ଜାତୀୟ |

ସୁହେବ ଇଲ୍ୟାସିଙ୍କୁ ଆଜୀବନ କାରାଦଣ୍ଡ

ସୁହେବ ଇଲ୍ୟାସିଙ୍କୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ, ୨୦।୧୨: ଟେଲିଭିଜନ ପରଦାର ଲୋକପ୍ରିୟ ଅପରାଧ ଶୋ’ ‘ଇଣ୍ଡିଆଜ ମୋଷ୍ଟ ଓ୍ବାଣ୍ଟେଡ୍‌’ର ଉପସ୍ଥାପକ ସୁହେବ ଇଲ୍ୟାସିଙ୍କୁ ଦିଲ୍ଲୀର ଏକ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୁହେବ ସ୍ତ୍ରୀ ଅଞ୍ଜୁ ଇଲ୍ୟାସିଙ୍କୁ ହତ୍ୟା କରିଥିବା ୧୬ ଡିସେମ୍ବରରେ ପ୍ରମାଣିତ ହେବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହ ଅଞ୍ଜୁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ୨ ଲକ୍ଷ ଟଙ୍କାର ଜରିମନା ଦେବାକୁ କୋର୍ଟ କହିଛନ୍ତି। ପ୍ରକାଶ ଯେ, ୧୧ ଜାନୁଆରୀ ୨୦୦୦ରେ ଅଞ୍ଜୁଙ୍କ ମୃତଦେହ ରହସ୍ୟମୟ ଭାବେ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପ୍ରଥମେ ସେ ଏହା ଏକ ଆତ୍ମହତ୍ୟା କହି ପୋଲିସକୁ ଭୁଆଁ ବୁଲାଇବାରେ ସଫଳ ହୋଇଥିଲେ। ମାତ୍ର ପରେ ସତ୍ୟ ସାମ୍ନାକୁ ଆସିଥିଲା। ସେ କ୍ରାଇମ୍‌ ଶୋ’ର ଉପସ୍ଥାପକ ଥିବା ବେଳେ ସେଠାରୁ ହତ୍ୟା କରିବାର ଉପାୟ ଶିକ୍ଷା କରି ଏପରି କରିଥିବା ପୋଲିସ ଦର୍ଶାଇଥିଲା।
All Right Reserved By

ଜାତୀୟ |

୨୪ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

୨୪ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୨୨।୧୦: ଜମ୍ମୁ-କଶ୍ମୀରରେ ୨୪ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ୍‌ ହେବା ସହିତ ୭ ସାଧାରଣ ଲୋକଙ୍କ ଜୀବନ ଯାଇଛି।

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ନୂଆଦିଲ୍ଲୀ/ବେଜିଂ,୨୨।୧୦: ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବା ପାଇଁ ଚାଇନା ଓ୍ବାଟର ବମ୍‌ ଯୋଜନା ପ୍ରସ୍ତୁତ କରିଛି। ସମ୍ପ୍ରତି ପ୍ରତି ସେକେଣ୍ଡରେ ବ୍ରହ୍ମପୁତ୍ର ନଦୀରେ ୧୮ ହଜାର କ୍ୟୁସେକ୍‌ ଜଳ ଛଡ଼ାଯାଉଛି।

ହିମାଚଳ ପ୍ରଦେଶରେ ଭୂକମ୍ପ

ହିମାଚଳ ପ୍ରଦେଶରେ ଭୂକମ୍ପ

ଶିମ୍‌ଲା,୨୨।୧୦: ହିମାଚଳ ପ୍ରଦେଶରେ ସୋମବାର ସକାଳୁ ଏକ ଭୁକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୦। ଏହା କିନ୍ନୋରରେ ସକାଳ ୯ଟା ୧୧ରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। 

ମହିଳାଙ୍କୁ ଗଣବଳାତ୍କାର: ଗୁପ୍ତାଙ୍ଗକୁ ଲୁହା ରଡ଼ରେ କଲେ କ୍ଷତବିକ୍ଷତ

ମହିଳାଙ୍କୁ ଗଣବଳାତ୍କାର: ଗୁପ୍ତାଙ୍ଗକୁ ଲୁହା ରଡ଼ରେ କଲେ କ୍ଷତବିକ୍ଷତ

କୋଲକତା,୨୨।୧୦: ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଧୁପଗୁଡ଼ି ଅଞ୍ଚଳରେ ଜମିଜମା ବିବାଦକୁ ନେଇ ଜଣେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି।

ଶିମଲା ହେବ ‘ଶ୍ୟାମଳା’

ଶିମଲା ହେବ ‘ଶ୍ୟାମଳା’

ଶିମଲା,୨୧।୧୦: ହିମାଚଳପ୍ରଦେଶର ରାଜଧାନୀ ଶିମଲାର ନାମ ପରିବର୍ତ୍ତନ କରାଯାଇ ‘ଶ୍ୟାମଳା’ କରାଯିବ।

ରୋଗୀଙ୍କ କଷ୍ଟ ଜାଣିବା ପାଇଁ ଡାକ୍ତର କଲେ ନିଜର ଏଣ୍ଡୋସ୍କୋପି

ରୋଗୀଙ୍କ କଷ୍ଟ ଜାଣିବା ପାଇଁ ଡାକ୍ତର କଲେ ନିଜର ଏଣ୍ଡୋସ୍କୋପି

ପୁଣେ,୨୧।୧୦: ମହାରାଷ୍ଟ୍ର ନାଦେଣ୍ଡର ଜଣେ ଡାକ୍ତର ରୋଗୀଙ୍କ କଷ୍ଟ ଜାଣିବା ପାଇଁ ନିଜର ଏଣ୍ଡୋସ୍କୋପି କରିଛନ୍ତି।

୧୪ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

୧୪ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ଗାଜିଆବାଦ,୨୧।୧୦: ରାଜଧାନୀ ଦିଲ୍ଲୀର ଗାଜିଆବାଦ ରାଜନଗରରୁ ଆସିଛି ଏକ ଦୁଃଖଦ ଖବର। ଏଠାରେ ଥିବା ରଭିର ହାଇଟ୍ସ ଆପାର୍ଟମେଣ୍ଟର ୧୪ ମହଲାରୁ ଜଣେ ଯୁବତୀ ଓ ଯୁବକ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି।

ଛତିଶଗଡ଼ ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ଛତିଶଗଡ଼ ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ରାୟପୁର,୨୧।୧୦: ଛତିଶଗଡ଼ରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ସାମାଜବାଦୀ ପାର୍ଟି ଏହାର ପ୍ରାର୍ଥୀ ଘୋଷଣା କରିଛି। 

ଟୁରିଷ୍ଟ ବସ୍‌ରେ ଅଗ୍ନିକାଣ୍ଡ

ଟୁରିଷ୍ଟ ବସ୍‌ରେ ଅଗ୍ନିକାଣ୍ଡ

କରନାଲ, ୨୧।୧୦: ହରିୟାଣା ସରକାରୀ ପରିବହନ କର୍ମଚାରୀଙ୍କ ଧର୍ମଘଟ ଜାରି ରହିଛି। ଟୁରିଷ୍ଟଙ୍କ ଯିବା ଆସିବା ପାଇଁ ସରକାରଙ୍କ ପକ୍ଷରୁ ଲୋକାଲ ଟୁରିଷ୍ଟ ବସ୍‌ ବ୍ୟବହାର କରାଯାଇଥିଲା। 

୫୬ ବର୍ଷ ପରେ ମିଳିଲା କ୍ଷତି ପୂରଣ

୫୬ ବର୍ଷ ପରେ ମିଳିଲା କ୍ଷତି ପୂରଣ

ବୋମଡିଲା,୨୧।୧୦: ଅରୁଣାଚଳପ୍ରଦେଶର ବୋମଡିଲା ଗ୍ରାମବାସୀଙ୍କୁ ଭାରତ-ଚାଇନା ଯୁଦ୍ଧର ୫୬ ବର୍ଷ ପରେ ମିଳିଛି କ୍ଷତିପୂରଣ।

ଇଣ୍ଡିଆନ୍‌ ଆଇଡଲ୍‌ରେ ବିଚାରକ ହେବେନି ଅନୁ ମଲିକ

ଇଣ୍ଡିଆନ୍‌ ଆଇଡଲ୍‌ରେ ବିଚାରକ ହେବେନି ଅନୁ ମଲିକ

ମୁମ୍ବାଇ,୨୧।୧୦: ଏକ ଘରୋଇ ଟେଲିଭିଜନ୍‌ ଚ୍ୟାନେଲରେ ପ୍ରସାରିତ ରିୟଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ରେ ଏଥର ବିଚାରକ ଭାବେ ଆସିବେନି ବଲିଉଡ କଣ୍ଠଶିଳ୍ପୀ ଅନୁ ମଲିକ। 

ମଦ ବୋତଲରେ ଭୋଟର ସଚେତନତା ବାର୍ତ୍ତା

ମଦ ବୋତଲରେ ଭୋଟର ସଚେତନତା ବାର୍ତ୍ତା

ଭୋପାଳ,୨୧।୧୦: ମଧ୍ୟପ୍ରଦେଶ ଝାବୁଆ ଜିଲାରେ ଭୋଟରଙ୍କୁ ସଚେତନ କରାଇବା ପାଇଁ ମଦବୋତଲରେ ପ୍ରଚାର ଷ୍ଟିକର ଲଗାଯାଇଛି।