Dharitri News
ମେଟ୍ରୋ |

ମହାଭାରତ ଯୁଦ୍ଧ ମନେ ପକାଇଲା ‘ଅନ୍ତର୍ଦାହ’

ମହାଭାରତ ଯୁଦ୍ଧ ମନେ ପକାଇଲା ‘ଅନ୍ତର୍ଦାହ’ ପୁରୀ ଅଫିସ, ୨୦।୧୨- ସ୍ବର୍ଗତ ବୁଢା ମହାରଣାଙ୍କ ସ୍ମୃତିରେ ବୁଧବାର ସନ୍ଧ୍ୟାରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇଛି ନାଟକ ଅନ୍ତର୍ଦାହ। ସ୍ମୃତି କଲ୍‌ଚରାଲ ଆସୋସିଏଶନ ପକ୍ଷରୁ ଆୟୋଜିତ ଏହି ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଶ୍ରୀକାନ୍ତ ଗୌତମ, ସମ୍ମାନିତ ଅତିଥିଭାବେ ସିଦ୍ଧେଶ୍ୱର ମହାପାତ୍ର ଏବଂ ଅଜୟ ରଥ ଯୋଗଦେଇଥିଲେ। ବୁଢା ମହାରଣାଙ୍କ ସ୍ମୃତିରେ ଏପରି ଆୟୋଜନକୁ ଅତିଥିମାନେ ପ୍ରଶଂସା କରିଥିଲେ। ଏଥିରେ ଅନୁଷ୍ଠାନର ସଭାପତି ଭକ୍ତ ଚରଣ ଦାସ ଏବଂ ସାଧାରଣ ସମ୍ପାଦକ ଦୋଳଗୋବିନ୍ଦ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ସଭାକାର୍ଯ୍ୟ ପରେ ମଞ୍ଚସ୍ଥ ହୋଇଥିଲା ନାଟକ ଅନ୍ତର୍ଦାହ। ସୁବାସ ଚନ୍ଦ୍ର ମିଶ୍ରଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ମଧୁସୂଦନ ପୂଜାପଣ୍ଡା। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଞ୍ଜନ କୁମାର। କ୍ରୋଧ, ଅହଂକାର ଏବଂ ଅନ୍ତର୍ଦ୍ଦାହ ପାଇଁ ହୋଇଥିଲା ମହାଭାରତ ଯୁଦ୍ଧ। ସେହି ମହାଭାରତ ଯୁଦ୍ଧରେ କାହାର ଜୟ ବା କାହାର ପରାଜୟ ହେଲା ତାହା ତ ସମ୍ପୂର୍ଣ୍ଣ ନିଆରା କଥା। ହେଲେ ପାଣ୍ଡବ କୂଳଠାରୁ କୁରୁବଂଶ ପର୍ଯ୍ୟନ୍ତ ଏପରି କି ନିଜେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅନ୍ତର୍ଦ୍ଦାହର ଯନ୍ତ୍ରଣାରେ ଜର୍ଜରିତ ହୋଇଥିଲେ। ଭଗବାନ ହୋଇ ମଧ୍ୟ ସେ ମହାଭାରତ ଯୁଦ୍ଧକୁ ରୋକିପାରି ନ ଥିଲେ। କିନ୍ତୁ ମହାଭାରତ ଯୁଦ୍ଧ ପରେ ଏକ ନୂତନ ଯୁଗର ଅଭ୍ୟୁଦୟ ଘଟିଲା, ଯାହାକି ନାଟକ ଅନ୍ତର୍ଦାହରେ ପ୍ରତିଫଳିତ ହୋଇଥିଲା। ଲକ୍ଷ୍ମୀଧର ପୂଜାପଣ୍ଡା, କାର୍ତ୍ତିକେଶ୍ୱର ଖଟେଇ, ହର ମିଶ୍ର, ବିକ୍ରମ ବରାଳ, ଶ୍ୟାମଲ ଚକ୍ରବର୍ତ୍ତୀ, ପ୍ରଶାନ୍ତ କୁମାର ଦାସ, ଶକ୍ତି ପ୍ରସାଦ ମହାନ୍ତି ଏବଂ ଅହଲ୍ୟା ପଟ୍ଟନାୟକଙ୍କ ନିଚ୍ଛକ ଅଭିନୟ ଢେର ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ବାନ୍ଧି ରଖିଥିଲା।

ମେଟ୍ରୋ |

ବେଆଇନ ଗୋ-ଚାଲାଣବେଳେ ଗାଡି ଜବତ: ୧୪ ମୃତ ସମେତ ୮୪ ଗୋରୁ ଉଦ୍ଧାର

ବେଆଇନ ଗୋ-ଚାଲାଣବେଳେ ଗାଡି ଜବତ: ୧୪ ମୃତ ସମେତ ୮୪ ଗୋରୁ ଉଦ୍ଧାର

ସାକ୍ଷୀଗୋପାଳ, ୧୭।୧(ଡି.ଏନ.ଏ.): ସାକ୍ଷୀଗୋପାଳରୁ ବେଆଇନ ଭାବେ ଚାଲାଣ କରାଯାଉଥିବା ୪ଟି ଗୋରୁ ବୋଝେଇ ଟ୍ରକକୁ ପିପିଲି ପୋଲିସ ବୁଧବାର ପୁରୀ ରାଜପଥର ତେଇଶିପୁରଠାରୁ ଜବତ କରିଛି।

ପୁରୀ ଷ୍ଟେଶନରେ ବିସ୍ଫୋରଣ

ପୁରୀ ଷ୍ଟେଶନରେ ବିସ୍ଫୋରଣ

ପୁରୀ ଅଫିସ, ୧୭।୧: ପୁରୀ ଷ୍ଟେଶନରେ ବୁଧବାର ଅପରାହ୍ନ ୪.୧୦ରେ ଏକ ଆର୍ମୀ ଟ୍ରେନ୍‌ରେ ବିସ୍ଫୋରଣ ଘଟିଛି। ଏହାର ପେଣ୍ଟ୍ରିକାରରେ ଥିବା ଏକ ୫ କେଜିଆ ଗ୍ୟାସ୍‌ ସିଲିଣ୍ଡର ହଠାତ୍‌ ବିସ୍ଫୋରଣ ହେବାରୁ ଉକ୍ତ ବଗିରେ ନିଆଁ ବ୍ୟାପି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

ଏସ୍‌ସିଏସ୍‌ କଲେଜରେ ଛାତ୍ର ଉତ୍ତେଜନା

ଏସ୍‌ସିଏସ୍‌ କଲେଜରେ ଛାତ୍ର ଉତ୍ତେଜନା

ପୁରୀ ଅଫିସ, ୧୭।୧: ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ବୁଧବାର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ସମର୍ଥକ ମୁହାଁମୁହିଁ ହୋଇଛନ୍ତି।

ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଦାବିରେ ବିକ୍ଷୋଭ

ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଦାବିରେ ବିକ୍ଷୋଭ

ପୁରୀ ଅଫିସ, ୧୭।୧: ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା, ସାମାଜିକ ସୁରକ୍ଷା ତଥା ଅନ୍ୟାନ୍ୟ ଦାବି ନେଇ ଏଆଇଟିୟୁସି ଓ ସିଆଇଟିୟୁ କର୍ମଚାରୀଙ୍କ ପକ୍ଷରୁ ବୁଧବାର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ଭୁବନେଶ୍ୱର ୧୭।୧(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଦୀପକ କୁମାର ବେହେରା। ବୁଧବାର ଗଭର୍ଣ୍ଣର ଡ. ଏସ୍‌. ସି ଜମିର ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।

ରଥ କାଠ ପାଇଁ ବୌଦ୍ଧ ଗଲେ ୫ ଜଣିଆ ଟିମ୍‌

ରଥ କାଠ ପାଇଁ ବୌଦ୍ଧ ଗଲେ ୫ ଜଣିଆ ଟିମ୍‌

ପୁରୀ ଅଫିସ, ୧୭।୧: ପ୍ରଥମ ଥର ପାଇଁ ବୌଦ୍ଧ ବନମଣ୍ଡଳରୁ ଆସିବ ରଥ କାଠ। ଏଥିଲାଗି ବୁଧବାର ଶ୍ରୀମନ୍ଦିର ପ୍ରଶାସନର ଏକ ୫ ଜଣିଆ ଟିମ୍‌ ବୌଦ୍ଧ ଯାତ୍ରା କରିଛନ୍ତି।

ବମ୍ବେ ସିଏସ୍‌ଟିରୁ ହଟିଲା ବିକୃତ ପୋଷ୍ଟର

ବମ୍ବେ ସିଏସ୍‌ଟିରୁ ହଟିଲା ବିକୃତ ପୋଷ୍ଟର

ପୁରୀ ଅଫିସ, ୧୭।୧: ବମ୍ବେର ଛତ୍ରପତି ଶିବାଜୀ ଟର୍ମିନସ ଷ୍ଟେଶନରେ ଲଗାଯାଇଥିଲା ବିକୃତ ପୋଷ୍ଟରକୁ ବୁଧବାର ଆଇଆରସିଟିସି ପକ୍ଷରୁ ହଟାଇ ଦିଆଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିରର ବିକୃତ ପୋଷ୍ଟରକୁ ନେଇ ବିକ୍ଷୋଭ

ଶ୍ରୀଜଗନ୍ନାଥ ମନ୍ଦିରର ବିକୃତ ପୋଷ୍ଟରକୁ ନେଇ ବିକ୍ଷୋଭ

ପୁରୀ ଅଫିସ, ୧୭।୧: ଭାରତୀୟ ରେଳବିଭାଗ ପକ୍ଷରୁ ଭାରତ ଦର୍ଶନ ପତ୍ରିକାରେ ଏକ ଇସ୍କନ ମନ୍ଦିରକୁ ଶ୍ରୀଜଗନ୍ନାଥ ମନ୍ଦିର ଭାବେ ଚିହ୍ନଟ କରାଯାଇଥିବା ପ୍ରତିବାଦରେ ବୁଧବାର ଶ୍ରୀଜଗନ୍ନାଥ ସେବା ପକ୍ଷରୁ ଆଇଆରସିଟିସି ବିରୋଧରେ ପୁରୀ ରେଳ ଷ୍ଟେସନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ସିଏମ୍‌ସିରେ ପୁଣି କେଳେଙ୍କାରୀ: ମୃତା ମହିଳାଙ୍କ ନାଁରେ ୧୧ବର୍ଷ ହେବ ଉଠାଯାଉଛି ଭତ୍ତା ଟଙ୍କା, ତଦନ୍ତ ନିର୍ଦ୍ଦେଶ

କଟକ ଅଫିସ, ୧୬।୧- ମୃତ୍ୟୁର ୧୧ବର୍ଷ ବିତିଲାଣି। ହେଲେ ତାଙ୍କ ନାମରେ ଉଠାଚାଲିଛି ଭତ୍ତା ଟଙ୍କା। ଓ୍ବାର୍ଡ ନଂ. ୨୧ର କର୍ପୋରେଟର ଗୌରୀ ଦାସ ଏହି ଅଭିଯୋଗ ଆଣିବା ପରେ କଟକ ମହାନଗର ନିଗମ (ସିଏମ୍‌ସି)ର ଆଉ ଏକ ବଡ଼ ଭତ୍ତା କେଳେଙ୍କାରୀ ପଦାକୁ ଆସିଛି। ସିଏମ୍‌ସି କମିଶନର ବିକାଶ ଚନ୍ଦ୍ର ମହାପାତ୍ର ଏହାର ତଦନ୍ତ ପାଇଁ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇନ୍ତି।

କଲେଜ କ୍ଲାସ ରୁମ୍‌ରେ ଛାତ୍ରୀଙ୍କୁ ଗଣବଳାତ୍କାର

କଲେଜ କ୍ଲାସ ରୁମ୍‌ରେ ଛାତ୍ରୀଙ୍କୁ ଗଣବଳାତ୍କାର

ଖୁଣ୍ଟୁଣୀ,୧୬।୧(ଡି.ଏନ୍‌.ଏ.)- କଟକ ଜିଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଏକ କଲେଜରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। କଲେଜରେ ଉତ୍ସବ ପାଳନ କରାଯାଉଥିବାବେଳେ ଜଣେ ଛାତ୍ର ଓ ଅନ୍ୟଜଣେ ଅଣଛାତ୍ର ଘଟାଇଛନ୍ତି ଏହି ଅମାନୁଷିକ କାଣ୍ଡ।

ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା  ବିଭ୍ରାଟ: ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଚେତାବନୀ, ୨୧ଦିନ ସମୟ ଦେଲା ପ୍ରଦୂଷଣ ବୋର୍ଡ

ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା ବିଭ୍ରାଟ: ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଚେତାବନୀ, ୨୧ଦିନ ସମୟ ଦେଲା ପ୍ରଦୂଷଣ ବୋର୍ଡ

କଟକ ଅଫିସ, ୧୬।୧- ଏସ୍‌ସିବି ମେଡିକାଲରେ ଜୈବିକ ବର୍ଜ୍ୟବସ୍ତୁ ପରିଚାଳନାରେ ଗୁରୁତର ବିଭ୍ରାଟ ଦେଖାଦେଇଛି। ପ୍ରଦୂଷଣ ବୋର୍ଡ ଏନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏସ୍‌ସିବି ମେଡିକାଲ ଅଧୀକ୍ଷକଙ୍କୁ ଚିଠି ମାଧ୍ୟମରେ ଚେତାବନୀ ଦେଇଛି। ଏଥିପାଇଁ ଏସ୍‌ସିବିକୁ ୨୧ଦିନ ମହଲତ ଦିଆଯାଇଛି।

ସାଇବର ଅପରାଧ ରୋକିବା ଚିନ୍ତା:   କ୍ରାଇମବ୍ରାଞ୍ଚ ମୁଖ୍ୟାଳୟର ଲାଗିଲା ସଚେତନତା ଏଲ୍‌ଇଡି ବୋର୍ଡ

ସାଇବର ଅପରାଧ ରୋକିବା ଚିନ୍ତା: କ୍ରାଇମବ୍ରାଞ୍ଚ ମୁଖ୍ୟାଳୟର ଲାଗିଲା ସଚେତନତା ଏଲ୍‌ଇଡି ବୋର୍ଡ

କଟକ ଅଫିସ, ୧୬।୧- ରାଜ୍ୟରେ ସାଇବର ଅପରାଧ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ରତିଦିନ ଏଟିଏମ୍‌ ଠକେଇଠାରୁ ଆରମ୍ଭ କରି ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ ଘଟଣା ସାମ୍ନାକୁ ଆସୁଛି। ଏହାକୁ ନେଇ କ୍ରାଇମବ୍ରାଞ୍ଚ୍‌ର ଚିନ୍ତା ବଢ଼ିଛି। ସାଇବର ଅବରାଧ ରୋକିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ସଚେତନତାକୁ ଗୁରୁତ୍ୱ ଦେଇଛି। ପଦକ୍ଷେପ ସ୍ବରୂପ କଟକସ୍ଥିତ କ୍ରାଇମ୍‌ବ୍ରାଞ୍ଚ୍‌ ମୁଖ୍ୟାଳୟରେ ଏଲ୍‌ଇଡି ବୋର୍ଡ ଲଗାଯାଇ ସଚେତନତା ବାର୍ତ୍ତା ଜାରି କରାଯାଇଛି।