ରାଜ୍ୟ |

ଆଜି ବାରବାଟୀ ଯୁଦ୍ଧ

ଆଜି ବାରବାଟୀ ଯୁଦ୍ଧ
କଟକ ଅଫିସ,୨୦।୧୨: ବାରବାଟୀ ଷ୍ଟାଡିୟମରେ ବହୁ ପ୍ରତିକ୍ଷୀତ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ କ୍ରିକେଟ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ପଡ଼ିଆ ମଧ୍ୟକୁ ପାଣି ବୋତଲ ଏବଂ ପାଉଚ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜର ପ୍ରଥମ ମ୍ୟାଚ ଏଠାରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଏହା ବାରବାଟୀରେ ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌। ଏହା ପୁର୍ବରୁ ୨୦୧୫ରେ ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା।
All Right Reserved By

ରାଜ୍ୟ |

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଜମନକିରା,୨୩।୧(ଡି.ଏନ୍‌.ଏ):ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ ଟିକିଲିପଡ଼ା ନିକଟରେ ବୁଧବାର ଅପରାହ୍ନ ସାଢ଼େ ୨ଟାରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଛି। ଏକ ଟ୍ରକ୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଖସି ପଳାଇଛି। 

କାନଭାସରେ ‘କନ୍ୟା ସନ୍ତାନ ବଞ୍ଚାଅ’

କାନଭାସରେ ‘କନ୍ୟା ସନ୍ତାନ ବଞ୍ଚାଅ’

ବାରିପଦା ଅଫିସ,୨୩।୧- ବାରିପଦା ସ୍ଥିତ ଚିତ୍ରକଳା ଅନୁଷ୍ଠାନ ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ଏକ ମିଳିତ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି।

କଟକଣା ପ୍ରହସନ, ସହରରେ ମାଳ ମାଳ ପଲିଥିନ:ପୁଣି ଚିଠି ଲେଖିଲା ପରିବେଶ ବିଭାଗ

କଟକଣା ପ୍ରହସନ, ସହରରେ ମାଳ ମାଳ ପଲିଥିନ:ପୁଣି ଚିଠି ଲେଖିଲା ପରିବେଶ ବିଭାଗ

ଭୁବନେଶ୍ୱର,୨୩।୧(ବ୍ୟୁରୋ)-ରାଜ୍ୟ ସରକାର ୫ ମହାନଗର ନିଗମ ସମେତ ପୁରୀ ସହରରେ ପଲିଥିନ ବ୍ୟବହାରକୁ ୨୦୧୮ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନିଷେଧ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର,  ସମ୍ବଲପୁର, ରାଉରକେଲା ଏବଂ ପୁରୀ ସହରେ ଏହି କଟକଣା ଲାଗୁ କରାଯାଇଛି। ତେବେ କିଛି ଦିନ ଲୋକ ଦେଖାଣିଆ ଚଢାଉ ପରେ ମହାନଗର ନିଗମ କର୍ତ୍ତୃପକ୍ଷମାନେ ଶୋଇ ପଡିଛନ୍ତି । ସହର ସାରା ପଲିଥିନ ମୟ ହେବାରେ ଲାଗିଛି।

ସେଲଫି ୱିଥ୍‌ ସିଏମ୍‌ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ  ମୁଖ୍ୟମନ୍ତ୍ରୀ

ସେଲଫି ୱିଥ୍‌ ସିଏମ୍‌ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ରାଜ୍ୟରେ ୫ ଲକ୍ଷ ନୂଆ ଭୋଟର । ଏମାନେ ସମସ୍ତେ ଯୁବବର୍ଗର। ଏଥିସହିତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିବା ସମାଜର ଏକ ବଡ ଅଂଶ। ଏମାନଙ୍କୁ ଟାର୍ଗେଟ କରିଛି ବିଜେଡି।

ଲୁଟ୍‌ବେଳେ ବାଇକରୁ ଖସିପଡ଼ିଲେ ୨ ଲୁଟେରା

ଲୁଟ୍‌ବେଳେ ବାଇକରୁ ଖସିପଡ଼ିଲେ ୨ ଲୁଟେରା

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା ଛକରେ ଜଣେ ଯୁବକଙ୍କଠାରୁ ମୋବାଇଲ ଏବଂ ବ୍ୟାଗ ଲୁଟ୍‌ କରିବାବେଳେ ବାଇକ୍‌ରୁ ଖସି ଦୁର୍ଘଟଣାର ଶିକାର ହୋଇଛନ୍ତି ୨ ଲୁଟେରା। 

ପଟ୍ଟନାୟକ ପରିବାର ଯୋଗୁ ରାହୁଲ ଅପଦସ୍ଥ: ଶ୍ରୀକାନ୍ତ

ପଟ୍ଟନାୟକ ପରିବାର ଯୋଗୁ ରାହୁଲ ଅପଦସ୍ଥ: ଶ୍ରୀକାନ୍ତ

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ପିସିସି ସଭାପତି ନିଜର ଖଣି କାରବାର ପାଇଁ ମ୍ୟାନେଜର ଜରିଆରେ ଲାଞ୍ଛ ଦେଉଥିଲେ। ଏକଥା ସିଏ ସ୍ବୟଂ ସତ୍ୟପାଠ ଦାଖଲ କରି ସ୍ବୀକାର କରିଛନ୍ତି। ଏଥିପାଇଁ ଓଡ଼ିଶା ହାଇକୋର୍ଟ ତାଙ୍କୁ ଅଭ୍ୟାସଗତ ଲାଞ୍ଚଦାତା ବୋଲି ଅଭିହିତ କରିଥିଲେ। ତେଣୁ ଯେଉଁ ପ୍ରଦେଶ କଂଗ୍ରେସର ନେତୃତ୍ୱ ଏକଦା ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସଙ୍କ ଭଳି ବ୍ୟକ୍ତି ହାତରେ ରହିସାରିଛି। ସେହି କଂଗ୍ରେସର ନେତୃତ୍ୱ ଜଣେ ଅଭ୍ୟାସଗତ ଲାଞ୍ଚଦାତା ହାତରେ କିପରି ରହିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି। 

ନେତାଜୀ ଜୟନ୍ତୀରେ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ

ନେତାଜୀ ଜୟନ୍ତୀରେ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ

କଟକ ଅଫିସ୍‌, ୨୩।୧: ନେତାଜୀ ଜୟନ୍ତୀ ଅବସରରେ କଟକ ଜିପିଓ ଡାକ ଘରେ ସାଇକେଲ ରିକ୍ସା ବାହିତ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି।

ବିଧାୟକଙ୍କୁ ଗିରଫ ଦାବି: ବେଗୁନିଆ ଥାନାରେ ଭଙ୍ଗାରୁଜା

ବିଧାୟକଙ୍କୁ ଗିରଫ ଦାବି: ବେଗୁନିଆ ଥାନାରେ ଭଙ୍ଗାରୁଜା

ଖୋର୍ଦ୍ଧା ଅଫିସ/ବେଗୁନିଆ, ୨୩।୧(ଡି.ଏନ୍‌.ଏ.): ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କୁ ଗିରଫ ଦାବିରେ ବୁଧବାର ବେଗୁନିଆ ଥାନାରେ ପଶି ଲୋକେ ଭଙ୍ଗାରୁଜା କରିଛନ୍ତି।  ଏଥିସହ ସେମାନେ ବେଗୁନିଆ ଦେଇ ଯାଇଥିବା ୫୭ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିବା ଜଣାପଡ଼ିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେନାବନୀ ଦେଇଛନ୍ତି।

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ଭାଜପା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳ ଅଫିସ,୨୩।୧: ଅନୁଗୋଳ ଉପକଣ୍ଠରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପଥରରେ ଛେଚି ହତ୍ୟା କରାଯିବା ଘଟଣାରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ୍‌ ବୁଧବାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ଧରାକୋଟ,୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମରେ ଥିବା ଆନ୍ଧ୍ରା ବ୍ୟାଙ୍କରେ କାର୍ଯ୍ୟରତ କ୍ୟାଶିୟର ବିନୟ କୁମାର ବେହେରାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଛି। ବିନୟଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ସଂଗ୍ରହାଳୟରେ ନେତାଜୀ ଜୟନ୍ତୀ

ସଂଗ୍ରହାଳୟରେ ନେତାଜୀ ଜୟନ୍ତୀ

ପୁରୀ ଅଫିସ,୨୩ା୧: ନେତାଜୀ ସୁଭାଷ ବୋଷଙ୍କ ୧୨୨ତମ ଜୟନ୍ତୀ ବୁଧବାର ସ୍ଥାନୀୟ ନେତାଜୀ ସଂଗ୍ରହାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ନେତାଜୀଙ୍କ ସଂଗ୍ରାମୀ ଜୀବନୀ ଉପରେ ଆଲୋକପାତ କରିଥିଲେ । 

ନଡ଼ା ବୋହିବା ବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଲିଭାଇବା ଲାଗି ଗାଡ଼ିକୁ ପୋଖରୀରେ ପଶାଇଲେ ଡ୍ରାଇଭର

ନଡ଼ା ବୋହିବା ବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଲିଭାଇବା ଲାଗି ଗାଡ଼ିକୁ ପୋଖରୀରେ ପଶାଇଲେ ଡ୍ରାଇଭର

ମହାକାଳପଡ଼ା,୨୩।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ବାରଡ଼ାଙ୍ଗ ପଞ୍ଚାୟତର ନନ୍ତାର ଗ୍ରାମରେ ବିଦ୍ୟୁତ ତାର ଲାଗି ଏକ ନଡ଼ା ବୋଝେଇ ଟ୍ରାକ୍ଟରରେ ନିଆଁ ଲାଗିଯାଇଥିଲା। ମାତ୍ର ଟ୍ରାକ୍ଟର ଡ୍ରାଇଭର ଟିଟୁ ଜେନାଙ୍କ ଯୋଗୁ ଗାଡ଼ିଟି ଜଳିବାରୁ ରକ୍ଷା ପାଇଯାଇଛି।