Dharitri News
ବାଣିଜ୍ୟ |

ନିବେଶକଙ୍କୁ ଆକୃଷ୍ଠ କରିବାକୁ ଆହ୍ବାନ

ନିବେଶକଙ୍କୁ ଆକୃଷ୍ଠ କରିବାକୁ ଆହ୍ବାନ ଭୁବନେଶ୍ୱର,୨୦-୧୨-- ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ବିଭିନ୍ନ କମ୍ପାନୀଗୁଡିକୁ ଆକୃଷ୍ଟ କରିବା ସକାଶେ ମେକ୍‌ ଇନ ଓଡିଶା କନ୍‌କ୍ଲେଭ୍‌ ୨୦୧୮କୁ ଅଧିକ ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରାଯିବ। ମୁଖ୍ୟସାଶନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ବୈଠକରେ ଏହି ଆଲୋଚନା ହୋଇଛି। ଏହି ଅବସରରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଏ ସଂକ୍ରନ୍ତା ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିବା ସହିତ ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପ୍ରସ୍ତାବକୁ ବିଚାର କରି ୨୦୧୮ ମସିହା ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ହେବାକୁ ଥିବା ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ କିପରି ଆକର୍ଷଣୀୟ ହୋଇ ପାରିବ ସେଥିପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ଯେଉଁ ଯେଉଁ ବିଭାଗଗୁଡିକ ପୁଞ୍ଜୀନିବେଶକଙ୍କୁ ଅଧି ଆକର୍ଷିତ କରିବା ସମ୍ଭାବନା ରହିଛି ସେଗୁଡିକୁ ଏକ ବ୍ଲ୍ୟୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିବା ପାଇଁ ପାଢୀ କହିଛନ୍ତି। ଉକ୍ତ ବିଭାଗର କେଉଁ କେଉଁ ଦିଗରେ ନିବେଶ ପାଇଁ ସୁଯୋଗ ରହିଛି ତାହାକୁ କନ୍‌କ୍ଲେଭ୍‌ରେ ଭାଗନେବାକୁ ଥିବା କମ୍ପାନୀ ଗୁଡିକୁ ପ୍ରଦାନ କରାଯିବ ବୋଲି ଆଲୋଚନା ହୋଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନ୍ତର୍ଗତ ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ(ଡିଆଇପିପି) ମିଳିତ ସହଯୋଗରେ ଏହି କନ୍‌କ୍ଲେଭ୍‌ ଅନୁଷ୍ଠିତ ହେବ। ଏଥିରେ ଇସ୍ପାତ, ଆଲୁମନିୟମ, ବିନିର୍ମାଣ, ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ଓ ପ୍ରଯୁକ୍ତି, ବୟନ ଶିଳ୍ପ, ପେଟ୍ରୋକେମିକାଲ୍‌ ଆଦି ଶିଳ୍ପ ସଂସ୍ଥା ଅଂଶ ଗ୍ରହଣ କରିବେ। ସେହିପରି ଆମେରିକା, ଜାପାନ, ଥାଇଲାଣ୍ଡ, ତାଇଓ୍ବାନ, ମାଲେସିୟା, ଜର୍ମାନୀ, ସ୍ବିଜରଲାଣ୍ଡ୍‌ ଆଦି ଦେଶରୁ ନିବେଶକ ଅଂଶଗ୍ରହଣ କରିବେ। ଏହାର ପ୍ରଚାର ପ୍ରଶାର ପାଇଁ ନୂଆଦିଲ୍ଲୀ, କଲିକତା, ହାଇଦ୍ରାବାଦ, ବମ୍ବେ ଆଦି ସହରରେ ରିଚ୍‌ଆଉଟ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଏହି ବୈଠକରେ ଆଲୋଚନା ହୋଇଛି। ଏଥିପାଇଁ ଓଭରସାଇଟ୍‌ କମିଟି, କୋଅର୍ଡିନେଶନ କମିଟି, ପ୍ରଦର୍ଶନୀ ଓ ସୁରକ୍ଷା କମିଟି, ସେକ୍ଟରଲା କମିଟି ଆଦି ୪ଟି କମିଟି ଗଠନ କରାଯିବ ବୋଲି ଆଲୋଚନା ହୋଇଛି। ଏହି ଅବସରରେ ଉନ୍ନୟନ କମିଶନର ଆର୍‌. ବାଲ୍‌କ୍ରିଷ୍ଣନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏ.କେ. ତ୍ରିପାଠୀ, ଏମ୍‌ଏସ୍‌ଏମ୍‌ଇ ସଚିବ ଏଲ୍‌.ଏନ୍‌. ଗୁପ୍ତା, ଅର୍ଥ ସଚିବ ତୁହିନ କାନ୍ତ ପାଣ୍ଡେ, ପର୍ଯ୍ୟଟନ ସଚିବ ମୋନା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ବାଣିଜ୍ୟ |

୯.୫ ଲକ୍ଷ କୋଟିକୁ ବୃଦ୍ଧି ପାଇବ ମୋଟ ଏନ୍‌ପିଏ

୯.୫ ଲକ୍ଷ କୋଟିକୁ ବୃଦ୍ଧି ପାଇବ ମୋଟ ଏନ୍‌ପିଏ

ନୂଆଦିଲ୍ଲୀ,୨୨-୧(ପିଟି) ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶର ମୋଟ ଅନାଦାୟ ଋଣ ପରିମାଣ(ଜିଏନ୍‌ପିଏସ୍‌) ୯.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ୨୦୧୬-୧୭ ଆର୍ଥିକ ବର୍ଷ ଶେଷ ବେଳକୁ ଏହା ୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷ ଶେଷକୁ ଏହା ୯.୫ ଲକ୍ଷ କୋଟିକୁ ବୃଦ୍ଧି ପାଇବ ବୋଲି ଆସୋଚାମ-କ୍ରିସିଲ୍‌ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ପ୍ରକାଶ ପାଇଛି।

ସବୁ ଟ୍ରେନ୍‌, ଷ୍ଟେଶନ ହେବ ଓ୍ବାଇଫାଇ

ସବୁ ଟ୍ରେନ୍‌, ଷ୍ଟେଶନ ହେବ ଓ୍ବାଇଫାଇ

ନୂଆଦିଲ୍ଲୀ,୨୨-୧-ଭାରତୀୟ ରେଳ ପକ୍ଷରୁ ଚାଲୁଥିବା ସମସ୍ତ ୧୧ ହଜାର ଟ୍ରେନ୍‌ ଏବଂ ୮୫୦୦ ରେଳ ଷ୍ଟେଶନରେ ଓ୍ବାଇଫାଇ ସୁବିଧା କରାଯିବ। ୨୦୧୮-୧୯ ସାଧାରଣ ବଜେଟ୍‌ରେ ଏଥି ପାଇଁ ୩,୦୦୦ କୋଟି ଟଙ୍କା ବ୍ୟୟ ବରାଦ ହେବ। ଯାତ୍ରୀଙ୍କ ସୁରକ୍ଷା ଓ ସହଜ ରେଳ ଯାତ୍ରା ପାଇଁ ଏହି ବ୍ୟବସ୍ଥା କରାଯିବ ବୋଲି ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କାନାରା ବ୍ୟାଙ୍କ ଅଫିସର୍ସ ସଂଘ ବୈଠକ

କାନାରା ବ୍ୟାଙ୍କ ଅଫିସର୍ସ ସଂଘ ବୈଠକ

ଭୁବନେଶ୍ୱର,୨୨-୧ କାନାରା ବ୍ୟାଙ୍କ ଅଫିସର୍ସ ଆସୋସିଏଶନ୍‌ ଓଡିଶା ୟୁନିଟ୍‌ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ଭି. ମଣିରମନ୍‌ଙ୍କ ଏଥିରେ ଅଧ୍ୟକ୍ଷତା କରି ଉପସ୍ଥିତ ସଦସ୍ୟଙ୍କୁ ସରକାରଙ୍କ ବ୍ୟାଙ୍କ ମିଶ୍ରଣ ଏବଂ ଅଧିଗ୍ରହଣ ଯୋଜନା ବିପକ୍ଷରେ ସଂଘର ବିରୋଧ ଜାରି ରଖିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର ଦେଶର ଉନ୍ନତିରେ ସଂଘର ଅବଦାନ ଉପରେ ଆଲୋଚନା କରିଥିଲେ। ଓଡିଶା ୟୁନିଟର ସାଧାରଣ ସଂପାଦକ ପି.କେ. ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ।

ବଢ଼ୁଛି ଆୟ ତାରତମ୍ୟ ହାର

ବଢ଼ୁଛି ଆୟ ତାରତମ୍ୟ ହାର

ଡାଭୋସ୍‌,୨୨-୧(ପି.ଟି.) ଦେଶର ସାମଗ୍ରିକ ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବିଭିନ୍ନ ସମୟରେ କହି ଆସୁଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଆର୍ଥିକ ବିକାଶ ଘଟୁଛି ଏବଂ ଧନୀ, ଦରିଦ୍ର ସମସ୍ତେ ଅଭିବୃଦ୍ଧିର ସ୍ରୋତରେ ଆଗକୁ ବଢ଼ୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କହୁଛନ୍ତି। କିନ୍ତୁ ଦୁଇଟି ରିପୋର୍ଟକୁ ଦୃଷ୍ଟି ଦେଲେ ଭାରତକୁ ନେଇ ସେ ପ୍ରଦାନ କରିଥିବା ଗୋଲାପୀ ଚିତ୍ର ଉପରେ ସନ୍ଦେହ ସୃଷ୍ଟି ହୋଇଛି।

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ

ନୂଆଦିଲ୍ଲୀ,୨୧-୧ ୨୦୧୮ରେ ଭାରତ ଚାଇନାକୁ ଟପି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ। ଘରୋଇ ବଜାରର ପୁଞ୍ଜି ବଜାର ବିଶ୍ୱର ପଞ୍ଚମ ବୃହତ୍ତ ବଜାର ହେବ ବୋଲି ସାଙ୍କଟମ୍‌ ଓ୍ବେଲଥ୍‌ ମ୍ୟାନେଜମେଣ୍ଟ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସେହିଭଳି ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ଅର୍ଥନୀତିଗୁଡିକରେ ଅଭିବୃଦ୍ଧି ଧାରା ଏତେଟା ଉନ୍ନତ ହେବ ନାହିଁ। ମାତ୍ର ଭାରତ ଏକ ସଂସ୍କାରମୂଳକ ଅର୍ଥନୀତି ହେବା ସହ ଅଭିବୃଦ୍ଧି ଧାରା ବଜାୟ ରହିବ ବୋଲି ସାଙ୍କଟମ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି।

ଏନ୍‌ପିଏ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା ଆସୁ: ଆଚାର୍ଯ୍ୟ

ଏନ୍‌ପିଏ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା ଆସୁ: ଆଚାର୍ଯ୍ୟ

ନୂଆଦିଲ୍ଲୀ,୨୧-୧ ଘରୋଇ ବଜାରରେ ଏନ୍‌ପିଏ ଯୋଗୁ ବର୍ତ୍ତମାନ ବ୍ୟାଙ୍କଗୁଡିକ ବିଭିନ୍ନ ଅସୁବିଧା ଦେଇ ଗତିକରୁଛନ୍ତି। ଏନ୍‌ପିଏ ସମ୍ପତ୍ତିଗୁଡିକର ବିକ୍ରି ଲାଗି ଘରୋଇ ବଜାରରେ ଆମେରିକା ଭଳି ଅନ୍‌ଲାଇନ ଟ୍ରେଡିଂ ପ୍ଲାଟଫର୍ମ ଆସିବା ଉଚିତ୍‌। ଏହା ଆସିଲେ ଏନ୍‌ପିଏ ସମ୍ପତ୍ତି ବିକ୍ରି ପ୍ରକ୍ରିୟା ସହଜ ହେବା ସହ ଉନ୍ନତ ମୂଲ୍ୟ ଦ୍ୱାରା ପୁଞ୍ଜି ସଂଗ୍ରହ ହୋଇପାରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଡେପୁଟି ଗଭର୍ନର ଭିରାଲ ଆଚାର୍ଯ୍ୟ ଗୁରୁତ୍ୱାରୋପ କରିଛନ୍ତି।

ହ୍ରାସ ହୋଇପାରେ ଟିକସ ସ୍ଲାବ

ହ୍ରାସ ହୋଇପାରେ ଟିକସ ସ୍ଲାବ

ନୂଆଦିଲ୍ଲୀ,୨୧-୧ ଆଗାମୀ ବଜେଟରେ ସରକାର ଟିକସ ସ୍ଲାବକୁ ହ୍ରାସ କରି ପାରନ୍ତି। ଏହା ହେଲେ ଲୋକଙ୍କ ଉପରେ ଟିକସ ବୋଝ ସାମାନ୍ୟ ହ୍ରାସ ହେବ ବୋଲି ଟିକସ କନସଲଣ୍ଟାଣ୍ଟ ଇଓ୍ବାଇ ପକ୍ଷରୁ ହୋଇଥିବା ଏକ ପ୍ରାକ୍‌ ବଜେଟ ସର୍ଭେରେ ଏହା ପ୍ରକାଶ ପାଇଛି।

ମାରୁତି ଆଣିବ ୪ ନୂଆ ମଡେଲ

ମାରୁତି ଆଣିବ ୪ ନୂଆ ମଡେଲ

ନୂଆଦିଲ୍ଲୀ,୨୧-୧ ପ୍ରମୁଖ ୪ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଆଗାମୀ ୧୨-୧୮ ମାସ ମଧ୍ୟରେ ୪ ନୂଆ ମଡେଲ ଆଣିବ। ଆଗାମୀ ଦିନରେ ଘରୋଇ ବଜାରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଧାରାକୁ ବଜାୟ ରଖିବାକୁ ଏହି ଭଳି ପଦକ୍ଷେପ ନିଆଯାଉଥିବା କମ୍ପାନୀ ପ୍ରକାଶ କରିଛି।

ତ୍ୱରିତ ହେବ କମ୍ପାନୀ ପଞ୍ଜୀକରଣ ଧାରା

ତ୍ୱରିତ ହେବ କମ୍ପାନୀ ପଞ୍ଜୀକରଣ ଧାରା

ନୂଆଦିଲ୍ଲୀ,୨୧-୧ କମ୍ପାନୀ ପଞ୍ଜୀକରଣ ଧାରାକୁ ତ୍ୱରାନ୍ବିତ କରିବାକୁ ସରକାର ଯୋଜନା କରୁଛନ୍ତି। ନୂତନ କମ୍ପାନୀଙ୍କ ପଞ୍ଜିକରଣ ଧାରାରେ କିଛିଟା ପରିବର୍ତ୍ତନ କରିବାକୁ ଯୋଜନା ରହିଛି।

୨୦୧୯ ବିତ୍ତୀୟ ନିୟଣ୍ଟ ୩.୫% ଛଇଁପାରେ

୨୦୧୯ ବିତ୍ତୀୟ ନିୟଣ୍ଟ ୩.୫% ଛଇଁପାରେ

ନୂଆଦିଲ୍ଲୀ,୨୧-୧ ୨୦୧୮-୧୯ ଆର୍ଥତ୍କ ବର୍ଷରେ ବିତ୍ତିୟ ନିୟଣ୍ଟ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୩.୫% ଛୁଇଁପାରେ। ମାତ୍ର ଏହା ଦେଶରେ ମୌଳିକ ସଂରଚନା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଶ୍ୱସ୍ତରୀୟ ଆର୍ଥତ୍କ ସେବା ପ୍ରଦାନକାରୀ ମୋର୍ଗାନ ଷ୍ଟାନଲି ଏହାର ରିପୋର୍ଟରେ ଉଲ୍ଲେଖ କରିଛି।

୮ ଖଣିଜ ବ୍ଲକର ନିଲାମ ହେବ

୮ ଖଣିଜ ବ୍ଲକର ନିଲାମ ହେବ

ନୂଆଦିଲ୍ଲୀ,୨୧-୧ ୮ ନୂଆ ଖଣିଜ ବ୍ଲକକୁ ନିଲାମ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବ୍ଲକଗୁଡିକରେ ପ୍ରାୟ ୧,୧୩୩ ନିୟୁତ ଟନ୍‌ ଖଣିଜ ପଦାର୍ଥ ଗଚ୍ଛିତ ହୋଇ ରହିଛି। ବ୍ଲକଗୁଡିକ ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ ଭଳି ରାଜ୍ୟଗୁଡିକରେ ରହିଛି।

ଟୋଲ୍‌ ପ୍ଲାଜାରେ ଖୋଲିବ ହାଇଓ୍ବେ ନେଷ୍ଟ

ଟୋଲ୍‌ ପ୍ଲାଜାରେ ଖୋଲିବ ହାଇଓ୍ବେ ନେଷ୍ଟ

ନୂଆଦିଲ୍ଲୀ,୨୧-୧-ଟୋଲ୍‌ ପ୍ଲାଜା ଗୁଡିକରେ ଲୋକମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଚା’, କଫି, ପ୍ୟାକେଜ୍‌ଡ୍‌ ଫୁଡ୍‌ ମିଳିବ। ଏଥିପାଇଁ ‘ହାଇଓ୍ବେ ନେଷ୍ଟ୍‌’ ନାମରେ ଛୋଟ ଦୋକାନ ପରି ବ୍ୟବସ୍ଥା କରାଯିବ।