ମେଟ୍ରୋ |

ସ୍ତ୍ରୀ ହାତଗୋଡ଼ ବାନ୍ଧି ଜଙ୍ଗଲରେ ଫିଙ୍ଗିଲେ ସ୍ବାମୀ

ସ୍ତ୍ରୀ ହାତଗୋଡ଼ ବାନ୍ଧି ଜଙ୍ଗଲରେ ଫିଙ୍ଗିଲେ ସ୍ବାମୀ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ)- ଯାହା ହାତ ଧରିଲେ ସେ ସାଜିଲେ କାଳ। କିଛି ଟଙ୍କା ପାଇଁ ସ୍ତ୍ରୀଙ୍କୁ ଅକଥନୀୟ ନିର୍ଯାତନା ଦେଲେ। ସେଥିରେ ମନ ବୁଝିଲାନି ଯେ, ଶେଷରେ ସ୍ତ୍ରୀଙ୍କୁ ହତ୍ୟା ଯୋଜନା କରି ତାଙ୍କ ହାତଗୋଡ଼ ବାନ୍ଧି ଜଙ୍ଗଲରେ ଫିଙ୍ଗିଦେଇ ଆସିଲେ। ୩ଦିନ ଧରି ଜଙ୍ଗଲରେ ପଡ଼ିରହିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଛେଳି ଚରାଳି ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ହେଉଛନ୍ତି କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୧ ମାର୍କେଟ ଲକ୍ଷ୍ମୀନାରାୟଣ ବସ୍ତିର ବନିତା ରଣସିଂହ। ଘଟଣା ସଂକ୍ରାନ୍ତରେ ବନିତା ବୁଧବାର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ ତାହାକୁ ଗ୍ରହଣ କରିନାହିଁ। ସୂଚନା ମୁତାବକ, ବନିତା ୧୬ ବର୍ଷ ତଳେ ବୈଦିକ ରୀତିରେ ନିବାସ ରଣସିଂହ ନାମକ ଯୁବକଙ୍କୁ ବିବାହ କରିଥିଲେ। ଇତିମଧ୍ୟରେ ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ନିବାସ ଅଟୋ ଚଲାଇ ପରିବାର ଚଳାନ୍ତି। କିନ୍ତୁ ବନିତାଙ୍କୁ ବାପ ଘରୁ ଟଙ୍କା ଆଣିବା ପାଇଁ ନିବାସ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ବନିତାଙ୍କ ସୁନାଗହଣା ବ୍ୟାଙ୍କରେ ବନ୍ଧା ପକାଇ ସେ ଅଟୋ କିଣିଥିଲେ। ପିଲାଛୁଅଁାଙ୍କ ମୁହଁକୁ ବନିତା ଚାହିଁ ଚୁପ୍‌ ରହିଯାଉଥିଲେ। ମାତ୍ର ନିବାସଙ୍କ ନିର୍ଯାତନା ବଢିବାରେ ଲାଗିଥିଲା। ସେ ଅନ୍ୟ ଜଣେ ମହିଳାଙ୍କୁ ପାଖରେ ରଖିବା ସହିତ ଘରକୁ ଆସୁ ନ ଥିଲେ କି ପିଲାଛୁଅଁାଙ୍କ କଥା ବୁଝୁ ନ ଥିଲେ। ଏପରିକି ମଝିରେ ମଝିରେ ଆସି ପିଲାଙ୍କୁ ମାଡ ମାରି ଘରେ ଥିବା ସୁନା ଗହଣା ଓ ଟଙ୍କା ପଇସା ନେଇ ପଳାଉଥିଲେ। ଗତ ୧୭ତାରିଖ ରାତି ୨ଟାରେ ନିବାସ ଓ ତାଙ୍କର କେତେଜଣ ସହଯୋଗୀ ମିଶି ବନିତାଙ୍କ ପାଟିରେ କନା ବାନ୍ଧିଦେବା ସହିତ ଗୋଡହାତ ବାନ୍ଧି ଅଟୋରେ ପକାଇ ନିରାକାରପୁର ମୁଣ୍ଡିଆ ଜଙ୍ଗଲକୁ ନେଇ ଫିଙ୍ଗିଦେଇଥିଲେ। ୩ଦିନ ଧରି ସେ ଜଙ୍ଗଲ ଭିତରେ ମୃତ୍ୟୁ ସହ ସଂଗ୍ରାମ କରିଥିଲେ। ରାତିଦିନ ହାତଗୋଡ଼ ବନ୍ଧା ଅବସ୍ଥାରେ ପଡ଼ିରହିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଜଣେ ଛେଳି ଚରାଳି ବନିତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଟିକିଏ ସୁସ୍ଥ ଅନୁଭବ କରିବାରୁ ବୁଧବାର ଅପରାହ୍ନରେ ସେ କ୍ୟାପିଟାଲ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ପୋଲିସ ତାଙ୍କୁ ଫେରାଇ ଦେଇଥିଲା। ମହିଳା ଥାନାରେ ପୂର୍ବରୁ ଏକ ମାମଲା ରହିଥିବାରୁ ସେଠାରେ ଅଭିଯୋଗ କରିବାକୁ କୁହାଯାଇଥିଲା। ସୂଚନା ମୁତାବକ, ନିବାସଙ୍କ ନଁାରେ ବନିତା ପୂର୍ବରୁ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ମହିଳା ଥାନାରେ ଏକ ମାମଲା(୮୬/୧୭) ରୁଜୁ ହୋଇଛି। କିନ୍ତୁ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା, ଯେଉଁଥିପାଇଁ ଏଭଳି ଘଟଣା ଘଟିଲା ବୋଲି ବନିତା କହିଛନ୍ତି।

All Right Reserved By

ମେଟ୍ରୋ |

‘ମୋ ସ୍କୁଲ’ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୬ ଜିଲାର ୨୬୨ ବିଦ୍ୟାଳୟ ସାମିଲ

‘ମୋ ସ୍କୁଲ’ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୬ ଜିଲାର ୨୬୨ ବିଦ୍ୟାଳୟ ସାମିଲ

ଭୁବନେଶ୍ୱର, ୨୦।୭(ବ୍ୟୁରୋ)- ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ୬ ଜିଲାର ୨୬୨ ବିଦ୍ୟାଳୟକୁ ସାମିଲ କରାଯାଇଛି।

ଧର୍ମେନ୍ଦ୍ରଙ୍କ ବିବାଦୀୟ ମନ୍ତବ୍ୟ: ଥାନାରେ ଏତଲା ଦେଲା ଓଡିଶା ବିକାଶ ପରିଷଦ

ଧର୍ମେନ୍ଦ୍ରଙ୍କ ବିବାଦୀୟ ମନ୍ତବ୍ୟ: ଥାନାରେ ଏତଲା ଦେଲା ଓଡିଶା ବିକାଶ ପରିଷଦ

ଭୁବନେଶ୍ୱର, ୨୦।୭(ବ୍ୟୁରୋ)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଓଡିଶା ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ଖାରବେଳନଗର ଥାନରେ ଏତଲା ଦିଆଯାଇଛି।

ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୦।୭(ବ୍ୟୁରୋ)- ଖାରବେଳନଗର ଥାନା ଅଧୀନ ରେଡ୍‌କ୍ରସ ଛକରେ ଡ୍ୟୁଟିରେ ଥିବା ଜଣେ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି।

ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ କରିବାକୁ ନିବେଦନ: କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୭(ବ୍ୟୁରୋ)- ଭୁବନେଶ୍ୱରରୁ ବ୍ୟାଙ୍କକ ଏବଂ ବାଙ୍ଗାଲୋରକୁ ଏୟାର ଇଣ୍ଡିଆ ବିମାନ ସେବା ବନ୍ଦ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି।

ପୁରୀ ଷ୍ଟେଶନ ଲାଇଟ୍‌ ଗେଟ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଷ୍ଟେଶନ ଲାଇଟ୍‌ ଗେଟ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଅଫିସ,୨୦।୭: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଶୁକ୍ରବାର ପୁରୀ ସହରରେ ଲଗାଣ ବର୍ଷା ସହ ପ୍ରବଳ ବେଗରେ ପବନ ବୋହିବା ଯୋଗୁ ପୁରୀ ରେଳ ଷ୍ଟେଶନର ଦୁଇ ପ୍ରବେଶ ପଥରେ ଲାଗିଥିବା ଏକ ଲାଇଟ୍‌ ଗେଟ ଭାଙ୍ଗି ପଡ଼ିଛି।

‘ମୋ ସ୍କୁଲ’ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ

‘ମୋ ସ୍କୁଲ’ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସ୍ଥାନୀୟ ୟୁନିଟ-୯ ଉଚ୍ଚ ବାଳକ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂଘ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ତେଲେଙ୍ଗାନାର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ବିଭୂପ୍ରସାଦ ଆଚାର୍ଯ୍ୟ, ବ୍ୟବସାୟୀ ତାରା ପ୍ରସାଦ ଧଳ, ପୂର୍ବତନ କ୍ରିକେଟ ତାରକା ଦେବାଶିଷ ମହାନ୍ତି ପ୍ରମୁଖ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ଉକ୍ତ ବାଳକ ବିଦ୍ୟାଳୟର ଉନ୍ନତି ପାଇଁ ଏହି ଟଙ୍କା ଦାନ କରିଥିବା ଜଣାପଡ଼ିଛି।

ଡିସ୍‌ଚାର୍ଜ ହେବେନି ଜଗା ବଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଡିସ୍‌ଚାର୍ଜ ହେବେନି ଜଗା ବଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ୫ଜଣିଆ ଡାକ୍ତରୀ ଦଳ ସହିତ ଶୁକ୍ରବାର ଦିଲ୍ଲୀ ଏମ୍ସରେ ପହଞ୍ଚି ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଭେଟିଛନ୍ତି। ସେଠାରେ ସେ ଜଗାବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା ବନ୍ଦ ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା ବନ୍ଦ ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ନିକଟରେ ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ବିମାନ ସେବା ବନ୍ଦ କରିଛି। ଏହି ସେବା ପୁନର୍ବାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି।

୨୯ରେ ପୁରୀ କ୍ଲବର ଏଜିଏମ୍‌

ପୁରୀ ଅଫିସ, ୨୦।୭: ବହୁ ବାଦବିବାଦ ପରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୀ କ୍ଲବର ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)।

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ବୋଲଗଡ଼, ୨୦।୭(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ବୋଲଗଡ଼ ତହସିଲ ବାଙ୍କୋଇ ଆର୍‌ଆଇ କାର୍ଯ୍ୟାଳୟ ଅଞ୍ଚଳର ମାଣିକପୁର ଗ୍ରାମର ଜଣେ ଚାଷୀଙ୍କର ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବଜ୍ରପାତରେ ମୃତ୍ୟୁ ଘଟିଛି।

ସଂସଦରେ ଅନାସ୍ଥା ଆଲୋଚନା ପ୍ରସ୍ତାବ: କକ୍ଷତ୍ୟାଗ କଲା ବିଜେଡି

ସଂସଦରେ ଅନାସ୍ଥା ଆଲୋଚନା ପ୍ରସ୍ତାବ: କକ୍ଷତ୍ୟାଗ କଲା ବିଜେଡି

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସଂସଦରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ପୂର୍ବରୁ ବିଜୁ ଜନତା ଦଳ ଏମ୍‌ପିମାନେ କକ୍ଷତ୍ୟାଗ କରିଛନ୍ତି। ସଂସଦୀୟ ଦଳ ନେତା ଭତ୍ତୃହରି ମହତାବ କହିଲେ ଯେ, ଅତିତର ଉପା ସରକାର ଓ ବର୍ତ୍ତମାନର ଏନ୍‌ଡିଏ ସରକାର ଓଡ଼ିଶାକୁ ଅବହେଳା କରି ଆସିଛନ୍ତି।

ଅନାସ୍ଥା ପ୍ରସ୍ତାବ: ବିଜେଡ଼ି କଲା ଓ୍ବାକ୍‌ଆଉଟ୍‌

ଅନାସ୍ଥା ପ୍ରସ୍ତାବ: ବିଜେଡ଼ି କଲା ଓ୍ବାକ୍‌ଆଉଟ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୨୦।୭: ସରକାରଙ୍କ ବିରୋଧରେ ଟିଡିପି ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ଲୋକସଭାରେ ଆଲୋଚନା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ(ବିଜେଡ଼ି) ଓ୍ବାକ୍‌ଆଉଟ୍‌ କରିଛି।

Model This Week

ରୂପେଶ