Dharitri News
ରାଜ୍ୟ |

ଦାରୁଦିଅଁଙ୍କ ଲୀଳାକ୍ଷେତ୍ର ଅବହେଳିତ

ଦାରୁଦିଅଁଙ୍କ ଲୀଳାକ୍ଷେତ୍ର ଅବହେଳିତ ପୁରୀ ଅଫିସ,୨୦।୧୨: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି ଜଗନ୍ନାଥ ମନ୍ଦିର ତଦନ୍ତ କମିଶନ। ଏପରି କି ପାଠ୍ୟକ୍ରମରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ସାମିଲ କରିବା ପାଇଁ କମିଶନଙ୍କ ସୁପାରିସ ରହିଛି। କିନ୍ତୁ ୮ ବର୍ଷ ତଳୁ ଚିହ୍ନଟ କରାଯାଇଥିବା ମହାପ୍ରଭୁଙ୍କ ୧୫ଟି ଲୀଳାକ୍ଷେତ୍ରକୁ ଭୁଲିଯାଇଛି ଶ୍ରୀମନ୍ଦିର ପ୍ରଶାସନ। ଦାରୁବିଗ୍ରହଙ୍କ ଲୀଳା ସହିତ ଜଡ଼ିତ ପୀଠଗୁଡ଼ିକ ଏବେ ବି ଅବହେଳିତ ଓ ଅନାଲୋଚିତ ହୋଇରହିଛି। ଏଗୁଡ଼ିକର ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏସବୁର ବିକାଶ ହେଲେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ବ୍ୟାପକ ହୋଇପାରନ୍ତା ବୋଲି ଗବେଷକମାନେ ମତ ରଖିଛନ୍ତି। ଇତିହାସ ଅନୁଯାୟୀ, ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଥିଲା। ପ୍ରଥମ ଆକ୍ରମଣ ୬୭୦ରୁ ୬୭୫ ମସିହା ମଧ୍ୟରେ ହୋଇଥିବା ବେଳେ ଶେଷ ଆକ୍ରମଣ ୧୭୩୩ରେ ହୋଇଥିଲା। ଏଥିମଧ୍ୟରୁ ୧୫ଟି ଆକ୍ରମଣର ତଥ୍ୟ ଏ ପର୍ଯ୍ୟନ୍ତ ଜଣାପଡିଛି। କିନ୍ତୁ ୧୩୪୦ରେ ବଙ୍ଗଳାର ନବାବ ଇଲିଅସ୍‌ ଶାହା, ୧୩୬୦ରେ ଦିଲ୍ଲୀର ବାଦଶାହା ଫିରୋଜ ଶାହା ତୋଗଲକ୍‌ ଏବଂ ୧୫୯୨ରେ ପଠାଣ ସୁଲେମାନ ଓ ଓସ୍‌ମାନ ଆକ୍ରମଣ କରିଥିବା ବେଳେ ମହାପ୍ରଭୁ କେଉଁଆଡେ ସ୍ଥାନାନ୍ତର ହୋଇଥିଲେ ତାହାର କୌଣସି ବିବରଣୀ ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ୧୫ଟି ଆକ୍ରମଣ ସମୟରେ ମହାପ୍ରଭୁ ଶ୍ରୀମନ୍ଦିର ଛାଡି ଯେଉଁ ଯେଉଁ ସ୍ଥାନକୁ ଯାଇଥିଲେ ତାହାର ତଥ୍ୟ ସ୍ପଷ୍ଟ ହୋଇଛି। ବାହାର ରାଜ୍ୟର ଐତିହାସିକମାନେ ଦାରୁବିଗ୍ରହଙ୍କ ସ୍ଥାନାନ୍ତର ପ୍ରସଙ୍ଗକୁ ଠାକୁର ଲୁଚିଥିଲେ ବୋଲି ଟାହିଟାପରାମୂଳକ ଭାବେ ଲେଖିଛନ୍ତି। ୨୦୦୬-୦୭ରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଉଦ୍ୟମକ୍ରମେ ଶ୍ରୀମନ୍ଦିର ପ୍ରଶାସନ ଏକ କମିଟି ଗଠନ କରିଥିଲା। କମିଟି ବୈଠକରେ ମହାପ୍ରଭୁଙ୍କ ସ୍ଥାନାନ୍ତର ହିଁ ତାଙ୍କ ଇଚ୍ଛାରେ ଏବଂ ଏହା ତାଙ୍କ ଲୀଳା ଥିଲା ବୋଲି ନିଷ୍କର୍ସ ବାହାରିଥିଲା। ମନ୍ଦିର ଆକ୍ରମଣ ସମୟରେ ଦାରୁ ବିଗ୍ରହଙ୍କୁ ସୁରକ୍ଷିତ ରଖିବା ସକାଶେ ଯେଉଁ ଯେଉଁ ସ୍ଥାନକୁ ନିଆଯାଇଥିଲା, ସେହି ସବୁ ସ୍ଥାନକୁ ମନ୍ଦିର ପ୍ରଶାସନ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ବୋଲି ଗ୍ରହଣ କରିଥିଲା। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକ୍ରମେ ଇତିହାସରେ ସ୍ଥାନିତ ସେହି ସ୍ଥାନଗୁଡ଼ିକର ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗଠିତ କମିଟି ଗଠନ ୨୦୦୭ ଫେବୃୟାରୀ ୧୯ ତାରିଖରେ ପ୍ରଥମେ ସୋନପୁର ଲୀଳାକ୍ଷେତ୍ରକୁ ଯାଇଥିଲା। ସ୍ଥାନୀୟ ଐତିହାସିକ ଓ ବୁଦ୍ଧିଜୀବୀଙ୍କ ସହ ଭାବ ବିନିମୟ ବୈଠକ ହୋଇଥିଲା। ଏହା ପରଦିନ ସୋନପୁର ସହରଠାରୁ ୩୦ କିମି ଦୂର ଛଳିଆ ପାହାଡ଼ ନିକଟରେ ପହଞ୍ଚତ୍ଥିଲେ କମିଟି ସଦସ୍ୟ। ପାହାଡ ଉପତ୍ୟକାରେ ଥିବା ବାଘାପଲ୍ଲୀ ଗ୍ରାମ ସୁଦ୍ଧାଲିପ୍ତ ମଣ୍ଡପକୁ ଯାଇଥିଲେ। ଏଠାରେ ମହାପ୍ରଭୁ ୪୫ ବର୍ଷ ରହିଥିବା ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି। ଏହାପରେ ସଦସ୍ୟମାନେ ପାହାଡ ଉପରକୁ ଉଠି ଅପରପାର୍ଶ୍ୱ ଗୁମ୍ଫା (ଏଠାରେ ଠାକୁର ୯୯ ବର୍ଷ ପାତାଳି ହୋଇଥିଲେ)କୁ ଯାଇଥିଲେ। ପ୍ରଶାସନ ପକ୍ଷରୁ ଏହାକୁ ଲୀଳାକ୍ଷେତ୍ର ଘୋଷଣା କରାଯାଇଥିଲା। ମାର୍ଚ୍ଚ ୭ ତାରିଖରେ ସେମାନେ ଗଞ୍ଜାମ ଜିଲା ପୋଲସରା ନିକଟ ମାରଦା ମନ୍ଦିର ଏବଂ ଖଲ୍ଲିକୋଟ ନିକଟ ଚିକିଲି ଲୀଳାକ୍ଷେତ୍ର ପରିଦର୍ଶନ କରିଥିଲେ। ଏପ୍ରିଲ ୩ ତାରିଖରେ ଖୋର୍ଦ୍ଧା ଜିଲା ବାଣପୁରଠାରେ ଥିବା ବଡ଼ ହନ୍ତୁଆଡ ଲୀଳାକ୍ଷେତ୍ର, ଗବପଦର ଲୀଳାକ୍ଷେତ୍ର ଏବଂ ବଙ୍କାଳଗଡ଼ ନୀଳାଦ୍ରି ପ୍ରସାଦ ଲୀଳାକ୍ଷେତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଚିଲିକାର ଉତ୍ତର ଦିଗରେ ଥିବା ନଇରିର ହରିହରେଶ୍ୱର ମଣ୍ଡପ ଏବଂ କାଙ୍କଣକୁଦକୁ ଲୀଳାକ୍ଷେତ୍ର ଭାବେ ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିଥିଲା। ଏପ୍ରିଲ ୨୮ ତାରିଖରେ କମିଟି ଚିଲିକା ମଧ୍ୟକୁ ଯାଇ ବରହମ୍‌ପୁର କୁଦଠାରେ ଥିବା ଚକାନାଶୀ ଏବଂ ଗୁରୁବାଈ ଗ୍ରାମର ଲୋଟଣୀ ବରଗଛ ନିକଟ ସ୍ଥାନକୁ ଲୀଳାକ୍ଷେତ୍ର ବୋଲି ଘୋଷଣା କରିଥିଲା। ପରେ କମିଟି ସଦସ୍ୟମାନେ ଖୋର୍ଦ୍ଧା ଜିଲା ଗଡ଼ମାଣିତ୍ରୀ ମଧ୍ୟ ପରିଦର୍ଶନ କରିଥିଲେ। ୨୦୦୮ ମାର୍ଚ୍ଚ ୭ ତାରିଖରେ ମହାପ୍ରଭୁ ଭାର୍ଗବୀ ନଦୀର ଯେଉଁ ଘାଟରୁ ଅନ୍ୟତ୍ର ଯାଇଥିଲେ ସେହି ପ୍ରସିଦ୍ଧ ଘାଟ ପୁରୀର ଦୋବନ୍ଧାକୁ ଯାଇଥିଲା କମିଟି। ସେଠାରୁ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଗଁା କପିଳେଶ୍ୱରପୁର ଓ ବ୍ରହ୍ମଗିରିର ଗଡ଼କୋକଲ ପରିଦର୍ଶନ କରି ଲୀଳାକ୍ଷେତ୍ର ଭାବେ ଘୋଷଣା କରିଥିଲେ। ଏହିବର୍ଷ ମେ ୧୧ ତାରିଖରେ ଖୋର୍ଦ୍ଧା ସହରର ଗଡ଼ଖୋର୍ଦ୍ଧାଠାରେ ଥିବା ଗୋପାଳ ମନ୍ଦିର ଏବଂ ୨୦୦୯ ଡିସେମ୍ବର ୧୧ ତାରିଖରେ ଜଗତ୍‌ସିଂହପୁର ଜିଲା ଗଡ଼କୁଜଙ୍ଗ ଲୀଳାକ୍ଷେତ୍ର ପରିଦର୍ଶନ କରିଥିଲା କମିଟି। ଏ ସମ୍ପର୍କରେ କମିଟି ତଥ୍ୟ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଲୀଳାକ୍ଷେତ୍ରକୁ ନେଇ ଏକ ସିଡୀ ପ୍ରସ୍ତୁତ କରି ଏହାକୁ ବିକ୍ରି କରିଥିଲା। ଏହି ସିଡୀକୁ ମଧ୍ୟ କମିଶନ ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୦୭ ନଭେମ୍ବର ୧୪ ତାରିଖରେ ପୁରୀ ଜିଲାପାଳଙ୍କ ସମ୍ମେଳନ କକ୍ଷରେ ରାଜ୍ୟସ୍ତରୀୟ ଲୀଳାକ୍ଷେତ୍ର କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ଅନେକ ଲିଖିତ ତଥ୍ୟ ମଧ୍ୟ ପ୍ରଶାସନର ହସ୍ତଗତ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାରଦାଠାରେ ଥିବା ମନ୍ଦିରରେ ବ୍ରହ୍ମମୟ ଚକାଙ୍କର ପୂଜା ନିମନ୍ତେ ଦୈନିକ ୧୦୦ ଟଙ୍କା ହିସାବରେ ବର୍ଷକୁ ୩୬ ହଜାର ଟଙ୍କା ଦିଆଯାଇଥିଲା। କେତେକ ଲୀଳାକ୍ଷେତ୍ରକୁ ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଓ ପତିତପାବନ ବାନା ପ୍ରଦାନ କରି ପ୍ରଶାସନ ସ୍ବୀକୃତି ଦେଇଥିଲା। ମହେଶ୍ୱର ମହାନ୍ତି ସଂସ୍କୃତି ମନ୍ତ୍ରୀ ଥିବା ବେଳେ ବିଭାଗ ପକ୍ଷରୁ ଲୀଳାକ୍ଷେତ୍ରର ଉନ୍ନତି ପାଇଁ ଏକ କମିଟି ଗଠନ କରାଯାଇଥିଲା। ସରକାର କେତୋଟି କ୍ଷେତ୍ରର ଉନ୍ନତି ପାଇଁ ଆର୍ଥିକ ଅନୁଦାନ ମଧ୍ୟ ଦେଇଥିଲେ। ଏହା ପରଠାରୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସରକାର ଲୀଳାକ୍ଷେତ୍ରକୁ ପାସୋରି ଦେଇଛନ୍ତି। ଫଳରେ ଶହ ଶହ ବର୍ଷର ଜଗନ୍ନାଥ ସଂସ୍କୃତି ଗାଥା ବହନ କରୁଥିବା ଲୀଳାକ୍ଷେତ୍ରଗୁଡ଼ିକ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଢୋକେ ପିଇଁ ଦଣ୍ଡେ ଜିଇଁ ଥିବା ନ୍ୟାୟରେ ପଡିରହିଛି। ଏ ସମ୍ପର୍କରେ ତତ୍କାଳୀନ ଲୀଳାକ୍ଷେତ୍ର କମିଟି ସଦସ୍ୟ ତଥା ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଏହାର ଅନୁସନ୍ଧାନ କାର୍ଯ୍ୟ ଧିମେଇ ଯାଇଛି। ଲୀଳାକ୍ଷେତ୍ରଗୁଡ଼ିକର ଯଥାଯଥ ଅନୁସନ୍ଧାନ ହେବା ସହିତ ଏସବୁକୁ ସରକାର ହାତକୁ ନେଇ ଏହାକୁ ଆଧ୍ୟାତ୍ମିକ ଐତିହ୍ୟ କ୍ଷେତ୍ରର ମାନ୍ୟତା ଦେବା ଆବଶ୍ୟକ। ବର୍ତ୍ତମାନ ଲୀଳାକ୍ଷେତ୍ର ସମ୍ବନ୍ଧୀୟ ଅନେକ ତଥ୍ୟ ଓ ତତ୍ତ୍ବ ମିଳିଲାଣି। ଏହାର ପୁନଃ ପର୍ଯ୍ୟାଲୋଚନା କରାଯାଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାହା ଗୃହୀତ ହେବା ବିଧେୟ। ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ କୁହନ୍ତି, ସବୁ ଲୀଳାକ୍ଷେତ୍ର ସହ ଆମର ଯୋଗାଯୋଗ ରହିଛି। ଚିଲିକା ମଧ୍ୟରେ ଥିବା ୨ଟି ଲୀଳାକ୍ଷେତ୍ରକୁ ପ୍ରଶାସନ ପକ୍ଷରୁ ୨ଟି ରଥଚକ ଦିଆଯାଇଛି। ସେମାନେ ଚକକୁ ପୂଜାର୍ଚ୍ଚନା କରି ଆମ ପାଖକୁ ସିଡୀ ପ୍ରସ୍ତୁତ କରି ପଠାଇଛନ୍ତି। ଅନ୍ୟ ଲୀଳାସ୍ଥଳୀଗୁଡ଼ିକ ଚାହିଁଲେ ଆମଠାରୁ ଚକ ନେଇପାରିବେ। ଏ ସବୁର ବିକାଶ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଜାରି ରଖିଛି।

ରାଜ୍ୟ |

  ଅଧା ରହିଗଲା ଚାକିରି ସ୍ବପ୍ନ: ସନ୍ତରଣ ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ

ଅଧା ରହିଗଲା ଚାକିରି ସ୍ବପ୍ନ: ସନ୍ତରଣ ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୧।୧(ଡି.ଏନ.ଏ)- ଚାକିରି କରିବାର ସ୍ବପ୍ନ ଥିଲା। ଆଗକୁ ଏକ ସରକାରୀ ଚାକିରି ପାଇଁ ସନ୍ତରଣ ପରୀକ୍ଷା ମଧ୍ୟ ଥିଲା। ଏଥିପାଇଁ ସାଙ୍ଗ ସହ ମିଶି ଜୋରଦାର ପ୍ରସ୍ତୁତି ଚଳାଇଥିଲେ।

ଡାକ୍ତର ସ୍ବାମୀଙ୍କ ପରକୀୟା ପ୍ରୀତିକୁ ଧରାଇଲେ ଗୁପ୍ତଚର: ହୋଟେଲରେ ପହଞ୍ଚତ୍ ଛେଚିଲେ ସ୍ତ୍ରୀ

ଡାକ୍ତର ସ୍ବାମୀଙ୍କ ପରକୀୟା ପ୍ରୀତିକୁ ଧରାଇଲେ ଗୁପ୍ତଚର: ହୋଟେଲରେ ପହଞ୍ଚତ୍ ଛେଚିଲେ ସ୍ତ୍ରୀ

ଭୁବନେଶ୍ୱର, ୨୧।୧(ବ୍ୟୁରୋ)- ଘରେ ସ୍ତ୍ରୀ ଥାଇ ଅନ୍ୟ ମହିଳାଙ୍କ ସହ ପରକୀୟା ପ୍ରୀତିରେ ଡାକ୍ତର ସ୍ବାମୀ ବ୍ୟସ୍ତ ରହୁଥିଲେ। ଶେଷରେ ତାଙ୍କ ସ୍ତ୍ରୀ ଗୁପ୍ତଚର ଲଗାଇ ତାଙ୍କୁ ଧରିବାରେ ସଫଳ ହୋଇଛନ୍ତି।

ଟ୍ରେନରୁ ଲୁଟ୍‌ ଉଦ୍ୟମ ବିଫଳ: ୫ ଗିରଫ

ଟ୍ରେନରୁ ଲୁଟ୍‌ ଉଦ୍ୟମ ବିଫଳ: ୫ ଗିରଫ

ବ୍ରହ୍ମପୁର ଅଫିସ,୨୧।୧-ଖୋର୍ଦ୍ଧା ରେଳ ଡିଭିଜିନ ଅନ୍ତର୍ଗତ ଜଟଣୀଠାରୁ ଏକ ଟ୍ରେନରେ ଲୁଟ୍‌ ଯୋଜନା କରୁଥିବା ୫ ଯୁବକଙ୍କୁ ଖୋର୍ଦ୍ଧା ଜିଆରପି ପୋଲିସ ଗିରଫ କରିଛି। ସେମାନେ ହେଲେ ନୂଆଦିଲ୍ଲୀ ସୁଲତାନପୁରୀ ଅଞ୍ଚଳର ସୁନୀଲ କୁମାର, ହରିୟାଣାର ଭନାବୀ ବେହେରା, ପଶ୍ଚିମ ନୂଆଦିଲ୍ଲୀର ବିଜେନ୍ଦ୍ର କୁମାର, ରାଜେଶ କୁମାର ଓ ସୁଲତାନପୁରୀର ରବୀନ୍ଦ୍ର। ସେମାନଙ୍କ ନିକଟରୁ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ରେଳ ଟିକେଟ୍‌, ଖଣ୍ଡା, ଛୁରି, ଲଙ୍କାଗୁଣ୍ଡ ପ୍ୟାକେଟ୍‌ ଓ ନଗଦ ଟଙ୍କା ୨୦ ହଜାର ୭୦୦ ଟଙ୍କା ଜବତ କରାଯାଇଛି।

ବ୍ରହ୍ମପୁରରେ ଓପନ୍‌ ଡଗ୍‌ ଶୋ’

ବ୍ରହ୍ମପୁରରେ ଓପନ୍‌ ଡଗ୍‌ ଶୋ’

ବ୍ରହ୍ମପୁର ଅଫିସ,୨୧।୧-ଗଞ୍ଜାମ କେନାଇନ୍‌ ସଂଘ ତରଫରୁ ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍‌ଠାରେ ରବିବାର ପ୍ରଥମ ଥର ପାଇଁ ଅଲ୍‌ ବ୍ରିଡ଼୍‌ ଓପନ୍‌ ଡଗ୍‌ ଶୋ’ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର, ସମ୍ବଲପୁର, କଟକ, ଭୁବନେଶ୍ୱର ଏବଂ ଇଚ୍ଛାପୁରରୁ ୨୫ପ୍ରଜାତିର କୁକୁର ଭାଗନେଇଥିଲେ।

ବାର୍‌ହା ଶିକାର: ୨ ଶିକାରୀ ଗିରଫ

ବାର୍‌ହା ଶିକାର: ୨ ଶିକାରୀ ଗିରଫ

ଆସିକା,୨୧।୧ (ଡି.ଏନ୍‌.ଏ.)-ଆସିକା ବନାଞ୍ଚଳର ଧରାକୋଟ ବ୍ଲକ ଅନ୍ତର୍ଗତ ଝରପାରୀ ଗ୍ରାମ ନିକଟରୁ ରବିବାର ସକାଳ ପ୍ରାୟ ୮ଟାରେ ବନ ବିଭାଗ କର୍ମଚାରୀମାନେ ଗୋଟିଏ ମୃତ ବାର୍‌ହା ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ କଳାସୁତା ଗ୍ରାମର ସତ୍ୟବାନ ପ୍ରଧାନ ଓ ବୁଗୁଡା ବନାଞ୍ଚଳର ବାଲିପଦର ନିକଟସ୍ଥ ମହୁଲପଲ୍ଲୀ ଗ୍ରାମର ରମେଶ ସ୍ବାଇଁ। ସେମାନେ ଝରପାରୀ ଗ୍ରାମ ମାଛଖାଇ ଚିହ୍ନଟ ଜଙ୍ଗଲରେ ଖାଦ୍ୟରେ ବିସ୍ଫୋରକ ଦେଇ ବାର୍‌ହା ଶିକାର କରିଥିଲେ।

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି।

ଶ୍ରେଷ୍ଠ ପ୍ରଶାସକ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

ଶ୍ରେଷ୍ଠ ପ୍ରଶାସକ ପରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖ୍ୟାତି ତାଲିକାରେ ରବିବାର ଯୋଡି ହୋଇଛି ଆଉ ଏକ ନୂଆ ସମ୍ମାନ ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’। ମହାରାଷ୍ଟ୍ରର ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ଅତୁଟ: ଉପନିର୍ବାଚନରେ ବିଜେଡିର ଜିତାପଟ

ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ଅତୁଟ: ଉପନିର୍ବାଚନରେ ବିଜେଡିର ଜିତାପଟ

ଭୁବନେଶ୍ୱର,୨୧।୧(ବ୍ୟୁରୋ)- ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିର ପ୍ରଭାବ ଜାରି ରହିଛି। ବିଭିନ୍ନ ସ୍ଥାନରେ ପଞ୍ଚାୟତସ୍ତରୀୟ ଉପନିର୍ବାଚନରେ ଦଳ ସଫଳତା ହାସଲ କରିଛି। ମାତ୍ର ବର୍ଷକ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦଳ କେତେକ ସ୍ଥାନରେ ପରାଜିତ ହୋଇଥିଲା। ହେଲେ ବର୍ତ୍ତମାନ ଆସିଥିବା ଫଳାଫଳରୁ ଦଳ ନିଜର ସ୍ଥିତି ସୁଧାରି ପାରିଥିବାର ସଙ୍କେତ ଦେଇଛି ବୋଲି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ: ଡିଆରଏମ୍‌ଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେଡି

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ: ଡିଆରଏମ୍‌ଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ୱର,୨୧।୧(ବ୍ୟୁରୋ)-ନିକଟରେ ରେଳରାଷ୍ଟ୍ରମନ୍ତ୍ରୀ ରାଜେନ୍‌ ଗୋହେନ୍‌ ଓଡ଼ିଶା ଗସ୍ତ କରଥିଲେ। ଏହି ଗସ୍ତ ସମୟରେ ଖୁବ୍‌ଶୀଘ୍ର ଭୁବନେଶ୍ୱର ରେଳଷ୍ଟେଶନକୁ ଆଧୁନିକୀକରଣ ପାଇଁ ଏମ୍‌ଓୟୁ କରାଯିବ ବୋଲି ମତ ରଖିଥିଲେ। ଯାହାକୁ ଆଖି ଆଗରେ ରଖି ଶନିବାର ବା ଜାନୁୟାରୀ ୨୦ରେ ରେଲଓ୍ବେ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଏମ୍‌ଓୟୁ କରିବା ପାଇଁ ସ୍ଥିର କରାଯାଇଥିଲା।

ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା: ଦୃଢ ପ୍ରତିଜବାବ ରଖିଲା ବିଜେଡି

ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା: ଦୃଢ ପ୍ରତିଜବାବ ରଖିଲା ବିଜେଡି

ଭୁବନେଶ୍ୱର,୨୧।୧(ବ୍ୟୁରୋ)- ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏକ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିକଟରେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ଦାମୋଦର ରାଉତଙ୍କୁ ଢାଲ କରି ସେ କହିଛନ୍ତି ଯେ, ମୃତ୍ତିକା ସଂରକ୍ଷଣ ଦୁର୍ନୀତିର ଚେର ତୃତୀୟ ମହଲାକୁ ଲମ୍ବିଥିବାରୁ ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ରାଜ୍ୟ ସରକାରଙ୍କ ଭଙ୍ଗା ମାଠିଆର ବେଳ ସରି ଆସୁଛି। ପୁଣେ ଯାଇ ଆଦର୍ଶ ମୁଖ୍ୟମନ୍ତ୍ରୀର ଡିଣ୍ଡିମ ପିଟିବା ପୂର୍ବରୁ ଓଡ଼ିଆ ଭାବାବେଗ ସହ ଜଡିତ ଥିବା ପ୍ରଶ୍ନର ଉତ୍ତର ଦେବାକୁ ଧର୍ମେନ୍ଦ୍ର କହିଛନ୍ତି।

ଅର୍ଥ ତୋସରପାତ: ବିଡିଓ, ଯନ୍ତ୍ରୀଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୦।୧- ଗ୍ରାମ ସଡ଼କ ନିର୍ମାଣ କ୍ଷେତ୍ରରେ ଦୁର୍ନୀତି। ୧କୋଟି ୩୨ଲକ୍ଷ ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନ କରି ବିଭାଗ ପକ୍ଷରୁ କରାଯାଇ ୪୨ଲକ୍ଷ ଟଙ୍କା ତୋସରପାତ କରାଯାଇଛି। ଏହି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ସୁନ୍ଦରଗଡ ଜିଲାର ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଓ ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଶନିବାର ଗିରଫ କରାଯାଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧- ଅଦାଲତ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କଲେ ମାମଲାର ତଦନ୍ତ ଅଧିକାରୀ ପୁରସ୍କୃତ ହେବେ। ଓଡିଶା ପୋଲିସ ପକ୍ଷରୁ ଏଭଳି ଅଭିନବ ଯୋଜନା ଶନିବାର କାର୍ଯ୍ୟକାରୀ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ୨୪ ଜଣ ପୋଲିସ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି।