ରାୟଗଡା

ଯୁବକଙ୍କ ବେକ କାଟି ହତ୍ୟା: ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ

ଯୁବକଙ୍କ ବେକ କାଟି ହତ୍ୟା: ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ

ମାଥିଲି/ ମାଲକାନଗିରି, ୧୯।୧୨(ଡି.ଏନ୍‌.ଏ.)-
ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ମହୁପଦର ପଞ୍ଚାୟତର ଗୋଳିଆଗୁଡା ଗ୍ରାମ ନିକଟରେ ଏକ ଯୁବକଙ୍କ ମୃତଦେହ ମିଳିଛି । ଯୁବକ ଜଣଙ୍କ ଗଳାକାଟି ହତ୍ୟା କରାଯାଇଛି । ମୃତକ ହେଲେ ତେମ୍ବୁ୍ରପାଲି ପଞ୍ଚାୟତର ଜନ୍ଦ୍ରାଗୁଡା ଗ୍ରାମର ମୋୟା କବୀସୀ (୩୦) । ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଗ୍ରାମବାସୀ କହିଛନ୍ତି । ମୃତଦେହ ନିକଟରୁ ଏକ ମାଓବାଦୀ ପୋଷ୍ଟର ମିଳିଛି। ପ୍ରକାଶ ଯେ, ମୋୟା ଗତ ଶୁକ୍ରବାରରୁ ନିଖୋଜ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

All Right Reserved By

ରାୟଗଡା

କାଦୁଅ ପଚପଚ ଡାଇଭର୍ସନ ରାସ୍ତା

କାଦୁଅ ପଚପଚ ଡାଇଭର୍ସନ ରାସ୍ତା

ନନ୍ଦପୁର,୧୬।୭(ଡି.ଏନ୍‌.ଏ.) ଲଗାଣ ବର୍ଷା ସାଙ୍ଗକୁ ରାସ୍ତାରେ ଖାଲଖମା । ସାମାନ୍ୟ ବର୍ଷା ପାଣିରେ କାଦୁଅ ପଚପଚ ହେଉଛି ରାସ୍ତା। ଯାନବାହନ ଯା’ଆସ କରିବା ତ ଦୂରର କଥା, ପାଦଚଲା ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ପୁଣି ରାସ୍ତା ଦବିଲା

ଜୟପୁର,୧୬।୭( ଡି.ଏନ୍‌.ଏ.): ଜୟପୁର ସହରର ବାଏପାସ ରାସ୍ତା ଭାବେ ଜୟନଗରରୁ ମାଲକାନଗିରି ଜାତୀୟ ରାଜପଥକୁ ସଂଯୋଗ କରୁଛି। ଏହି ରାସ୍ତାର ଦୁଇପାଖରେ ଗାର୍ଡ଼ଓ୍ବାଲ ଗତବର୍ଷ ଜୁଲାଇରେ ପ୍ରବଳ ବର୍ଷା ଯୋଗଁୁ ଭାଙ୍ଗିଯାଇଥିଲା।

ବୋଲେରୋ ଧକ୍କାରେ ବାଇକ ଆରୋହୀ ମୃତ

ରାଇଘର,୧୫।୭(ଡି.ଏନ.ଏ)- ନବରଙ୍ଗପୁର ଜିଲା ରାଇଘର ବ୍ଲକ ଯୋଡିଙ୍ଗା ସରାପାରା ଛକ ନିକଟରେ ବୋଲେରୋ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସରାପାରା ଗ୍ରାମର ଦୁର୍ଯ୍ୟନ ଗଣ୍ଡ।

ଆଡପ ମଣ୍ଡପରେ ପୂଜା ପାଇଲେ ତିନି ଠାକୁର

ପାରଳାଖେମୁଣ୍ଡି,୧୫।୭(ସ୍ବ.ପ୍ର.)- ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ରବିବାର ୩ ଠାକୁର ପୂଜା ପାଇଛନ୍ତି। ଶନିବାର ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ୩ ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଥିଲା। ରବିବାର ସକାଳୁ ଠାକୁରମାନଙ୍କୁ ପହଣ୍ଡି ବିଜେ କରାଯାଇ ମନ୍ଦିର ଭିତରକୁ ନିଆ ଯାଇଥିଲା।

ଡାବୁଗାଁରେ କଂଗ୍ରେସର ମିଶ୍ରଣ ପର୍ବ

ଡାବୁଗାଁରେ କଂଗ୍ରେସର ମିଶ୍ରଣ ପର୍ବ

ଡାବୁଗାଁ,୧୫।୭(ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ କଲ୍ୟାଣୀ ମଣ୍ଡପଠାରେ ବ୍ଲକ କଂଗ୍ରେସର ମିଶ୍ରଣ ପର୍ବ ଡାବୁଗାଁ ଜୋନ-୧ ସଭାପତି ଜି.ସାଇରାଜୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ଓ ଜିଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରପାଠୀ ଉପସ୍ଥିତ ଥିଲେ। ବିଜେଡି ସମର୍ଥିତ ଡାବୁଗାଁ ପଞ୍ଚାୟତର ସମିତିସଭ୍ୟ ଜଗନ୍ନାଥ ବେହେରା ଓ ପୂର୍ବତନ ସରପଞ୍ଚ ବିନୋଦ ସୌରାଙ୍କ ନେତୃତ୍ୱରେ ଡାବୁଗାଁ ଗ୍ରାମର ପ୍ରାୟ ୫୦ ଯୁବକ ଆନୁସ୍ଥାନିକ ଭାବେ କଂଗ୍ରେସରେ ଯୋଗ ଦେଇଥିଲେ ।

ସୀମାନ୍ତରେ ଯବାନ-ମାଓବାଦୀ ଗୁଳି ବିନିମୟ  : ୨ ଯବାନ ସହିଦ୍‌

ସୀମାନ୍ତରେ ଯବାନ-ମାଓବାଦୀ ଗୁଳି ବିନିମୟ : ୨ ଯବାନ ସହିଦ୍‌

ମାଲକାନଗିର, ୧୫।୭(ଡି.ଏନ.ଏ/ସ୍ବ.ପ୍ର) - ମାଲକାନଗିରି ଜିଲା ସୀମାନ୍ତରେ ରବିବାର ମାଓବାଦୀମାନେ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇଛନ୍ତି । ଛତିଶଗଡର ପାଖାନଜୋର ଜିଲା ଅନ୍ତର୍ଗତ ପାମିର ଜଙ୍ଗଲରେ ରବିବାର ସକାଳୁ ବିଏସଏଫର ୧୪୧ ବାଟାଲିୟାନ ଓ ଡି.ଆର.ଜି ପକ୍ଷରୁ କମ୍ବିଂ ଅପରେଶନ କରାଯାଇଥିଲା ।

ମାଓବାଦୀ ହିଂସା, ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା

ମାଲକାନଗିର,୧୫।୭(ଡି.ଏନ.ଏ) - ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲା ବାରାସୁଡ ଥାନା ଅନ୍ତର୍ଗତ ଇନ୍ଦ୍ରାବତୀ ନଦୀକୂଳରେ ଥିବା ପାଉରନାଲ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ପଶାରାମଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି ।

କୁନ୍ଦୁଲି ମାମଲା, ଶେଷ ହେଲା ସରକାରୀ ସାକ୍ଷ୍ୟ

କୁନ୍ଦୁଲି ମାମଲା, ଶେଷ ହେଲା ସରକାରୀ ସାକ୍ଷ୍ୟ

ଜୟପୁର,୧୫।୭(ନି.ପ୍ର)-କୁନ୍ଦୁଲି ଗଣବଳାତ୍କାର ଓ ଆମତ୍ହତ୍ୟା ମାମଲାର ତଦନ୍ତ କମିଶନଙ୍କ ଠାରେ ରବିବାର ଷଷ୍ଠ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ ସହ ସରକାରୀ ସାକ୍ଷ୍ୟ ଗ୍ରହଣ ମଧ୍ୟ୍ୟ ଶେଷ ହୋଇଛି ।

ବଜ୍ରପାତରେ ମା’, ଝିଅ ଗୁରୁତର

ପାପଡାହାଣ୍ଡି,୧୫।୭(ଡି.ଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ରଜାମାଟୁଠାରେ ରବିବାର ବଜ୍ରପାତରେ ମା’ଓ ଝିଅ ଗୁରୁତର ହୋଇଛନ୍ତି।

ମେଶିନ୍‌ ଖୋଳୁଛି କୂଅ, ଜବ୍‌କାର୍ଡଧାରୀ ଯାଉଛନ୍ତି ଦାଦନ

ମେଶିନ୍‌ ଖୋଳୁଛି କୂଅ, ଜବ୍‌କାର୍ଡଧାରୀ ଯାଉଛନ୍ତି ଦାଦନ

ସେମିଳିଗୁଡା,୧୫।୭(ସ୍ବ.ପ୍ର)-ଗଁ। ଶ୍ରମିକଙ୍କୁ ୧୦୦ ଦିନର କାମ ମିଳିବ । ସ୍ଥାନୀୟ ଲୋକଙ୍କୁ କାମଧନ୍ଦା ଯୋଗାଇଦେବା ପାଇଁ ସରକାରୀ କାମରେ ମେଶିନ୍‌ ବ୍ୟବହାର ନ ହେବାର ବ୍ୟବସ୍ଥା ରହିଛି। କିନ୍ତୁ ଠିକାଦାର ଏବଂ ସରକାରୀ କର୍ମଚାରୀ ସରକାରଙ୍କ ବିଧିବ୍ୟବସ୍ଥାକୁ ଭୁଲିଯାଇ ମେଶିନ ସହାୟତାରେ କାମ କରୁଛନ୍ତି।

୬୨ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ

ପାରଳାଖେମୁଣ୍ଡି,୧୫।୭(ସ୍ବ.ପ୍ର.)-ଗଜପତି ଜିଲା ଗୋଷାଣି ବ୍ଲକ କାର୍ଯ୍ୟାଳୟରେ ପ୍ରୋତ୍ସାହନ ରାଶି ପ୍ରଦାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଲକରେ ଗତ ୩ ମାସ ମଧ୍ୟରେ ୬୨ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ଓ ଶୌଚାଳୟ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଛି । ସେମାନଙ୍କୁ ଏହି ମେଳାରେ ଚେକ୍‌ ମାଧ୍ୟମରେ ଅର୍ଥ ରାଶି ପ୍ରଦାନ କରାଯାଇଛି ।

ଡୁଡାମେଟାରେ ଚାରା ବଣ୍ଟନ

କୋରୁକୋଣ୍ଡା, ୧୫।୭ - ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଳକ ଡୁଡାମେଟା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ପଞ୍ଚାୟତ ତରଫରୁ ଫଳଚାରା ବଣ୍ଟନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ ଓ ମୋ କୁଡିଆ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ନଡିଆ ଏବଂ ଆମ୍ବ ଚାରା ବଣ୍ଟନ କରାଯାଇଛି ।

Model This Week

ରୂପେଶ