ବାଣିଜ୍ୟ |

ଆସନ୍ତା ବର୍ଷରୁ ଫେସଲେସ୍‌ ଆଇଟି ଇ-ଆସେସମେଣ୍ଟ

ଆସନ୍ତା ବର୍ଷରୁ ଫେସଲେସ୍‌ ଆଇଟି ଇ-ଆସେସମେଣ୍ଟ

ନୂଆଦିଲ୍ଲୀ, ୨୦-୧୨(ପି.ଟି.)- ଆୟକରଦାତାଙ୍କ ଲାଗି ୨୦୧୮ରୁ ଫେସଲେସ ଏବଂ ନେମଲେସ୍‌ ଇ-ଆସେସମେଣ୍ଟ ଧାରା ଲାଗୁ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ଏହାକୁ ସାରା ଦେଶରେ ଲାଗୁ କରିବାକୁ ପ୍ରସ୍ତାବ ରହିଛି। ଏଥି ଲାଗି ଏକ ତ୍ୱରିତ ରୋଡମ୍ୟାପ ପ୍ରସ୍ତୁତ କରିବାକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏକ ଉଚ୍ଚସ୍ତରୀୟ କମିଟି ସହ ପରାମର୍ଶ ଧାରା ଜାରି ରଖିଛି। ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଇବା ଲାଗି କମିଟି କାର୍ଯ୍ୟ କରୁଛି। ଏଥି ଲାଗି ଏକ ୯ ସଦସ୍ୟ ବିଶିଷ୍ଟ କମିଟି କାର୍ଯ୍ୟ କରୁଥିବା ବେଳେ ଏହାର ମୁଖ୍ୟ ଜଣେ ପ୍ରିନ୍ସିପାଲ ଚିଫ୍‌ କମିଶନର ର଼୍ୟାଙ୍କ୍‌ର ଅଧିକାରୀ ରହିଛନ୍ତି। କମିଟି ଆସନ୍ତା ବର୍ଷ ଫେବୃୟାରୀ ୨୮ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ନୂଆ ବ୍ୟବସ୍ଥା ସରକାର ଲାଗୁ କରାଇ ପାରନ୍ତି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି।

All Right Reserved By

ବାଣିଜ୍ୟ |

ତିନି ପ୍ରମୁଖ କମ୍ପାନୀ ନେତୃତ୍ୱାଧୀନ ସଂସ୍ଥାର ସିଇଓ ଭାରତୀୟ

ତିନି ପ୍ରମୁଖ କମ୍ପାନୀ ନେତୃତ୍ୱାଧୀନ ସଂସ୍ଥାର ସିଇଓ ଭାରତୀୟ

ନ୍ୟୁୟର୍କ,୨୧-୬ ସେ ଏକାଧାରରେ ଜଣେ ସର୍ଜନ, ପବ୍ଲିକ୍‌ ହେଲ୍‌ଥ ଇନୋଭେଟର ଏବଂ ଲେଖକ। ଏହି ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ନାମ ହେଉଛି ଅତୁଲ ଗାଓ୍ବାଣ୍ଡେ। ତାଙ୍କର ପରିଚୟ ଏଠାରେ ଆମେ ଏଥି ପାଇଁ ଦେଉଛୁ, ଯାହାକି ଭାରତ ଲାଗି ଏକ ଗୌରବର ବିଷୟ। ଏହି ୫୨ ବର୍ଷୀୟ ବହୁମୁଖୀ ପ୍ରତିଭା ଆମେରିକାର ଏକ ନୂତନ ସ୍ବାସ୍ଥ୍ୟଭିତ୍ତିକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ହୋଇଛନ୍ତି।

ମାଲ୍ୟାଙ୍କ ଗିରଫ ଲାଗି ସ୍ବତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ

ମାଲ୍ୟାଙ୍କ ଗିରଫ ଲାଗି ସ୍ବତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ

ବମ୍ବେ,୨୧-୬(ପି.ଟି): ପଳାତକ ଘୋଷିତ କିଙ୍ଗଫିଶର ଏୟାର ଲାଇନ୍ସ ମାଲିକ ବିଜୟ ମାଲ୍ୟାଙ୍କୁ ଗିରଫ ଲାଗି ବୁଧବାର ସ୍ବତନ୍ତ୍ର ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। କନସୋର୍ଟିୟମ ବ୍ୟାଙ୍କଗୁଡିକୁ ୬ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ଠକେଇ ତଥା ବେଆଇନ ଅର୍ଥ କାରବାର ନିରୋଧୀ ମାମଲା(ପିଏମ୍‌ଏଲ୍‌ଏ)ରେ ହୋଇଥିବା ଅଭିଯୋଗ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମିନ୍ତ୍ରାର ନୁଆ ଓ୍ବେରେବଲ୍‌ ଡିଭାଇସ୍‌ ‘ବ୍ଲିଙ୍କ ଗୋ’

ମିନ୍ତ୍ରାର ନୁଆ ଓ୍ବେରେବଲ୍‌ ଡିଭାଇସ୍‌ ‘ବ୍ଲିଙ୍କ ଗୋ’

ବାଙ୍ଗାଲୋର,୨୧।୬- ଫ୍ୟାଶନ୍‌ ଇ-ଟେଲର ମିନ୍ତ୍ରା ପକ୍ଷରୁ ବଜାରକୁ ଆସିଛି ସ୍ମାର୍ଟଓ୍ବେରେବଲ୍‌ ଡିଭାଇସ୍‌ ‘ବ୍ଲିଙ୍କ ଗୋ’। ଏହାର ବଜାରଦର ୪,୧୯୯ ଟଙ୍କା ରହିଛି। ଉକ୍ତ ଡିଭାଇସ୍‌ ଦ୍ୱାରା ଉପଭୋକ୍ତା ନିଜ ଫିଟ୍‌ନେସ୍‌ର ତଦାରଖ କରିବା ସହ ବ୍ୟକ୍ତିଗତ ଫିଟ୍‌ନେସ୍‌ ଗୋଲ ଧାର୍ଯ୍ୟ କରିବାକୁ ସକ୍ଷମ ହେବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।

୧୮ ହଜାର ବ୍ୟାଙ୍କ, ଡାକଘର ଶାଖାରେ ଆଧାର ସେବା

ନୂଆଦିଲ୍ଲୀ,୨୧।୬- ଦେଶର ୧୮,୦୦୦ ବ୍ୟାଙ୍କ ଏବଂ ଡାକଘର ଶାଖାରେ ଏବେ ଆଧାର ସେବା ଉପଲବ୍ଧ ହେଉଛି। ବ୍ୟାଙ୍କ ଏବଂ ଡାକଘର ଶାଖାରେ ଆଧାର କେନ୍ଦ୍ର ସ୍ଥାପନ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ବାୟୋମେଟ୍ରିକ ଆଇଡିର ସହଜ ପଞ୍ଜୀକରଣ ଏବଂ ନବୀକରଣ ଲକ୍ଷ୍ୟରେ ଏହି ଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ)ର ସିଇଓ ଅଜୟ ଭୂଷଣ ପାଣ୍ଡେ ସୂଚନା ଦେଇଛନ୍ତି।

ଏୟାର ଇଣ୍ଡିଆ ଘରୋଇକରଣ ନେଇ ସରକାର ଅଙ୍ଗୀକାରବଦ୍ଧ:ସିହ୍ନା

ଏୟାର ଇଣ୍ଡିଆ ଘରୋଇକରଣ ନେଇ ସରକାର ଅଙ୍ଗୀକାରବଦ୍ଧ:ସିହ୍ନା

ନୂଆଦିଲ୍ଲୀ,୨୧-୬(ପି.ଟି): ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟା ବର୍ତ୍ତମାନ ସ୍ଥଗିତ ରହିଛି। କିନ୍ତୁ ଏହାର ଘରୋଇକରଣ ନେଇ ସରକାର ସମ୍ପୂର୍ଣ୍ଣ ଅଙ୍ଗୀକାରବଦ୍ଧ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ବୁଧବାର ଏହା କହିଛନ୍ତି।

କୃଷି ବ୍ୟୟବରାଦ ଦୁଇଗୁଣ ବଢିଛି:ମୋଦି

କୃଷି ବ୍ୟୟବରାଦ ଦୁଇଗୁଣ ବଢିଛି:ମୋଦି

ନୂଆଦିଲ୍ଲୀ,୨୧-୬(ପି.ଟି) କୃଷକଙ୍କ ବିଭିନ୍ନ ସମସ୍ୟାକୁ ଧ୍ୟାନରେ ରଖି ସରକାର କୃଷି ବଜେଟକୁ ଦୁଇଗୁଣ ବଢାଇଛନ୍ତି। ୨୦୨୨ ସୁଦ୍ଧା ଦେଶର କୃଷକଙ୍କ ଆୟ ଦୁଇଗୁଣ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏଥି ଲାଗି ବଜେଟ ବ୍ୟୟବରାଦକୁ ଉନ୍ନତ କରାଯାଇଥିବା ସରକାର ବୁଧବାର ସୂଚନା ଦେଇଛନ୍ତି।

ଏମ୍‌ଏସ୍‌ଏମ୍‌ଇଗୁଡିକୁ ଋଣ ପ୍ରଦାନରେ ଉନ୍ନତି ଆସୁଛି: ଜିଏସ୍‌ଟି, ବିମୁଦ୍ରୀକରଣ ପ୍ରଭାବ ହ୍ରାସ

ଏମ୍‌ଏସ୍‌ଏମ୍‌ଇଗୁଡିକୁ ଋଣ ପ୍ରଦାନରେ ଉନ୍ନତି ଆସୁଛି: ଜିଏସ୍‌ଟି, ବିମୁଦ୍ରୀକରଣ ପ୍ରଭାବ ହ୍ରାସ

ନୂଆଦିଲ୍ଲୀ,୨୧-୬(ପି.ଟି): ଘରୋଇ ବଜାରରେ ରହିଥିବା ଅଣୁ,କ୍ଷୁଦ୍ର,ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକୁ ଋଣ ପ୍ରଦାନ ଧାରାରେ ଉନ୍ନତି ଆସୁଛି। ଏଥିରେ ଜିଏସ୍‌ଟି ଏବଂ ବିମୁଦ୍ରୀକରଣ ପ୍ରଭାବ ହ୍ରାସ ହୋଇଥିବା ଏକ ଅଧ୍ୟୟନରୁ ଜଣା ଯାଇଛି। ଏମ୍‌ଏସ୍‌ଏମ୍‌ଇଗୁଡିକୁ ଋଣ ପ୍ରଦାନ ଏକ ରେକର୍ଡ ସ୍ତରରେ ରହିଥିବା ଜଣାଯାଇଛି।

୬୨,୦୦୦ ଗ୍ରୁପ୍‌ ସି କର୍ମଚାରୀଙ୍କୁ ପଦୋନ୍ନତୀ ଦେବ ରେଲଓ୍ବେ

୬୨,୦୦୦ ଗ୍ରୁପ୍‌ ସି କର୍ମଚାରୀଙ୍କୁ ପଦୋନ୍ନତୀ ଦେବ ରେଲଓ୍ବେ

ନୂଆଦିଲ୍ଲୀ,୨୧।୬- ରେଲଓ୍ବେ ଏହାର ୬୨,୦୦୦ ଗ୍ରୁପ୍‌ ସି ଅଥବା କିରାଣୀ ପଦବୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପଦୋନ୍ନତୀ ଦେବ। ସେମାନଙ୍କୁ ଗ୍ରୁପ୍‌ ବି କର୍ମଚାରୀଙ୍କ ଭଳି ସମାନ ଦରମା ମିଳିବା ସହିତ ସମସ୍ତ ପ୍ରକାର ବିଶେଷ ସୁବିଧା ସୁଯୋଗ ମିଳିବ। ପଦୋନ୍ନତି ଧାରାକୁ ତ୍ୱରାନ୍ବିତ କରିବା ପାଇଁ ରେଳ ବିଭାଗ ଏପରି ପଦକ୍ଷେପ ନେବା ଆରମ୍ଭ କରିଥିବା

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ସିଏମ୍‌ଡି ଗିରଫ

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ସିଏମ୍‌ଡି ଗିରଫ

ନୂଆଦିଲ୍ଲୀ,୨୧-୬ ୩,୦୦୦ କୋଟି ଟଙ୍କାର ଡିଏସ୍‌କେ ଗ୍ରୁପ୍‌ ଋଣ ଠକେଇ ମାମଲାରେ ପୁଣେ ପୋଲିସ୍‌ର ଆର୍ଥିକ ଅପରାଧ ଶାଖା ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ରର ସିଇଓ ତଥା ଏମ୍‌ଡି ରବୀନ୍ଦ୍ର ମରାଠେଙ୍କୁ ଗିରଫ କରିଛି। ତାଙ୍କ ସହିତ ଆଉ ୫ ଜଣ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି।

ବି. ଶ୍ରୀରାମ ଆଇଡିବିଆଇ ବ୍ୟାଙ୍କ ଏମ୍‌ଡି ତଥା ସିଇଓ

ବି. ଶ୍ରୀରାମ ଆଇଡିବିଆଇ ବ୍ୟାଙ୍କ ଏମ୍‌ଡି ତଥା ସିଇଓ

ନୂଆଦିଲ୍ଲୀ,୨୧-୬(ପି.ଟି.) ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ)ର ପରିଚାଳନା ନିର୍ଦ୍ଦେଶକ(କର୍ପୋରେଟ୍‌ ଏବଂ ଗ୍ଲୋବାଲ ବ୍ୟାଙ୍କିଙ୍ଗ୍‌) ବି. ଶ୍ରୀରାମ ଆଇଡିବିଆଇ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଭାବେ ନିଯୁକ୍ତି ପାଇଛନ୍ତି। ୩ ମାସ ପାଇଁ ତାଙ୍କୁ ଏହି ପଦରେ ନିୟୋଜିତ କରାଯାଇଥିବା ବ୍ୟାଙ୍କ ପକ୍ଷରୁ ପ୍ରକାଶ।

ମହାରାଜା କ୍ଲାସ ସିଟ୍‌ ଆଣିବ ଏୟାର୍‌ ଇଣ୍ଡିଆ

ମହାରାଜା କ୍ଲାସ ସିଟ୍‌ ଆଣିବ ଏୟାର୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୧-୬(ପି.ଟି.) ନ୍ତର୍ଜାତୀୟ ବିମାନ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏୟାର୍‌ ଇଣ୍ଡିଆ ଆଗକୁ ଭିନ୍ନ ପ୍ରକାର ଅନୁଭୂତି ପ୍ରଦାନ କରିବ। ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଖୁବ୍‌ଶୀଘ୍ର ମହାରାଜା ବିଜ୍‌ନେସ୍‌ କ୍ଲାସ ସିଟ୍‌ ପ୍ରଚଳନ କରିବ। ଏହାସହିତ ବ୍ୟାପକ ପ୍ରକାର ଖାଦ୍ୟ ଉପଲବ୍ଧ କରାଇବା ସହ କ୍ୟାବିନ୍‌ କ୍ୟୁମାନଙ୍କ ପାଇଁ ନୂଆ ୟୁନିଫର୍ମ ପ୍ରଚଳନ କରିବ।

ବିଦାୟ ନେବେ ଅରବିନ୍ଦ ସୁବ୍ରମଣ୍ୟନ୍‌

ବିଦାୟ ନେବେ ଅରବିନ୍ଦ ସୁବ୍ରମଣ୍ୟନ୍‌

ନୂଆଦିଲ୍ଲୀ,୨୧ା୬(ପି.ଟି.) ପାଖାପାଖି ୪ ବର୍ଷ ଦାୟିତ୍ୱ ତୁଲାଇବା ପରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ)ଅରବିନ୍ଦ ସୁବ୍ରମଣ୍ୟନ୍‌ ଆମେରିକା ଫେରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟକାଳର ଆହୁରି ପାଖାପାଖି ବର୍ଷେ ବାକି ଥିବାବେଳେ ବ୍ୟକ୍ତିଗତ କାରଣ ଯୋଗୁ ସେ ବାଧ୍ୟ ହୋଇ ପଦ ଛାଡୁଥିବା କହିଛନ୍ତି।

Model This Week

ପ୍ରଭାତ