ଖେଳ |

ସିକେ ନାଇଡୁ ଟ୍ରଫି: ବମ୍ବେକୁ ହରାଇ ଦିଲ୍ଲୀ ଚାମ୍ପିୟନ

ସିକେ ନାଇଡୁ ଟ୍ରଫି: ବମ୍ବେକୁ ହରାଇ ଦିଲ୍ଲୀ ଚାମ୍ପିୟନ
ବମ୍ବେ,୨୦। ୧୨(ପି.ଟି.) ଉଇକେଟ କିପର ବ୍ୟାଟ୍ସମ୍ୟାନ ଅଞ୍ଜୁ ରାଓ୍ବତ୍‌ଙ୍କ ୭୫ରନର ଦମ୍‌ଦାର ଇନିଂସ ବଳରେ ଦିଲ୍ଲୀ ୫ ଉଇକେଟରେ ବମ୍ବେକୁ ପରାସ୍ତ କରି ଚଳିତବର୍ଷର ୨୩ ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫି ହାସଲ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବମ୍ବେ ପ୍ରଥମ ଇନିଂସରେ ୫୮ ଓଭରରେ ୨୩୦ ରନ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ୬୪.୫ ଓଭରରେ ୯ ଉଇକେଟ ହରାଇ ୨୬୦ ରନ କରି ୩୦ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ବମ୍ବେ୯୧.୧ ଓଭରରେ ୨୬୭ କରି ଅଲଆଉଟ ହୋଇଥିଲା। ଫଳରେ ଦିଲ୍ଲୀ ସମ୍ମୁଖରେ ୨୩୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦିଲ୍ଲୀ ବୁଧବାର ଚତୁର୍ଥ ତଥା ଅନ୍ତିମ ଦିବସରେ ୫୪.୫ ଓଭରରେ ୫ ଉଇକେଟ ହରାଇ ୨୩୯ ରନ କରି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଓ ଟାଇଟଲ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଦିଲ୍ଲୀ ତରଫରୁ ଜଣ୍ଟି ସିଦ୍ଧୁ ୪୦, ରାଜେଶ ଶର୍ମା ୩୪ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ଦିନେଶ ମୋର ଓ ଲଳିତ୍‌ ଯାଦବ ଯଥାକ୍ରମେ ୪୬ ଓ ୩୧ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ବୋଲିଂରେ ବମ୍ବେ ତରଫରୁ ସାଇରାଜ ବି ପାଟିଲ ଦୁଇଟି, ଏସ୍‌.ଏସ୍‌ ଯାଦବ, ମିନାଦ ପି ମଞ୍ଜରେକର ଓ କର୍ସ କୋଠାରୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୨୩/୨ରୁ ଦିଲ୍ଲୀ ଖେଳ ଆରମ୍ଭ କରିଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଅଞ୍ଜୁ ରାଓ୍ବତ୍‌ ୬୮ ଓ ଜଣ୍ଟି ସୁଦ୍ଧୁ ୧୫ରୁ ଖେଳ ଆରମ୍ଭ କରିଥିଲେ। ଏଥି ସହିତ ଚଳିତ ବର୍ଷ ଘରୋଇ ସେସନରେ ଦିଲ୍ଲୀର ପ୍ରଦର୍ଶନ ଉଚ୍ଚକୋଟୀର ହୋଇଛି। ଦିଲ୍ଲୀ ଏହା ପୂର୍ବରୁ ରଣଜୀ ଟ୍ରଫିରେ ବେଙ୍ଗଲକୁ ସେମିରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।
All Right Reserved By

ଖେଳ |

ନେପାଳ ସ୍ପିନର ସନ୍ଦୀପଙ୍କ କୃତିତ୍ୱ

ନେପାଳ ସ୍ପିନର ସନ୍ଦୀପଙ୍କ କୃତିତ୍ୱ

ମେଲବୋର୍ନ, ୨୩।୧୦- ନେପାଳର ଉଦୀୟମାନ ଲେଗ୍‌-ସ୍ପିନର ସନ୍ଦୀପ ଲାମିଚାନେ ଅଷ୍ଟ୍ରେଲିଆର ଟି୨୦ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ମେଲବୋର୍ନ ଷ୍ଟାର୍‌ ପକ୍ଷରୁ ଖେଳିବାକୁ ଚୁକ୍ତି କରିଛନ୍ତି।

ଡବ୍ଲ୍ୟୁଟିଏ ଫାଇନାଲ୍ସ: କର୍ବର, ଓସାକ ପରାସ୍ତ

ଡବ୍ଲ୍ୟୁଟିଏ ଫାଇନାଲ୍ସ: କର୍ବର, ଓସାକ ପରାସ୍ତ

କାଲାଙ୍ଗ(ସିଙ୍ଗାପୁର), ୨୩।୧୦- ଏଠାରେ ଚାଲିଥିବା ଡବ୍ଲୁଟିଏ ଫାଇନାଲ୍ସରେ ଦୁଇ ତାରକା ମହିଳା ଟେନିସ ଖେଳାଳି ଆଞ୍ଜେଲିକ କର୍ବର ଓ ନାଓମି ଓସାକାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି।

ନ୍ୟୁଜିଲାଣ୍ଡ ଟି୨୦ ଦଳରେ ଫିଲିପ୍ସ, ଆଣ୍ଡରସନ

ନ୍ୟୁଜିଲାଣ୍ଡ ଟି୨୦ ଦଳରେ ଫିଲିପ୍ସ, ଆଣ୍ଡରସନ

ଅକ୍‌ଲାଣ୍ଡ, ୨୩।୧୦- ପାକିସ୍ତାନ ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ମଙ୍ଗଳବାର ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ଘୋଷିତ ହୋଇଛି। କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱରେ ଘୋଷିତ ୧୩ ଜଣିଆ ଦଳରେ ଅଲ୍‌ରାଉଣ୍ଡର କୋରି ଆଣ୍ଡରସନ ଓ ଉଇକେଟ୍‌କିପର ଗ୍ଲେନ ଫିଲିପ୍ସଙ୍କୁ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆ ୭ ଉଇକେଟରେ ବିଜୟୀ

ଅଷ୍ଟ୍ରେଲିଆ ୭ ଉଇକେଟରେ ବିଜୟୀ

ଆବୁଧାବି, ୨୩ା୧୦ (ଏଏଫ୍‌ପି)-ଅଷ୍ଟ୍ରେଲିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ଏକମାତ୍ର ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଯାଇଛି।  ଡି’ ଆର୍ସି ଶର୍ଟଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ  ସହାୟତାରେ ଅଷ୍ଟ୍ରେଲିଆ ଏଥିରେ ୭ ଉଇକେଟରେ ବିଜୟ ହାସଲ କରିଛି। 

କୋଚ୍‌ଭାବେ ସିନିୟର କ୍ୟାମ୍ପରେ ଯୋଗଦେଲେ ଲାଜରୁସ

କୋଚ୍‌ଭାବେ ସିନିୟର କ୍ୟାମ୍ପରେ ଯୋଗଦେଲେ ଲାଜରୁସ

ଭୁବନେଶ୍ୱର, ୨୩ା୧୦ (କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା ହକିର ଅନ୍ୟତମ କିମ୍ବଦନ୍ତୀ ଖେଳାଳି ଅଲିମ୍ପିଆନ ଲାଜରୁସ ବାର୍ଲା ଏବେ କ୍ୟାରିୟରରେ ଆଉ ଏକ ଗୁରୁ ଦାୟିତ୍ୱ ପାଇଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଭାରତୀୟ ସିନିୟର ହକି ଦଳର କ୍ୟାମ୍ପରେ ସେ କୋଚ୍‌ଭାବେ ଯୋଗ ଦେଇଛନ୍ତି। 

ବଜରଙ୍ଗଙ୍କୁ ରୌପ୍ୟ, ଓତୋଗୁରୋ ଜାପାନର ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ

ବଜରଙ୍ଗଙ୍କୁ ରୌପ୍ୟ, ଓତୋଗୁରୋ ଜାପାନର ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ

ବୁଦାପେଷ୍ଟ(ହଙ୍ଗେରୀ), ୨୩ା୧୦  (ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ରେ ଦ୍ୱିତୀୟ ଭାରତୀୟ ବକ୍ସର ଭାବେ ସ୍ବର୍ଣ୍ଣ ପଦକ ହାସଲ କରିବା ଲାଗି ବଜରଙ୍ଗ ପୁନିଆ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଅଧୁରା ହୋଇ ରହିଯାଇଛି।

ସାଇକେଲ ରେସିଂରେ ରାଜୀବଙ୍କ କୃତିତ୍ୱ

ସାଇକେଲ ରେସିଂରେ ରାଜୀବଙ୍କ କୃତିତ୍ୱ

ବ୍ରହ୍ମପୁର ଅଫିସ,୨୩ା୧୦ ଚେନ୍ନାଇଠାରେ ରବିବାର ଇଭେଣ୍ଟ ଜିନିଙ୍ଗ ପକ୍ଷରୁ ଅନୁଷ୍ଠିତ ଜାତୀୟସ୍ତରୀୟ ଡବ୍ଳୁସିସିଜି ଟୁ ଷ୍ଟେଟ ସାଇକେଲ ରେସିଂ ୨୦୧୮-୧୯ ପ୍ରତିଯୋଗିତାରେ ଭାଗନେଇ ଗଞ୍ଜାମ ଜିଲାର ଜଣେ ଯୁବକ କୃତିତ୍ୱ ହାସଲ କରିଛନ୍ତି।

ଛେତ୍ରୀଙ୍କ ଡବଲ ଗୋଲ୍‌

ଛେତ୍ରୀଙ୍କ ଡବଲ ଗୋଲ୍‌

ବେଙ୍ଗାଲୁରୁ ଏଫ୍‌ସି ବିଜୟୀ ପୁଣେ, ୨୩ା୧୦  (ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ରେ ସୋମବାର ଖେଳାଯାଇଥିବା ଏକ ମ୍ୟାଚରେ ବେଙ୍ଗାଲୁରୁ ଏଫସି ୩-୦ ଗୋଲରେ ଏଫସି ପୁଣେ ସିଟିକୁ ପରାସ୍ତ କରିଛି। 

୧୫ ବର୍ଷରୁ କମ୍‌ ସାଫ୍‌ ଫୁଟବଲ : ଭାରତୀୟ ଦଳରେ ୩ ଓଡ଼ିଆ

୧୫ ବର୍ଷରୁ କମ୍‌ ସାଫ୍‌ ଫୁଟବଲ : ଭାରତୀୟ ଦଳରେ ୩ ଓଡ଼ିଆ

ଭୁବନେଶ୍ୱର, ୨୩ା୧୦ (କ୍ରୀଡ଼ା ପ୍ରତିନିଧି)ନେପାଳର କାଠମାଣ୍ଡୁଠାରେ ଚଳିତମାସ ୨୫ରୁ ନଭେମ୍ବର ୩ ପର୍ଯ୍ୟନ୍ତ ୧୫ ବର୍ଷରୁ କମ୍‌ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ଚାମ୍ପିୟନଶିପ୍‌ରେ ଟାଇଟଲ ବଜାୟ ରଖିବା ଭାରତର ମୁଖ୍ୟ ଲକ୍ଷ୍ୟ ରହିବ। 

ଜାତୀୟ ବେଞ୍ଚ୍‌ପ୍ରେସ୍‌ ପାଇଁ ଓଡ଼ିଶା ଦଳ

ଜାତୀୟ ବେଞ୍ଚ୍‌ପ୍ରେସ୍‌ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୨୩ା୧୦ (କ୍ରୀଡ଼ା ପ୍ରତିନିଧି)ଆସନ୍ତା ନଭେମ୍ବର ୧୪ରୁ ୧୮ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଲୋନାଭେଲାଠାରେ ଜାତୀୟ ବେଞ୍ଚ୍‌ପ୍ରେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଉତ୍କଳ କରାଟେ ସ୍କୁଲରେ ହୋଇଥିବା ଚୟନ ପ୍ରକ୍ରିୟାରେ ୧୯ ଖେଳାଳି ମନୋନୀତ ହୋଇଛନ୍ତି। 

ଭାରତ-ଶ୍ରୀଲଙ୍କା ଦୃଷ୍ଟିହୀନ କ୍ରିକେଟ ୨୫ରେ

କଟକ ଅଫିସ, ୨୩ା୧୦ ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ଦୃଷ୍ଟିହୀନ  କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ ଆସନ୍ତା ୨୫ରେ ସ୍ଥାନୀୟ ନିମପୁର ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ଦୃଷ୍ଟିହୀନ କ୍ରିକେଟ କ୍ଷେତ୍ରରେ ଓଡ଼ିଶାରେ ଏହା ହେଉଛି ଦ୍ୱିତୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ । 

ଅଶ୍ୱିନ, ରାହାନେ, କାର୍ତ୍ତିକଙ୍କ ପାଇଁ ସୁଯୋଗ

ଅଶ୍ୱିନ, ରାହାନେ, କାର୍ତ୍ତିକଙ୍କ ପାଇଁ ସୁଯୋଗ

ନୂଆଦିଲ୍ଲୀ, ୨୩ା୧୦ (ପି.ଟି.)-ମଙ୍ଗଳବାରଠାରୁ ଖେଳାଯିବାକୁଥିବା ଦେଓଧର ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ପୃଥ୍ବୀ ଶ’ଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବା ସ୍ବାଭାବିକ। କିନ୍ତୁ  ଦିନିକିଆ ଫର୍ମାଟରେ ତିଷ୍ଠି ରହିବାକୁ ହେଲେ ଅଜିଙ୍କ୍ୟ ରାହାନେ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ସିନିୟର ଖେଳାଳିଙ୍କ ଲାଗି ଏହି ଟୁର୍ନାମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।