Dharitri News
ଖେଳ |

ବକ୍ସିଂ ଡେ ଟେଷ୍ଟ: ସନ୍ଦେହରେ ଷ୍ଟାର୍କଙ୍କ ଖେଳିବା

ବକ୍ସିଂ ଡେ ଟେଷ୍ଟ: ସନ୍ଦେହରେ ଷ୍ଟାର୍କଙ୍କ ଖେଳିବା ମେଲବର୍ନ, ୨୦।୧୨- ଚଳିତ ଆଶେସ ସିରିଜ୍‌ର ୪ର୍ଥ ତଥା ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କ ଆହତ ସମସ୍ୟା ଏଭଳି ଅନିଶ୍ଚିତତାର କାରଣ। ପର୍ଥ ଟେଷ୍ଟର ୪ର୍ଥ ଦିବସରେ ତାଙ୍କ ଡାହାଣ ଗୋଇଠିରେ ଆଘାତ ଲାଗିଥିଲା। ଏହି ସମସ୍ୟାର ସ୍କାନ କରାଯିବା ପରେ କୌଣସି ଚିନ୍ତାର ବିଷୟ ନ ଥିବା ଜଣାପଡ଼ିଛି। ମାତ୍ର ତାଙ୍କ ସମସ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାସତ୍ତ୍ୱେ ୧୩ ଜଣିଆ ଅଷ୍ଟ୍ରେଲିଆ ଦଳରେ ସେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡ ଗସ୍ତ କରିବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଷ୍ଟାର୍କଙ୍କ ସମସ୍ୟାର ପୁନଃ ଯାଞ୍ଚ କରାଯିବା ପରେ ହିଁ ସେ ଦଳରେ ସ୍ଥାନ ପାଇବେ କି ନାହିଁ ସ୍ପଷ୍ଟ ହେବ। ସେ ସମ୍ପୂର୍ଣ୍ଣ ରୂପେ ଫିଟ୍‌ ହେବାରେ ବିଫଳ ହେଲେ ତାଙ୍କ ବଦଳରେ ଜ୍ୟାକସନ ବାର୍ଡଙ୍କୁ ସୁଯୋଗ ମିଳିବ। ବାର୍ଡଙ୍କୁ ଦଳରେ ଅତିରିକ୍ତ ବୋଲର ଭାବେ ସାମିଲ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ଆଶେସ ସିରିଜ୍‌ରେ ଏଯାବତ ଷ୍ଟାର୍କ ୨୧.୫ ହାରରେ ସର୍ବାଧିକ ୧୯ଟି ଉଇକେଟ୍‌ ଅକ୍ତିଆର କରିଛନ୍ତି।

ଖେଳ |

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ନାଡାଲ

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ନାଡାଲ

ମେଲବୋର୍ନ, ୨୧।୧- ଚଳିତ ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ ରାଫାଲ ନାଡାଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶୀର୍ଷ ର଼୍ୟାଙ୍କଧାରୀ ଏହି ଖେଳାଳି ୬-୩, ୬-୭(୪/୭), ୬-୩, ୬-୩ ସେଟ୍‌ରେ ଆର୍ଜେଣ୍ଟିନାର ଡିଆଇଗୋ ସ୍କଓ୍ବାର୍ଟଜମ୍ୟାନଙ୍କୁ ହରାଇ ଦେଇଛନ୍ତି।

ପ୍ରି-କ୍ୱାର୍ଟରରେ ହାରିଲେ ପେସ୍‌-ପୂରବ

ପ୍ରି-କ୍ୱାର୍ଟରରେ ହାରିଲେ ପେସ୍‌-ପୂରବ

ମେଲବୋର୍ନ, ୨୧।୧- ଭେଟେରାନ ଲିଆଣ୍ଡର ପେସ୍‌ ଓ ପୂରବ ରାଜାଙ୍କ ଯୋଡ଼ି ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଡବଲ୍ସ ବର୍ଗର ପ୍ରି-କ୍ୱାର୍ଟର ରାଉଣ୍ଡରେ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି। ରବିବାର ଖେଳାଯାଇଥିବା ମୁକାବିଲାରେ ଅଣସିଡ୍‌ ଭାରତୀୟ ଯୋଡ଼ି ୧-୬, ୨-୬ ସେଟ୍‌ରେ କଲମ୍ବିଆର ଜୁଆନ ସେବେଷ୍ଟିଆନ କାବାଲ ଓ ରବର୍ଟ ଫରାହଙ୍କ ଯୋଡ଼ିଠାରୁ ପରାସ୍ତ ହୋଇଛନ୍ତି।

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି

ଓଡ଼ିଶା ପ୍ରିମିୟର ଲିଗ୍‌: ବାରବାଟୀ-ଜଗତ୍‌ସିଂହପୁର ସେମି ଆଜି

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ବାଙ୍ଗାଲୋରସ୍ଥିତ ଏଥେନା ସ୍ପୋଟର୍‌ସ କ୍ଲବଠାରେ ଓଡ଼ିଶା ୟୁଥ୍‌ ପକ୍ଷରୁ ଚାଲିଥିବା ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌)ର ୩ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି।

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଘସିପୁରା,୨୦।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଳତୀ ଠାରେ ୨୫ତମ ରାଜ୍ୟସ୍ତରୀୟ ଗୋଲଡେନ୍‌ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆନନ୍ଦପୁର ଉପଜିଲାପାଳ ନିତ୍ୟାନନ୍ଦ ବାରିକ, ଆନନ୍ଦପୁର ବ୍ଲକ ବିଡିଓ ଉମାକାନ୍ତ ପରିଡା, ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ଦେବାଶିଷ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ପାକିସ୍ତାନକୁ ହରାଇ ଟାଇଟଲ ବଜାୟ ରଖିଲା ଭାରତ

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ପାକିସ୍ତାନକୁ ହରାଇ ଟାଇଟଲ ବଜାୟ ରଖିଲା ଭାରତ

ନୂଆଦିଲ୍ଲୀ,୨୦।୧(ପି.ଟି.)- ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଅଜୟ ରେଡ୍ଡୀଙ୍କ ନେତୃତ୍ୱାଧୀନ ଭାରତ ଟାଇଟଲ ହାସଲ କରିଛି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଭାରତ ଦୁଇ ଉଇକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଚାମ୍ପିୟନ ହେବା ସହିତ କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ କରିଛି। ଏହା ପୂର୍ବରୁ ଗ୍ରୁପ୍‌ ମ୍ୟାଚ୍‌ରେ ମଧ୍ୟ ଭାରତ ଗତ ୧୩ ତାରିଖରେ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା। ମୋଟ ଉପରେ ଏହି ମେଗା ଇଭେଣ୍ଟରେ ଭାରତ ଦୁଇଥର ପାକିସ୍ତାନକୁ ହରାଇଛି।

ଚତୁଃରାଷ୍ଟ୍ରୀୟ ହକି: ଫାଇନାଲରେ ଭାରତ

ଚତୁଃରାଷ୍ଟ୍ରୀୟ ହକି: ଫାଇନାଲରେ ଭାରତ

ଟୌରାଙ୍ଗ(ନ୍ୟୁଜିଲାଣ୍ଡ),୨୦।୧- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ଟୁର୍ନାମେଣ୍ଟର ଫାଇନାଲ୍‌ରେ ଭାରତୀୟ ଦଳ ପ୍ରବେଶ କରିଛି। ଶବିବାର ବ୍ଲାକ ପାର୍କଠାରେ ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳ ୩-୧ ଗୋଲ୍‌ରେ ଘରୋଇ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଏହି ସଫଳତା ପାଇଛି।

ଶାରାପୋଭାଙ୍କ ଅଭିଯାନ ଶେଷ

ଶାରାପୋଭାଙ୍କ ଅଭିଯାନ ଶେଷ

ମେଲବୋର୍ନ, ୨୦।୧- ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ପୂର୍ବତନ ଚାମ୍ପିୟନ୍‌ ମାରିଆ ଶାରାପୋଭାଙ୍କ ଅଭିଯାନ ଶନିବାର ଶେଷ ହୋଇଛି। ପାଞ୍ଚ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଅଧିକାରୀ ଶାରାପୋଭାଙ୍କୁ ୨୧ତମ ସିଡ୍‌ ଜର୍ମାନୀର ଆଞ୍ଜେଲିନ୍‌ କର୍ବର ୬-୧, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରି-କ୍ୱାର୍ଟରରେ ପେସ୍‌

ଅଷ୍ଟ୍ରେଲିଆନ୍‌ ଓପନ୍‌: ପ୍ରି-କ୍ୱାର୍ଟରରେ ପେସ୍‌

ମେଲବୋର୍ନ, ୨୦।୧(ପି.ଟି.)- ଭେଟେରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଓ ତାଙ୍କ ଯୋଡ଼ିଦାର ପୂରବ ରାଜା ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ଡବଲ୍ସ ବର୍ଗରେ ପ୍ରି-କ୍ୱାର୍ଟର୍‌ରେ ସ୍ଥାନ ପକ୍କା କରିଛନ୍ତି।

ଆଜିଠାରୁ ରାଜ୍ୟ କୁସ୍ତି ପ୍ରତିଯୋଗିତା

ଭୁବନେଶ୍ୱର, ୨୦।୧ ଓଡ଼ିଶା କୁସ୍ତି ସଂଘ ଆନୁକୂଲ୍ୟରେ ଖୋର୍ଦ୍ଧା କୁସ୍ତି ସଂଘ ପକ୍ଷରୁ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପ୍ରାଙ୍ଗଣରେ ୨୦ ଓ ୨୧ ତାରିଖରେ ରାଜ୍ୟ (ଆନ୍ତଃ ଜିଲା) କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାର ୧୫୦ ପ୍ରତିଯୋଗୀ ଓ ୫୦ ଜଣ ଅଫିସିଆଲ୍‌ ଅଂଶଗ୍ରହଣ କରିବେ।

ହାଇପରଆଣ୍ଡ୍ରୋଜେନିଜମ ନିୟମ, ଆଉ ୬ ମାସ ପାଇଁ ସସ୍‌ପେଣ୍ଡ

ହାଇପରଆଣ୍ଡ୍ରୋଜେନିଜମ ନିୟମ, ଆଉ ୬ ମାସ ପାଇଁ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୧୯।୧ (ପି.ଟି.)-କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌) ଶୁକ୍ରବାର ଇଣ୍ଟରନ୍ୟାଶନାଲ ଆଥଲେଟିକ ଫେଡେରେଶନ (ଆଇଏଏଏଫ୍‌)ର ବିବାଦୀୟ ହାଇପରଆଣ୍ଡ୍ରୋଜେନିଜମ ନିୟମକୁ ଆଉ ୬ ମାସ ପାଇଁ ସସ୍‌ପେଣ୍ଡ କରିଛନ୍ତି। ଫଳରେ ଏହାର ଶିକାର ହୋଇଥିବା ଓଡ଼ିଶାର ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି।

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ମେଲବୋର୍ନ, ୧୯।୧(ପି.ଟି.)- ଭାରତର ଡିଭିଜ ଶରନ ଓ ରୋହନ ବୋପାନ୍ନା ନିଜ ପାର୍ଟନରଙ୍କ ସହ ଅଷ୍ଟ୍ରେଲିଆନ ଓପନ ଟେନିସ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ମେଲବୋର୍ନ, ୧୯।୧(ଏଏଫପି)- ଟିନ୍‌ ଏଜ୍‌ ସେନସେଶନ ୧୫ ବର୍ଷୀୟା ମାର୍ତା କୋଷ୍ଟ୍ୟୁକଙ୍କ ବିଜୟରେ ବ୍ରେକ୍‌ ଲଗାଇଛନ୍ତି ୪ର୍ଥ ସିଡ୍‌ ଏଲିନା ସ୍ବିତୋଲିନା। ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସର ଶୁକ୍ରବାର ଅନୁଷ୍ଠିତ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ନିଜ ଦେଶର କୋଷ୍ଟ୍ୟୁକଙ୍କୁ ସିଧାସଳଖ ୬-୨, ୬-୨ ସେଟ୍‌ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ୟୁକ୍ରେନର ସ୍ବିତୋଲିନା।