Dharitri News
ବାଣିଜ୍ୟ |

ସବ୍‌ସିଡି ଆସୁଥିବା ବ୍ୟାଙ୍କ ଆକାଉଣ୍ଟ ଗ୍ରାହକଙ୍କ ଅନୁମତି ବିନା ବଦଳିବନି

ସବ୍‌ସିଡି ଆସୁଥିବା ବ୍ୟାଙ୍କ ଆକାଉଣ୍ଟ  ଗ୍ରାହକଙ୍କ ଅନୁମତି ବିନା ବଦଳିବନି ନୂଆଦିଲ୍ଲୀ,୨୦-୧୨-(ପି.ଟି.) ବିଭିନ୍ନ ସରକାରୀ ସବ୍‌ସିଡି ପାଇବା ପାଇଁ ହିତାଧୀକାରୀ ଯେଉଁ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଛନ୍ତି ତାହାକୁ ସେମାନଙ୍କ ଅଗୋଚରରେ ବଦଳା ଯାଇ ପାରିବ ନାହିଁ। ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ମଙ୍ଗଳବାର ବ୍ୟାଙ୍କୁଗୁଡିକୁ ଏଭଳି ନିର୍ଦ୍ଦେଶ ଦେଇଛି। ଯଦି ପରିବର୍ତ୍ତନ କରାଯାଏ ତେବେ ହିତାଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଏସ୍‌ଏମ୍‌ଏସ୍‌ ବା ଇମେଲ୍‌ ଜରିଆରେ ଅବଗତ କରାଯିବ। ଫଳରେ ହିତାଧିକାରୀ ଏ ସମ୍ପର୍କରେ ସୂଚନା ପାଇ ପାରିବେ ବୋଲି ୟୁଆଇଡିଏଆଇ ଏହାର ଏକ ଗେଜେଟ୍‌ ନୋଟିଫିକେଶନର୍‌ରେ ଏହା ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ, ସବ୍‌ସିଡି ଗ୍ରହଣ କରାଯାଉଥିବା ଆକାଉଣ୍ଟ ପରିବର୍ତ୍ତନ କରିବା ପାଇଁ ହେଲେ ନ୍ୟାଶ୍‌ନାଲ୍‌ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ର ନିର୍ଦ୍ଦିଷ୍ଟ ସର୍ତ୍ତ ପାଳନ କରିବାକୁ ପଡିବ। ଏଥିପାଇଁ ହିତାଧିକାରୀଙ୍କ ସହମତି କ୍ରମେ କରାଯାଇ ପାରିବ ବୋଲି ଏଥିରେ କୁହାଯାଇଛି।

ବାଣିଜ୍ୟ |

କୃଷି ଋଣ ଛାଡ: ଉଚ୍ଚ ଜାତି କୃଷକଙ୍କୁ ଅଧିକ ଲାଭ

କୃଷି ଋଣ ଛାଡ: ଉଚ୍ଚ ଜାତି କୃଷକଙ୍କୁ ଅଧିକ ଲାଭ

ନୂଆଦିଲ୍ଲୀ,୧୭-୧ ଦେଶରେ ବିଭିନ୍ନ ରାଜ୍ୟରେ କୃଷି ଋଣ ଛାଡ ହେଉଥିବା ବର୍ତ୍ତମାନ ଦେଖା ଯାଉଛି। ଅନେକ ଦିନ ଧରି ପରିଶୋଧ ହେଉ ନ ଥିବା ଋଣକୁ କେତେକ ରାଜ୍ୟ ଛାଡ କରିଛନ୍ତି। ଋଣ ଛାଡ ବିତ୍ତିୟ ଶୃଙ୍ଖଳାକୁ ପ୍ରଭାବିତ କରୁଥିବା ବିଶେଷଜ୍ଞ ମାନେ କହୁଥିବା ବେଳେ ଏହା ସତ୍ୱେ ରାଜ୍ୟଗୁଡିକ କୃଷି ଋଣ ଛାଡ କରୁଛନ୍ତି। ଯଦି କୃଷି ଋଣ ଛାଡ ହୁଏ ତେବେ ଏହା ଦ୍ୱାରା ଉଚ୍ଚ ଜାତିର କୃଷକ ମାନେ ବିଶେଷ ଭାବେ ଫାଇଦାରେ ରହିବେ ବୋଲି ଏକ ଅଧ୍ୟୟନରୁ ଜଣା ଯାଇଛି।

ଶିକ୍ଷା ପାଇଁ ବ୍ୟୟବରାଦ ବୃଦ୍ଧି ଦାବି

ଶିକ୍ଷା ପାଇଁ ବ୍ୟୟବରାଦ ବୃଦ୍ଧି ଦାବି

ଆଗାମୀ ବଜେଟ୍‌ରେ ଶିକ୍ଷା କ୍ଷେତ୍ରରେ ବ୍ୟୟବରାଦ ବଢ଼ାଇବାକୁ ଶିଳ୍ପସଂଘ ଆସୋଚାମ୍‌ ଦାବି କରିଛି। ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିସରରୁ ଉଚ୍ଚ ଶିକ୍ଷାକୁ ବାହାରେ ରଖିବାକୁ ମଧ୍ୟ ଏହା ପରାମର୍ଶ ଦେଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଏକ ପତ୍ର ଲେଖି ସଂଘ ଏହା ଜଣାଇଛି।

୩୫,୦୦୦ ପଏଣ୍ଟ ଟପିଲା ସେନ୍‌ସେକ୍ସ

୩୫,୦୦୦ ପଏଣ୍ଟ ଟପିଲା ସେନ୍‌ସେକ୍ସ

ବମ୍ବେ,୧୭-୧(ପି.ଟି.) ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ୩୫,୦୦୦ ପଏଣ୍ଟ ଅତିକ୍ରମ କରିଛି। ବୁଧବାର କାରବାର ଶେଷରେ ସେନ୍‌ସେକ୍ସରେ ୩୧୦.୭୭ ପଏଣ୍ଟ ବୃଦ୍ଧି ଘଟିଛି। ଫଳରେ ଏହା ୩୫,୦୮୧.୮୨ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସର ପୂର୍ବ ରେକର୍ଡ ଥିଲା ୩୪,୮୪୩.୫୧ ପଏଣ୍ଟ। ଜାନୁୟାରୀ ୧୫ରେ ଏହି ସ୍ତରରେ ବଜାର ବନ୍ଦ ହୋଇଥିଲା।

ଆଜି ଜିଏସ୍‌ଟି ପରିଷଦ ବୈଠକ

ଆଜି ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ,୧୭-୧ ସାଧାରଣ ବଜେଟର ଦିନ କେଇଟା ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ନେତୃତ୍ୱରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିଷଦର ବୈଠକ ଗୁରୁବାର ହେବାକୁ ଯାଉଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇପାରେ।

୨୦୧୬-୧୭ ଆର୍ଥିକ ବର୍ଷରେ ଋଣ ପ୍ରଦାନ ହ୍ରାସ

୨୦୧୬-୧୭ ଆର୍ଥିକ ବର୍ଷରେ ଋଣ ପ୍ରଦାନ ହ୍ରାସ

ଭୁବନେଶ୍ୱର,୧୭-୧(ବ୍ୟୁରୋ) ଆର୍ଥିକ ବର୍ଷ ୨୦୧୫-୧୬ରେ ରାଜ୍ୟରେ ପ୍ରମୁଖ କ୍ଷେତ୍ରଗୁଡିକୁ ମୋଟ ୪୧୯୭୦.୮୦ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିବା ବେଳେ ୨୦୧୬-୧୭ରେ ଏହା ୩୯,୮୧୯.୬୫ କୋଟିକୁ ହ୍ରାସ ପାଇଛି। ଗତ ୧୦ ବର୍ଷ ମଧ୍ୟରେ ଏହା ହାରାହାରି ୨୦.୭୭% ବୃଦ୍ଧି ପାଇଥିଲେ ମଧ୍ୟ ୨୦୧୩-୧୪ ଏବଂ ୨୦୧୬-୧୭ ଦୁଇଟି ଆର୍ଥିକ ବର୍ଷରେ ଏହା ହ୍ରାସ ପାଇଛି।

 ଏନ୍‌ପିଏସ୍‌  ଟଙ୍କା ଉଠାଣ ନିୟମ କୋହଳ

ଏନ୍‌ପିଏସ୍‌ ଟଙ୍କା ଉଠାଣ ନିୟମ କୋହଳ

ନୂଆଦିଲ୍ଲୀ, ୧୭-୧(ପି.ଟି.) ଘର କିଣା, ଗୁରୁତର ରୋଗ, ଉଚ୍ଚ ଶିକ୍ଷା ଏବଂ ପିଲାମାନଙ୍କ ବିବାହ ପାଇଁ କର୍ମଚାରୀ ଜାତୀୟ ପେନ୍‌ସନ ସ୍କିମ୍‌(ଏନ୍‌ପିଏସ୍‌)ରୁ ୨୫% ପର୍ଯ୍ୟନ୍ତ ଜମା ଟଙ୍କା ଉଠାଇ ହେବ। ପେନ୍‌ସନ ଫଣ୍ଡ୍‌ ରେଗୁଲେଟାରୀ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି(ପିଏଫ୍‌ଆର୍‌ଡିଏ) ନିୟମ କୋହଳ କରି ବୁଧ ବାର ଏହା ଘୋଷଣା କରିଛି।

୭୧ ହଜାର କୋଟିର କ୍ରେଡିଟ୍‌ ପୋଟେନ୍‌ସିଆଲ୍‌ ଘୋଷଣା

୭୧ ହଜାର କୋଟିର କ୍ରେଡିଟ୍‌ ପୋଟେନ୍‌ସିଆଲ୍‌ ଘୋଷଣା

ଭୁବନେଶ୍ୱର,୧୭-୧(ବ୍ୟୁରୋ) ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ) ୨୦୧୮-୧୯ ଆର୍ଥିକ ବର୍ଷରେ ଓଡିଶା ପାଇଁ ୭୧ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ରେଡିଟ୍‌ ପୋଟେନ୍‌ସିଆଲ୍‌ ଘୋଷଣା କରିଛି। ରାଜ୍ୟର ୩୦ଟି ଜିଲାରେ କୃଷି, କୃଷି ଭିତ୍ତିଭୂମି, କୃଷିଭିତ୍ତିକ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌, ରପ୍ତାନି ପ୍ରୋତ୍ସାହନ, ଶିକ୍ଷାର ଉନ୍ନତି, ଗୃହ ନିର୍ମାଣ, ନବୀକରଣ ଯୋଗ୍ୟ ଶକ୍ତି ଓ ଅନ୍ୟାନ୍ୟ ଗ୍ରାମ୍ୟ ଉନ୍ନୟନ ଭିତ୍ତିଭୂମି ବିକାଶ ପାଇଁ ୭୧,୪୧୯.୮୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇପାରିବ ବୋଲି ଆକଳନ କରିଛି।

୧୪ ପ୍ରକାର ୧୦ ଟଙ୍କିଆ କଏନ୍‌ ବୈଧ

୧୪ ପ୍ରକାର ୧୦ ଟଙ୍କିଆ କଏନ୍‌ ବୈଧ

ବମ୍ବେ, ୧୭-୧ ସରକାର ୧୪ ପ୍ରକାରର ୧୦ ଟଙ୍କିଆ କଏନ୍‌ ବଜାରକୁ ଛାଡିଛନ୍ତି। ଏହି ସମସ୍ତ କଏନ୍‌ ଅସଲି ଏବଂ ବୈଧ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ଏହା ସ୍ପଷ୍ଟ କରିଛି। ବଜାରରେ ଏତେ ପ୍ରକାରର ୧୦ ଟଙ୍କିଆ କଏନ୍‌ ପ୍ରଚଳନ ହେଉଥିବାରୁ ଅସଲି ଓ ନକଲି ନେଇ ବ୍ୟବସାୟୀ ଓ ଗ୍ରାହକମାନେ ସନ୍ଦେହ କରୁଛନ୍ତି। କେତେକ ସ୍ଥାନରେ ଏହାକୁ ଗ୍ରହଣ ମଧ୍ୟ କରାଯାଉ ନାହିଁ।

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ଆସିଲା ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ

ନୂଆଦିଲ୍ଲୀ,୧୭-୧ପ୍ରମୁଖ ୨ ଚକିଆ ଯାନ କମ୍ପାନୀ ୟାମାହା ମୋଟର ଇଣ୍ଡିଆ ପକ୍ଷରୁ ବଜାରକୁ ଆସିଛି ନୂଆ ୨୦୧୮ ୟାମାହା ଏଫ୍‌ଜେଡ୍‌ ଏସ୍‌ ଏଫ୍‌ଆଇ।

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ବଜାରରେ ସାମ୍‌ସଙ୍ଗ ଗ୍ୟାଲେକ୍ସି ଏ୮ ପ୍ଲସ୍‌

ନୂଆଦିଲ୍ଲୀ,୧୭-୧ ପ୍ରମୁଖ ସ୍ମାର୍ଟ ଫୋନ ନିର୍ମାତା ସାମ୍‌ସଙ୍ଗ ନୂଆ କରି ବଜାରକୁ ଆଣିଛି ଗ୍ୟାଲେକ୍ସି ଏ୮ ପ୍ଲସ।

 ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ଅଣ-ପଞ୍ଜୀକୃତ ହେବେ ଆଉ ୧.୨୦ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୧୬-୧(ପି.ଟି.) କଳାଟଙ୍କା ବିରୋଧରେ ସରକାର ନିୟମିତ ବ୍ୟବଧାନରେ କାର୍ଯ୍ୟାନୁଷ୍ଠାନ ନେଇ ଆସୁଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନର ଅଂଶବିଶେଷ ଆଉ ୧.୨୦ ଲକ୍ଷ କମ୍ପାନୀଙ୍କୁ ଅଣ-ପଞ୍ଜୀକୃତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ପ୍ରକାର ନିୟମର ଉଲ୍ଲଂଘନ କରିଥିବାରୁ ଏମାନଙ୍କ ପଞ୍ଜୀକରଣ ରଦ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିବା ମଙ୍ଗଳବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅରୁନ୍ଧତୀ ଜୁଏଲର୍ସ ଫେଷ୍ଟିଭ୍‌ ଧମାଲ୍‌ର ବିଜେତା ଘୋଷଣା

ଭୁବନେଶ୍ୱର,୧୬।୧- ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ଫେଷ୍ଟିଭ୍‌ ଧମାଲ୍‌’ ଅଫରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ମଙ୍ଗଳବାର ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୫ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମ ମେୟର୍‌ ଅନନ୍ତ ନାରାୟଣ ଜେନା, ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସମେତ ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ରାଓ, ଅରୁନ୍ଧତୀର ବ୍ରାଣ୍ଡ ଆମ୍ବାସାଡର୍‌ ଅର୍ଚ୍ଚିତା ଏବଂ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ପ୍ରମୁଖ ଯୋଗ ଦେଇ ଥିଲେ। ଏଥିରେ ଭାଗ୍ୟଶାଳୀ ବିଜେତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା।