ୍ରାଫିକ୍‌ ପାର୍କକୁ ପୋଷ୍ୟ ଭାବେ ଗ୍ରହଣ କରିବା ପରଠାରୁ ଆର୍‌ଟିଓ ଭୁବନେଶ୍ୱର ସହିତ ମିଶି ହୋଣ୍ଡା ୨ହ୍ବିଲର୍ସ ଇଣ୍ଡିଆ ୯୦,୦୦୦ରୁ ଅଧିକ ଲୋକଙ୍କୁ ସଡ଼କ ନିରାପତ୍ତା ଉପରେ ସଚେତନ କରିପାରିଛି। ଏହି କାର୍ଯ୍ୟକୁ ଆହୁରି ଆଗକୁ ବଢ଼ାଇବା ପାଇଁ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ସଭାପତି ତଥା ସିଇଓ ମିନୋରୁ କାଟୋ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବେହେରା ସମ୍ପୂର୍ଣ୍ଣ ନୂଆ ଆଧୁନିକ ଟ୍ରାଫିକ୍‌ ଟ୍ରେନିଂ ପାର୍କ, ଡ୍ରିମ୍‌ ରାଇଡିଂ( ସ୍ବତନ୍ତ୍ର ଭାବେ ମହିଳାଙ୍କ ପାଇଁ) ଓ ସେଫ୍‌ ବ୍ରେକିଂ ପ୍ରତିଯୋଗିତାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମିନୋରୁ କହିଛନ୍ତି ଯେ, ଭୁବନେଶ୍ୱରରେ ହୋଣ୍ଡାର ରୋଡ୍‌ ସେଫ୍‌ଟି ଆଣ୍ଡ ଟ୍ରାଫିକ୍‌ ଟ୍ରେନିଂ ପାର୍କ ୯୦,୦୦୦ରୁ ଅଧିକ ଲୋକଙ୍କୁ ତାଲିମ ପ୍ରଦାନ କରିଛି। ସମସ୍ତ ଦୁଇଚକିଆ ଯାନ ଚାଳକଙ୍କ ପାଇଁ ନିରାପଦ ଗାଡ଼ିଚାଳନାକୁ ଏକ ଅଭ୍ୟାସରେ ପରିଣତ କରିବା ଲାଗି ନିକଟରେ ସ୍ମାର୍ଟ କ୍ଲାସରୁମ୍‌ ଏବଂ ଡ୍ରିମ୍‌ ରାଇଡିଂ ଯୋଗ କରାଯାଇଛି। ଭୁବନେଶ୍ୱର ଟ୍ରାଫିକ୍‌ ଟ୍ରେନିଂ ପାର୍କରେ ଥିବା ହୋଣ୍ଡାର ସ୍ମାର୍ଟ କ୍ଲାସରୁମ୍‌ରେ ଅଂଶଗ୍ରହଣକାରୀମାନେ ଗାଡ଼ିଚାଳନା ସମ୍ପର୍କରେ ବହୁତ କିଛି ଶିକ୍ଷାଲାଭ କରିପାରିବେ। ମହିଳାଙ୍କ ପାଇଁ ‘ଡ୍ରିମ୍‌ ରାଇଡିଂ’ରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ମହିଳାମାନେ dreamriding@rsttpbhubaneswar.inରେ ଇମେଲ୍‌ କରିପାରିବେ କିମ୍ବା ୮୪୫୫୮-୭୦୩୯୬ରେ କଲ୍‌ କରିପାରିବେ। ହୋଣ୍ଡାର ନିରାପତ୍ତା ପରାମର୍ଶଦାତାମାନେ ସେମାନଙ୍କ ସହ ସଂଯୋଗ ରକ୍ଷା କରି ସେମାନଙ୍କ ସୁବିଧା ଅନୁସାରେ ସୋମବାରରୁ ଶନିବାର ଭିତରେ ଅଧିବେଶନ ଧାର୍ଯ୍ୟ କରିବେ। ଏହି ଅବସରରେ ଆୟୋଜନ କରାଯାଇଥିବା ନିରାପଦ ବ୍ରେକିଂ ପ୍ରତିଯୋଗିତାର ବିଜେତାମାନଙ୍କୁ ମିନୋରୁ କାଟୋ ଏବଂ ସଞ୍ଜୟ କୁମାର ବେହେରା ବିଜୟୀ ଟ୍ରଫି ପ୍ରଦାନ କରିଥିଲେ।
All Right Reserved By

ବାଣିଜ୍ୟ |

ନୂଆ ସ୍କିଲ ସେଣ୍ଟର ଖୋଲିଲା ଓରେନ୍‌

ନୂଆ ସ୍କିଲ ସେଣ୍ଟର ଖୋଲିଲା ଓରେନ୍‌

ଭୁବନେଶ୍ୱର ,୧୮-୧୨: ଜାତୀୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଦ୍ୱାରା ଅନୁମୋଦିତ ଟ୍ରେନିଂ ପାର୍ଟନର ଓରେନ ଇଣ୍ଟରନ୍ୟାଶନାଲ ପକ୍ଷରୁ ଭୁବନେଶ୍ୱରରେ ଏହାର ପ୍ରଥମ ତାଲିମ ପ୍ରତିଷ୍ଠାନ ଖୋଲିଛି। 

ବିଓଆଇର କିଟ୍‌ ଶାଖା ସ୍ଥାନାନ୍ତରିତ

ବିଓଆଇର କିଟ୍‌ ଶାଖା ସ୍ଥାନାନ୍ତରିତ

ଭୁବନେଶ୍ୱର ,୧୮-୧୨: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର କିଟ୍‌ ୟୁନିଭର୍ସିଟି ଶାଖା କିଟ୍‌ କ୍ୟାମ୍ପସର ନୂଆ ଗୃହକୁ ସ୍ଥାନାନ୍ତରିତ ହୋଇଛି। ନୂଆ ଗୃହଟି ଅତ୍ୟାଧୁନିକ ତଥା ପ୍ରଶସ୍ତ। ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଅତନୁ କୁମାର ଦାସ ଏବଂ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଶାଖାକୁ ଉଦ୍‌ଘାଟନ କରିଥିଲେ। 

୩୫୦୦ ଟଙ୍କାରେ ବିକ୍ରି ହେଉଛି ବ୍ୟକ୍ତିଗତ ଡିଜିଟାଲ ଡାଟା

୩୫୦୦ ଟଙ୍କାରେ ବିକ୍ରି ହେଉଛି ବ୍ୟକ୍ତିଗତ ଡିଜିଟାଲ ଡାଟା

ନୂଆଦିଲ୍ଲୀ,୧୮-୧୨:  ମାତ୍ର ୩୫୦୦ ଟଙ୍କାରେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଡିଜିଟାଲ ଡାଟା ବିକ୍ରି ହେଉଛି। ଏଥିରେ ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟାଙ୍କ ବିବରଣୀ, କ୍ରେଡିଟ କାର୍ଡ, ଗେମିଙ୍ଗ ଓ୍ବେବ୍‌ସାଇଟ ଆଦି ରହିଛି। ସାଇବର ସିକ୍ୟୁରିଟି କମ୍ପାନୀ କ୍ୟାସପର୍ସକି ଲ୍ୟାବ୍‌ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯାଇଛି। 

ସିଆଇସିଙ୍କ ନିର୍ଦ୍ଦେଶ;୫୦୦,୨୦୦୦ ଟଙ୍କିଆ ନୋଟ୍‌ ଛପାର ତଥ୍ୟ ଦିଅ

ସିଆଇସିଙ୍କ ନିର୍ଦ୍ଦେଶ;୫୦୦,୨୦୦୦ ଟଙ୍କିଆ ନୋଟ୍‌ ଛପାର ତଥ୍ୟ ଦିଅ

ନୂଆଦିଲ୍ଲୀ,୧୮-୧୨:  ବିମୁଦ୍ରୀକରଣ ପରେ ଛପା ଯାଇଥିବା ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିବାକୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) ରିଜର୍ଭ ବ୍ୟାଙ୍କର ସହଯୋଗୀ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍‌ ମୁଦ୍ରଣ ପ୍ରାଇଭେଟ ଲିମିଟେଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଥ୍ୟ ପ୍ରକାଶ କରିବା ଦେଶ ହିତ ବିରୋଧୀ ଜଣାଇବାକୁ ଆୟୋଗ କହିଛନ୍ତି। 

ବିମୁଦ୍ରୀକରଣ, ଜିଏସ୍‌ଟି ଅଭିବୃଦ୍ଧି ଲାଗି ଜୋର୍‌ଦାର ଝଟକା: ରଘୁରାମ ରାଜନ

ବିମୁଦ୍ରୀକରଣ, ଜିଏସ୍‌ଟି ଅଭିବୃଦ୍ଧି ଲାଗି ଜୋର୍‌ଦାର ଝଟକା: ରଘୁରାମ ରାଜନ

ନୂଆଦିଲ୍ଲୀ,୧୮-୧୨:  ଦୁଇ ବର୍ଷ ପୂର୍ବେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶରେ ବିମୁଦ୍ରୀକରଣ ଲାଗୁ କଲେ। ଏହାଦ୍ୱାରା ଦେଶର ଅଭିବୃଦ୍ଧିକୁ ଜୋର୍‌ଦାର ଝଟକା ଲାଗିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି। ସେହିପରି ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଯୋଗୁ ମଧ୍ୟ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। 

ଉଜ୍ଜ୍ୱଳା ଯୋଜନାର ବିସ୍ତାରକୁ ମଞ୍ଜୁରି;ସବୁ ଗରିବ ପାଇବେ ମାଗଣା ସିଲିଣ୍ଡର

ଉଜ୍ଜ୍ୱଳା ଯୋଜନାର ବିସ୍ତାରକୁ ମଞ୍ଜୁରି;ସବୁ ଗରିବ ପାଇବେ ମାଗଣା ସିଲିଣ୍ଡର

ନୂଆଦିଲ୍ଲୀ,୧୮-୧୨:  ଉଜ୍ଜ୍ୱଳା ଯୋଜନାର ବିସ୍ତାର ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଣିକି ଦେଶର ପ୍ରତ୍ୟେକ ଗରିବ ନାଗରିକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଫଳରେ ସେମାନେ ମାଗଣାରେ ଏଲ୍‌ପିଜି ସିଲିଣ୍ଡର ପାଇବେ। ଏ ସଂକ୍ରାନ୍ତରେ ସୋମବାର ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ନିଷ୍ପତ୍ତି ନେଇଛି। ୨୦୧୬ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରଥମେ ବିପିଏଲ୍‌ କାର୍ଡଧାରୀଙ୍କୁ ମାଗଣାରେ ଗ୍ୟାସ୍‌ ସଂଯୋଗ ଦିଆଯାଉଥିଲା।

ଆର୍‌ବିଆଇ ବୋର୍ଡର ପୁନର୍ଗଠନ ଲାଗି ବିରଲଙ୍କ ଯୁକ୍ତି

ଆର୍‌ବିଆଇ ବୋର୍ଡର ପୁନର୍ଗଠନ ଲାଗି ବିରଲଙ୍କ ଯୁକ୍ତି

ମୁମ୍ବାଇ,୧୮-୧୨:  ଆମେରିକାର ଫେଡେରାଲ ରିଜର୍ଭ ଏବଂ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଢାଞ୍ଚାରେ ରିଜର୍ଭ ବ୍ୟାଙ୍କର ଭୂମିକା ନିର୍ଦ୍ଧାରଣ କରିବାକୁ ହେଲେ କେନ୍ଦ୍ରୀୟ ବ୍ୟାଙ୍କର ବୋର୍ଡର ପୁନର୍ଗଠନ ହେବା ଜରୁରୀ ବୋଲି ଡେପୁଟି ଗଭର୍ନର ବିରଲ ଆଚାର୍ଯ୍ୟ ଯୁକ୍ତି ବାଢ଼ିଛନ୍ତି। 

ମାଲ୍ୟାଙ୍କୁ ପଳାତକ ଘୋଷଣା ମାମଲାର ରାୟ ୨୬ରେ

ମାଲ୍ୟାଙ୍କୁ ପଳାତକ ଘୋଷଣା ମାମଲାର ରାୟ ୨୬ରେ

ମୁମ୍ବାଇ,୧୮-୧୨:  ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିବା ନେଇ ଆଗତ ମାମଲାର ରାୟ ଆସନ୍ତା ୨୬ରେ ପ୍ରକାଶ ପାଇବ। ପଳାତକ ଆର୍ଥିକ ଅପରାଧୀ ଆଇନ ଅଧୀନରେ ମାଲ୍ୟାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସ୍ବତନ୍ତ୍ର ଅଦାଲତରେ ମାମଲା ଆଗତ କରାଯାଇଥିଲା। 

ଅନ୍‌ଲାଇନ ଔଷଧ ବିକ୍ରିକୁ ହାଇକୋର୍ଟଙ୍କ କଟକଣା

ଅନ୍‌ଲାଇନ ଔଷଧ ବିକ୍ରିକୁ ହାଇକୋର୍ଟଙ୍କ କଟକଣା

ଚେନ୍ନାଇ,୧୮-୧୨:  କେନ୍ଦ୍ର ସରକାର ନୂଆ ନିୟମ ପ୍ରଣୟନ କରିବା ପର୍ଯ୍ୟନ୍ତ ଅନ୍‌ଲାଇନ ଔଷଧ ବିକ୍ରି ଉପରେ ମାଡ୍ରାସ ହାଇକୋର୍ଟ ସୋମବାର କଟକଣା ଜାରି କରିଛନ୍ତି। ଏଥିସହିତ ସରକାର ଆସନ୍ତା ବର୍ଷ ଜାନୁୟାରୀ ୩୧ ସୁଦ୍ଧା ନୂଆ ନିୟମ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିପାରିବେ ବୋଲି ଅଦାଲତ ସମୟସୀମା ଧାର୍ଯ୍ୟ କରିଛନ୍ତି।

ନୀତି ଆୟୋଗର ପ୍ରସ୍ତୁତି;ରୋଷେଇ ଇନ୍ଧନ ରୂପେ ବ୍ୟବହୃତ ହେବ ମିଥାନଲ

ନୀତି ଆୟୋଗର ପ୍ରସ୍ତୁତି;ରୋଷେଇ ଇନ୍ଧନ ରୂପେ ବ୍ୟବହୃତ ହେବ ମିଥାନଲ

ନୂଆଦିଲ୍ଲୀ,୧୮-୧୨:  ଏଲ୍‌ପିଜି ସ୍ଥାନରେ ମିଥାନଲକୁ ରୋଷେଇ ଇନ୍ଧନ ଭାବେ ବ୍ୟବହାର ପାଇଁ ନୀତି ଆୟୋଗ ଅଣ୍ଟାଭିଡ଼ିଛି। ଏଥିଲାଗି ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଗଲାଣି ବୋଲି ଆୟୋଗ ସଦସ୍ୟ ବି.କେ.ସାରସ୍ବତ ସୋମବାର କହିଛନ୍ତି। 

ଅଗଷ୍ଟ ସୁଦ୍ଧା ଶେଷ ହୋଇଯିବ ୫ଜି ସ୍ପେକ୍ଟ୍ରମ ନିଲାମୀ

ଅଗଷ୍ଟ ସୁଦ୍ଧା ଶେଷ ହୋଇଯିବ ୫ଜି ସ୍ପେକ୍ଟ୍ରମ ନିଲାମୀ

ନୂଆଦିଲ୍ଲୀ,୧୮-୧୨:  ଆସନ୍ତାବର୍ଷ ଅଗଷ୍ଟ ସୁଦ୍ଧା ୫ଜି ସ୍ପେକ୍ଟ୍ରମ ନିଲାମୀ କାର୍ଯ୍ୟ ଶେଷ ହେବ ଏବଂ ପଞ୍ଚମ ପିଢ଼ିର ମୋବାଇଲ ସେବା ୨୦୨୦ ସୁଦ୍ଧା ଆରମ୍ଭ ହୋଇଯିବ ବୋଲି ଟେଲିକମ୍‌ ବିଭାଗ(ଡିଓଟି)ଆଶାବ୍ୟକ୍ତ କରିଛି। 

ପସନ୍ଦ ପାଲଟିଛି କଷ୍ଟମାଇଜ୍‌ ହଲିଡେ ବୁକିଂ

ପସନ୍ଦ ପାଲଟିଛି କଷ୍ଟମାଇଜ୍‌ ହଲିଡେ ବୁକିଂ

ଭୁବନେଶ୍ୱର ,୧୭-୧୨: ପ୍ରମୁଖ ଟ୍ରାଭେଲ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସ ପକ୍ଷରୁ ରବିବାର ଭୁବନେଶ୍ୱରଠାରେ ଏହାର ‘ଡିଲ୍‌ ଉତ୍ସବ’ର  ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଏହା ସକାଳ ୧୦ଟା ଠାରୁ ସଂଧ୍ୟା ୬ ଟା ଯାଏ ଚାଲିଥିଲା। ପୂର୍ବ ଦୁଇ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ଉତ୍ସବକୁ ଭଲ ରେସପନ୍ସ ମିଳିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।