ଜାତୀୟ |

ଆର୍‌.କେ ନଗର ଉପନିର୍ବାଚନ ପୂର୍ବରୁ ଜୟଲଳିତାଙ୍କ ହସ୍ପିଟାଲ ଭିଡ଼ିଓ ଜାରି

 ଆର୍‌.କେ ନଗର ଉପନିର୍ବାଚନ ପୂର୍ବରୁ  ଜୟଲଳିତାଙ୍କ ହସ୍ପିଟାଲ ଭିଡ଼ିଓ ଜାରି

ମାଡ୍ରାସ୍‌,୨୦।୧୨: ତାମିଲନାଡୁ ଆର୍‌.କେ ନଗର ଉପନିର୍ବାଚନ ପାଇଁ ଡିସେମ୍ବର ୨୧ରେ ଭୋଟ ଗ୍ରହଣ କରାଯିବ। ଏହା ପୂର୍ବରୁ ଜେ. ଜୟଲଲିତାଙ୍କ ହସ୍ପିଟାଲରେ ଥିବା ସମୟର ଏକ ଭିଡ଼ିଓ ଦିନାକରନ୍‌ ଗୋଷ୍ଠୀଙ୍କ ପକ୍ଷରୁ ରିଲିଜ୍‌ କରାଯାଇଛି। ଏହି ଆସନ ଜୟଲଳିତାଙ୍କ ପରଲୋକ ପରେ ଖାଲି ପଡିଥିଲା। ନିର୍ବାଚନରେ ୫୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ଏଠାରେ ମୁଖ୍ୟତଃ ମଧୁସୂଦନନ୍‌, ମରୟୁଗଣେଶ ଓ ଦିନାକରଣଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଛି। ଏହାର ଭୋଟ ଗଣତି ଡିସେମ୍ବର ୨୪ରେ ହେବ।

All Right Reserved By

Model This Week

Model This Week

ଜାତୀୟ |

ବାତ୍ରାଙ୍କୁ ଏଫ୍‌ଆଇଏଚ୍‌ର ଚେତାବନୀ

ବାତ୍ରାଙ୍କୁ ଏଫ୍‌ଆଇଏଚ୍‌ର ଚେତାବନୀ

ଲାଉସାନେ, ୨୫।୪ (ପି.ଟି.)-ଗତବର୍ଷ ଲଣ୍ଡନରେ ହକି ଓ୍ବାଲର୍‌ଡ ଲିଗ୍‌ ସେମିଫାଇନାଲ ବେଳେ ଇଂଲିଶ ଲ’ ଏନଫୋର୍ସମେଣ୍ଟ ଅଥରିଟିଜ୍‌ ବିପକ୍ଷରେ ଟିପ୍ପଣୀ ଦେଇ ଅଡୁଆରେ ପଡ଼ିଛନ୍ତି ଇଣ୍ଟରନ୍ୟାଶନାଲ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏଫ୍‌ଆଇଏଚ୍‌ର ରିପ୍ଲେସମେଣ୍ଟ ଡିସିପ୍ଲିନାରୀ କମିଶନର ବାତ୍ରାଙ୍କୁ ଚେତାବନୀ ଦେବା ସହ ଜରିମାନା କରିଛି। ଏଫ୍‌ଆଇଏଚ୍‌ର କହିବା ଅନୁସାରେ ୨୦୧୭ରେ ଲଣ୍ଡନରେ ହିରୋ ହକି ଓ୍ବାଲର୍‌ଡ ଲିଗ୍‌ ସେମିଫାଇନାଲ ବେଳେ ଏକ ମାମଲାରେ ଇଂଲିଶ ଲ’ ଏନଫୋର୍ସମେଣ୍ଟ ଅଥରିଟିଜି ଭାରତୀୟ ଖେଳାଳି ସର୍ଦ୍ଦାର ସିଂଙ୍କୁ ଡାକି ତାଙ୍କୁ ଜେରା କରିଥିଲେ। ପୂର୍ବତନ ହକି ଇଣ୍ଡିଆ ସଭାପତି ବାତ୍ରା ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି କାର୍ଯ୍ୟକୁ ସମାଲୋଚନା କରିଥିଲେ। ବାତ୍ରା ପରେ ଅବଶ୍ୟ ତାଙ୍କର ଏହି ଭାବପ୍ରବଣ ବକ୍ତବ୍ୟକୁ ନେଇ ଅନୁତାପ କରିବା ସହ ସର୍ବସାଧାଣରେ କ୍ଷମା ପ୍ରାର୍ଥନା କରିଥିଲେ। ବାତ୍ରା ବର୍ତ୍ତମାନ ଆହୁରିମଧ୍ୟ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ସଭାପତି ଅଛନ୍ତି। ତାଙ୍କୁ ଲିଖିତ ଚେତାବନୀ ଦିଆଯିବା ସହ ଜରିମାନା ଅର୍ଥରାଶିକୁ ଏକ ସ୍ପୋଟର୍‌ସ ଚ୍ୟାରିଟି ଅନୁଷ୍ଠାନକୁ ଦେବା ଲାଗି ନିର୍ଦ୍ଦେଶ ହୋଇଛି। ହେଲେ ଏହାର ପରିମାଣ କେତେ ତାହା ଗୋପନ ରଖାଯାଇଛି।

ମାଲ୍ୟା, ନୀରବଙ୍କଠାରୁ କାର୍ଯ୍ୟକାରୀ ହେବ ପଳାତକ ଆର୍ଥତ୍କ ଅପରାଧୀ ଅଧ୍ୟାଦେଶ

ମାଲ୍ୟା, ନୀରବଙ୍କଠାରୁ କାର୍ଯ୍ୟକାରୀ ହେବ ପଳାତକ ଆର୍ଥତ୍କ ଅପରାଧୀ ଅଧ୍ୟାଦେଶ

ନୂଆଦିଲ୍ଲୀ,୨୫।୪(ପି.ଟି):ବଡଧରଣର ଆର୍ଥତ୍କ ଘୋଟାଲା କରି ଦେଶ ଛାଡି ପଳାୟନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୃଢ ହେବ । ଏହି ଧାରାକୁ ଦୃଢ କରିବା ଲାଗି ସରକାର ନିକଟରେ ପଳାତକ ଆର୍ଥତ୍କ ଅପରାଧୀ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ବୁଡି ଯାଇଥିବା ବିମାନ କମ୍ପାନୀ ତଥା ମଦ ମାଲିକ ବିଜୟ ମାଲ୍ୟା ଏବଂ ପ୍ରଖ୍ୟାତ ହୀରା ବ୍ୟବସାୟୀ ନୀରବ ମୋଦି ଏହି ଭଳି ବ୍ୟକ୍ତିଙ୍କ ତାଲିକାରେ ରହିଛନ୍ତି। ବିଜୟ ମାଲ୍ୟା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରୁ ୯,୦୦୦ କୋଟି ଟଙ୍କାର ଋଣ ଖିଲାପ କରି ବର୍ତ୍ତମାନ ଲଣ୍ଡନରେ ରହୁଥିବା ବେଳେ ନୀରବ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି)ରୁ ୧୩,୦୦୦ କୋଟି ଟଙ୍କାର ଘୋଟାଲା କରି ହଂକଂରେ ରହୁଥିବା ଖବର ଆସିଛି।

ରେନୋର ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ରେନୋର ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୫-୪:ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ରେନୋ ଦେଶବ୍ୟାପୀ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରିଛି। ଦେଶରେ ଥିବା କମ୍ପାନୀର ସମସ୍ତ ଡିଲର୍ସ ପଏଣ୍ଟ୍‌ରେ ଏପ୍ରିଲ ୨୩ରୁ ରେନୋ ଏହି ସପ୍ତାହ ପାଳନ ଆରମ୍ଭ କରିଥିବା ବେଳେ ବେଳେ ୩୦ରେ ଶେଷ ହେବ। ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ମାନୁଫ୍ୟାକ୍‌ଚରର୍ସ-ସୋସାଇଟି ଅଫ୍‌ ଅଟୋମେଟିଭ୍‌ ଫିଟ୍‌ନେସ୍‌ ଆଣ୍ଡ୍‌ ଏନ୍‌ଭାୟର୍ନମେଣ୍ଟ(ଏସ୍‌ଆଇଏଏମ୍‌-ଏସ୍‌ଏଏଫ୍‌ଇ) ସହ ମିଳିତ ଭାବେ ରେନୋ ଏହା ଆୟୋଜନ କିରଛି। ସଡ଼କ ସୁରକ୍ଷା-ଜୀବନ ରକ୍ଷା ଥିମ୍‌ ଆଧାରରେ ଏହା ପାଳନ କରାଯାଉଥିବା ବେଳେ କାର୍‌ ସୁରକ୍ଷା ପାଇଁ ଚେକ୍‌ଅପ୍‌ କ୍ୟାମ୍ପ ଆୟୋଜନ କରାଯାଇଛି। ସେହିପରି ବିଭିନ୍ନ ସୁରକ୍ଷାଭିତ୍ତିକ ଆସେସରିଜ୍‌ ଉପରେ ୧୫% ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି ବୋଲି ରେନୋ ପ୍ରକାଶ କରିଛି। ଟ୍ରାଫିକ୍‌ ନିୟମ ପାଳନ, ସିଟ୍‌ ବେଲ୍ଟ ପରିଧାନ ଠାରୁ ଆରମ୍ଭ କରି ନିର୍ଦ୍ଧାରିତ ଗତିରେ ଗାଡ଼ିଚାଳନା ଉପରେ ଏହି ଅବସରରେ ଗ୍ରାହକ ଓ ଗାଡିଚାଳକଙ୍କୁ ସଚେତନ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।

ଟିକସ ସୁବିଧା ସମ୍ପର୍କରେ ଜାଣନ୍ତିନି ୪ ଜଣରେ ଜଣେ

ଟିକସ ସୁବିଧା ସମ୍ପର୍କରେ ଜାଣନ୍ତିନି ୪ ଜଣରେ ଜଣେ

ବମ୍ବେ,୨୫-୪(ପି.ଟି):ଘରୋଇ ବଜାରରେ ପ୍ରତି ୪ ଜଣରେ ଜଣେ ବେତନଭୋଗୀ କର୍ମଚାରୀ ଟିକସ ସୁବିଧା ସମ୍ପର୍କରେ ଜାଣି ନ ଥିବା ଜଣାଯାଇଛି। ଟିକସ ସୁବିଧା ପାଇବା ଲାଗି କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର ସୁଯୋଗ ପ୍ରଦାନ କରାଯାଉଛି। ମାତ୍ର ଏହାର ଲାଭ ନେବା ପାଇଁ କର୍ମଚାରୀମାନେ ସୁବିଧା ସମ୍ପର୍କରେ ଅବଗତ ନ ଥିବା ନେଲସେନ୍‌ ଇଣ୍ଡିଆ ସଂସ୍ଥା ପକ୍ଷରୁ ହୋଇଥିବା ଜେଟା କର୍ମଚାରୀ ସୁବିଧା ସଂକ୍ରାନ୍ତ ସର୍ଭେରୁ ଏହି ଭଳି ତଥ୍ୟ ଜଣା ପଡିଛି। ବେତନଭୋଗୀ କର୍ମଚାରୀଙ୍କୁ କମ୍ପାନୀଗୁଡିକ ପକ୍ଷରୁ ଟିକସ ସଞ୍ଚୟ ସୁବିଧା ପ୍ରଦାନ କରାଯାଇଥାଏ। କଷ୍ଟ ଟୁ କମ୍ପାନୀ (ସିଟିସି) ପଦକ୍ଷେପ ଅନ୍ତର୍ଗତ ଏହି ଭଳି ସୁବିଧା ମିଳିଥାଏ। ଏଥିରେ ପେଟ୍ରୋଲ, ଡିଜେଲ, ଟେଲିଫୋନ୍‌ ଲିଭ୍‌ ଟ୍ରାଭେଲ ଆଲାଉନ୍ସ, ଗିଫ୍ଟ ଭାଉଚର ଭଳି ଅନ୍ୟ କେତେକ କ୍ଷେତ୍ରରେ ସୁବିଧା ରହିଥାଏ। ଉକ୍ତ ସର୍ଭେରେ ୧୯୪ ପ୍ରମୁଖ କର୍ପୋରେଟର ୧୨୩୩ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା।

ବ୍ୟାଙ୍କ ଉପରେ ଟିକସ ଚାପ: ବନ୍ଦ ହେବ ମାଗଣା ସେବା

ବ୍ୟାଙ୍କ ଉପରେ ଟିକସ ଚାପ: ବନ୍ଦ ହେବ ମାଗଣା ସେବା

ନୂଆଦିଲ୍ଲୀ,୨୪।୪-ବ୍ୟାଙ୍କଗୁଡିକ ଏବେ ଚେକ୍‌ବୁକ୍‌, ଡେବିଟ୍‌ କାର୍ଡ, ନିର୍ଦ୍ଦିଷ୍ଟ ଥର ସକାଶେ ଏଟିଏମ୍‌ରୁ ଟଙ୍କା ଉଠାଣ, ଫୁଏଲ୍‌ ସର୍ଚାର୍ଜ ରିଫଣ୍ଡ୍‌ ଆଦି ସେବା ମାଗଣା ଯୋଗାଇ ଆସୁଛନ୍ତି। ଜମାଖାତାରେ ଯଦି ହାରାହାରି ସର୍ବନିମ୍ନ ରାଶି ଜମା ରହିଥାଏ ତେବେ ଗ୍ରାହକ ଏହି ସବୁ ସେବା ମାଗଣାରେ ଉପଲବ୍ଧ କରିପାରୁଛନ୍ତି। କିନ୍ତୁ ଆଗାମୀ ଦିନରେ ଏହି ସେବା ଆଉ ମାଗଣାରେ ମିଳିବ ନାହିଁ। ପ୍ରତ୍ୟେକ ସେବା ଉପଯୋଗ ସକାଶେ ଗ୍ରାହକଙ୍କୁ ଦେୟ ଦେବାକୁ ପଡିବ।

ଆତଙ୍କବାଦକୁ ଲଗାମ ଦିଅ

ଆତଙ୍କବାଦକୁ ଲଗାମ ଦିଅ

ବେଜିଂ/ନୂଆଦିଲ୍ଲୀ,୨୪।୪(ପି.ଟି.)- ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନକୁ ଚାଇନାରେ ଚେତାବନୀ ଦେଇଛି ଭାରତ। ବେଜିଂରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରାମନ୍‌ ମଙ୍ଗଳବାର ଯୋଗଦେଇ ଆତଙ୍କବାଦ ଉପରେ ଲଗାମ ଲଗାଇବା ପାଇଁ ଇସ୍‌ଲାମାବାଦ୍‌କୁ ତାଗିଦ୍‌ କରିଛନ୍ତି।

ପାର୍ଲାମେଣ୍ଟରେ ବି କାଷ୍ଟିଂ କାଉଚ୍‌

ପାର୍ଲାମେଣ୍ଟରେ ବି କାଷ୍ଟିଂ କାଉଚ୍‌

ନୂଆଦିଲ୍ଲୀ/ବମ୍ବେ,୨୪।୪(ପି.ଟି.) - ଫିଲ୍ମ ଜଗତରେ କାଷ୍ଟିଂ କାଉଚ୍‌ (ଯୌନ ଶୋଷଣ) ନୂଆ କଥା ନୁହେଁ। ହେଲେ ଏହା ଏବେ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏପରି କି ପାର୍ଲାମେଣ୍ଟ ମଧ୍ୟ କାଷ୍ଟିଂ କାଉଚ୍‌ରୁ ମୁକ୍ତ ନୁହେଁ। ଏହା ଏକ ଅପ୍ରିୟ ସତ୍ୟ ବୋଲି ମଙ୍ଗଳବାର କଂଗ୍ରେସ ନେତା ରେଣୁକା ଚୌଧୁରୀ କହିଛନ୍ତି। ରେଣୁକାଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି।

ହସ୍ପିଟାଲରେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ

ହସ୍ପିଟାଲରେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ

ହ୍ୟୁଷ୍ଟନ୍‌: ସ୍ତ୍ରୀ ଆରପାରିକୁ ଯିବାର କିଛିଦିନ ବିତିଛି କି ନାହିଁ ଏବେ ହସ୍ପିଟାଲରେ ଶଯ୍ୟାଶାୟୀ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌। ସଂକ୍ରମଣଜନିତ ରୋଗରେ ସେ ପୀଡ଼ିତ ଅଛନ୍ତି।

ବୁଧବାର ଆଶାରାମଙ୍କ ବିଚାର: ୧୪୪ ଧାରା ଜାରି, ୩ ରାଜ୍ୟରେ ହାଇ ଆର୍ଲଟ

ବୁଧବାର ଆଶାରାମଙ୍କ ବିଚାର: ୧୪୪ ଧାରା ଜାରି, ୩ ରାଜ୍ୟରେ ହାଇ ଆର୍ଲଟ

ଯୋଧପୁର, ୨୪।୪ : ବଳାତ୍କାର ମାମଲାରେ ଅଭିଯୁକ୍ତ ଥିବା ଆଶାରାମ ବାପୁଙ୍କ ବିଚାର ବୁଧବାର ଯୋଧପୁର କାରାଗାର ପରିସରରେ ସମ୍ପନ୍ନ ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ଏପ୍ରିଲ୍‌ ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁହେବା ସହିତ ରାଜସ୍ଥାନ, ଗୁଜରାଟ ଓ ହରିୟାଣା ଆଦି ୩ ରାଜ୍ୟରେ ହାଇ ଆର୍ଲଟ ଜାରି କରାଯାଇଛି।

ଛତିଶଗଡ଼ରେ ୯ ମାଓବାଦୀ ଗିରଫ

ଛତିଶଗଡ଼ରେ ୯ ମାଓବାଦୀ ଗିରଫ

ସୁକୁମା, ୨୪।୪ : ଛତିଶଗଡ଼ ସୁକୁମା ଜିଲା କୋଣ୍ଟା ଅଞ୍ଚଳରେ ସର୍ଚ୍ଚ ଅପରେଶନ ସମୟରେ ୯ ମାଓବାଦୀଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ସୁରକ୍ଷାବଳଙ୍କୁ ଏହି ସଫଳତା ମିଳିଛି। ସେମାନଙ୍କ ମଧ୍ୟରେ ଜଣେ ପ୍ଲାଟୁନ କମାଣ୍ଡର ଅଛନ୍ତି। ତାଙ୍କ ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ଆସାମରେ ଭୂକମ୍ପ

ଆସାମରେ ଭୂକମ୍ପ

ନୂଆଦିଲ୍ଲୀ, ୨୪।୪ : ଆସାମ ସମେତ ଦେଶର କେତେକ ଉତ୍ତରପୂର୍ବ ଅଞ୍ଚଳରେ ମଙ୍ଗଳବାର ସକାଳ ୯ଟା ୪୨ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ବିଭାଗ ପକ୍ଷରୁ ସୂଚିତ କରାଯାଇଛି।

ପାର୍ଲାମେଣ୍ଟ କାଷ୍ଟିଂ କାଉଚ୍‌ ମୁକ୍ତ ନୁହେଁ: ରେଣୁକା

ପାର୍ଲାମେଣ୍ଟ କାଷ୍ଟିଂ କାଉଚ୍‌ ମୁକ୍ତ ନୁହେଁ: ରେଣୁକା

ନୂଆଦିଲ୍ଲୀ, ୨୪।୪ : ପାର୍ଲାମେଣ୍ଟ କାଷ୍ଟିଂ କାଉଚ୍‌ ମାମଲାରୁ ମୁକ୍ତ ନୁହେଁ ବୋଲି କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ମଙ୍ଗଳବାର ସୂଚିତ କରିଛନ୍ତି। ପୂର୍ବରୁ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାଁ ଏନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ।