ଜାତୀୟ |

ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ୍‌ ମାମଲା: ଯଶପାଲଙ୍କୁ ମିଳିଲା ଜାମିନ

ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ୍‌ ମାମଲା: ଯଶପାଲଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ,୨୦।୧୨: ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ୍‌ ଭିଭିଆଇପି ଚୋପ୍ପର ଦୁର୍ନୀତି ମାମଲାରେ ଏୟାର ମାର୍ଶାଲ ଯଶପାଲ ସିଂ ଗୁଜରାଲ୍‌ଙ୍କୁ ଦିଲ୍ଲୀ ହାଇକୋର୍ଟ ବୁଧବାର ଜାମିନ ଦେଇଛି। ସ୍ବତନ୍ତ୍ର ସିବିଆଇ ବିଚାରପତି ଅରବିନ୍ଦ କୁମାର ମାମଲାର ବିଚାର କରି ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦେଇଛନ୍ତି।
All Right Reserved By

ଜାତୀୟ |

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

ଲକ୍ଷ୍ନୌ/ଇସଲାମାବାଦ୍‌,୨୨।୧: ଭାରତରେ ବାସ କରି ମଧ୍ୟ ମିଳିନି ଏପର୍ଯ୍ୟନ୍ତ ନାଗରିକତା। ଗତ ୩୦ ବର୍ଷ ଧରି ନାଗରିକତା ପାଇଁ ଲକ୍ଷ୍ନୌର ୭୦ ପରିବାର କରୁଛନ୍ତି ସଂଘର୍ଷ। ଇତିମଧ୍ୟରେ ଭାରତରେ ଜନ୍ମ ହୋଇଥିବା ସେମାନଙ୍କର ସନ୍ତାନଙ୍କୁ ମିଳିଛି ନାଗରିକତା।

ପିଲାଛୁଆ ନ ହେବାରୁ ମହିଳାଙ୍କୁ ଜୀବନ୍ତ ଜଳାଉଥିଲେ ଶ୍ୱଶୁର ଘର ଲୋକେ: ପୋଲିସ କଲା ଉଦ୍ଧାର

ପିଲାଛୁଆ ନ ହେବାରୁ ମହିଳାଙ୍କୁ ଜୀବନ୍ତ ଜଳାଉଥିଲେ ଶ୍ୱଶୁର ଘର ଲୋକେ: ପୋଲିସ କଲା ଉଦ୍ଧାର

ପାଟନା,୨୨।୧: ବିହାର ପାଟନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳାଙ୍କ ପିଲାଛୁଆ ନ ହେବାରୁ ତାଙ୍କୁ ଶ୍ୱଶୁର ଘର ଲୋକେ ଜୀବନ୍ତ ଜଳାଉଥିଲେ।

ମାମୁ-ଭଣଜା ଭେଟ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ

ମାମୁ-ଭଣଜା ଭେଟ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ

ଭୋପାଳ, ୨୨।୧:  ମଧ୍ୟପ୍ରଦେଶ ରାଜନୀତିରେ ଏବେ ମାମୁ-ଭଣଜା ଭେଟ ନେଇ ରାଜନୈତିକ ମହଲ ସରଗରମ ରହିଛି। ମାମୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ ଭେଟିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। 

ରାସ୍ତା କଡକୁ ଖସିଲା ପର୍ଯ୍ୟଟକ ବସ୍‌

ରାସ୍ତା କଡକୁ ଖସିଲା ପର୍ଯ୍ୟଟକ ବସ୍‌

ବିଲାସପୁର,୨୨।୧: ହିମାଚଳ ପ୍ରଦେଶ ବିଲାସପୁର ଜିଲା ସ୍ବରଘାଟ ନିକଟରେ ଏକ ପର୍ଯ୍ୟଟକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା କଡକୁ ବସ୍‌ଟି ଖସିପଡିବା ଫଳରେ ଏଥିରେ ଥିବା ୨୬ ଯାତ୍ରୀ ଆହତ ହୋଇଛନ୍ତି।

ରାଜଧାନୀରେ ବଦଳିଲା ପାଣିପାଗର ମିଜାଜ୍‌

ରାଜଧାନୀରେ ବଦଳିଲା ପାଣିପାଗର ମିଜାଜ୍‌

ନୂଆଦିଲ୍ଲୀ,୨୨।୧: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ସୋମବାର ରାତି ଓ ମଙ୍ଗଳବାର ସକାଳୁ ବର୍ଷା ହୋଇଛି। ଫଳରେ ସାଧାରଣ ଜୀବନଯାତ୍ରା ମନ୍ଥର ହୋଇଯାଇଛି।

ବିବାହ ନିମନ୍ତ୍ରଣ ପତ୍ରରେ ରାଫେଲ ଥିମ୍‌ ଦେଖି ପ୍ରଶଂସା କଲେ ମୋଦି

ବିବାହ ନିମନ୍ତ୍ରଣ ପତ୍ରରେ ରାଫେଲ ଥିମ୍‌ ଦେଖି ପ୍ରଶଂସା କଲେ ମୋଦି

ସୁରଟ,୨୨।୧: ଗୁଜରାଟ ସୁରଟର ଜଣେ ଦମ୍ପତି ଯୁଦ୍ଧ ବିମାନ ‘ରାଫେଲ’ର ଥିମ୍‌କୁ ନେଇ ବିବାହ ନିମନ୍ତ୍ରଣ ପତ୍ରର ଡିଜାଇନ୍‌ କରିଛନ୍ତି। କାର୍ଡର ଗୋଟିଏ ପାଶ୍ୱରେ ନବବିବାହିତଙ୍କ ନାଁ ଠିକଣା ଥିବା ବେଳେ ଅନ୍ୟ ପଟରେ ରାଫେଲକୁ ନେଇ କିଛି ତଥ୍ୟ ଲେଖାଯାଇଛି।

୪ ବର୍ଷ ଡେଟିଂ ପରେ ମହେଶ ବାବୁଙ୍କ ହାତ ଧରି ଥିଲେ ସୁନ୍ଦରୀ ନମ୍ରତା

୪ ବର୍ଷ ଡେଟିଂ ପରେ ମହେଶ ବାବୁଙ୍କ ହାତ ଧରି ଥିଲେ ସୁନ୍ଦରୀ ନମ୍ରତା

ମୁମ୍ବାଇ,୨୨।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ନମ୍ରତା ଶିରୋଦକର ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୨୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। 

ମୋଦି କେବେ ବି ବିକି ନାହାଁନ୍ତି ଚା’; ଏହା କେବଳ ପବ୍ଲିସିଟି ଷ୍ଟଣ୍ଟ୍‌: ତୋଗଡ଼ିଆ

ମୋଦି କେବେ ବି ବିକି ନାହାଁନ୍ତି ଚା’; ଏହା କେବଳ ପବ୍ଲିସିଟି ଷ୍ଟଣ୍ଟ୍‌: ତୋଗଡ଼ିଆ

ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ମଧ୍ୟ ଚା’ ବିକି ନାହାଁନ୍ତି। ଏହା କେବଳ ପବ୍ଲିସିଟି ଷ୍ଟଣ୍ଟ୍‌ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ମୁଖ୍ୟ ପ୍ରବୀଣ ତୋଗଡ଼ିଆ।

୨୫୦ କୋଟି ବର୍ଷ ତଳେ ଭାରତରେ ଜୀବନ  ସୃଷ୍ଟି ହୋଇଥିଲା

୨୫୦ କୋଟି ବର୍ଷ ତଳେ ଭାରତରେ ଜୀବନ ସୃଷ୍ଟି ହୋଇଥିଲା

ଖଡଗପୁର,୨୨।୧: ଭାରତରେ ୨୫୦କୋଟି ବର୍ଷ ତଳେ ଜୀବନର ସଙ୍କେତ ମିଳିଥିଲା ବୋଲି ଆଇଆଇଟି ଖଡଗପୁରର ଏକ ଗବେଷକ ଟିମ୍‌ ଜାଣିବାକୁ ପାଇଛନ୍ତି। ସେହି ସମୟରେ ମହା ଜାରଣ ପ୍ରକ୍ରିୟା ଘଟିଥିବାରୁ ପୃଥିବୀର ବାୟୁମଣ୍ଡଳରେ ଅମ୍ଳଜାନ ସୃଷ୍ଟି ହୋଇଥିଲା।

ଅଟକାଇବାରୁ ଚଢ଼ିଗଲା ଗୋରୁ ବୋଝେଇ ଟ୍ରକ୍‌:ପୋଲିସ କନଷ୍ଟେବଳ ମୃତ

ଅଟକାଇବାରୁ ଚଢ଼ିଗଲା ଗୋରୁ ବୋଝେଇ ଟ୍ରକ୍‌:ପୋଲିସ କନଷ୍ଟେବଳ ମୃତ

ମୁମ୍ବାଇ,୨୨।୧:ଏକ ଗୋରୁଚାଲାଣ ଟ୍ରକକୁ ଅଟକାଇବା ଯାଇ ଜଣେ ପୋଲିସ କନଷ୍ଟେବଳଙ୍କ ଜୀବନ ଯାଇଛି। ଟ୍ରକ ଡ୍ରାଇଭର ଜଣକ କନଷ୍ଟେବଳ ପ୍ରକାଶ ମେଶରାମଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାରୁ  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। 

ସାଧନା ସିଂଙ୍କ ମୁଣ୍ଡ କାଟିବା ପାଇଁ ୫୦ ଲକ୍ଷ ଘୋଷଣା କଲେ ବିଏସ୍‌ପି ବିଧାୟକ

ସାଧନା ସିଂଙ୍କ ମୁଣ୍ଡ କାଟିବା ପାଇଁ ୫୦ ଲକ୍ଷ ଘୋଷଣା କଲେ ବିଏସ୍‌ପି ବିଧାୟକ

ଲକ୍ଷ୍ନୌ,୨୨।୧: ମାୟାବତୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଭାଜପାର ମୋଗଲସରାଇ ବିଧାନସଭା ଆସନର ବିଧାୟିକା ସାଧନା ସିଂଙ୍କ ମୁଣ୍ଡ କାଟିବା ପାଇଁ ୫୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ବିଏସ୍‌ପିର ପୂର୍ବ ବିଧାୟକ ବିଜୟ ଯାଦବ। 

ଓଲଟିଲା ଯାତ୍ରୀବାହୀ ବୋଟ୍‌, ୮ ମୃତ

ଓଲଟିଲା ଯାତ୍ରୀବାହୀ ବୋଟ୍‌, ୮ ମୃତ

ନୂଆଦିଲ୍ଲୀ,୨୨।୧:କର୍ନାଟକର କରଓ୍ବାର ଉପକୂଳ କାଲୀ ନଦୀ ମୁହାଣରେ ଏକ ଯାତ୍ରୀବାହୀ ବୋଟ୍‌ ଓଲଟି ପଡ଼ି ବୁଡ଼ିଯାଇଛି।