
ନୂଆଦିଲ୍ଲୀ, ୨୦।୧୨: କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ କ୍ରିଷ୍ଣା ରାଜ ହଠାତ ଅସୁସ୍ଥ ହୋଇପଡିଛନ୍ତି। ବୁଧବାର ସଂସଦର ପାଠାଗାରରେ ଭାଜପାର ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେଉଥିବା ବେଳେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଛି। ପ୍ରକାଶ ଯେ, ଗୁଜରାଟ ଓ ହିମାଚଳ ପ୍ରଦେଶରେ ଦଳର ବିଜୟକୁ ନେଇ ଏହି ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଳର ଅଧ୍ୟକ୍ଷ ଅମିତ ଶାହା ପ୍ରମୁଖ ଉପସ୍ଥିତ ଅଛନ୍ତି। ୩୨ ବର୍ଷୀୟ ରାଜ ଉତ୍ତରପ୍ରଦେଶର ସାହାଜାହାନପୁର ସାଂସଦ ଅଛନ୍ତି।