ଅନ୍ତର୍ଜାତୀୟ |

ହାଫିଜ୍‌ଙ୍କ ରାଜନୀତିରେ ପ୍ରବେଶ ନେଇ ଚିନ୍ତିତ ଆମେରିକା

ହାଫିଜ୍‌ଙ୍କ ରାଜନୀତିରେ ପ୍ରବେଶ ନେଇ ଚିନ୍ତିତ ଆମେରିକା
ଓ୍ବାଶିଂଟନ,୨୦।୧୨: ଆତଙ୍କବାଦୀ ସଂଗଠନ ଜମାତ୍‌-ଉଦ୍‌-ଦାଓ୍ବା ଓ ଲଶ୍କର-ଇ-ତୋଇବା ସଂସ୍ଥାପକ ହାଫିଜ୍‌ ସଇଦ୍‌ଙ୍କ ପାକିସ୍ତାନ ରାଜନୀତିରେ ଯୋଗଦେବା ନେଇ ଆମେରିକା ଚିନ୍ତା ବ୍ୟକ୍ତ କରିଛି। ପାକିସ୍ତାନରେ ୨୦୧୮ରେ ସାଧାରଣ ନିର୍ବାଚନ ହେବ। ହାଫିଜ୍‌ ଏଥିରେ ମିଲ୍ଲୀ ମୁସଲିମ୍‌ ଲିଗ୍‌ ରାଜନୈତିକ ଦଳରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗ ପଞ୍ଜିକୃତ କରି ନାହାଁନ୍ତି। ହାଫିଜ୍‌ଙ୍କୁ ନେଇ ପାକିସ୍ତାନ ରାଜନୀତିରେ ଚର୍ଚ୍ଚା ଜାରି ରହିଛି। ସୂଚନାଯୋଗ୍ୟ, ହାଫିଜ୍‌ଙ୍କ ମୁଣ୍ଡ ଉପରେ ୬୪ କୋଟି ଟଙ୍କାର ପୁରସ୍କାର ରହିଛି।
All Right Reserved By

ଅନ୍ତର୍ଜାତୀୟ |

ବିଶ୍ୱର ସର୍ବବୃହତ ଘଣ୍ଟି

ବିଶ୍ୱର ସର୍ବବୃହତ ଘଣ୍ଟି

ପୋଲାଣ୍ଡ, ୨୧।୯: ବିଶ୍ୱର ସର୍ବବୃହତ୍‌ ଘଣ୍ଟି ପୋଲାଣ୍ଡରେ ନିର୍ମାଣ କରାଯାଇଛି। ୫୫ ଟନ ଓଜନର ଏହି ଘଣ୍ଟିଟି ଟ୍ରାଇଡେଣ୍ଟ୍‌ ସହରସ୍ଥିତ ଏକ ଧାର୍ମିକ ସ୍ଥଳରେ ଲଗାଯାଇଛି।

ଗଣେଶଙ୍କ ବିବାଦୀୟ ବିଜ୍ଞାପନ ଦେଇ ଭୁଲ୍‌ ମାଗିଲା ରିପବ୍ଲିକାନ୍‌ ପାର୍ଟି

ଗଣେଶଙ୍କ ବିବାଦୀୟ ବିଜ୍ଞାପନ ଦେଇ ଭୁଲ୍‌ ମାଗିଲା ରିପବ୍ଲିକାନ୍‌ ପାର୍ଟି

ଓ୍ବାଶିଂଟନ,୨୧।୯: ଆମେରିକାରେ ମତଦାନ ପାଇଁ ସଂଖ୍ୟାଲଘୁଙ୍କୁ ଆକର୍ଷିତ କରିବାକୁ ଶାସକ ରିପ୍ଲିକାନ୍‌ ପାର୍ଟି ନିକଟରେ ଏକ ଖବରକାଗଜରେ ବିଜ୍ଞାପନ ଦେଇଥିଲା। ଯେଉଁଥିରେ ସେ ଭଗବାନ ଗଣେଣଙ୍କୁ ବିବାଦୀୟ ଢଙ୍ଗରେ ଉପସ୍ଥାପନ କରିଥିଲା।

ପରଲୋକରେ ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ

ପରଲୋକରେ ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ

ହାନୋଇ,୨୧।୯: ଭିଏତ୍‌ନାମ୍‌ ରାଷ୍ଟ୍ରପତି ତ୍ରାନ୍‌ ଦାଇ କ୍ୱାଙ୍ଗ୍‌ଙ୍କର ଶୁକ୍ରବାର ସକାଳ ୧୦ଟା ୫ ମିନିଟରେ ପରଲୋକ ହୋଇଛି। ତାଙ୍କୁ ୬୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ।

ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଯୋଗାଉଛି ଲାଇବ୍ରେରୀ

ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଯୋଗାଉଛି ଲାଇବ୍ରେରୀ

ନ୍ୟୁୟର୍କ,୨୧।୯: ଆମେରିକା ନ୍ୟୁୟର୍କରେ ଥିବା ପବ୍ଲିକ୍‌ ଲାଇବ୍ରେରୀ ସାକ୍ଷାତ୍‌କାର ଦେବାକୁ ଯାଉଥିବା ଶିକ୍ଷାର୍ଥୀଙ୍କୁ ଭଡ଼ାରେ ଟାଇ, କୋଟ ଓ ବ୍ୟାଗ୍‌ ଆଦି ଉପଲବ୍ଧ କରାଉଛି।

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ଦେଶରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ହୋଇଛନ୍ତି ଦାରିଦ୍ର୍ୟ ମୁକ୍ତ

ନୂଆଦିଲ୍ଲୀ/ଜେନେଭା,୨୧।୯: ଭାରତରେ ୧୦ ବର୍ଷରେ ୨୭୦ ନିୟୁତ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି। ୨୦୧୮ ଗ୍ଲୋବାଲ ମଲ୍ଟିଡାଇମେନ୍ସନାଲ୍‌ ପୋଭର୍ଟି ଇଣ୍ଡେକ୍ସ୍‌ରେ ଏସମ୍ପର୍କରେ ସୂଚିତ ହୋଇଛି। 

ମଝି ହ୍ରଦରେ ଓଲଟିଲା ଡଙ୍ଗା: ୪୪ ମୃତ

ମଝି ହ୍ରଦରେ ଓଲଟିଲା ଡଙ୍ଗା: ୪୪ ମୃତ

ଡୋଡୋମା, ୨୧।୯: ତାଞ୍ଜାନିଆରେ ଏକ ଡଙ୍ଗା ବୁଡ଼ି ଘଟଣାରେ ୪୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଭିକ୍ଟୋରିଆ ହ୍ରଦରେ ଘଟିଛି ଏହି ଅଘଟଣ। ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ସବାର ଥିଲେ। 

ଆତଙ୍କବାଦୀ ବୁରହାନ ଓ୍ବାନିଙ୍କ ନାଁରେ ଡାକ ଟିକେଟ

ଆତଙ୍କବାଦୀ ବୁରହାନ ଓ୍ବାନିଙ୍କ ନାଁରେ ଡାକ ଟିକେଟ

ଇସ୍‌ଲାମାବାଦ, ୨୦।୯: ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଟପ୍‌ କମାଣ୍ଡର ବୁରହାନ ଓ୍ବାନିଙ୍କ ନାଁରେ ଡାକ ଟିକେଟ ପ୍ରସ୍ତୁତ କରିଛି ପାକିସ୍ତାନ।

ମହିଳାଙ୍କୁ ଚିକିତ୍ସା ସମୟରେ ଡାକ୍ତର କରୁଥିଲେ ଅଶ୍ଳୀଳ ଭିଡ଼ିଓ ଶୁଟିଂ

ମହିଳାଙ୍କୁ ଚିକିତ୍ସା ସମୟରେ ଡାକ୍ତର କରୁଥିଲେ ଅଶ୍ଳୀଳ ଭିଡ଼ିଓ ଶୁଟିଂ

ଓ୍ପାଶିଂଟନ,୨୦।୯: ଆମେରିକା କାର୍ଲିଫର୍ନିଆରେ ଜଣେ ଡାକ୍ତର ମହିଳାଙ୍କୁ ଚିକିତ୍ସା ସମୟରେ ଅଶ୍ଳୀଳ ଭିଡ଼ିଓ ଶୁଟିଂ କରୁଥିଲେ। ଏଥିରେ ତାଙ୍କୁ ତାଙ୍କର ଗର୍ଲଫ୍ରେଣ୍ଡ୍‌ ସିରିସା ଲୋରା ରିଲେ ସହାୟତା କରୁଥିଲେ।

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

କରାଚୀ, ୨୦।୯: ବିଘ୍ନବିନାଶନ ଗଣେଶଙ୍କ ଆରାଧନା କେବଳ ଭାରତରେ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ବେଶ୍‌ ଧୁମଧାମରେ ପାଳନ କରାଯାଏ। 

ଆମେରିକାରେ ଆକ୍ରମଣ:  ୩ ଆହତ

ଆମେରିକାରେ ଆକ୍ରମଣ: ୩ ଆହତ

ଓ୍ବାଶିଂଟନ,୨୦।୯: ଆମେରିକାର ହୋଇଥିବା ଗୁଳିମାଡରେ ଅତିକମ୍‌ରେ ୩ଜଣ ଲୋକ ଆହତ ହୋଇଥିବା ଜଣାପଡିଛି। ଏହା ମିଡଲଟନରେ ବୁଧବାର ବିଳମ୍ବିତ ରାତିରେ ହୋଇଛି।

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୦।୯: ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଭାରତ ସହ ସମ୍ପର୍କ ବଢାଇବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି।

ପୁଟିନ୍‌ଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ମଡ଼େଲ୍‌

ପୁଟିନ୍‌ଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ମଡ଼େଲ୍‌

ଲଣ୍ଡନ,୨୦।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ମୀର୍‌ ପୁଟିନ୍‌ଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଛନ୍ତି ମଡ଼େଲ୍‌ ଏନା ଶୋପିରୋ।