
ଧୋଡ୍ରା,୧୯।୧୨(ଡି.ଏନ.ଏ)
ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରାରେ ସପ୍ତାହକୁ ୨ ଥର ବୁଧବାର ଓ ଶନିବାର ହାଟ ହୋଇଥାଏ। ଏହ ହାଟରେ ବାଉଁଶରେ ତିଆରି ଜନିଷର ଚାହିଦା ଅଧିକ ରହିଛି। ଆଗକୁ ଦିଆଲି ପର୍ବ ଥିବାରୁ ହାଟରେ ଏହି ସାମଗ୍ରୀ ଅଧିକ ପରିମାଣରେ ବର୍ତ୍ତମାନ ବିକ୍ରି ହେଉଛି। ବାଉଁଶରେ ତିଆରି ସାମଗ୍ରୀ ମଧ୍ୟରେ ରହିଛି ପାଲ (ଧାନ ମରେଇ), ଚାଉଳ ଧୂଆ ଚାଙ୍ଗୁଡି , ତାଟ, କୁଲା, ଡାଲା ଏବଂ ଟୋପାର । ଧାମ ମରେଇ ପାଲର ଦାମ ୧୨୦୦ ଟଙ୍କା ଥିବା ଚାଙ୍ଗୁଡି, ତାଟ, କୁଲା, ଟୋପାର ଦାମ ୫୦ ରୁ ୨୦୦ ଟଙ୍କା ମଧ୍ୟରେ ରହିଛି । ମାର୍ଗଶିର ଶେଷ ଓ ପୌଷ ମାସ ଆରମ୍ଭରୁ ପ୍ରାୟତଃ ଏହି ଅଞ୍ଚଳରେ ଦିଆଲି ପର୍ବ ପାଳନ ହୋଇଥାଏ। ଏହି ସମୟରେ ଏହାର ଚାହିଦା ବେଶୀ। ବ୍ୟବସାୟୀମାନେ ମଧ୍ୟ ଅନ୍ୟ ସମୟ ଅପେକ୍ଷା ଏହି ସମୟରେ ଭଲ ଦି ପଇସା ରୋଜଗାର କରିଥାନ୍ତି। ଦିଆଲି ପର୍ବରେ ଗୋରୁ ଗାଈଙ୍କୁ ପୂଜା କରି ନୂଆ ବାଉଁଶରେ ତିଆରି ସାମଗ୍ରୀରେ ଧାନ ଆଦି ସାମଗ୍ରୀ ଶୁଖାଇଥାନ୍ତି। ବାଉଁଶ ତିଆରି ସାମଗ୍ରୀର ଚାହିଦା ଥିବାରୁ ଭଲ ଦି ପଇସା ରୋଜଗାର ହେଉଛି ବୋଲି ମହିଳାମାନେ କହିଛନ୍ତି।