ମେଟ୍ରୋ |

୨୦୧୭ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ

୨୦୧୭ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ
ଭୁବନେଶ୍ୱର, ୨୦ା୧୨(ବ୍ୟୁରୋ)- ୨୦୧୭ ମସିହା ପାଇଁ ରବିବାର ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ୫ମ ଥର ଲାଗି ଟେଲି ଧାରାବାହିକର ବିଭିନ୍ନ ବିଭାଗରେ କଳାକାରମାନଙ୍କୁ ପୁରସ୍କୃତ କରାଯାଇଛି। ମୋଟ ୨୦ଟି ବିଭାଗ ମଧ୍ୟରୁ ଅଧିକାଂଶରେ ଧାରାବାହିକ ‘ସିନ୍ଦୂର ବିନ୍ଦୁ’ ପୁରସ୍କାର ହାତେଇଛି। ସୌଭାଗ୍ୟଲକ୍ଷ୍ମୀ ଜେନାଙ୍କ ପ୍ରଯୋଜନାରେ ପ୍ରସାରିତ ଧାରାବାହିକ ‘ସିନ୍ଦୂର ବିନ୍ଦୁ’ ଶ୍ରେଷ୍ଠ ଟେଲି ଧାରାବାହିକଭାବେ ପୁରସ୍କୃତ ହୋଇଛି। ମାତ୍ର ଟେଲି ଧାରାବାହିକର ଶ୍ରେଷ୍ଠ ନିର୍ଦ୍ଦେଶକ ବିଭାଗରେ ଏଥର କୌଣସି ନିର୍ଦ୍ଦେଶକଙ୍କୁ ପୁରସ୍କାର ମିଳିନାହିଁ। ‘ସିନ୍ଦୂର ବିନ୍ଦୁ’ର ଅଭିନେତା ଚୌଧୁରୀ ସତ୍ୟବ୍ରତ ଦାଶ ଶ୍ରେଷ୍ଠ ଅଭିନେତା ଏବଂ ‘ଏସିପି ନିକିତା’ର ଶ୍ୱେତଲୀନା ଭଟ୍ଟାଚାର୍ଯ୍ୟ ଶ୍ରେଷ୍ଠ ଅଭିନେତ୍ରୀଭାବେ ରାଜ୍ୟ ଟେଲି ପୁରସ୍କାର ହାସଲ କରିଛନ୍ତି। ସେହିପରି ଶ୍ରେଷ୍ଠ ଚରିତ୍ର ଅଭିନେତା ଭାବେ ‘ସିନ୍ଦୂର ବିନ୍ଦୁ’ର ହୃଦାନନ୍ଦ ପଟ୍ଟନାୟକ, ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ଭାବେ ‘କିଏ’ର ପ୍ରିୟଦର୍ଶିନୀ ବଡଜେନା, ଶ୍ରେଷ୍ଠ ଖଳନାୟକ ଭାବେ ‘କିଏ’ର ଋଷି ପଟ୍ଟନାୟକ, ଶ୍ରେଷ୍ଠ ଖଳନାୟିକା ଭାବେ ‘ଏସିପି ନିକିତା’ର ଯାଜ୍ଞସେନୀ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି। ଶ୍ରେଷ୍ଠ ହାସ୍ୟ ଅଭିନେତାଭାବେ ‘ଦେଖ ଖବର ରଖ ନଜର’ର ସତ୍ୟବ୍ରତ ପାଣିଗ୍ରାହୀ ଓ ସତ୍ୟରଞ୍ଜନ ମିଶ୍ରଙ୍କୁ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ଶିଶୁ କଳାକାରଭାବେ ‘ବଧୂ’ର ଆଦ୍ୟାଶା ଚୌଧୁରୀ, ଶ୍ରେଷ୍ଠ ଚିତ୍ରନାଟ୍ୟ ପାଇଁ ‘ଦେଖ ଖବର ରଖ ନଜର’ର ଅୟସକାନ୍ତ ସ୍ବାଇଁ, ଶ୍ରେଷ୍ଠ ସଂଳାପ ଲେଖକ ‘ଦେଖ ଖବର ରଖ ନଜର’ର ସତ୍ୟରଞ୍ଜନ ମିଶ୍ର, ଚିତ୍ରଗ୍ରହଣ ପାଇଁ ‘ସିନ୍ଦୂର ବିନ୍ଦୁ’ର କୌଶିକବ୍ରତ ମାଇତି, ଶ୍ରେଷ୍ଠ ସମ୍ପାଦନା ପାଇଁ ‘ସିନ୍ଦୂର ବିନ୍ଦୁ’ର ଶୁଭାଶିଷ ମେକାପ, ଶ୍ରେଷ୍ଠ ଶବ୍ଦଗ୍ରହଣ ପାଇଁ ‘କିଏ’ର ଅରୁଣ ଦଣ୍ଡପାଟ ରାଜ୍ୟ ଟେଲି ପୁରସ୍କାର ପାଇଛନ୍ତି। ଏହାବ୍ୟତୀତ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ପ୍ରଯୋଜକ/ନିର୍ଦ୍ଦେଶକ ଭାବେ ‘ଚଣ୍ଡାଳ’ର ବିଶାଳ ପଟ୍ଟନାୟକ, ଶ୍ରେଷ୍ଠ ଆଦିବାସୀ ଭାଷା/ଶିକ୍ଷାଭିତ୍ତିକ ଚଳିଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ‘ବତିଘର’ର ସମ୍ବିତ ପଟ୍ଟନାୟକ ଓ ସଞ୍ଜୟ ପଟ୍ଟନାୟକ, ସ୍ବତନ୍ତ୍ର ଜୁରୀ ପୁରସ୍କାର ବିଭାଗରେ ‘ତଅପୋଇ’ର ଚରିତ୍ର ଅଭିନେତ୍ରୀ ଧରିତ୍ରୀ ଖଣ୍ଡୁଆଳ ଓ ‘ଚଣ୍ଡାଳ’ର ଅଭିନେତା ଏମ୍‌.ଡି. ବବ୍‌ଲୁଙ୍କୁ ଟେଲି ପୁରସ୍କାର ପ୍ରଦାନ କରାଯାଇଛି। ଉତ୍ସବରେ ମୁଖ୍ୟଅତିଥିଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ, କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସଂସ୍କୃତି ବିଭାଗ କମିଶନର ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ। ନକଲ ପ୍ରକ୍ରିୟା କେବଳ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ପାଇଁ ବିପଦ ହୋଇ ରହିନାହିଁ, ଏହା ଟେଲି ଇଣ୍ଡଷ୍ଟ୍ରିକୁ ମଧ୍ୟ କବଳିତ କରିଛି। ଭବିଷ୍ୟତରେ କିଭଳି ଏହି ନକଲ ପ୍ରକ୍ରିୟାରୁ ଦୂରେଇ ରହିହେବ ସେ ବାବଦରେ ଯୋଜନା ପ୍ରସ୍ତୁତ କରିବା ଜରୁରୀ ହୋଇପଡିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ସ୍ବାଗତଭାଷଣ ଦେଇଥିବାବେଳେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
All Right Reserved By

ମେଟ୍ରୋ |

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୨୪।୧(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ଦୈନିକ ଶହ ଶହ ପର୍ଯ୍ୟଟକ କାକଟପୁରକୁ ଆସିଥାଆନ୍ତି। ପର୍ଯ୍ୟଟନ ଋତୁ ବିଶେଷକରି ଚୈତ୍ର ମାସରେ ମା’ଙ୍କ ପ୍ରସିଦ୍ଧ ପର୍ବ ଝାମୁଯାତ୍ରା ଓ ଦଶହରାର ପାର୍ବଣ ପୂଜା ସମୟରେ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକଙ୍କ ଏଠାରେ ସମାଗମ ହୋଇଥାଏ।

ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଭୁବନେଶ୍ୱର-ଝାରସୁଗୁଡ଼ା-ରାଉରକେଲାକୁ ଶତାବ୍ଦୀ ଏକ୍ସପ୍ରେସ ଚଳାଅ

ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଭୁବନେଶ୍ୱର-ଝାରସୁଗୁଡ଼ା-ରାଉରକେଲାକୁ ଶତାବ୍ଦୀ ଏକ୍ସପ୍ରେସ ଚଳାଅ

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ରେଲଓ୍ବେ ଓଡିଶାରୁ ପ୍ରଚୁର ରାଜସ୍ବ ନେଉଛି। ସେହି ତୁଳନାରେ ରେଳ ଭିତ୍ତିଭୂମି କିମ୍ବା ରେଳ ସେବା ନାହିଁ। ଭାରତୀୟ ରେଳକୁ ରାଜସ୍ବ ଯୋଗାଇବାରେ ଓଡିଶା ଏକ ବଡ ଅଂଶୀଦାର। ଯାତ୍ରୀ ପରିବହନ କ୍ଷେତ୍ରରେ ମଧ୍ୟ ଓଡିଶା ଜାତୀୟ ହାରଠାରୁ ଊର୍ଦ୍ଧ୍ୱରେ ରହିଛି। 

ଆଉ ୨ ଦିନ କୁହୁଡ଼ି: ୨୬ରେ ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଆଉ ୨ ଦିନ କୁହୁଡ଼ି: ୨୬ରେ ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ଗତ କିଛିଦିନ ହେବ ଉପକୂଳ ଓଡିଶାକୁ କୁହୁଡି ଘେରି ରହୁଛି। ଆସନ୍ତା ୨୫ ତାରିଖ ଯାଏ କୁହୁଡି ରହିବ। 

ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା

ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ଫିଲ୍ମ ମାଧ୍ୟମରେ ଚାଲିଛି ନିର୍ବାଚନ ପ୍ରଚାର। ନିଜ ସଫଳତାର ପ୍ରଚାର ପ୍ରସାର ପାଇଁ ଫିଲ୍ମକୁ ମାଧ୍ୟମ କରୁଛନ୍ତି ରାଜନୈତିକ ଦଳ। 

ଏପ୍ରିଲ ୨୮ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

ଏପ୍ରିଲ ୨୮ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନ ସମସ୍ତ ମହାବିଦ୍ୟାଳୟରେ ପ୍ରାକ୍‌ ସ୍ନାତ୍ତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ଏପ୍ରିଲ ୨୮ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

୨୯ରେ ଓଡ଼ିଶା ଆସୁଛନ୍ତି ଶାହ

୨୯ରେ ଓଡ଼ିଶା ଆସୁଛନ୍ତି ଶାହ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ୨୯ରେ ଓଡିଶା ଗସ୍ତରେ ଆସିବେ। କଟକ ଜିଲା ସାଲେପୁର କୁଲିଆଠାରେ ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ସମାବେଶରେ ସେ ଯୋଗଦେବେ ା 

ଧାନକିଣାରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌

ଧାନକିଣାରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌

କଟକ ଅଫିସ, ୨୪ା୧:ଚାଷୀଙ୍କ ସ୍ବାର୍ଥକୁ ବଳିଦେଇ ସରକାରୀ ଅଧିକାରୀମାନେ କିଭଳି ମିଲର୍‌ ସ୍ବାର୍ଥକୁ ଅଗ୍ରାଧିକାର ଦେଇଛନ୍ତି ତାହାର ଏକ ପ୍ରମାଣ ସାମ୍ନାକୁ ଆସିଛି। କୋରାପୁଟ ଜିଲାରେ ହୋଇଛି ଏଭଳି ଦୁର୍ନୀତି।

କଥା- କାମରେ ଫରକ: ଅନୁକମ୍ପା ଘୋଷଣା ତୁରନ୍ତ, ଅର୍ଥ ମିଳୁନାହିଁ

କଥା- କାମରେ ଫରକ: ଅନୁକମ୍ପା ଘୋଷଣା ତୁରନ୍ତ, ଅର୍ଥ ମିଳୁନାହିଁ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡିଶାରେ ଅସାଧାରଣ ମୃତ୍ୟୁ ଘଟିଲେ କିମ୍ବା ପ୍ରାକୃତିକ ଦୁର୍ବିପାକରେ କ୍ଷୟକ୍ଷତି ହେଲେ ଆର୍ଥିକ ଅନୁକମ୍ପା(କମ୍ପେନସେସନ୍‌) ନିଶ୍ଚିତ। ସେହି କ୍ରମରେ ରାଜ୍ୟରେ ଏଭଳି କିଛି ଘଟଣା ଘଟିବା ମାତ୍ରେ ସରକାରଙ୍କ ପକ୍ଷରୁ କାଳବିଳମ୍ବ କରାଯାଉନାହିଁ। 

୧୦ରୁ ଭାଜପାର ଜନ ଅଦାଲତ: ୨୧ ଲୋକ ସଭା ଆସନରେ ହେବ କାର୍ଯ୍ୟକ୍ରମ

୧୦ରୁ ଭାଜପାର ଜନ ଅଦାଲତ: ୨୧ ଲୋକ ସଭା ଆସନରେ ହେବ କାର୍ଯ୍ୟକ୍ରମ

କଟକ ଅଫିସ, ୨୪ା୧- ଫେବୃୟାରୀ ୧୦ରୁ ଭାଜପା ଆରମ୍ଭ କରିବ ଜନ ଅଦାଲତ କାର୍ଯ୍ୟକ୍ରମ। ରାଜ୍ୟର ୨୧ଟି ଲୋକ ସଭା ଆସନରେ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ କରାଯିବ। 

ନେତାଜୀଙ୍କ ୧୨୨ତମ ଜନ୍ମ ବାର୍ଷିକୀ: ସ୍ବାଧୀନତା ପ୍ରାପ୍ତିର ୭୫ ଭାଗ ଶ୍ରେୟ ନେତାଜୀଙ୍କର

ନେତାଜୀଙ୍କ ୧୨୨ତମ ଜନ୍ମ ବାର୍ଷିକୀ: ସ୍ବାଧୀନତା ପ୍ରାପ୍ତିର ୭୫ ଭାଗ ଶ୍ରେୟ ନେତାଜୀଙ୍କର

କଟକ ଅଫିସ, ୨୪ା୧- ଭାରତ ସ୍ବାଧୀନତା ପ୍ରାପ୍ତିର ୭୫ ପ୍ରତିଶତ ଶ୍ରେୟ ନେତାଜୀଙ୍କ ନାମରେ ଯାଉଛି। ବିଶ୍ୱର ବହୁ ଦାର୍ଶନିକ ଓ ଗବେଷକ ଏହି ମତ ଦେଉଛନ୍ତି।

କୋଟିପତି ନିର୍ବାହୀ ଯନ୍ତ୍ରୀ:ମିଳିଲା ୧ କୋଟି ୪୦ ଲକ୍ଷ ୫୯ହଜାର ୩୭୫ ଟଙ୍କାର ସମ୍ପତ୍ତି

କୋଟିପତି ନିର୍ବାହୀ ଯନ୍ତ୍ରୀ:ମିଳିଲା ୧ କୋଟି ୪୦ ଲକ୍ଷ ୫୯ହଜାର ୩୭୫ ଟଙ୍କାର ସମ୍ପତ୍ତି

 କଟକ ଅଫିସ, ୨୪ା୧- ଜୟପୁର ଜାତୀୟ ରାଜପଥ ଡିଭିଜନ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। ବୁଧବାର ଭିଜିଲାନ୍ସ ଭୁବନେଶ୍ୱର ଓ କୋରାପୁଟ ଜିଲା ଜୟପୁରରେ ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରିଛି। ନିର୍ବାହୀ ଯନ୍ତ୍ରୀ ପଣ୍ଡା ୧ କୋଟି ୪୦ ଲକ୍ଷ ୫୯ ହଜାର ୩୭୫ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।

ଆଜି ଜାତୀୟ କନ୍ୟା ଦିବସ: ମୁସ୍‌ଲିମ ଯୁବତୀ ଏବେ ହିନ୍ଦୁ ଘରର ଅଲିଅଳ ଝିଅ

ଆଜି ଜାତୀୟ କନ୍ୟା ଦିବସ: ମୁସ୍‌ଲିମ ଯୁବତୀ ଏବେ ହିନ୍ଦୁ ଘରର ଅଲିଅଳ ଝିଅ

କଟକ ଅଫିସ, ୨୪ା୧- ଆଜି ବି ସମାଜର ଅନେକଙ୍କ ପାଇଁ ଶିଶୁକନ୍ୟା ଅଲୋଡ଼ା। ପୁଣି କେଉଁଠି ନା କେଉଁଠି ଅକଥନୀୟ ନିର୍ଯାତନାର ଶିକାର ହେଉଛନ୍ତି ଏହି ଶିଶୁକନ୍ୟା। ପୁଣି ପ୍ରତିମୁହୂର୍ତ୍ତରେ ସେମାନଙ୍କ ପ୍ରତି ବିପଦ ରହିଥିବାବେଳେ ଏଭଳି ପରିସ୍ଥିତିରୁ ମୁକୁଳି ଅନେକ କନ୍ୟା ସନ୍ତାନ ଜୀବନର ନୂଆ ରାହା ପାଇଛନ୍ତି।