
ନୂଆଦିଲ୍ଲୀ,୨୦-୧୨(ପି.ଟି.)- ଜାନୁୟାରୀରୁ ବିଭିନ୍ନ ମଡେଲ ଉପରେ ୨% ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିବା ଲାଗି ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ(ଏଚ୍ଏମ୍ଆଇଏଲ୍) ବୁଧବାର ସୂଚନା ଦେଇଛି। ଇନପୁଟ ଖର୍ଚ୍ଚ ବୃଦ୍ଧି ହେବା ଯୋଗୁ ଏହିଭଳି ନିଷ୍ପତ୍ତି ହୋଇଥିବା କମ୍ପାନୀ ପ୍ରକାଶ କରିଛି। ଏହା ସହ ସମାନ କାରଣ ଲାଗି ଘରୋଇ ବଜାରର ଅନ୍ୟ କମ୍ପାନୀ ଯଥା-ନିଶାନ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଫୋକ୍ସଓ୍ବାଗନ, ମାରୁତି ସୁଜୁକି ଇଣ୍ଡିଆ, ଟାଟା ମୋଟର୍ସ, ଫୋର୍ଡ, ଟୟୋଟା କିର୍ଲୋସ୍କାର ମୋଟର୍ସ, ହୋଣ୍ଡା କାରସ ଇଣ୍ଡିଆ, ସ୍କୋଡା ଏବଂ ଇସୁଜୁ ଭଳି କମ୍ପାନୀ ମଧ୍ୟ ମୂଲ୍ୟ ବଢାଇବା ଲାଗି ଘୋଷଣା କରିଛନ୍ତି। ଇନ୍ପୁଟ ତଥା ବିଭିନ୍ନ ଆନୁଷଙ୍ଗିକ ମୂଲ୍ୟ ବୃଦ୍ଧି ଯୋଗୁ ଏହିଭଳି ନିଷ୍ପତ୍ତି ହୋଇଥିବା ଏଚଏମଆଇଏଲ ସେଲସ ମାର୍କେଟିଂ ମୁଖ୍ୟ ରାକେଶ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।