ଅନଗୁଳ-ଢେଙ୍କାନାଳ

ଖମାର ରେଞ୍ଜ ଅଫିସ ଘେରାଉ

ଖମାର ରେଞ୍ଜ ଅଫିସ ଘେରାଉ


ପାଲଲହଡ଼ା,୧୯।୧୨(ଡି.ଏନ.ଏ.)- ଭାଜପା ଖମାର ମଣ୍ଡଳ ତରଫରୁ ଖମାର ବନାଞ୍ଚଳ ରେଞ୍ଜ ଅଫିସକୁ ମଙ୍ଗଳବାର ଘେରାଉ କରାଯାଇଥିଲା। ପୂର୍ବାହ୍ନ ୯ଟାରୁ ମଣ୍ଡଳ ସଭାପତି ଗୌରଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ହାତୀ ଉପଦ୍ରବ ରୋକିବାରେ ରେଞ୍ଜ ଅଫିସରଙ୍କ ବିଫଳତାର ପ୍ରତିବାଦ କରିଥିଲେ। ୧୦ ଦିନ ମଧ୍ୟରେ ହାତୀ ପଲ ଏଠାରେ ୩ ଜଣଙ୍କ ଜୀବନ ନେବା ସହ ବହୁ ଜମିରେ ଚାଷ ନଷ୍ଟ କରିଥିଲେ ବି ବନ ବିଭାଗ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ଏହାର ଦୃଢ଼ ପ୍ରତିବାଦ କରାଯାଇଥିଲା। ତୁରନ୍ତ ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ହାତୀପଲକୁ ଘଉଡ଼ାଇବା, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଥିଲା। ପରେ ଡିଏଫଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଭାଜପା ନେତା ଅଶୋକ ମହାନ୍ତି, ଉପଧ୍ୟକ୍ଷା ଲିଲି ପ୍ରଧାନ, ସମିତିସଭ୍ୟା ଶକୁନ୍ତଳା ପ୍ରଧାନ, ସରପଞ୍ଚ ଅଚ୍ୟୁତା ନନ୍ଦ ସାହୁ, ପବିତ୍ରନଗର ମଣ୍ଡଳ ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ସାମଲ ପ୍ରମୁଖ ଏହି ଘେରାଉରେ ସାମିଲ ହୋଇଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ହାତୀ ଆତଙ୍କ: ସତର୍କ ରହିବାକୁ ପରାମର୍ଶ

ଛେଣ୍ଡିପଦା,୨୩।୭(ଡି.ଏନ୍‌.ଏ.): ଅନୁଗୋଳ ବନଖଣ୍ଡ ଛେଣ୍ତିପଦା ବନାଞ୍ଚଳ ଅନ୍ତର୍ଗତ କଙ୍କୁରପାଳ ସଂରକ୍ଷିତ ଜଙ୍ଗଲରେ ସୋମବାର ସକାଳେ ୨ଟି ହାତୀ ଚଳପ୍ରଚଳ କରୁଥିବା ଦେଖାଯାଇଛି। ତେଣୁ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ମଧ୍ୟକୁ ନ ଯିବା ଲାଗି ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୨୩।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳରେ ସୋମବାର କଣଲୋଇ ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ କନୁ ମାଝୀ(୫୦)। କୌଣସି କାରଣରୁ ସେ ଜଙ୍ଗଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।

କାର୍ଯ୍ୟରତ ଠିକା ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ

ବଅଁରପାଳ,୨୩।୭(ଡି.ଏନ୍‌.ଏ.): ନାଲ୍‌କୋ ସିପିପି ପ୍ଲାଣ୍ଟ ପରିସରରେ ସୋମବାର ସକାଳେ ଜଣେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ସେ ହେଲେ ଶ୍ରୀକାନ୍ତ ସାହୁ(୪୦)।

କାନ୍ଥ ପଡ଼ି ମା’, ୩ ଶିଶୁ ଗୁରୁତର

କାନ୍ଥ ପଡ଼ି ମା’, ୩ ଶିଶୁ ଗୁରୁତର

ପାଲଲହଡା,୨୩।୭(ଡି.ଏନ.ଏ.) ଲଗାଣ ବର୍ଷା ଯୋଗୁ ପାଲଲହଡ଼ା ବ୍ଲକ ମୁଣ୍ଡରିବେଡା ପଞ୍ଚାୟତ ବାଞ୍ଝମୁଣ୍ଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ କାନ୍ଥ ଭୁସୁଡ଼ି ଏକ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଲଗାଣ ବର୍ଷା ପରେ ସମ୍ଭାବ୍ୟ ବନ୍ୟା ଚିନ୍ତା , ହୀରାକୁଦ ଛାଡ଼ିଲେ ଆଠମଲ୍ଲିକରେ ପଶିପାରେ ପାଣି

ଲଗାଣ ବର୍ଷା ପରେ ସମ୍ଭାବ୍ୟ ବନ୍ୟା ଚିନ୍ତା , ହୀରାକୁଦ ଛାଡ଼ିଲେ ଆଠମଲ୍ଲିକରେ ପଶିପାରେ ପାଣି

ଅନୁଗୋଳ ଅଫିସ, ୨୩ା୭ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଅନୁଗୋଳ ଜିଲାର ବିଭିନ୍ନ ଖାଲୁଆ ଅଞ୍ଚଳରେ ପାଣି ଭରିଯାଇଛି। ଜିଲାରେ ସର୍ବାଧିକ ୨୦୫.୮ ମିଲିମିଟର ବର୍ଷା ଆଠମଲ୍ଲିକରେ ରେକର୍ଡ କରାଯାଇଛି।

ଶିକ୍ଷିତ ବୋଲି ବୁଝିଛି ଶିକ୍ଷାର ମୂଲ୍ୟ

ସେତେବେଳେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲି। ଅଧିକ ପଢ଼ିବାର ଇଚ୍ଛା ଥିଲେ ବି ଆର୍ଥତ୍କ ଅନଟନରେ ଥିବା ମା’ ବାପା ଏ ନେଇ ଅକ୍ଷମତା ପ୍ରକାଶ କରିଥିଲେ। ପରେ ରୋଜଗାର ଆଶାରେ ୧୯୮୧ରେ କେରଳରୁ ଚାଲିଆସିଥିଲି କଟକ।

ଭୁବନ ରଥଯାତ୍ରାରେ ଅଘଟଣ , ଅଧାରୁ ଭାଙ୍ଗିଲା ଜଗନ୍ନାଥଙ୍କ ରଥ

ଭୁବନ, ୨୩ା୭ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ରଥଯାତ୍ରାରେ ଅଭାବନୀୟ ଘଟଣା ଘଟିଛି। ରଥଟଣାବେଳେ ଜଗନ୍ନାଥଙ୍କ ରଥ ବ୍ରାହ୍ମଣୀଦେବୀ ଛକ ନିକଟରେ ଅଧାରୁ ଭାଙ୍ଗିଯାଇଛି। ଫଳରେ ଭଙ୍ଗାରଥରେ ମହାପ୍ରଭୁ ଟଣା ହୋଇ ଆସିଥିଲେ।

ଦୁର୍ଦ୍ଦଶା ବଢ଼ାଇଛି ନର୍ଦ୍ଦମା ପାଣି (ରାଜକୁମାର ପ୍ରଧାନ)

ଭାପୁର, ୨୩ା୭ ରାସ୍ତା କଲେ। ଭୁଲିଗଲେ ଡ୍ରେନ୍‌ ନିର୍ମାଣ। ଏବେ ଏହାର ଫଳ ଭୋଗୁଛନ୍ତି ଢେଙ୍କାନାଳ ସଦର ବ୍ଲକ ବାଲ୍ୟାମ୍ବା ଗ୍ରାମବାସୀ। ସନ୍ତସନ୍ତିଆ ପରିବେଶ ସାଙ୍ଗକୁ ନର୍ଦ୍ଦମା ଜଳ ଲୋକଙ୍କ ଜୀବନକୁ ଦୁର୍ବିଷହ କରି ପକାଇଲାଣି। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛି ପ୍ରଶାସନ।

ବର୍ଷାଜଳ ପ୍ରବାହରେ ଚେକ୍‌ଡ୍ୟାମ ବାଧକ , ଜଳବନ୍ଦୀ ଆଶଙ୍କାରେ ମୃଦଙ୍ଗାପଲ୍ଲିବାସୀ

ଓଡ଼ାପଡ଼ା, ୨୩।୭(ଡି.ଏନ.ଏ.) ଦୁଇଦିନ ଧରି ଲଗାଣ ବର୍ଷାରେ ଫୁଲିଉଠିଛି ଓଡ଼ାପଡ଼ା ବ୍ଲକ ବଳରାମପ୍ରସାଦ ଦେଇ ପ୍ରବାହିତ ବଡ଼ଯୋର। ବର୍ଷାପାଣି ପ୍ରବାହରେ ବାଧକ ସାଜିଛି ନିର୍ମାଣାଧୀନ ଚେକ୍‌ଡ୍ୟାମ୍‌। ଫଳରେ ନାଳରେ ପ୍ରବାହିତ ବର୍ଷାପାଣି ରବିବାର ମୃଦଙ୍ଗାପଲ୍ଲି ଗଁା ଆଡ଼କୁ ମୁହଁାଇଛି।

ସବର୍ଣ୍ଣ-ଅସବର୍ଣ୍ଣ ବିବାଦ , ଭାରରେ ବୁହାହେଲେ ଚତୁର୍ଦ୍ଧାମୂର୍ତ୍ତି

ଛେଣ୍ଡିପଦା,୨୩।୭ (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କମ୍ପସଲା ପଞ୍ଚାୟତରେ ବାହୁଡା ଯାତ୍ରା ଅବସରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରଥଟଣାକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଯୋଗୁ ଯାତ୍ରାରେ ବିଭ୍ରାଟ ସୃଷ୍ଟି ହୋଇଥିଲା।

ସରକାରୀ ନିର୍ଦ୍ଦେଶକୁ ଜିଲା ପ୍ରଶାସନର ଅଣଦେଖା : ପୂର୍ବାହ୍ନରେ ଖୋଲା, ମଧ୍ୟାହ୍ନରେ ତାଲା

ସରକାରୀ ନିର୍ଦ୍ଦେଶକୁ ଜିଲା ପ୍ରଶାସନର ଅଣଦେଖା : ପୂର୍ବାହ୍ନରେ ଖୋଲା, ମଧ୍ୟାହ୍ନରେ ତାଲା

ଅନୁଗୋଳ ଅଫିସ,୨୩ା୭ ସାରା ରାଜ୍ୟରେ ଲଗାଣ ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଶନିବାର ସଚିବାଳୟରେ ଏକ ଜରୁରୀ ବୈଠକ କରି ରବିବାର ସମସ୍ତ ଅଫିସ ଖୋଲା ରଖିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଶର୍ଟସର୍କିଟରୁ ଜଳିଗଲା ୨ ବଖରା

ଶର୍ଟସର୍କିଟରୁ ଜଳିଗଲା ୨ ବଖରା

ଭୁବନ, ୨୨ା୭(ସ୍ବ.ପ୍ର.)-ଭୁବନ ଏନ୍‌ଏସି ୧୫ନଂ. ଓ୍ବାର୍ଡ ମଠସାହିରେ ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ପ୍ରକାଶ ଦାସ ଏବଂ ଗୀତାଞ୍ଜଳି ଦାସଙ୍କ ବଖରାଏ ଲେଖାଏଁ ଜଳିଯାଇଛି। ପରିବାର ଲୋକେ ଶୋଇଥିବାବେଳେ ହଠାତ୍‌ ନିଆଁ ଲାଗି ଚାରିଆଡ଼କୁ ବ୍ୟାପି ଯାଇଥିଲା। ବିଏସ୍‌ଏନ୍‌ଏଲ୍‌ ସେବା ବିଭ୍ରାଟ ଯୋଗୁ ସ୍ଥାନୀୟ ଦମକଳବାହିନୀକୁ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ