ବାଣିଜ୍ୟ |

ବଢୁଛନ୍ତି କୋଟିପତି ଟିକସଦାତା

ବଢୁଛନ୍ତି କୋଟିପତି ଟିକସଦାତା

ନୂଆଦିଲ୍ଲୀ,୨୦-୧୨(ପି.ଟି.)- ଘରୋଇ ବଜାରରେ ୨୦୧୫-୧୬ ଆସେସମେଣ୍ଟ ବର୍ଷରେ ୧ କୋଟି ଟଙ୍କାରୁ ଅଧିକ ଆୟର ଘୋଷଣା କରିଥିବା ବ୍ୟକ୍ତିଙ୍କ ସଂଖ୍ୟାରେ ୨୩.୫% ବୃଦ୍ଧି ଘଟି ୫୯,୮୩୦ ଛୁଇଁଛି। ମାତ୍ର ଅଧିକ ସଂଖ୍ୟକ କୋଟିପତିଙ୍କ ଆୟରେ ପୂର୍ବ ବର୍ଷ ତୁଳନାରେ ୫୦,୮୮୯ କୋଟି ଟଙ୍କା ହ୍ରାସ ଘଟିଛି। ୨୦୧୫-୧୬ ବର୍ଷ ଲାଗି ଆୟକର ବିଭାଗ ପରିସଂଖ୍ୟାନ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ମୁତାବକ ୫୯,୮୩୦ ବ୍ୟକ୍ତିଙ୍କ ହାରାହାରି ମୋଟ ଆୟ ୧ କୋଟି ଟଙ୍କାରୁ ଅଧିକ ରହିଥିବା ବେଳେ ଏହା ୧.୫୪ ଲକ୍ଷ କୋଟିକୁ ବଢିଛି। ୨୦୧୪-୧୫ ବର୍ଷରେ ହାରାହାରି ୧ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୮,୪୧୭ ରହିଥିଲା। ଉକ୍ତ ସମୟରେ ଏହି ବ୍ୟକ୍ତିମାନଙ୍କର ଆୟ ୨.୦୫ ଲକ୍ଷ କୋଟି ରହିଥିଲା।
ଦେଶର ୧.୨ ବିଲିୟନ ଲୋକଙ୍କ ମଧ୍ୟରୁ ୪.୭ କୋଟି ଟିକସ ରିଟର୍ନ ଫାଇଲ କରିଛନ୍ତି। ୨୦୧୫-୧୬ ଆସେସମେଣ୍ଟ ବର୍ଷରେ ୮୨ ଲକ୍ଷ ଟିକସଦାତା ସେମାନଙ୍କ ଆୟ ଶୂନ କିମ୍ବା ୨.୫ ଲକ୍ଷ ଠାରୁ କମ୍‌ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ୨.୫ ଲକ୍ଷ ପର୍ଯ୍ୟନ୍ତ ଆୟରେ କୌଣସି ଆୟକର ଧାର୍ଯ୍ୟ ହେଉ ନାହିଁ। ୨୦୧୪-୧୫ ବର୍ଷରେ ୩.୬୫ କୋଟି ଟିକସଦାତା ରିଟର୍ନ ଫାଇଲ କରିଥିଲେ। ଏହା ସହ ୧.୩୭ କୋଟି ଟିକସଦାତା ସେମାନଙ୍କ ଆୟ ନ ଥିବା କିମ୍ବା ୨.୫ ଲକ୍ଷରୁ କମ୍‌ ବୋଲି ଦେଖାଇଛନ୍ତି।
୨୦୧୫-୧୬ରେ ସବୁ ବ୍ୟକ୍ତିଗତ ଟିକସଦାତାଙ୍କ ମିଳିତ ଆୟ ବୃଦ୍ଧି ଘଟି ୨୧.୨୭ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହା ପୂର୍ବ ବର୍ଷରେ ୧୮.୪୧ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୧୫-୧୬ରେ ୧.୩୩ କୋଟି ଲୋକ ୨.୫ରୁ ୩.୫ ଲକ୍ଷ ଆୟ ବର୍ଗରେ ସାମିଲ ଅଛନ୍ତି ବୋଲି ରିପୋର୍ଟରୁ ଜଣାଯାଇଛି। ସେହିପରି ୫୫,୩୩୧ ବ୍ୟକ୍ତିଙ୍କ ଆୟ ୧-୫ କୋଟି ହୋଇଥିବା ବେଳେ ୫ରୁ ୧୦ କୋଟି ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୩,୦୨୦ ରହିଛି। ଏହା ସହ ୧୦-୨୫ କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୧୫୬ ରହିଛି। ଉକ୍ତ ସମୟ ମଧ୍ୟରେ କେବଳ ଜଣେ ବ୍ୟକ୍ତି ୫୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି। ସେ ମୋଟ ୭୨୧ କୋଟି ଟଙ୍କା ଆୟ କରିଛନ୍ତି। ଗତ ବର୍ଷ ଏହି ବର୍ଗରେ ୭ ଜଣ ବ୍ୟକ୍ତି ରହିଥିଲେ, ଯେଉଁମାନଙ୍କର ମୋଟ ଆୟ ୮୫,୧୮୩ କୋଟି ଟଙ୍କା ରହିଥିଲା।

୧୦୦ରୁ ୫୦୦ କୋଟି ଟଙ୍କା ଆୟକାରୀ ବର୍ଗରେ ବ୍ୟକ୍ତିଙ୍କ ସଂଖ୍ୟା ୩୧କୁ ବୃଦ୍ଧି ଘଟିଛି। ଏହା ପୂର୍ବରୁ ୧୭ ରହିଥିଲା ବେଳେ ଏମାନଙ୍କର ମୋଟ ଆୟ ୪୧୭୫ କୋଟି ଟଙ୍କା ରହିଛି। ୨୦୧୪-୧୫ ବର୍ଷରେ ଏମାନଙ୍କ ସମ୍ପତ୍ତି ୨,୭୬୧ କୋଟି ଟଙ୍କା ରହିଥିଲା। ୨୦୧୫-୧୬ରେ ୪.୩୫ କୋଟି ଆଇଟି ରିଟର୍ନ ଫାଇଲ ହୋଇଥିଲା ବେଳେ ଏମାନଙ୍କ ମୋଟ ଘୋଷିତ ଆୟ ୩୩.୬୨ କୋଟି ଟଙ୍କା ରହିଛି। ଏହା ପୂର୍ବବର୍ଷ ୩.୯୧ କୋଟି ଆଇଟି ରିଟର୍ନ ଫାଇଲ ହୋଇଥିବା ବେଳେ ୨୬.୯୩ ଲକ୍ଷ କୋଟି ଘୋଷିତ ଆୟ ରହିଥିଲା। କମ୍ପାନୀଗୁଡିକ ୭.୧୯ ଲକ୍ଷ ରିଟର୍ନ ଫାଇଲ କରିଥିବା ବେଳେ ମୋଟ ଆୟ ୧୦.୭୧ ଲକ୍ଷ କୋଟି ରହିଛି।

All Right Reserved By

ବାଣିଜ୍ୟ |

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ମିଳିବ ୧୦,୦୦୦ କୋଟି

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ମିଳିବ ୧୦,୦୦୦ କୋଟି

ନୂଆଦିଲ୍ଲୀ,୧୭-୭(ପି.ଟି.): ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି), କର୍ପୋରେଶନ୍‌ ବ୍ୟାଙ୍କ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମେତ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଅର୍ଥ ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ୧୦,୦୦୦ କୋଟି ଯୋଗାଇଦେବ। ଏହି ବ୍ୟାଙ୍କଗୁଡିକ ବର୍ତ୍ତମାନ ପୁଞ୍ଜି ଅଭାବଜନିତ ସମସ୍ୟାର ସାମ୍ନା କରୁଛନ୍ତି। ଏଭଳି ୪ରୁ୫ଟି ବ୍ୟାଙ୍କକୁ ପାଖାପାଖି ୧୦,୦୦୦ କୋଟି ଟଙ୍କା ଯୋଗାଇଦେବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଚଳିତ ସପ୍ତାହ କିମ୍ବା ଆସନ୍ତା ସପ୍ତାହ ସୁଦ୍ଧା ଏହି ପୁଞ୍ଜି ଯୋଗାଇ ଦିଆଯିବ ବୋଲି ସୂତ୍ରରୁ ଜଣାଯାଇଛି।

ଗ୍ରାଣ୍ଡ୍‌ ଆଇ୧୦ ଦର ବଢ଼ାଇବ ହ୍ୟୁଣ୍ଡାଇ

ଗ୍ରାଣ୍ଡ୍‌ ଆଇ୧୦ ଦର ବଢ଼ାଇବ ହ୍ୟୁଣ୍ଡାଇ

ନୂଆଦିଲ୍ଲୀ,୧୭-୭(ପି.ଟି.): ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଯୋଗୁ ହ୍ୟୁଣ୍ଡାଇ ମୋଟର୍‌ ଇଣ୍ଡିଆ(ଏଚ୍‌ଏମ୍‌ଆଇଏଲ୍‌) ଏହାର ହ୍ୟାଚ୍‌ବ୍ୟାକ୍‌ ଗ୍ରାଣ୍ଡ୍‌ ଆଇ୧୦ ମୂଲ୍ୟରେ ୩% ପର୍ଯ୍ୟନ୍ତ ବୃଦ୍ଧି କରିବ। ଅଗଷ୍ଟରୁ ଏହି ଦରବୃଦ୍ଧି କାର୍ଯ୍ୟକାରୀ ହେବ ବୋଲି କମ୍ପାନୀ ଏକ ବିବୃତିରେ ପ୍ରକାଶ କରିଛି। ବର୍ତ୍ତମାନ ଗ୍ରାଣ୍ଡ୍‌ ଆଇ୧୦ର ଏକ୍ସଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୪.୭୪ ଲକ୍ଷରୁ ୭.୫୧ ଲକ୍ଷ ଟଙ୍କା ମଧ୍ୟରେ ରହିଛି।

ନୀରବଙ୍କ ବିରୁଦ୍ଧରେ ତଥ୍ୟ ସଂଗ୍ରହ ପାଇଁ ସିଙ୍ଗାପୁର ଗଲେ ବିଶେଷ ଟିମ୍‌

ନୀରବଙ୍କ ବିରୁଦ୍ଧରେ ତଥ୍ୟ ସଂଗ୍ରହ ପାଇଁ ସିଙ୍ଗାପୁର ଗଲେ ବିଶେଷ ଟିମ୍‌

ନୂଆଦିଲ୍ଲୀ,୧୭।୭-ନୀରବ ମୋଦି ମାମଲାର ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଏକ ବିଶେଷ ଟିମ୍‌ ସିଙ୍ଗାପୁରରେ ପହଞ୍ଚିଛନ୍ତି। ଆର୍ଥିକ ଠକେଇ ମାମଲାରେ ମୋଦିଙ୍କୁ ଅପରାଧୀ ସାବ୍ୟସ୍ତ କରିବା ପାଇଁ ଏହି ଦୁଇ ଜଣିଆ ଟିମ୍‌ ସିଙ୍ଗାପୁର ଅଧିକାରୀଙ୍କ ସହ ବିଭିନ୍ନ ବୈଠକ ଆୟୋଜିତ କରିବେ।

ବଜାରରେ ଜାଗୁଆର ଏଫ୍‌-ଟାଇପ୍‌ ସେଦାନ୍‌ର ପେଟ୍ରୋଲ୍‌ ଭାରିଆଣ୍ଟ

ବଜାରରେ ଜାଗୁଆର ଏଫ୍‌-ଟାଇପ୍‌ ସେଦାନ୍‌ର ପେଟ୍ରୋଲ୍‌ ଭାରିଆଣ୍ଟ

ନୂଆଦିଲ୍ଲୀ,୧୭।୭-ଜାଗୁଆର ଲାଣ୍ଡ ଆଣ୍ଡ ରୋଭର୍‌(ଜେଏଲ୍‌ଆର୍‌) ପକ୍ଷରୁ ନୂଆ ପେଟ୍ରୋଲ୍‌ ଇଞ୍ଜିନ୍‌ ଭାରିଆଣ୍ଟ ‘ଏଫ୍‌-ଟାଇପ୍‌ ସେଦାନ୍‌’ର ଲଞ୍ଚ କରାଯାଇଛି। ଏହାର ବଜାର ଦର ୯୦.୦୩ ଲକ୍ଷ ଟଙ୍କା ରହିଛି।

 ୟାମାହା ‘ରେ ଜେଡ୍‌ଆର୍‌ ଷ୍ଟ୍ରିଟ୍‌ ରାଲି କଲେକ୍ସନ୍‌’ର ବଜାର ପ୍ରବେଶ

ୟାମାହା ‘ରେ ଜେଡ୍‌ଆର୍‌ ଷ୍ଟ୍ରିଟ୍‌ ରାଲି କଲେକ୍ସନ୍‌’ର ବଜାର ପ୍ରବେଶ

ନୂଆଦିଲ୍ଲୀ,୧୭।୭- ୟାମାହା ମୋଟର ଇଣ୍ଡିଆ(ଓ୍ବାଇଏମ୍‌ଆଇ) ପକ୍ଷରୁ ବଜାରକୁ ଆସିଛି ୟାମାହା ‘ରେ ଜେଡ୍‌ଆର୍‌ ଷ୍ଟ୍ରିଟ୍‌ ରାଲି କଲେକ୍ସନ୍‌’। ଏହାର ବଜାର ଦର ୫୭,୮୯୮ ଟଙ୍କା ରହିଛି।

ବଜାରରେ ଏଲ୍‌ଜି ‘ଥିଙ୍କ୍‌’ ଟିଭି

ବଜାରରେ ଏଲ୍‌ଜି ‘ଥିଙ୍କ୍‌’ ଟିଭି

ନୂଆଦିଲ୍ଲୀ,୧୭।୭- ଏଲ୍‌ଜି ପକ୍ଷରୁ ବଜାରକୁ ଆସିଛି ଏଲ୍‌ଜି ‘ଥିଙ୍କ୍‌’ ଟିଭି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍‌ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଫିଚର ସହିତ ଏହା ବଜାରକୁ ଆସିଛି।

୧୬ ରୁ ୩୦ ଜିଏସ୍‌ଟି ରିଫଣ୍ଡ୍‌ ପକ୍ଷ

୧୬ ରୁ ୩୦ ଜିଏସ୍‌ଟି ରିଫଣ୍ଡ୍‌ ପକ୍ଷ

ନୂଆଦିଲ୍ଲୀ,୧୭-୭(ପି.ଟି.) ରପ୍ତାନିକାରୀଙ୍କ ଜିଏସ୍‌ଟି ରିଫଣ୍ଡ ପାଇଁ କେନ୍ଦ୍ରୀୟ ପରୋକ୍ଷ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ଜୁଲାଇ ୧୬ରୁ ୩୦ ପର୍ଯ୍ୟନ୍ତ ତୃତୀୟ ପକ୍ଷ ଆୟୋଜନ କରିଛି।

ଦକ୍ଷତା ବିକାଶ,ଔଦ୍ୟୋଗିକତା ମନ୍ତ୍ରଣାଳୟ -ଆମ୍‌ୱେ ସହଭାଗିତା

ଦକ୍ଷତା ବିକାଶ,ଔଦ୍ୟୋଗିକତା ମନ୍ତ୍ରଣାଳୟ -ଆମ୍‌ୱେ ସହଭାଗିତା

ଭୁବନେଶ୍ୱର,୧୭-୭ ଭାରତ ସରକାରଙ୍କ ସ୍କିଲ୍‌ ଇଣ୍ଡିଆ ଅଭିଯାନରେ ଦେଶର ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି ଏଫ୍‌ଏମ୍‌ସିଜି କମ୍ପାନୀ ଆମ୍‌ୱେ ଇଣ୍ଡିଆ ସକ୍ରିୟ ଅଛି। ରିଟେଲର୍ସ ଆସୋସିଏସନ ସ୍କିଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ଆରଏଏସ୍‌ସିଆଇ) ସହିତ ଏହା ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ୱାରା ଭାରତ ସରକାରଙ୍କ ସ୍କିଲ୍‌ ଇଣ୍ଡିଆ ପଦକ୍ଷେପ ଅଧିନରେ ଆମ୍‌ୱେ ତାର କାର୍ଯ୍ୟକ୍ରମକୁ ଜାରି ରଖିବ।

ଆୟକର ବିଭାଗର ଚଢାଉ ୧୦୦ କୋଟି ନଗଦ ଟଙ୍କା, ୯୦ କେଜି ସୁନାଗହଣା ଜବତ

ଆୟକର ବିଭାଗର ଚଢାଉ ୧୦୦ କୋଟି ନଗଦ ଟଙ୍କା, ୯୦ କେଜି ସୁନାଗହଣା ଜବତ

ଚେନ୍ନାଇ/ନୂଆଦିଲ୍ଲୀ, ୧୭-୭(ପି.ଟି.) ଆୟକର ବିଭାଗ ଏକ ରୋଡ୍‌ କନ୍‌ଷ୍ଟ୍ରକ୍‌ଶନ୍‌ ଫାର୍ମର ୨୨ଟି କାର୍ଯ୍ୟାଳୟରେ ଚଢ଼ାଉ କରି ୧୦୦ କୋଟି ନଗଦ ଟଙ୍କା ସମେତ ପାଖାପାଖି ୯୦ କେଜି ସୁନାଗହଣା ଜବତ କରିଛି।

ଅଭିବୃଦ୍ଧି ଆକଳନ ଖସାଇଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ, ୧୭-୭ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଭାରତର ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୭.୩% ରହିବ ଏବଂ ୨୦୧୯-୨୦ରେ ୭.୫% ମଧ୍ୟରେ ସୀମିତ ରହିବ ବୋଲି ଏହା ପ୍ରକାଶ କରିଛି।

ପିଏନ୍‌ବି ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଳିବ ୮,୦୦୦ କୋଟି

ନୂଆଦିଲ୍ଲୀ,୧୭-୭ କେତୋଟି ନିର୍ଦ୍ଦିଷ୍ଟ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ କେନ୍ଦ୍ର ସରକାର ପାଖାପାଖି ୮୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ। ବିଶେଷକରି ଋଣ ଅସୁଲ୍‌ କରିବାରେ ବିଫଳ ହେବା ତଥା ବିଭିନ୍ନ ଠକେଇରେ ପ୍ରଭାବିତ ହୋଇଥିବା ୫ରୁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ।

ପାଇକାରୀ ମୁଦ୍ରାସ୍ଫୀତି ୫.୭୭%:ସୁଧ ହାର ବଢ଼ାଇପାରେ ଆର୍‌ବିଆଇ

ପାଇକାରୀ ମୁଦ୍ରାସ୍ଫୀତି ୫.୭୭%:ସୁଧ ହାର ବଢ଼ାଇପାରେ ଆର୍‌ବିଆଇ

ନୂଆଦିଲ୍ଲୀ,୧୭-୭(ପି.ଟି.) ପନିପରିବା ଏବଂ ଇନ୍ଧନ ମହଙ୍ଗା ହେବା ଫଳରେ ଚଳିତ କ୍ୟାଲେଣ୍ଡର ବର୍ଷର ଜୁନ୍‌ ମାସରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି ୫.୭୭%କୁ ବୃଦ୍ଧି ପାଇଛି।

Model This Week

ରୂପେଶ